News18 Odia Digital
Omicron Signs: ଓମିକ୍ରନର ବଢୁଥିବା ମାମଲା ମଧ୍ୟରେ ପ୍ରତିବନ୍ଧର ଯୁଗ ମଧ୍ୟ ଆରମ୍ଭ ହୋଇଗଲାଣି । ହେଲ୍ଥ ଏକ୍ସପର୍ଟ ଆଶାଙ୍କ କରିଛନ୍ତି ଯେ ଜାନୁଆରୀ ଓ ଫେବୃଆରୀ ମଧ୍ୟରେ ଏହାର ପିକ୍ ଆସିପାରିବ । ଏପର୍ଯ୍ୟନ୍ତ ମିଳିଥିବା ଡାଟା ଅନୁଯାୟୀ କରୋନା ଅନ୍ୟ ଷ୍ଟ୍ରେନ୍ ତୁଳନାରେ ଓମିକ୍ରନ କାରଣରୁ ହାଲକା ରୋଗ ହେଉଛି ।
ଡେଲଟା ତୁଳନାରେ ଓମିକ୍ରନ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାର ଆବଶ୍ୟକତା ୫୦ରୁ ୭୦ ପ୍ରତିଶତ କମ୍ ଅଛି । ହେଲେ ଏହା ଏଯାବତର ସବୁଠାରୁ ସଂକ୍ରମିତ ଭାରିଆଣ୍ଟ । ଏକା ସାଥିରେ ଅନେକ ଲୋକଙ୍କୁ ସଂକ୍ରମିତ କରୁଛି । ନୂଆ ବର୍ଷର ଉତ୍ସବ ବହୁତ ସାବଧାନ ରୂପେ ପାଳନ କରିବାର ଆବଶ୍ୟକ ଅଛି । ଏକ୍ସପର୍ଟ ଓମିକ୍ରନ ଏହି ୮ଟି ଲକ୍ଷ ଦେଖିବା ମାତ୍ରେ ସଙ୍ଗେ ସଙ୍ଗେ ଟେଷ୍ଟ କରିବାକୁ ପରାର୍ମଶ ଦେଉଛନ୍ତି ।
ଓମିକ୍ରନର ଲକ୍ଷଣ- (Omicron Symptoms)
ଓମିକ୍ରନର ୮ଟି ଖାସ୍ ଲକ୍ଷଣ ହେଲା ତଣ୍ଟିରେ ଯନ୍ତ୍ରଣା, ଥଣ୍ଡା ହେବା, ଥକ୍କା ଲଗିବା, କାଶିବା, ପିଠିର ତଳଭାଗରେ ଯନ୍ତ୍ରଣା ହେବା, ମୁଣ୍ଡ ବିନ୍ଧିବା, ରାତିରେ ଦେହରୁ ଝାଳ ଗଡ଼ିବା ଓ ମାଂସପେଶୀରେ ଯନ୍ତ୍ରଣା ହେବା ।
ହେଲ୍ଥ ଏକ୍ସପର୍ଟଙ୍କ ଅନୁଯାୟୀ ଏହି ସବୁ ଲକ୍ଷଣକୁ ଧ୍ୟାନରେ ରଖି ସାମାନ୍ୟ ଥଣ୍ଡା ଜ୍ବର ଓ ଓମିକ୍ରନର ଲକ୍ଷଣ ପାର୍ଥକ୍ୟ କରାଯାଇପାରିବ । ବର୍ତ୍ତମାନ କରୋନାର ଅଧିକାଂଶ ମାମଲା ଜ୍ବର, କଫ, ସ୍ବାଦ ଚାଲିଯିବା ଭଳି ଲକ୍ଷଣ ଆଉ ଦେଖାଯାଉନାହିଁ । ଡାଟା ଅନୁଯାୟୀ ଓମିକ୍ରନଠୁ ରକ୍ଷା କରିବା ମାମଲାରେ ବୁଷ୍ଟର ଡୋଜ୍ ଅଧିକ ଲାଭଦାୟକ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।