‘ପୁଅ ଆଧାର କାର୍ଡ଼ ଦେଉନି; ଟିକା ନେବି କେମିତି?’ ଭୁବନେଶ୍ୱରରେ ଥାନାକୁ ଆସି କହିଲେ ବୃଦ୍ଧା

ଢେଙ୍କାନାଳରୁ ଆସିଥିବା ଗୋଲାପ ମିଶ୍ର ତିନି ଝିଅ ଓ ଦୁଇ ପୁଅଙ୍କ ମା’ । କିଛି ବର୍ଷ ତଳେ ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କୁ ତାଙ୍କ ଦୁଇ ପୁଅ ମାଡ଼ ମାରି ଭୁବନେଶ୍ୱରରେ ଥିବା ଘରୁ ବାହାର କରିଦେଇଥିଲେ ବୋଲି ସେ କହିଛନ୍ତି ।

‘ପୁଅ ଆଧାର କାର୍ଡ଼ ଦେଉନି; ଟିକା ନେବି କେମିତି?’ ଭୁବନେଶ୍ୱରରେ ଥାନାକୁ ଆସି କହିଲେ ବୃଦ୍ଧା
୭୮ ବର୍ଷୀୟା ଗୋଲାପ ମିଶ୍ର
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଜନ୍ମକଲା ପୁଅ ନାମରେ ଥାନାରେ ସାଙ୍ଘାତିକ ଅଭିଯୋଗ କରିଛନ୍ତି ଜଣେ ବୃଦ୍ଧା । ତାଙ୍କ ଆଧାର କାର୍ଡ଼ ତାଙ୍କ ପୁଅ ଦେଉ ନ ଥିବା ଯୋଗୁଁ ସେ କରୋନା ଟିକା ନେଇପାରୁ ନାହାନ୍ତି ବୋଲି କହିଛନ୍ତି ୭୮ ବର୍ଷୀୟା ଗୋଲାପ ମିଶ୍ର ।

କେବଳ ଆଧାର କାର୍ଡ଼ ନେବାକୁ ଢେଙ୍କାନାଳରୁ ଭୁବନେଶ୍ୱର ଆସିଥିଲେ ଗୋଲାପ ମିଶ୍ର । ଉଦ୍ଦେଶ୍ୟ ଥିଲା ପୁଅଠାରୁ ଆଧାର କାର୍ଡ଼ ନେଇ ସେ କରୋନା ଟିକା ନେବେ । ହେଲେ ଚକେଇସିଆଣିରେ ନିଜ ପୁଅ ଘରେ ପହଞ୍ଚି ସେ ନିରାଶ ହୋଇଥିଲେ । ମା’କୁ ଦେଖି ଘରର ଫାଟକରେ ତାଲା ପକେଇଦେଥିଲା ପୁଅ । ଏହି ଅଭିଯୋଗ ନେଇ ମଞ୍ଚେଶ୍ୱର ଥାନାର ଦ୍ୱାରସ୍ଥ ହୋଇଥିଲେ ଗୋଲାପ ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

ତିନି ଝିଅ ଓ ଦୁଇ ପୁଅଙ୍କ ମା’ ଗୋଲାପ ମିଶ୍ର ନିଜ ସ୍ୱାମୀଙ୍କୁ କିଛି ବର୍ଷ ତଳେ ହରେଇଥିଲେ । ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କୁ ତାଙ୍କ ଦୁଇ ପୁଅ – ରୁଦ୍ର ନାରାୟନ ମିଶ୍ର ଓ ରବି ନାରାୟଣ ମିଶ୍ର – ମାଡ଼ ମାରି ଘରୁ ବାହାର କରିଦେଇଥିଲେ ବୋଲି ସେ କହିଛନ୍ତି । ଦୁଇ ବର୍ଷ ହେଲା ଢେଙ୍କାନାଳରେ ରହୁଥିବା ବଡ଼ ଝିଅ ପାଖରେ ସେ ରହିଆସୁଛନ୍ତି । କରୋନା ଟିକା ନେବା ପାଇଁ ଆଧାର କାର୍ଡ଼ ଆବଶ୍ୟକ ହେଉଥିବାରୁ ଶୁକ୍ରବାର ଦିନ ସେ ପୁଅର ଚକେଇସିଆଣି ଘରକୁ ଆସିଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ସ୍ୱାମୀ ଘରୁ ଯିବା ମାତ୍ରେ Loverକୁ ଘରକୁ ଡାକିଆଣୁଥିଲେ ସ୍ତ୍ରୀ; Hidden କ୍ୟାମେରାରେ ଧରାପଡ଼ିଲା

ମଞ୍ଚେଶ୍ୱର ଥାନାର ଦ୍ୱାରସ୍ଥ ହୋଇଥିଲେ ଗୋଲାପ ମିଶ୍ର ।


‘‘ମୋ’ ପାଖରେ ଆଧାର କାର୍ଡ଼ ତ ନାହିଁ । ଟିକା ନେବି କେମିତି? ଆଧାର କାର୍ଡ଼ ପାଇଁ ଚକେଇସିଆଣି ଘରକୁ ଆସିଲି, ହେଲେ ପୁଅ ଘରକୁ ଯିବାକୁ ଦଉନି । ସେଇଥି ପାଇଁ ଥାନାକୁ ଆସି ପୋଲିସର ସାହାଯ୍ୟ ମାଗୁଛି,’’ ଲୁହ ଜକେଇଆସୁଥିବା ଆଖି ଧରି କହିଛନ୍ତି ଗୋଲାପ ।

ଏହା ବି ପଢ଼ନ୍ତୁ | ଅଭିନେତ୍ରୀ ରେଖାଙ୍କୁ ବିବାହ ପୂର୍ବରୁ ଶାରିରୀକ ସମ୍ପର୍କ ସ୍ଥାପନ କରିବା ଅନୁଚିତ ଲାଗୁ ଥିଲା

ଚକେଇସିଆଣିରେ ଥିବା ଘର ତାଙ୍କ ସ୍ୱାମୀ ତିଆରି କରିଥିଲେ ବୋଲି ସେ କହିଛନ୍ତି । ‘‘ହେଲେ ତାଙ୍କ ମୃତ୍ୟୁ ପରେ ଏ ଘର ମୋ’ ପାଇଁ ପର ହୋଇଯାଇଛି । ତିନି ଝିଅଙ୍କ ମଧ୍ୟରୁ ଜଣକର ବାହାଘର ହୋଇନି । ଏଭଳି ସ୍ଥିତିରେ ଦୁଇ ପୁଅ ମିଶି ମୋତେ ଘରୁ ବାହାର କରିଦେଇଥିବାରୁ ମୁଁ ସବୁ ବେଳେ ଚିନ୍ତାରେ ରହୁଛି । ଲାଗୁଛି ପୁଅ ଜନ୍ମ କରି ପାପ କରିଛି,’’ ସହିଛନ୍ତି ଗୋଲାପ ।

ଏହା ବି ପଢ଼ନ୍ତୁ | ମଣିଷ ନା ରାକ୍ଷସ? ନିଜ ମାକୁ ମାରି ମୃତ ଦେହକୁ ,୦୦୦ ଖଣ୍ଡ କରି କାଟିଥିଲା ଖାଇଥିଲା ଏହି ଯୁବକ

ନିଜ ପାଞ୍ଚ ପିଲାଙ୍କୁ ପାଠ ପଢେଇ ମଣିଷ କରିଛନ୍ତି ବୋଲି ସେ କହିଛନ୍ତି । ‘‘ବଡ଼ ପୁଅ ସିନିଅର୍‌ ଟେକନିକାଲ୍‌ ଅଫିସର୍‌ ଅଛି । ସାନ ପୁଅ ଏକ ଘରୋଇ କମ୍ପାନୀରେ ଚାକିରୀ କରିଛି । ଝିଅମାନେ ବି ଭଲ ଚାକିରୀ କରିଛନ୍ତି । ହେଲେ ଏବେ ମୋ’ ଦୁଇ ପୁଅ ଟଙ୍କା ଲୋଭରେ ଅନ୍ଧ ହୋଇଯାଇଛନ୍ତି । ସେଇଥି ପାଇଁ ମା’କୁ ମାଡ଼ ମାରି ବାହାର କରିଦେଇଛନ୍ତି । ପୋଲିସ ମୋତେ ନ୍ୟାୟ ଦେବ ବୋଲି ମୋ’ର ଆଶା,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ |ବାପାଙ୍କୁ କୁମ୍ଭ ମେଳାକୁ ଯିବାରୁ ବାରଣ କରିଥିଲି, ହେଲେ ସେ ଶୁଣି ଥିଲେ’: ଶ୍ରବଣ ରାଠୋଡ଼ଙ୍କ ପୁଅ

ହେଲେ ଗୋଲାପଙ୍କ ସାନ ପୁଅ ରବି ନାରାୟଣ ମିଶ୍ର କହିଛନ୍ତି ଯେ ତାଙ୍କ ମା’ଙ୍କ ସବୁ ଅଭିଯୋଗ ସମ୍ପୂର୍ଣ୍ଣ ମିଛ । ‘‘ଝିଅ ଜ୍ୱାଇଁଙ୍କ କଥାରେ ପଡ଼ି ଏଭଳି ଅଭିଯୋଗ କରିଛନ୍ତି ମୋ’ ମା । ମୁଁ ଏବେ ମା’ଙ୍କ ନାମରେ ପାଲଟା ଅଭିଯୋଗ କରିବାକୁ ଥାନାକୁ ଆସିଛି। ମୋ’ ମା’, ଭଉଣୀ ଓ ଭିଣୋଇ ମିଶି ଆମକୁ ଘରେ ପଶି  ଆକ୍ରମଣ କରିଛନ୍ତି । ଜୋର୍‌ ଜବରଦସ୍ତ ଘରେ ପଶି ଭଙ୍ଗାରୁଜା କରିଛନ୍ତି । ତେଣୁ ସେମାନଙ୍କ ବିରୋଧରେ ଅଭିଯୋଗ କରିବି,’’ କହିଛନ୍ତି ରବି ନାରାୟଣ ।

ଏହା ବି ପଢ଼ନ୍ତୁ | ୧୮ ବର୍ଷ ବା ଅଧିକ? କରୋନା ଟିକା ନେବା ପାଇଁ CoWin ଆପ୍ରେ କେମିତି ପଞ୍ଜୀକରଣ କରିବେ ଜାଣନ୍ତୁ

ଏହି ମାମଲା ବିଷୟରେ କଟକ-ଭୁବନେଶ୍ବର ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ‘‘ବୟସ୍କା ମହିଳାଙ୍କ ଅଭିଯୋଗ ଆସିବା ପରେ ତାଙ୍କ ପୁଅ ସହ ପଚରାଉଚରା କରାଯାଉଛି । ଯଥା ସମ୍ଭବ ଆମେ ଚେଷ୍ଟା କରିବୁ ତାଙ୍କୁ ସାହାଯ୍ୟ କରିବାକୁ । ବୃଦ୍ଧାଙ୍କ ଅଭିଯୋଗରେ କେତେ ସତ୍ୟତା ଅଛି ତା’ର ବି ଯାଞ୍ଚ ହେଉଛି ।’’



ବରିଷ୍ଠ ନାଗରିକମାନଙ୍କ ପାଇଁ  କରୋନା କାଳରେ ହେଲ୍ପଲାଇନ ଜାରି କରିଛି କମିଶନରେଟ୍‌ ପୋଲିସ । ଘରେ ରହି ସାହାଯ୍ୟ ମାଗିଲେ ପୋଲିସ ସହଯୋଗ କରିବ ବୋଲି କୁହାଯାଇଛି । ହେଲେ ଏହି ବ୍ୟବସ୍ଥା ବିଷୟରେ ଅଜ୍ଞ ବୃଦ୍ଧା ଜଣକ ଥାନାକୁ ଆସି ଅଭିଯୋଗ କରିଥିଲେ ।
Published by: Anand ST Das
First published: May 14, 2021, 11:49 PM IST