କଟକ ଓ ଭୁବନେଶ୍ବରରେ ଜରୁରୀକାଳୀନ ସ୍ଥିତି ପାଇଁ ଆରମ୍ଭ ହେଲା ଓଲା କ୍ୟାବ୍ ସେବା

ପ୍ରଥମ ପର୍ଯ୍ୟାୟରେ ଟ୍ୱିନ୍ ସିଟି ଭୁବନେଶ୍ୱର ଓ କଟକ ପାଇଁ ଓଲାର ୧୦୦ଟି ଗାଡ଼ିକୁ କମିଶନରେଟ୍ ପୋଲିସ ପକ୍ଷରୁ ଅନୁମତି ମିଳିଛି ।

କଟକ ଓ ଭୁବନେଶ୍ବରରେ ଜରୁରୀକାଳୀନ ସ୍ଥିତି ପାଇଁ ଆରମ୍ଭ ହେଲା ଓଲା କ୍ୟାବ୍ ସେବା
ଓଲା କ୍ୟାବ୍ ସେବା ଦ୍ୱାରା ଜରୁରୀକାଳୀନ ସମୟରେ ଲୋକଙ୍କୁ ବହୁତ ସୁବିଧା ହେବ ।
  • News18 Odia
  • Last Updated: April 12, 2020, 4:25 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବେଙ୍ଗାଲୁରୁ ଓ ଭାଇଜାଗ୍‌ ପରେ ଓଲା କ୍ୟାବ ଭୁବନେଶ୍ୱର ଓ କଟକରେ ଜରୁରୀକାଳୀନ ସେବା ଯୋଗାଇବା ଆରମ୍ଭ କରିଛି। ଏହି ସେବା କେବଳ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଜରୁରୀକାଳୀନ ପରିସ୍ଥିତି ଲୋକଙ୍କୁ ଉପଲବ୍ଧ ହେବ । ଭୁବନେଶ୍ୱର ଏବଂ କଟକ ଟ୍ୱିନ୍ ସହରରେ ଏହି ସେବା ପାଇଁ ଓଲାକୁ କମିଶନରେଟ୍‌ ପୋଲିସ୍ ପକ୍ଷରୁ ୧୦୦ଟି କ୍ୟାବ୍‌ ଚଳେଇବାକୁ ଅନୁମତି ମିଳିଛି ।

ଲକଡାଉନ୍‌ ଜାରିଥିବା ଏହି ସମୟରେ ଲୋକେ କେବଳ ନିଜ ଘରୁ ହସପିଟାଲକୁ ଯିବା ଆସିବା ପାଇଁ ଓଲା କ୍ୟାବ୍‌ ଉପଯୋଗ କରିପାରିବେ । ରୋଗୀଙ୍କୁ ନେବା ଆଣିବା ପାଇଁ ଏହି ସେବା ଆରମ୍ଭ ହୋଇଛି ବୋଲି କମିଶନରେଟ୍‌ ପୋଲିସ୍‌ ପକ୍ଷରୁ କୁହାଯାଇଛି । କେବଳ ଘର ଠୁ ହସ୍ପିଟାଲ ଯାଏ ନେବା ଆଣିବା କରିପାରିବ ଓଲା କ୍ୟାବ୍ । ଗାଡ଼ିରେ ଡ୍ରାଇଭର ସହ ରୋଗୀ ଓ ତାଙ୍କର ଜଣେ ସମ୍ପର୍କୀୟ ଯାଇ ପାରିବେ ।

ଓଲା ଭାରତର ସର୍ବବୃହତ ମୋବିଲିଟି ପ୍ଲାଟଫର୍ମ । ଓଲା ଗୃପ୍‌ ପ୍ରଧାନ ମନ୍ତ୍ରୀଙ୍କ ନାଗରିକ ସହାୟତା ଏବଂ ଜରୁରୀକାଳୀନ ପରିସ୍ଥିତିରେ ରିଲିଫ୍ (PM CARES) ପାଣ୍ଠିକୁ କରୋନା ଭାଇରସ୍‌ ସମୟରେ ରିଲିଫ୍ ପାଇଁ ୫ କୋଟି ଟଙ୍କାର ସହାୟତା ରାଶି ଦେଇଛି । ବିଭିନ୍ନ ରାଜ୍ୟର ମୁଖ୍ୟ ମନ୍ତ୍ରୀମାନଙ୍କ ରିଲିଫ୍ ପାଣ୍ଠିକୁ ମଧ୍ୟ ଏହି କମ୍ପାନୀ ତିନି କୋଟି ଟଙ୍କା ଲେଖାଏଁ ଦେଇଛି । ଟ୍ୟାକ୍ସି ସେବା ବ୍ୟତୀତ ଓଲା ଗୃପ୍ ଓଲା ଆର୍ଥିକ ସେବା, ଓଲା ଫୁଡ୍ସ ଏବଂ ଓଲା ଇଲେକ୍ଟ୍ରିକ୍ ନାମକ କମ୍ପାନୀ ବି ପଚିଚାଳିତ କରେ ।

ଓଲା ଗ୍ରୁପର ସହ-ପ୍ରତିଷ୍ଠାତା ତଥା ସିଇଓ ଭବୀଶ ଅଗ୍ରୱାଲ କହିଛନ୍ତି, “କରୋନା ଭାଇରସ୍‌ ଏକ ବିଶ୍ୱବ୍ୟାପୀ ସଙ୍କଟ ସୃଷ୍ଟି କରିଛି ଓ ସମଗ୍ର ଦେଶ ଏକାଠି ହୋଇ ଏହି ମହାମାରୀର ମୁକାବିଲା କରିବା ଉଚିତ । କୋଭିଡ-୧୯ର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଦିନରାତି କାର୍ଯ୍ୟ କରୁଛନ୍ତି ଏବଂ ଭାରତରେ କରୋନା ଭାଇରସ୍ ବିପଦକୁ ରୋକିବା ପାଇଁ ଅନେକ ସକ୍ରିୟ ପଦକ୍ଷେପ ନେଇଛନ୍ତି । ସରକାରଙ୍କ ନିରନ୍ତର ଉଦ୍ୟମକୁ ଆମେ ନମସ୍କାର କରୁଛୁ । ପିଏମ୍‌ କୋରସ୍‌ ପାଣ୍ଠିରେ ୫ କୋଟି ଟଙ୍କା ଓ ବିଭିନ୍ନ ରାଜ୍ୟର କୋଭିଡ-୧୯ ରିଲିଫ ପଦକ୍ଷେପକୁ ସମର୍ଥନ କରି ବିଭିନ୍ନ ରାଜ୍ୟର ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ତିନି କୋଟି ଟଙ୍କା ଲେଖାଏଁ ସହଯୋଗ ନମ୍ରତାର ସହ ଦେଇଛୁ ।’’
First published: April 12, 2020, 4:25 PM IST
corona virus btn
corona virus btn
Loading