ଏଥର ହେବନି ସ୍ପେଶାଲ OJEE; BTech ପାଇଁ ହେବ ସ୍ୱତନ୍ତ୍ର ପ୍ରବେଶିକା ପରୀକ୍ଷା

କରୋନା ଭାଇରସ୍ ସଙ୍କଟ ଯୋଗୁଁ ବାତିଲ ହେଲା ସ୍ୱତନ୍ତ୍ର OJEE । ପ୍ରତି ବର୍ଷ ବୈଷୟିକ ଶିକ୍ଷା ପାଇଁ ରାଜ୍ୟରେ ଫାଙ୍କା ପଡ଼ୁଥିବା ସିଟଗୁଡ଼ିକୁ ପୂରଣ କରିବା ପାଇଁ ହୋଇଥାଏ ଏହି ପରୀକ୍ଷା ।

ଏଥର ହେବନି ସ୍ପେଶାଲ OJEE; BTech ପାଇଁ ହେବ ସ୍ୱତନ୍ତ୍ର ପ୍ରବେଶିକା ପରୀକ୍ଷା
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ସଙ୍କଟ ଯୋଗୁଁ ଚଳିତ ବର୍ଷର ସ୍ପେଶାଲ ଓଜେଇଇ ପରୀକ୍ଷାକୁ ବାତିଲ କରାଯାଇଛି । ବିଟେକ ଛାତ୍ରଛାତ୍ରୀଙ୍କ ପାଇଁ ଓଜେଇଇ ସହିତ ହେବ ସ୍ୱତନ୍ତ୍ର ପ୍ରବେଶିକା ପରୀକ୍ଷା । ଜେଇଇ ମେନ ପରୀକ୍ଷାରୁ ବଞ୍ଚିତ ରହିଥିବା ଛାତ୍ରଛାତ୍ରୀ ଏହି ପରୀକ୍ଷା ପାଇଁ ଆବେଦନ କରିପାରିବେ ।

ଆଜି ଠାରୁ ଅର୍ଥାତ ମେ ୧୨ ତାରିଖରୁ ମେ ୩୧ ତାରିଖ ପର୍ଯ୍ୟନ୍ତ ojee.nic.in ୱେବସାଇଟରେ ପ୍ରାର୍ଥୀମାନେ ଆବେଦନ କରିପାରିବେ। ସେହି ଭଳି ଜୁନ ୫ ତାରିଖ ପର୍ଯ୍ୟନ୍ତ ଫି ଦାଖଲ କରିବାର ସୁବିଧା ରହିଛି ।

ପ୍ରତି ବର୍ଷ ମେ ମାସରେ ଓଜେଇଇ ଓ ଜୁଲାଇ ତୃତୀୟ ସପ୍ତାହରେ ସ୍ପେଶାଲ ଓଜେଇଇ ଅନୁଷ୍ଠିତ ହୋଇଥାଏ । ଚଳିତ ବର୍ଷ କୋରୋନା ଯୋଗୁଁ ଜୁଲାଇ ତୃତୀୟ ସପ୍ତାହରେ ଜେଇଇ ମେନ ଓ ନିଟ ପରୀକ୍ଷା ଅନୁଷ୍ଠିତ ହେବ । ଏହା ପରେ ଓଜେଇଇ ଅନୁଷ୍ଠିତ ହେବ। ତେଣୁ ସ୍ପେଶାଲ ଓଜେଇଇ ସମ୍ଭବ ନୁହେଁ ବୋଲି କହିଛନ୍ତି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ।

ବିଟେକ ଛାତ୍ରଛାତ୍ରୀଙ୍କ ପାଇଁ ଓଜେଇଇ ସହିତ ହେବ ସ୍ୱତନ୍ତ୍ର ପ୍ରବେଶିକା ପରୀକ୍ଷା ।


ଏହା ବି ପଢ଼ନ୍ତୁ: ରାଜ୍ୟରେ ଆଉ ୨୩ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହେଲେ; ଏବେ ମୋଟ ସଂଖ୍ୟା ୪୩୭

‘‘କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଗାଇଡ଼ଲାଇନ ଅନୁଯାଇ ଜୁଲାଇ ମାସରେ ବାକି ଥିବା ପରୀକ୍ଷା କରାଯିବ। ତେଣୁ ପ୍ରଥମେ ଜୁଲାଇ ୧୮ରୁ ୨୩ ସର୍ବଭାରତୀୟ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ଜେଇଇ ମେନ ପରୀକ୍ଷା ହେବ । ଏହା ପରେ ୨୬ ଜୁଲାଇରେ ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌ ଓ ଏହା ପରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଅର୍ଥାତ ଓଜେଇଇ ହେବ। ଏହି ଦ୍ଵିତୀୟ ପର୍ଯ୍ୟାୟ ଜେଇଇ ମେନ ରୁ ବଞ୍ଚିତ ହୋଇଥିବା ଛାତ୍ରଛାତ୍ରୀ ସ୍ୱତନ୍ତ୍ର ବିଟେକରେ ଭାଗ ନେବେ,’’ କହିଛନ୍ତି ସୁଦୀପ କୁମାର ଚାନ୍ଦ ।

କାଉନସେଲିଂ ସମୟରେ ପ୍ରଥମେ ଜେଇଇ ମେନ୍‌ ରାଙ୍କଧାରୀଙ୍କୁ ରାଜ୍ୟରେ ଥିବା ସରକାରୀ ଓ ଘରୋଇ ଇଞ୍ଜିନିୟରିଂ ଶିକ୍ଷାଅନୁଷ୍ଠାନରେ ପଢିବାକୁ ସୁଯୋଗ ମିଳିବ ଓ ଏହା ପରେ ଓଜେଇଇ ରାଙ୍କ ପିଲାଙ୍କୁ ମିଳିବ ।

ଏହା ବି ପଢ଼ନ୍ତୁ: ଲକଡାଉନ୍ ରଣନୀତି: ଆଜି ରାତି ୮ଟାରେ ଦେଶକୁ ସମ୍ବୋଧନ କରିବେ ପ୍ରଧାନ ମନ୍ତ୍ରୀ ମୋଦି

ଗତ କିଛି ବର୍ଷ ହେବ ରାଜ୍ୟରେ ହଜାର ହଜାର ଇଞ୍ଜିନିୟରିଂ ସିଟ ଫାଙ୍କା ପଡୁଛି । ମୋଟ ୩୮,୦୦୦ ସିଟରୁ ୧୦,୦୦୦ ସିଟ ପୂରଣ ହେଉଥିବା ବେଳେ ବାକି ପାଖାପାଖି ୨୮,୦୦୦ ସିଟ୍‌ ଫାଙ୍କା ରହିଯାଉଛି । ସରକାରୀ କଲେଜଗୁଡ଼ିକୁ ଛାଡିଦେଲେ ରାଜ୍ୟରେ ଥିବା ୮୦ଟି ଘରୋଇ ବୈଷୟିକ ବିଦ୍ୟାଳୟର ଅବସ୍ଥା ଶୋଚନୀୟ ହୋଇଛି । ସେହି ସିଟଗୁଡିକୁ ପୂରଣ କରିବା ପାଇଁ ୨୦୧୩ ମସିହାରୁ ହାଇକୋର୍ଟର ଅନୁମୋଦନ କ୍ରମେ ଏହି ସ୍ୱତନ୍ତ୍ର ଓଜେଇଇ ପ୍ରତି ବର୍ଷ ହୋଇ ଆସୁଛି ।
First published: May 12, 2020, 7:16 PM IST
corona virus btn
corona virus btn
Loading