News18 Odia Digital
କଟକ: ମହାବାତ୍ୟାର ରୂପ ନେଉଥିବା ବାତ୍ୟା ଅମ୍ଫନ ପଶ୍ଚିମ ବଙ୍ଗ ଓ ବାଙ୍ଗଲାଦେଶ ଉପକୂଳରେ ଲ୍ୟାଣ୍ଡଫଲ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲେ ମଧ୍ୟ ଓଡିଶାରେ ଏହାର ବ୍ୟାପକ ପ୍ରଭାବ ପଡ଼ିବ । ଏହାକୁ ଦୃଷ୍ଟିରେ ରଖି ନିଜକୁ ପ୍ରସ୍ତୁତ କରିଛି ଓଡ୍ରାଫ (ODRAF)। ବାତ୍ୟା ଆଶଙ୍କା ଥିବା ଜିଲ୍ଳାଗୁଡିକରେ ୧୫ଟି ଟିମ ମୁତୟନ ହୋଇସାରିଥିବା ବେଳେ କଟକ ସ୍ଥିତ ମୁଖ୍ୟାଳୟରେ ୨ଟି ଟିମକୁ ରିଜର୍ଭରେ ରଖାଯାଇଛି ।
ଓଡ୍ରାଫ ପକ୍ଷରୁ ବାଲେଶ୍ବରରେ ସର୍ବାଧିକ ୩ଟି ଟିମ ମୁତୟନ କରାଯାଇଥିବା ବେଳେ ଭଦ୍ରକ, କେନ୍ଦ୍ରାପଡା, ଖୋର୍ଦ୍ଧା ଓ ଗଞ୍ଜାମରେ ଦୁଇଟି ଲେଖାଏଁ ଟିମ ମୁତୟନ କରାରାଯାଇଛି । ମୟୁରଭଞ୍ଚ, ଯାଜପୁର, କଟକ ଓ କେନ୍ଦ୍ରାପଡାରେ ଗୋଟିଏ ଲେଖାଏଁ ଟିମ ନିୟୋଜିତ ହୋଇ ସାରିଛନ୍ତି । ଏହା ବ୍ୟତିତ କଟକ ସ୍ଥିତ ଓଏସଏପି ଷଷ୍ଠ ବଟାଲିୟନରେ ରିଜର୍ଭରେ ରଖାଯାଇଥିବା ୨ଟି ଟିମକୁ ଆବଶ୍ୟକ ପଡିଲେ ବାତ୍ୟା ମୁକାବିଲାରେ ନିୟୋଜିତ କରାଯିବ ।
“ଆମେ ପାୱାର ସ’ ଓ ପାୱାର ବୋଟ୍ ସହିତ ଆବଶ୍ୟକ ହେଉଥିବା ସମସ୍ତ ପ୍ରକାର ଉପରକଣଗୁଡିକକୁ ପ୍ରସ୍ତୁତ କରି ରଖିଛୁ । ଯେତେବେଳେ ବି ନିର୍ଦ୍ଦେଶ ଆସିବ ଆମେ ତୁରନ୍ତ ଧାର୍ଯ୍ୟ କରାଯାଇଥିବା ନିଜ ନିଜର ଗନ୍ତବ୍ୟ ସ୍ଥଳକୁ ଯିବୁ । ତେବେ କରୋନା ସମୟରେ ଏହି ବାତ୍ୟା ଆସିଥିବାରୁ ପ୍ରତି ଓଡ୍ରାଫ ଜବାନଙ୍କୁ ଗୋଟିଏ ଗୋଟିଏ ପିପିଇ କିଟ୍ ସହ ମୋଟର ଚାଳିତ ସାନିଟାଇଜିଂ ମେସିନ ପ୍ରଦାନ କରାଯାଇଛି,” କହିଛନ୍ତି ଓଏମପି ଷଷ୍ଠ ବଟାଲିୟନରେ ରିଜର୍ଭରେ ଥିବା ଓଡ୍ରାଫ ଟିମର ସଦସ୍ୟ ସୁନିଲ ନାୟକ ।

କଟକରେ ଓଡ୍ରାଫର ଗାଡ଼ି ପ୍ରସ୍ତୁତ ହୋଇ ରହିଛି ।
ପବନ ସାଙ୍ଗକୁ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଉଥିବାରୁ ଏଥି ପାଇଁ କଟକ ସହରରେ ଆଗୁଆ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛି ସିଏମସି । ସହରରେ ଥିବା ବାତ୍ୟା ପ୍ରଭାବ ଆଶଙ୍କା ଥିବା ମୋଟ ୯୯ଟି ଅଞ୍ଚଳକୁ ଚିହ୍ନଟ କରାଯାଇଛି । ଏହି ଅଞ୍ଚଳଗୁଡିକରେ ବସବାସ କରୁଥିବା ୮,୮୮୫ ଜଣ ଲୋକଙ୍କୁ ସ୍ଥାନାନ୍ତରିତ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସହର ମଧ୍ୟରେ ଚିହ୍ନଟ ହୋଇଥିବା ୮୫ଟି ସ୍ଥାନରେ ସେମାନଙ୍କର ରହିବା ଓ ଖାଇବାର ବ୍ୟବସ୍ଥା ମଧ୍ୟ କରାଯାଇଛି ।
“ଲୋକଙ୍କୁ ସ୍ଥାନାନ୍ତର କରିବା ସହ ପ୍ରବଳ ବର୍ଷା ଯୋଗୁଁ ସହରରେ ସୃଷ୍ଟି ହେବାକୁ ଥିବା ଜଳ ବନ୍ଦି ସମସ୍ୟାର ମୁକାବିଲା ପାଇଁ ମଧ୍ୟ ଆମେ ପ୍ରସ୍ତୁତ ଅଛୁ । ଏଥି ପାଇଁ ସହରର ତଳି ଅଞ୍ଚଳଗୁଡିକରେ ଆମେ ଉଚ୍ଚ ଶକ୍ତି ସମ୍ପର୍ଣ୍ଣ ମୋଟର ଗୁଡିକୁ ମଧ୍ୟ ଲଗାଇଛୁ,” କହିଛନ୍ତି ସିଏମସିର ଡେପୁଟି କମିଶନର ଡକ୍ଟର ଅବିନାଶ ରାଉତ ।
ଅଗ୍ନିଶମ ବିଭାଗ ଓ ଏନ.ଡି.ଆର.ଏଫ ସହିତ କାନ୍ଧରେ କାନ୍ଧ ମିଳାଇ ଓଡ୍ରାଫ ପୂର୍ବରୁ ଅନେକ ବାତ୍ୟାର ସଫଳ ମୁକାବିଲା କରିଛି । ମହାବାତ୍ୟା ଅମ୍ଫନର ମୁକାବିଲା ପାଇଁ ଓଡ୍ରାଫର ୧୭ଟି ଟିମ ସହିତ ଏନ.ଡି.ଆର.ଏଫର ୧୮ଟି ଟିମ ଏବଂ ଅଗ୍ନିଶମ ବିଭାଗର ୧୫୦ଟି ଟିମକୁ ମିଶାଇ ପ୍ରାୟ ୨,୦୦୦ରୁ ଉର୍ଦ୍ଧ ଜବାନ ରାଜ୍ୟର ବିଭିନ୍ନ ସ୍ଥାନରେ ମୁତୟନ ହୋଇ ସାରିଛନ୍ତି ।
ଏହା ବି ପଢ଼ନ୍ତୁ: ୨୦୦୬ ମସିହାରୁ ସଠିକ୍ ପୂର୍ବାନୁମାନ ଦେଇଆସୁଛନ୍ତି ଭାରତର 'ସାଇକ୍ଲୋନ୍ ମ୍ୟାନ୍' ମୃତ୍ୟୁଞ୍ଜୟ ମହାପାତ୍ରଏହା ବି ପଢ଼ନ୍ତୁ: ଆସୁଛି ଅମ୍ଫନ ବାତ୍ୟା: ଆଜି ବାଲେଶ୍ୱରରେ ସମୁଦ୍ର କୂଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବଏହା ବି ପଢ଼ନ୍ତୁ: ରାଜ୍ୟରେ ଆହୁରି ୪୮ କରୋନା ପଜିଟିଭ ଚିହ୍ନଟ; ମୋଟ ସଂଖ୍ୟା ୮୭୬ ହେଲା; ଗଞ୍ଜାମରେ ୩୦୭ଏହା ବି ପଢ଼ନ୍ତୁ: ମେ ୩୧ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ୍; ଏହି ସବୁ କାମ କରିବାକୁ ଅନୁମତି ଅଛିଏହା ବି ପଢ଼ନ୍ତୁ: ଏମିତି ବି ହୋଇପାରେ: କରୋନା ବିଶ୍ୱକୁ କେବେ ବି ଛାଡ଼ି ଯାଇ ନ ପାରେ, କହିଲେ WHO ଅଧିକାରୀଏହା ବି ପଢ଼ନ୍ତୁ: କରୋନା ସନ୍ଦେହରେ ହସପିଟାଲରେ ଥିବା ନିଜ ୫ ବର୍ଷର ପୁଅକୁ ହତ୍ୟା କଲେ ଫୁଟବଲ୍ ଖେଳାଳିPublished by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।