କରୋନା ଭାଇରସ: କଟକ ବଡ଼ ମେଡିକାଲରେ ଚ଼ୀନରୁ ଫେରିଥିବା ମହିଳା, ତାଙ୍କ ସ୍ବାମୀ ଭର୍ତ୍ତି

ଓଡିଆ ଛାତ୍ରୀଜଣକ ଚ଼ୀନର ଉହାନରେ ଡାକ୍ତରୀ ପଢ଼ୁଥିଲେ । ଓଡିଶା ଫେରିବା ପରେ ସେ କାଶ, ଛିଙ୍କ ଓ ସର୍ଦ୍ଦିରେ ଆକ୍ରାନ୍ତ ହୋଇଥିଲେ । ପୂର୍ବରୁ ଫୁଲବାଣୀ ବାସିନ୍ଦା ତଥା ଚ଼ୀନର ସିଙ୍ଗଜାଙ୍ଗରେ ଡାକ୍ତରୀ ପଢୁଥିବା ଜଣେ ସନ୍ଦିଗ୍ଧ କରୋନା ଭାଇରସ୍ ରୋଗୀ ମଧ୍ୟ ଏସସିବିର ସେହି ୱାର୍ଡରେ ପରୀକ୍ଷାଧୀନ ଅଛନ୍ତି ।

କରୋନା ଭାଇରସ: କଟକ ବଡ଼ ମେଡିକାଲରେ ଚ଼ୀନରୁ ଫେରିଥିବା ମହିଳା, ତାଙ୍କ ସ୍ବାମୀ ଭର୍ତ୍ତି
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: February 3, 2020, 2:30 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ମାରାତ୍ମକ କରୋନା ଭାଇରସ ସମଗ୍ର ବିଶ୍ବରେ ଆତଙ୍କ ଖେଳାଇ ଚ଼ାଲିଛି ଓ ବିଶେଷତଃ ଚ଼ୀନରେ ଶହ ଶହ ଆକ୍ରାନ୍ତ ଲୋକଙ୍କ ଜୀବନ ନେଇ ଚ଼ାଲିଛି । କଟକର ଏସସିବି ମେଡିକାଲରେ ଥିବା କରୋନା ୱାର୍ଡ଼ରେ ଚ଼ୀନର ଉହାନ ପ୍ରଦେଶରେ ଡାକ୍ତରୀ ପଢ଼ୁଥିବା ଜଣେ ଓଡ଼ିଆ ମହିଳା ଓ ତାଙ୍କ ସ୍ୱାମୀ ସନ୍ଦିଗ୍ଧ ରୋଗୀ ଭାବେ ଭର୍ତ୍ତି ହୋଇଛନ୍ତି ।

ମହିଳା ଜଣଙ୍କ ଗତ ମାସ ୧୯ ତାରିଖ ଦିନ ଘରକୁ ଫେରିଥିଲେ । ତାଙ୍କୁ ଏସସିବିର ସ୍ବତନ୍ତ୍ର କରୋନା ୱାର୍ଡରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ସ୍ବାମୀଙ୍କୁ ଅନ୍ୟ ଏକ କୋଠରୀରେ ଅବଜରଭେସନରେ ରଖାଯାଇଛି । ସେମାନେ ରବିବାର ଭର୍ତ୍ତି ହେବା ପରେ ପଲମନାରୀ ବିଭାଗର ଡାକ୍ତର ଉଭୟଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ ।

ଦମ୍ପତିଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ କେମିତି ଅଛି ତାହା ଜଣା ପଡ଼ି ନ ଥିଲେ ମଧ୍ୟ ଉଭୟ ଭର୍ତ୍ତି ହେବା ପରେ କେବଳ ସମ୍ପୃକ୍ତ ମହିଳାଙ୍କର ସ୍ୱାବ ଓ ରକ୍ତ ନମୂନା ସଂଗ୍ରହ କରାଯାଇଥିଲା । ସୋମବାର ଦିନ ତାହାକୁ ପରୀକ୍ଷା ପାଇଁ ଭୁବେନଶ୍ବର ଠାରେ ଥିବା ଆରଏମଆରସି ଜରିଆରେ ପୁନେ ସ୍ଥିତ ଏନ.ଆଇ.ଭି.କୁ ପଠାଯିବ ।

ସମ୍ପୃକ୍ତ ଓଡିଆ ଛାତ୍ରୀ ଜଣକ ଚ଼ୀନର ଉହାନ ପ୍ରଦେଶରେ ଥିବା ଏକ ମେଡିକାଲ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ । ଗତ ମାସ ୧୯ ତାରିଖ ଦିନ ସେ ଓଡିଶା ଫେରିଥିଲେ । ଫେରିବା ପରେ ତାଙ୍କ ଠାରେ କାଶ, ଛିଙ୍କ ଓ ସର୍ଦ୍ଦିର ଲକ୍ଷଣ ପ୍ରକାଶ ପାଇଥିଲା । ରବିବାର ଦିନ ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ସେ ସ୍ବାମୀଙ୍କ ସହ କଟକ ଆସିଥିଲେ ।

ଏହି ସମୟରେ ମହିଳା ଜଣକ ସ୍ବାମୀଙ୍କ ସହ ଏସସିବିର କରୋନା ୱାର୍ଡରେ ଥିବା ଡାକ୍ତରଙ୍କ ପରାମର୍ଶ ନେବାକୁ ଆସିଥିଲେ । ତାଙ୍କ ସହ ଆଲୋଚନା କରିବା ପରେ ଡାକ୍ତର ସ୍ତ୍ରୀଙ୍କୁ ଭର୍ତ୍ତି ହେବା ପାଇଁ ପରାମର୍ଶ ଦେଇଥିଲେ ।

ପୂର୍ବରୁ ଫୁଲବାଣୀ ବାସିନ୍ଦା ତଥା ଚ଼ୀନର ସିଙ୍ଗଜାଙ୍ଗ୍ ପ୍ରଦେଶରେ ରହି ଡାକ୍ତରୀ ପଢୁଥିବା ଜଣେ ସନ୍ଦିଗ୍ଧ କରୋନା ଭାଇରସ୍‌ ରୋଗୀ ମଧ୍ୟ ଏସସିବିର ସେହି ୱାର୍ଡରେ ଚ଼ିକିତ୍ସିତ ହେଉଛନ୍ତି । ଶନିବାର ଦିନ ତାଙ୍କର ସ୍ବାବ ଓ ରକ୍ତ ନମୂନା ସଂଗ୍ରହ କରାଯାଇଥିବା ବେଳେ ତା’ର ପରୀକ୍ଷା ରିପୋର୍ଟ ମଙ୍ଗଳବାର ସୁଦ୍ଧା ମିଳିବ ବୋଲି ମେଡିକାଲ ପକ୍ଷରୁ ଜଣା ପଡିଛି ।

ସେପଟେ ତିନି ଦିନ ତଳେ ଓଡିଶାରୁ ପଠାଯାଇଥିବା ପାଞ୍ଚଟି ନମୂନା ମଧ୍ୟରୁ ଚ଼ାରିଟି ନମୂନା ନେଗେଟିଭ୍ ଆସିଥିବା ଡିଏମଇଟିଙ୍କ କାର୍ଯ୍ୟାଳୟ ପକ୍ଷରୁ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ତେବେ ଏସସିବିରେ ଭର୍ତ୍ତି ହୋଇଥିବା ଛାତ୍ରୀ ଓ ତାଙ୍କ ପୂର୍ବରୁ ଆସିଥିବା ଛାତ୍ରଙ୍କ ପରିଚୟ ଗୋପନ ରଖାଯାଇଛି ।

ଅପର ପକ୍ଷେ ଓଡିଶାର ପ୍ରାୟ ୫୦୦ ଛାତ୍ରଛାତ୍ରୀ ଚ଼ୀନର ବିଭିନ୍ନ ପ୍ରଦେଶରେ ମେଡିକାଲ ପଢୁଥିବା ଏସସିବିର ଜଣେ ଡାକ୍ତର ସୂଚନା ଦେଇଛନ୍ତି । ଯେହେତୁ ଚ଼ୀନରେ ରହୁଥିବା ଭାରତୀୟମାନଙ୍କୁ ସ୍ବଦେଶ ଫେରାଇ ଅଣାଯାଉଛି, ଆଗକୁ ସନ୍ଦିଗ୍ଧଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି ।

କରୋନାର ମୁକାବିଲା ପାଇଁ ଏସସିବିରେ ୪୦ଟି ବେଡ୍ ବିଶିଷ୍ଟ ଦୁଇଟି ସ୍ବତନ୍ତ୍ର ୱାର୍ଡ୍ ସହ ଆଠଟି ବେଡ୍ ବିଶିଷ୍ଟ ଏକ ଆଇସିୟୁ ପ୍ରସ୍ତୁତ ରଖାଯାଇଛି । ଗୋଟିଏ ୱାର୍ଡକୁ ସନ୍ଦିଗ୍ଧ ରୋଗୀମାନଙ୍କ ପାଇଁ ରଖାଯାଇଥିବା ବେଳେ ଅନ୍ୟଟିକୁ “ଆଇସୋଲେସନ୍ ୱାର୍ଡ୍” ଭାବେ ରଖାଯାଇଛି । ଏହି ଦୁଇଟି ୱାର୍ଡରେ ରୋଗୀଙ୍କ ଚ଼ିକିତ୍ସା ପାଇଁ ଛଅଟି ବିଭାଗର ବିଭାଗୀୟ ମୁଖ୍ୟଙ୍କୁ ନେଇ ଏକ ନଅ ଜଣିଆ ଡାକ୍ତରୀ ଟିମ ଗଠନ କରାଯାଇଛି ।
First published: February 3, 2020, 2:30 AM IST
corona virus btn
corona virus btn
Loading