ଓଡ଼ିଶାରେ ଟିକା ଅପଚୟ ଖୁବ୍ କମ୍; ଅନ୍ଧାରୁଆରେ ଟିକା କାରଖାନା ସ୍ଥାପନ ପାଇଁ ପଦକ୍ଷେପ ଆରମ୍ଭ ହେଲା

ଭୁବନେଶ୍ୱର ଉପକଣ୍ଠରେ ଥିବା ଅନ୍ଧାରୁଆରେ ସ୍ଥାପିତ ହେବାକୁ ଥିବା ଟିକା ଉତ୍ପାଦନ କେନ୍ଦ୍ର ୨୦୨୨ ସୁଦ୍ଧା ଟିକା ଉତ୍ପାଦନ କରିବ ବୋଲି ଲକ୍ଷ ଧାର୍ଯ୍ୟ ହୋଇଛି । ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ପରେ ସ୍ଥାନ ବୁଲି ଦେଖିଛନ୍ତି ବି.ଏମ୍.ସି. ଅଧିକାରୀମାନେ ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬୦ ଲକ୍ଷ ୩୬୭ ଡୋଜ୍ ଟିକା ଦିଆସରିଲାଣି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬୦ ଲକ୍ଷ ୩୬୭ ଡୋଜ୍ ଟିକା ଦିଆସରିଲାଣି ।

  • Share this:
News18 Odia Digital

ଭୁବନେଶ୍ୱର: ଦେଶରେ ଆବଶ୍ୟକତା ଅନୁସାରେ ଟିକା ଉତ୍ପାଦନକୁ ନେଇ ଚିନ୍ତା ବଢୁଥିବା ବେଳେ ଟିକା ଅପଚୟ ରୋକିବାରେ ଓଡି଼ଶା ଆଗୁଆ ରହିଛି । ରାଜ୍ୟରେ ଟିକାକରଣ ଜାରି ରହିଥିବା ବେଳେ କେନ୍ଦ୍ରରୁ କମ୍‌ ଟିକା ମିଳିବା ଯୋଗୁଁ ପୂରଣ ହୋଇପାରୁନି ଟାର୍ଗେଟ୍‌। କିନ୍ତୁ ଟିକା ଅପଚୟ ରୋକିବା ସହ ଆସୁଥିବା ଡୋଜଠୁ ଅଧିକ ଲୋକଙ୍କୁ ଟିକାକରଣ କରିବାରେ ଓଡି଼ଶା ସଫଳ ହୋଇଛି । ଖୋର୍ଦ୍ଧା ଜିଲ୍ଲା ଅନ୍ଧାରୁଆରେ ଏକ ଟିକା ଉତ୍ପାଦନ ୟୁନିଟ୍‌ କାର୍ଯ୍ୟ ଆରମ୍ଭ କରିବା ଆଶା ବଢ଼ିଛି ।

୧୦ ପ୍ରତିଶତ ଯାଏ ଟିକା ନଷ୍ଟ ହୋଇପାରିବା ନେଇ କେନ୍ଦ୍ର ସରକାରଙ୍କ ପ୍ରାବଧାନ ଥିଲେ ବି ଓଡି଼ଶା ବଞ୍ଚାଉଛି ଟିକା। ପ୍ରତି ଭାଏଲରେ ଆସୁଥିବା ବଳକା ଡୋଜକୁ ବ୍ୟବହାର କରିବାରେ ସକ୍ଷମ ହେଉଛନ୍ତି ଟିକା କର୍ମୀମାନେ । ଟିକା କର୍ମୀଙ୍କ ଦକ୍ଷତା ଯୋଗୁଁ ରାଜ୍ୟରେ -୨.୨୦ ପ୍ରତିଶତ (ମାଇନସ୍‌ ୨.୨ ପ୍ରତିଶତ) ଟିକା ନଷ୍ଟ ହେଉଥିବାରୁ ଏହି ସୁପରିଚାଳନାକୁ ପ୍ରଶଂସା କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହା ବି ପଢ଼ନ୍ତୁ |ବାପାଙ୍କୁ କୁମ୍ଭ ମେଳାକୁ ଯିବାରୁ ବାରଣ କରିଥିଲି, ହେଲେ ସେ ଶୁଣି ଥିଲେ’: ଶ୍ରବଣ ରାଠୋଡ଼ଙ୍କ ପୁଅ

‘‘ରାଜ୍ୟରେ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ସରକାର ଯଥା ସମ୍ଭବ ପ୍ରୟାସ ଜାରି ରଖିଛନ୍ତି । ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଟିକାକରଣ ପାଇଁ ରାଜ୍ୟ ସରକାର ଏକ କମ୍ପାନୀକୁ ଅଗ୍ରୀମ ଟଙ୍କା ଦେଇ ଅର୍ଡ଼ର କରି ସାରିଛନ୍ତି । ସେହି ଟିକା ପହଞ୍ଚିଲେ ଟିକାକରଣ ଆରମ୍ଭ ହେବ । କିନ୍ତୁ ସବୁଠୁ ବଡ଼ କଥା ହେଉଛି ଯେତିକି ଡୋଜ୍‌ ଟିକା ଆସୁଛି ତା’ଠୁ ଅଧିକ ବ୍ୟକ୍ତିଙ୍କୁ ଟିକାକରଣ କରାଯାଇପାରୁଛି,’’ କହିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।

ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର


ସେ କହିଛନ୍ତି ଯେ ଟିକା ନଷ୍ଟ ହେବା ଆଶଙ୍କାରେ କମ୍ପାନୀମାନେ ପ୍ରତି ଭାଏଲ୍‌ ପ୍ୟାକ୍‌ କରିବା ସମୟରେ ୧୦ ଡୋଜ୍‌ ବଦଳରେ ୧୧ ଡୋଜ୍‌ ପ୍ୟାକ କରିଥାନ୍ତି । କିନ୍ତୁ ରାଜ୍ୟର ଟିକା କର୍ମୀଙ୍କ ଦକ୍ଷତା ଯୋଗୁଁ ଟିକା ନଷ୍ଟକୁ ରୋକାଯାଇ ଅଧିକ ଲୋକଙ୍କ ଟିକାକରଣ କରାଯାଇ ପାରୁଛି ବୋଲି ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ମୋତେ ଠିକ୍ ଚିକିତ୍ସା ମିଳୁନିମୁଁ ସ୍ୱାସ୍ଥ୍ୟ କର୍ମୀ’: ମୃତ୍ୟୁ ପୂର୍ବରୁ VIDEOରେ କହିଗଲେ ଲ୍ୟାବ୍ କର୍ମଚାରୀ

‘‘ଏହା ନିଶ୍ଚିତ ଭାବେ ଏକ ଶୁଭ ସଙ୍କେତ । ଏଭଳି ଏକ ଘଡି଼ସନ୍ଧି ମୁହୂର୍ତ୍ତରେ ଟିକା ପାଇଁ ସମସ୍ତେ ଆଗ୍ରହ ପ୍ରକାଶ କରୁଥିବା ବେଳେ ସେହି ପରିମାଣରେ ଟିକା ଆସୁନି । ଏପରି ସ୍ଥଳେ ଟିକା କର୍ମୀମାନେ ସଠିକ୍‌ ମାପଚୁପରେ ଟିକା ଦେଉଥିବା ଯୋଗୁଁ ଅଧିକ ବ୍ୟକ୍ତିଙ୍କୁ ଟିକାକରଣ କରାଯାଇପାରୁଛି,’’ କହିଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଡଃ ଲକ୍ଷ୍ମୀଧର ସାହୁ ।

ଏହା ବି ପଢ଼ନ୍ତୁ | କରୋନା ଟିକାର ପ୍ରଥମ ଡୋଜ୍ ନେବା ପରେ ସଂକ୍ରମିତ ହେଲେ ଦ୍ୱିତୀୟ ଡୋଜ୍ କେବେ ନେବା ଉଚିତ?

ଭୁବନେଶ୍ୱର ଉପକଣ୍ଠରେ ଥିବା ଅନ୍ଧାରୁଆରେ ସ୍ଥାପିତ ହେବାକୁ ଥିବା ଟିକା ଉତ୍ପାଦନ କେନ୍ଦ୍ର ୨୦୨୨ ସୁଦ୍ଧା ଟିକା ଉତ୍ପାଦନ କରିବ ବୋଲି ଲକ୍ଷ ଧାର୍ଯ୍ୟ ହୋଇଛି । ଏହି ପ୍ଲାଣ୍ଟ୍‌ ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି । ଗୁରୁବାର ଦିନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏ ନେଇ ସମୀକ୍ଷା କରିବା ପରେ ଶୁକ୍ରବାର ଦିନ ସ୍ଥାନ ବୁଲି ଦେଖିଛନ୍ତି ବି.ଏମ୍‌.ସି. ଅଧିକାରୀମାନେ ।

ଏହା ବି ପଢ଼ନ୍ତୁ | ଗ୍ରାହକଙ୍କୁ ଲାଗିବ ଝଟକା! ଏବେ ଏହି ବ୍ୟାଙ୍କରୁ ଟଙ୍କା କାଢ଼ିବା ମହଙ୍ଗା ହେଲା; SMS ଚାର୍ଜ ବି ବଢ଼ିଲା

‘‘ବର୍ତ୍ତମାନ ଟିକା ପାଇଁ ସରକାରଙ୍କ ଚିନ୍ତା ବଢି଼ଥିବା ବେଳେ ଏହି ଟିକା କାରଖାନା ଏକ ସୁନ୍ଦର ଉଦ୍ୟମ । କିନ୍ତୁ ଏଠି ଟିକା ଉତ୍ପାଦନ ହେଲେ ବର୍ତ୍ତମାନ ସ୍ଥିତିରେ ସହାୟକ ହେବନି । ଭବିଷ୍ୟତରେ ଏହା ବେଶ୍‌ ସହାୟକ ହେବ । ଅନେକ ଦିନ ଧରି ଏହି ପ୍ରକଳ୍ପ ଶିଥିଳ ହୋଇ ରହିଥିଲା । ଏହାକୁ ତ୍ୱରିତ କାର୍ଯ୍ୟକ୍ଷମ କରିବା ଉପରେ ସରକାର ଗୁରୁତ୍ୱ ଦେବା ଆବଶ୍ୟକ,’’ କହିଛନ୍ତି ବରିଷ୍ଠ ସମ୍ବାଦିକ ସନ୍ଦୀପ ସାହୁ ।



ରାଜ୍ୟରେ ଟିକାକରଣ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାର ଓଡ଼ିଶାକୁ ମୋ’ଟ ୬୧ ଲକ୍ଷ ୪୪ ହଜାର ୧୪୦ ଡୋଜ୍‌ ଟିକା ଦେଇଥିବା କୁହାଯାଉଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬୦ ଲକ୍ଷ ୩୬୭ ଡୋଜ୍‌ ଟିକା ଦିଆସରିଲାଣି । ଏବେ ରାଜ୍ୟରେ ୭୧,୩୭୦ ଡୋଜ୍‌ କୋଭିସିଲଡ ଓ ୨.୯୦ ଲକ୍ଷ ଡୋଜ୍‌ କୋଭାକ୍ସିନ୍‌ ଟିକା ମହଜୁଦ ରହିଛି । ଟିକା ଅଭାବରୁ ଟିକାକରଣ ବାଧାପ୍ରାପ୍ତ ହେଉଥିବା ବେଳେ ଏବେ ବି ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ ନେଇ କୌଣସି ସ୍ପଷ୍ଟ ତଥ୍ୟ ମିଳିପାରିନି ।
Published by:Anand S.T. Das
First published: