News18 Odia Digital
ଭୁବନେଶ୍ୱର: କରୋନା ପରିଚାଳନା ହେଉ ବା ଟିକାକରଣ, ସବୁଥିରେ ଓଡି଼ଶା ରଚୁଛି ମାଇଲଷ୍ଟୋନ୍ । କରୋନା ଟିକାକରଣରେ ରାଜ୍ୟ ଭିତରେ ଓଡି଼ଶା ପ୍ରଥମ ସ୍ଥାନରେ ରହିଥିବା ବେଳେ କେନ୍ଦ୍ରଶାସିତ ଅଞ୍ଚଳ ଭିତରେ ଲାକ୍ଷାଦୀପ ସର୍ବାଗ୍ରେ ରହିଛି । ବ୍ରିଟେନ ଭୂତାଣୁର ଭୟ ଆଉ ନାହିଁ ବୋଲି କହିଛନ୍ତି ଡି.ଏମ୍.ଇ.ଟି. ଡଃ ସି.ବି.କେ. ମହାନ୍ତି ।
ରାଜ୍ୟର ଯେଉଁ ଜିଲ୍ଲାଗୁଡି଼କରେ ଶତ ପ୍ରତିଶତ ଟିକାଦାନ ହୋଇପାରୁ ନାହିଁ, ସେଠାକାର ଜିଲ୍ଲାପାଳମାନଙ୍କୁ ତାହା ଉପରେ ଧ୍ୟାନ ଦେବାକୁ କୁହାଯାଇଛି । ୨୮ ଡିସେମ୍ବର ସୁଦ୍ଧା ସାରା ଦେଶରେ ୨୮ ଲକ୍ଷ ୪୭ ହଜାର ୬୦୮ ଜଣଙ୍କ ଟିକାକରଣ ହୋଇଥିବା ବେଳେ ଓଡି଼ଶାରେ ୧ ଲକ୍ଷ ୯୪ ହଜାର ୫୮ ଜଣ ଟିକା ନେଇଛନ୍ତି । ଏହା ଦ୍ୱାରା ଟିକାକରଣରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ହୋଇଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଜୋ ଓ ଜିଲ୍ ବାଇଡେନଙ୍କ Love Story: ଜୋ ୫ ଥର ପ୍ରପୋଜ୍ କଲା ପରେ ବିବାହ ପାଇଁ ରାଜି ହୋଇଥିଲେ ଜିଲ୍‘‘ପୁଣି ଥରେ ଓଡ଼ିଶା ରଚିଛି ଇତିହାସ । ଦେଶରେ ଟିକାକରଣରେ ଓଡି଼ଶା ପ୍ରଥମ ସ୍ଥାନରେ ଅଛି । ପ୍ରଥମ ସ୍ଥାନରେ ଥିବା ଲାକ୍ଷାଦୀପ ଏକ କେନ୍ଦ୍ରଶାସିତ ଅଞ୍ଚଳ ହୋଇଥିବାରୁ ରାଜ୍ୟମାନଙ୍କ ମଧ୍ୟରେ ଓଡି଼ଶା ଆଗରେ ଅଛି,’’ କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ରାଜ୍ୟରେ ଶୁକ୍ରବାର ସୁଦ୍ଧା ୧ ଲକ୍ଷ ୯୪ ହଜାର ୫୮ ଜଣ ଟିକା ନେଇଛନ୍ତି ।
ରାଜ୍ୟରେ ଶୁକ୍ରବାର ସୁଦ୍ଧା ୧ ଲକ୍ଷ ୯୪ ହଜାର ୫୮ ଜଣ ଟିକା ନେଇଥିଲେ । ପଲସ ପୋଲିଓ ଟିକାକରଣ ୩୧ ଜାନୁଆରୀରୁ ଫେବ୍ରୁଆରୀ ୨ ପର୍ଯ୍ୟନ୍ତ ଚାଲିବ । ତେଣୁ ଏହି ତିନି ଦିନ କୋଭିଡ ଟିକାକରଣ ବନ୍ଦ ରହିବ ବୋଲି କହିଛନ୍ତି ପାଣିଗ୍ରାହୀ ।
ଏହା ବି ପଢ଼ନ୍ତୁ | ଜେଲ୍ରେ ବିଗିଡ଼ିଲା ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟ; ଭେଟିବାକୁ ଆସିଲେ ପତ୍ନୀ ରାବିଡ଼ି ଦେବୀ, ପୁଅ ତେଜସ୍ୱୀ ଓ ମିସାପ୍ଲାଜମା ଥେରାପିକୁ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ଡି.ଏମ୍.ଇ.ଟି. ଡଃ ସି.ବି.କେ. ମହାନ୍ତି । ‘‘ପ୍ଲାଜମା ଥେରାପି ଆରମ୍ଭ ହେବା ସମୟରେ କୋଭିଡ ପାଇଁ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନ ଥିଲା । ତେଣୁ ଯେବେ ପୃଥିବୀର ଅନ୍ୟ ସ୍ଥାନରେ ପ୍ଲାଜମା ଥେରାପି ଆରମ୍ଭ ହେଲା ଆମେ ସେହି ଅଭିଜ୍ଞତାକୁ ପ୍ରାଧାନ୍ୟ ଦେଲୁ। ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ସହ ଯୁଦ୍ଧକାଳୀନ ଭିତ୍ତିରେ ଆମେ ପ୍ଲାଜମା ସଂଗ୍ରହ କେନ୍ଦ୍ର କଲୁ । ଅନେକ ଲୋକ ଏଥିରେ ଉପକୃତ ହୋଇଛନ୍ତି । ଜୀବନ ରକ୍ଷା ମଧ୍ୟ କରାଯାଇ ପାରିଛି,’’ ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ | ମୁମ୍ବାଇରେ ନାମୀ-ଦାମୀ ଦେହ ବ୍ୟବସାୟ ଧରା ପଡ଼ିଲା; ୮ ଜଣ ମଡେଲଙ୍କୁ ଉଦ୍ଧାର କଲା ପୋଲିସ‘‘ସରକାର ଏତେ କମ ଦିନ ଭିତରେ ପ୍ଲାଜମା ଥେରାପି ବ୍ୟବସ୍ଥା ଆରମ୍ଭ କଲେ ଯେ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ପାଇଁ ତାହା ଏକ ନିଆରା ଅନୁଭୂତି ଥିଲା । ପୋଷ୍ଟ-କୋଭିଡ କେୟାର ପାଇଁ ସରକାର SCB ମେଡିକାଲରେ ସେଣ୍ଟର ଅଫ ଏକ୍ସସିଲେନ୍ସ କରିଛନ୍ତି । ଏବେ ଆଉ ବ୍ରିଟେନ ଭୂତାଣୁର ଭୟ ନାହିଁ । ସାରା ଦେଶରେ ଗତ କାଲି ସୁଦ୍ଧା ମାତ୍ର ୧୫୩ ଜଣଙ୍କ ମୃତ୍ୟୁ ସୂଚନା ଆସିଛି,’’ କହିଛନ୍ତି ଡଃ ମହାନ୍ତି ।
ଏହା ବି ପଢ଼ନ୍ତୁ | କରୋନା ଟିକା ନେବାର ଦିନକ ପରେ ହସପିଟାଲ୍ ୱାର୍ଡ଼ ବୟଙ୍କ ମୃତ୍ୟୁ ହେଲାଓଡ଼ିଶାର ପରିବେଶ, ଲୋକଙ୍କ ବ୍ୟକ୍ତିଗତ ରୋଗ ପ୍ରତିରୋଧକ ଶକ୍ତି ଓ ଜେନେଟିକ କାରଣରୁ କରୋନା ଭାଇରସ୍ ସଂକ୍ରମଣ ଅଧିକ ମାତ୍ରାରେ ରାଜ୍ୟକୁ ଗ୍ରାସ ରକିନାହିଁ ବୋଲି ସେ କହିଛନ୍ତି । ‘‘ଏବେ ଅଧିକାଂଶ ଲୋକ ବ୍ରିଟେନରୁ ସଂକ୍ରମିତ ହୋଇ ଆସୁଛନ୍ତି । ଭାରତରେ ଲୋକାଲ ସଂକ୍ରମିତଙ୍କ ସଂଖ୍ୟା ବହୁତ କମ । ବର୍ତ୍ତମାନ ପରିସ୍ଥିତିରେ କିଛି ଭୟ କରିବାର ନାହିଁ । ଓଡ଼ିଶାରେ ବି କେହି କାଗଜପତ୍ରରେ ବ୍ରିଟେନ ଭୂତାଣୁ ଚିହ୍ନଟ ହୋଇ ନାହାନ୍ତି । କେବଳ ସନ୍ଦେହ ହୋଇଛି । ଏହା କୋଭିଡର ଆଉ ଏକ ରୂପ,’’ କହିଛନ୍ତି ଡଃ ମହାନ୍ତି।
ଏହା ବି ପଢ଼ନ୍ତୁ | ନୂଆ ବର୍ଷ ଠାରୁ UPI, ଚେକ୍ ପେମେଣ୍ଟ, GST ଓ ବୀମା ସମ୍ବନ୍ଧୀୟ ଅନେକ ନିୟମ ବଦଳିଛି; ଜାଣନ୍ତୁଫେବ୍ରୁଆରୀ ୧୦ ସୁଦ୍ଧା ରାଜ୍ୟରେ ପ୍ରଥମ ଡୋଜ୍ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟରେ ଟିକାକରଣ ଉତ୍ସାହଜନକ ରହିଥିବା ବେଳେ ଭୁବନେଶ୍ୱର ସମେତ ଆଠଟି ଜିଲ୍ଲା ପଛରେ ପଡି଼ଛନ୍ତି । ତେଣୁ ଡେଡଲାଇନ ସୁଦ୍ଧା ସ୍ୱାସ୍ଥ୍ୟକର୍ମୀଙ୍କୁ ଶହେ ପ୍ରତିଶତ ଟିକାକରଣ କରିବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।
ଟିକାକରଣରେ ପଛରେ ଥିବା ଜିଲ୍ଲାଗୁଡିକ ହେଉଛନ୍ତି ଦେବଗଡ, ଖୋର୍ଦ୍ଧା, ଯାଜପୁର, ଜଗତସିଂହପୁର, ନୟାଗଡ, କଟକ, ସମ୍ବଲପୁର, କେନ୍ଦୁଝର ଓ ଭୁବନେଶ୍ୱର ସହରାଞ୍ଚଳ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।