ବିଶ୍ବର ବିଭିନ୍ନ ବଡ଼ ଟିକା କମ୍ପାନୀଙ୍କ ଠାରୁ ଟିକା କିଣିବେ ରାଜ୍ୟ ସରକାର; ଗ୍ଲୋବାଲ୍ ଟେଣ୍ଡର୍ ହେବ

କରୋନା ଟିକା ଉପରୁ ସବୁ ପ୍ରକାର ଟିକସ ଉଠାଇ ଦେବା ପାଇଁ ରାଜ୍ୟ ସରକାର ପୁଣି ଥରେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି । ଏହା ଫଳରେ ରାଜ୍ୟ ଅର୍ଥନୀତି ଉପରେ କମ୍ ଚାପ ପଡ଼ିବ ଓ ସାର୍ବଜନୀନ ଟିକାକରଣ ସହଜ ହେବ ।

ବିଶ୍ବର ବିଭିନ୍ନ ବଡ଼ ଟିକା କମ୍ପାନୀଙ୍କ ଠାରୁ ଟିକା କିଣିବେ ରାଜ୍ୟ ସରକାର; ଗ୍ଲୋବାଲ୍ ଟେଣ୍ଡର୍ ହେବ
ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟ ବାସୀଙ୍କ ପାଇଁ କରୋନା ଟିକା ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ବିଶ୍ବର ବିଭିନ୍ନ ପ୍ରମୁଖ ଟିକା କମ୍ପାନୀରୁ ଟିକା କିଣିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏକ ଗ୍ଲୋବାଲ୍‌ ଟେଣ୍ଡର୍‌ ଜରିଆରେ ଟିକା କିଣିବା ପାଇଁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ମଞ୍ଜୁରୀ ମିଳିବା ପରେ ସ୍ୱାସ୍ଥ୍ୟ ବିଭାଗକୁ ଏହାର ଆୟୋଜନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଗ୍ଲୋବାଲ୍‌ ଟେଣ୍ଡର ପାଇଁ ଦୁଇଟି ପୃଥକ କମିଟି ଗଠନ କରିଛନ୍ତି ସରକାର । ଗୋଟିଏ ଟେକ୍ନିକାଲ କମିଟି ଓ ଦ୍ୱିତୀୟଟି ମ୍ୟାନେଜରିଆଲ୍ କମିଟି । ଟେକ୍ନିକାଲ କମିଟିରେ ଡି.ଏମ୍‌.ଇ.ଟି. ଓ ଆର୍‌.ଏମ୍‌.ଆର୍‌.ସି. ନିର୍ଦ୍ଦେଶିକାଙ୍କ ସମେତ ୧୦ ଜଣ ସଦସ୍ୟ ଥିବା ବେଳେ ମ୍ୟାନେଜରିଆଲ୍ କମିଟିରେ ନଅ ଜଣ ସଦସ୍ୟ ଅଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଅନ୍ଧୁଣୀ ମାସାମନାରେ କୁନି ପୁଅ ରେଳ ଲାଇନକୁ ଖସିପଡ଼ିଲା; ଟ୍ରେନ୍ ଆଗରୁ କେମିତି ବଞ୍ଚିଲା ଦେଖନ୍ତୁ

‘‘ଟିକା ଉତ୍ପାଦକ କମ୍ପାନୀମାନଙ୍କ ଠାରୁ ଟିକା କିଣିଲେ ରାଜ୍ୟର ଜନସାଧାରଣଙ୍କର ଶୀଘ୍ର ଟିକାକରଣ ହୋଇପାରିବ ଓ ଅନେକ ମୂଲ୍ୟବାନ ଜୀବନ ରକ୍ଷା କରାଯାଇପାରିବ । କରୋନା ଟିକା ଉପରୁ ସବୁ ପ୍ରକାର ଟିକସ ଉଠାଇ ଦେବା ପାଇଁ ରାଜ୍ୟ ସରକାର ପୁଣି ଥରେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି । ଏହା ଫଳରେ ରାଜ୍ୟ ଅର୍ଥନୀତି ଉପରେ କମ୍ ଚାପ ପଡ଼ିବ ଏବଂ ସାର୍ବଜନୀନ ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହା ବିଶେଷ ସହାୟକ ହେବ,’’ କ୍ୟାବିନେଟ୍‌ ବୈଠକ ପରେ କହିଛନ୍ତି ମୁଖ୍ୟ ସଚିବ ସୁରେଶ ମହାପାତ୍ର ।

ମୁଖ୍ୟ ସଚିବ ସୁରେଶ ମହାପାତ୍ର


କେନ୍ଦ୍ର ସରକାର ବିଭିନ୍ନ ସେସ୍ ଓ ସରଚାର୍ଜ ଜରିଆରେ ଆଦାୟ କରୁଥିବା ଅତିରିକ୍ତ ସମ୍ବଳକୁ ରାଜ୍ୟମାନଙ୍କ ମଧ୍ୟରେ ଉପଯୁକ୍ତ ଭାବରେ ବଣ୍ଟନ କରାଯିବାର ଆବଶ୍ୟକତା ରହିଛି ବୋଲି କ୍ୟାବିନେଟରେ ମତ ପ୍ରକାଶ ପାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଫେସିଆଲ୍ ଟ୍ରିଟ୍ମେଣ୍ଟ୍ ତାମିଲ୍ ଅଭିନେତ୍ରୀଙ୍କ ମୁହଁ ଖରାପ କରିଦେଲା; PHOTO ଶେୟାର୍ କରି କହିଲେ

କରୋନା ଟିକା ପାଇଁ ଗ୍ଲୋବାଲ୍‌ ଟେଣ୍ଡର ଜାରି କରିବାରେ ଉତ୍ତର ପ୍ରଦେଶ ହେଉଛି ପ୍ରଥମ ରାଜ୍ୟ । ମେ ୭ ତାରିଖରେ ଉତ୍ତର ପ୍ରଦେଶ ବର୍ଷ ଶେଷ ସୁଦ୍ଧା ୪ କୋଟି ଟିକା ପାଇଁ ଗ୍ଲୋବାଲ୍‌ ଟେଣ୍ଡର ଜାରି କରି ସାରିଛି । ପୂର୍ବରୁ ଏପ୍ରିଲ ମାସରେ ମହାରାଷ୍ଟ୍ର ସରକାର ମଧ୍ୟ ଗ୍ଲୋବାଲ ଟେଣ୍ଡର ଜାରି ପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଏ ପର୍ଯ୍ୟନ୍ତ ଟେଣ୍ଡର ଜାରି କରି ନାହାଁନ୍ତି ।

ଏହା ବି ପଢ଼ନ୍ତୁ | ସାବଧାନ! Corona ଭୂତାଣୁ ମୁଖ୍ୟତଃ ବାୟୁ ମାଧ୍ୟମରେ ହିଁ ବ୍ୟାପୁଛି ବୋଲି ଦୃଢ଼ ପ୍ରମାଣ ମିଳିଲା

କୋଭିଡ଼ ମହାମାରୀ ବିରୁଦ୍ଧ ଲଢ଼େଇରେ କୋଭିଡ଼ ଯୋଦ୍ଧାମାନେ ଯେପରି ନିଷ୍ଠା ଓ ତ୍ୟାଗ ମନୋଭାବ ନେଇ କାମ ଜାରି ରଖିଛନ୍ତି ରାଜ୍ୟ କ୍ୟାବିନେଟରେ ତା’ର ପ୍ରଶଂସା କରାଯାଇଛି । କୋଭିଡ ବିରୁଦ୍ଧରେ ଚାଲିଥିବା ଲଢ଼େଇରେ ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ଯଥା ଟେଷ୍ଟିଂ, ଟ୍ରେସିଂ, ଟିକାକରଣ ଓ ଲକଡାଉନରେ ରାଜ୍ୟବାସୀ ସହଯୋଗ ଦେଇଆସିଥିବାରୁ କ୍ୟାବିନେଟ କୃତଜ୍ଞତା ଜ୍ଞାପନ କରିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | Plus Size: ପ୍ଲେବୟ ମ୍ୟାଗାଜିନ୍ କଭର୍ରେ ପ୍ରଥମ ପ୍ଲସ୍-ସାଇଜ୍ ମଡେଲ୍ ହେଲେ ହେଲି ହ୍ୟାସେଲଫ୍

‘‘ଭବିଷ୍ୟତ କୋଭିଡ଼ ସଂକ୍ରମଣରୁ ରାଜ୍ୟବାସୀଙ୍କୁ ସୁରକ୍ଷା ଦେବା ତଥା ଅମୂଲ୍ୟ ଜୀବନ ରକ୍ଷା କରିବା ପାଇଁ କରୋନା ଟିକାକରଣ ଗୁରୁତ୍ବପୂର୍ଣ୍ଣ । ଇସ୍ରାଏଲ ପରି ଦେଶ ଯେଉଁମାନେ ନିଜ ଜନସଂଖ୍ୟାର ବୃହତ୍ତର ଭାଗର ଟିକାକରଣ କରିସାରିଛନ୍ତି, ସେମାନେ ଏବେ ସ୍ବାଭାବିକତା ଆଡ଼କୁ ଫେରୁଥିବା ଦେଖାଯାଉଛି । କୋଭିଡ୍‌ ରୋଗର ଜଟିଳତା ହ୍ରାସ କରି ରୋଗୀର ଜୀବନ ରଷା ଦିଗରେ ଟିକାକରଣ ବହୁତ ଫଳପ୍ରଦ ହେଉଥିବା ଦେଖାଯାଉଛି,’’ କହିଛନ୍ତି ମହାପାତ୍ର ।

ଏହା ବି ପଢ଼ନ୍ତୁ | ଅଭିନେତା ଶାହିଦ କପୁର୍ଙ୍କ ମାନୀଳିମା ଅଜିମ୍କାହିଁକି ନିଜ ପତି ପଙ୍କଜ କପୁର୍ଙ୍କ ଠାରୁ ଅଲଗା ହୋଇଥିଲେ?

ବିପଦପୂର୍ଣ୍ଣ କାର୍ଯ୍ୟ ପରିବେଶ ସତ୍ତ୍ୱେ କୋଭିଡ଼ ଯୁଦ୍ଧରେ ନିୟୋଜିତ ଆଗ ଧାଡ଼ି କର୍ମଚାରୀ ତଥା ସ୍ବାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀମାନଙ୍କର ସମ୍ପୂର୍ଣ୍ଣ ଟିକାକରଣ ହୋଇଯାଇଛି । ଟିକା ନେଇଥିବା ବ୍ୟକ୍ତି ମାନଙ୍କର ସଂକ୍ରମଣ ହେଲେ ବି ତାହା ବହୁତ କମ୍ ଲଷଣଯୁକ୍ତ ହେଉଥିବା ଦେଖାଯାଉଛି ।



ଟିକା ପାଇଁ ଗ୍ଲୋବାଲ୍‌ ଟେଣ୍ଡର୍‌ ସହ ଅନ୍ୟ ୧୦ଟି ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି । ରାଉରକେଲାରେ ଏକ ହକି ଷ୍ଟାଡିଅମ ନିର୍ମାଣ ପାଇଁ ଟେଣ୍ଡରକୁ ଅନୁମୋଦନ ଦେଇଛି କ୍ୟାବିନେଟ ।
Published by: Anand ST Das
First published: May 10, 2021, 11:48 PM IST