ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ରାଜ୍ୟରେ କରୋନା ଟିକା ନେଇ ନ ଥିଲେ ବି ସ୍କୁଲ୍ ଆସି ପାରିବେ ଶିକ୍ଷକମାନେ, କହିଲେ ମନ୍ତ୍ରୀ

ରାଜ୍ୟରେ କରୋନା ଟିକା ନେଇ ନ ଥିଲେ ବି ସ୍କୁଲ୍ ଆସି ପାରିବେ ଶିକ୍ଷକମାନେ, କହିଲେ ମନ୍ତ୍ରୀ

ବାପା-ମା ବା ଅଭିଭାବକଙ୍କ ଅନୁମତି ବିନା ପିଲାମାନଙ୍କୁ ସ୍କୁଲ ଓ ହଷ୍ଟେଲକୁ ଆସିବାକୁ ଅନୁମତି ମିଳିବନି ବୋଲି କହିଛନ୍ତି ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଅଭିଭାବକମାନେ ନିଜ ଅନୁମତି ଚିଠି ଦ୍ୱାରା, ଅନଲାଇନରେ କିମ୍ବା ହ୍ୱାଟ୍ସଆପ୍ ଜରିଆରେ ଦେଇପାରିବେ ।

ରାଜ୍ୟରେ କରୋନା ଟିକା ନେଇ ନ ଥିଲେ ବି ସ୍କୁଲ୍ ଆସି ପାରିବେ ଶିକ୍ଷକମାନେ, କହିଲେ ମନ୍ତ୍ରୀ
ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ (ବାମ)
  • News18 Odia
  • Last Updated: July 22, 2021, 11:28 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କୋଭିଡ କଟକଣାରେ ଜୁଲାଇ ୨୬ ତାରିଖରୁ ରାଜ୍ୟରେ ଖୋଲିବାକୁ ଯାଉଛି ବିଦ୍ୟାଳୟ । ପ୍ରଥମ ପର୍ଯ୍ୟାୟରେ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ଲାଗି କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହେବ । ଏଥି ପାଇଁ ପ୍ରସ୍ତୁତି ଜେରଦାର୍‌ ଚାଲିଥିବା ବେଳେ ତେବେ ଟିକା ନେଇ ନ ଥିବା ଶିକ୍ଷକମାନେ ବିଦ୍ୟାଳୟ ଆସିପାରିବେ ବୋଲି କହି ଦ୍ୱନ୍ଦ୍ୱ ଦୂର କରିଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ଆବଶ୍ୟକ ସ୍ଥଳେ ହଷ୍ଟେଲ୍‌ ଖୋଲିବାକୁ ମଧ୍ୟ ଏସ୍‌.ଓ.ପି. ଜାରି ହୋଇଛି । ରାଜ୍ୟରେ କରୋନା ସଂକ୍ରମଣର ଦ୍ଵିତୀୟ ଲହର କଟକଣା ମଧ୍ୟରେ ସ୍କୁଲ ଖୋଲିବା ପରେ ସ୍ୱାସ୍ଥ୍ୟ ବିଭାଗ ସର୍ଭିଲାନ୍ସ ଉପରେ ନଜର ରହିବ ବୋଲି ଶିକ୍ଷା ବିଭାଗ କହିଛି । ସ୍କୁଲ ଓ ହଷ୍ଟେଲ କର୍ତ୍ତୃପକ୍ଷ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । କୋଭିଡ ଭୟ ଥିବାରୁ ଶିକ୍ଷକ ମାନଙ୍କୁ ଅଗ୍ରାଧିକାରରେ ଟିକା ଦେବାକୁ ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରଛି ଗଣ ଶିକ୍ଷା ବିଭାଗ।

ଏହା ବି ପଢ଼ନ୍ତୁ | Tokyo Olympics 2021: ଏ ଥର ଭାଗ ନେଉଛି ଭାରତର ସବୁଠାରୁ ବଡ଼ ଟିମ୍; ଅଛନ୍ତି ୧୨୬ ଆଥଲେଟ୍‌

‘‘ଟିକା ନେଇ ନ ଥିଲେ ବି ସ୍କୁଲ ଆସି ପାରିବେ ଶିକ୍ଷକମାନେ । ପିଲାଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦିଆଯାଉଥିବାରୁ ଅଧିକାଂଶ ଶିକ୍ଷକ ଟିକା ନେଇ ସାରିଛନ୍ତି । ଯେଉଁମାନେ ପ୍ରଥମ କିମ୍ବା ଦ୍ଵିତୀୟ ଡୋଜ୍‌ ନେଇନାହାଁନ୍ତି ସେମାନଙ୍କୁ ପ୍ରାଥମିକତା ଦେବାକୁ କୁହାଯାଇଛି । ପିଲାମାନଙ୍କର ସ୍କୁଲ୍‌ ଓ ହଷ୍ଟେଲ ଆସିବା ପାଇଁ ଅଭିଭାବକଙ୍କ ଅନୁମତି ବାଧ୍ୟତାମୂଳକ,’’ କହିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ସେ କହିଛନ୍ତି ଯେ ବାପା-ମା ବା ଅଭିଭାବକଙ୍କ ଅନୁମତି ଚିଠି ବିନା ପିଲାଙ୍କୁ ସ୍କୁଲ କି ହଷ୍ଟେଲକୁ ଆସିବାକୁ ଅନୁମତି ମିଳିବ ନାହିଁ । ‘‘ଚିଠି ଦ୍ୱାରା ହେଉ କି ଅନଲାଇନ୍‌ ଦ୍ୱାରା ହେଉ, ବା ହ୍ୱାଟ୍ସଆପ୍‌ ଜରିଆରେ ହେଉ, ଅଭିଭାବକମାନେ ଲେଖି ଅନୁମତି ଦେବା ଜରୁରୀ,’’ କହିଛନ୍ତି ଦାଶ ।

ଏହା ବି ପଢ଼ନ୍ତୁ | ପ୍ରତି ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକର ଦାମ୍ କେତେ? ତାକୁ ବଜାରରେ ବିକିଲେ କେତେ ଟଙ୍କା ମିଳିବ ଜାଣନ୍ତୁ

ଶିକ୍ଷକମାନଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ ବ୍ୟବସ୍ଥା ନ ଥିବା ବେଳେ ଯେଉଁ ବୟସ ଅନୁଯାୟୀ ଟିକାକରଣ ଚାଲିଛି ସେଥିରେ ସବୁ ଶିକ୍ଷକ ଅନ୍ତର୍ଭୁକ୍ତ । ତେଣୁ ଟିକା ନେଇ ନ ଥିବା ଶିକ୍ଷକ-ଶିକ୍ଷୟିତ୍ରୀମାନେ ସ୍ୱତଃପ୍ରବୃତ ଭାବେ ଟିକା ନିଅନ୍ତୁ ବୋଲି କୁହାଯାଇଛି । ଏ ନେଇ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ମଧ୍ୟ ଧ୍ୟାନ ଦେବାକୁ କୁହାଯାଇଛି ।

ଏହା ବି ପଢ଼ନ୍ତୁ | Horror Story: ଖାଇ ପିଇ ୧୦ ଦିନ ନବଦମ୍ପତି ଗଛରେ ବିତାଇଲେ; ତଳେ ଭୋକିଲା ଭାଲୁ ଅନେଇଥିଲା

ଉଭୟ ସ୍କୁଲ୍‌ ଓ ହଷ୍ଟେଲରେ କିଭଳି ସାମାଜିକ ଦୂରତା ପାଳନ ହେବ ଓ ଆଇସୋଲେସନ ଗୃହ ରହିବ ସେ ନେଇ ବ୍ୟବସ୍ଥା କରାଯିବା ସହ ସଫେଇ ଓ ବିଶୋଧନ ଉପରେ ବି ଧ୍ୟାନ ଦିଆଯାଉଛି । ପ୍ରଥମ ଦିନ ଅଭିଭାବକମାନଙ୍କ କନସେଣ୍ଟ୍‌ ଫର୍ମ ଦେବା ସହ ଅନୁପସ୍ଥିତ ଛାତ୍ରଛାତ୍ରୀମାନଙ୍କ ପାଇଁ ଅନଲାଇନରେ ପାଠପଢ଼ା ହେବ ବୋଲି ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି ।

ଏହା ବି ପଢ଼ନ୍ତୁ | UPରେ ଯୋଗୀ ଆଦିତ୍ୟନାଥଙ୍କ ଯୁବ ପିଢ଼ିକୁ ଚେତାବନୀ: ‘ଭୁଲ୍ କାମ କଲେ ସମ୍ପତ୍ତି ଜବତ ହେବ’

‘‘ପୂର୍ବ ଥର ଭଳି ଏ ଥର ବି ସମାନ ଏସ୍‌.ଓ.ପି. ରହିଛି । ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ । ଆମର ସବୁ ଶିକ୍ଷକ ଓ କର୍ମଚାରୀ ଭାକ୍ସିନର ଦୁଇଟି ଡୋଜ୍‌ ନେଇଛନ୍ତି। ପିଲାଙ୍କ ସ୍ୱାସ୍ଥ୍ୟକୁ ଦେଖି ଟିକା ନେବା ନିହାତି ଆବଶ୍ୟକ । ଆମେ ସବୁ ନେଇ ସାରିଛୁ। କେମିତି ପାଠ ପଢ଼ା ହେବ ଏବେ ତାହା ହିଁ ପ୍ରମୁଖ କଥା,’’ କହିଛନ୍ତି ଭୁବନେଶ୍ୱର ୟୁନିଟ ୧ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ସୁଶ୍ରୀ ସଙ୍ଗୀତା ପଣ୍ଡା ।



ଆଇ.ସି.ଏମ୍‌.ଆର୍‌.ର ତଥ୍ୟର ଆଲୋକରେ ପ୍ରାଥମିକ ବିଦ୍ୟାଳୟ ଖୋଲିବା ନେଇ ଏକ ପ୍ରକାର ଆଲୋଚନା ଚାଲିଛି । ଏ ନେଇ ସବିଶେଷ ତଥ୍ୟ ରାଜ୍ୟ ସରକାରଙ୍କ ନିକଟକୁ ଆସି ନ ଥିବା ବେଳେ ତର୍ଜମା ଚାଲିଛି ଓ ନିର୍ଯ୍ୟାସ ଆସିଲେ ରାଜ୍ୟ ସରକାର ଠିକ୍‌ ସମୟରେ ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ କହିଛନ୍ତି । ସ୍କୁଲ୍‌ ପରେ ଉଚ୍ଚ ଶିକ୍ଷାନୁଷ୍ଠାନ କେବେ ଖୋଲିବ ସେ ନେଇ ପ୍ରଶ୍ନ ଉଠିଛି ।
Published by: Anand ST Das
First published: July 22, 2021, 11:28 PM IST