ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ଘରକୁ ଘର ବୁଲି ଟିକାକରଣ ଓ ଡ୍ରାଇଭ୍-ଇନ୍ ଟିକାକରଣ ବନ୍ଦ ହେବା ପଛରେ ଗୁରୁତ୍ୱପୂର୍ଣ୍ଣ କାରଣ ରହିଛି

ଘରକୁ ଘର ବୁଲି ଟିକାକରଣ ଓ ଡ୍ରାଇଭ୍-ଇନ୍ ଟିକାକରଣ ବନ୍ଦ ହେବା ପଛରେ ଗୁରୁତ୍ୱପୂର୍ଣ୍ଣ କାରଣ ରହିଛି

ଘରକୁ ଘର ବୁଲି ଟିକାକରଣ ଓ ଡ୍ରାଇଭ୍-ଇନ୍ ଟିକାକରଣ ପାଇଁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅନୁମୋଦନ ନାହିଁ ବୋଲି ରାଜ୍ୟ ସରକାର କହିଛନ୍ତି । ଏହି ଅନୁମୋଦନ ନ ଥିବା ପଛରେ ଗୁରୁତ୍ୱପୂର୍ଣ୍ଣ କାରଣ ରହିଛି ।

ଘରକୁ ଘର ବୁଲି ଟିକାକରଣ ଓ ଡ୍ରାଇଭ୍-ଇନ୍ ଟିକାକରଣ ବନ୍ଦ ହେବା ପଛରେ ଗୁରୁତ୍ୱପୂର୍ଣ୍ଣ କାରଣ ରହିଛି
କେବଳ ଟିକାକରଣ କେନ୍ଦ୍ରରେ ହିଁ ଟିକା ଦିଆଯିବ । (ପିଟିଆଇ ଫଟୋ)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ କେତେକ ସହର ଓ ଜିଲ୍ଲାରେ ଆରମ୍ଭ ହୋଇଥିବା ଘରକୁ ଘର ବୁଲି କରୋନା ଟିକାକରଣ ଓ ଡ୍ରାଇଭ୍‌-ଇନ୍‌ ଟିକାକରଣକୁ ରାଜ୍ୟ ସରକାର ତତ୍କାଳ ପ୍ରଭାବରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁମୋଦନ ନ ଥିବା କହିଛନ୍ତି ସରକାର ।

ରାଜ୍ୟର ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ବୁଧବାର ଦିନ ସବୁ ଜିଲ୍ଲାପାଳ ଓ ନଗର ନିଗମ କମିଶନରମାନଙ୍କୁ ଏକ ପତ୍ର ଲେଖି ଘରକୁ ଘର ବୁଲି କରୋନା ଟିକାକରଣ (door to door vaccination) ଓ ଡ୍ରାଇଭ୍‌-ଇନ୍‌ ଟିକାକରଣକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କେବଳ ମାନ୍ୟତାପ୍ରାପ୍ତ ଟିକାକରଣ କେନ୍ଦ୍ରରେ ହିଁ କରୋନା ଟିକା ଦେବାର ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ସେ ଏହି ଅଧିକାରୀମାନଙ୍କୁ ଅନୁରୋଧ କରିଛନ୍ତି ।

ଏହା ବି ପଢ଼ନ୍ତୁ | ଡଃ କେ.କେ. ଅଗ୍ରୱାଲ COVIDରେ ଚାଲିଗଲେ; ଟିକାର ୨ଟି ଡୋଜ୍ ନେବା ପରେ ବି କାହିଁକି ମୃତ୍ୟୁ ହେଉଛି?

“କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଣଳୟର କୋଭିଡ-୧୯ ନିୟମାବଳୀ ଅନୁଯାୟୀ ଡ୍ରାଇଭ୍ ଇନ୍ କିମ୍ବା ଘରକୁ ଘର ବୁଲି ଟିକାକରଣ କରିବା ଅନୁମୋଦିତ ହୋଇ ନାହିଁ । ଗାଇଡଲାଇନରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଟିକାକରଣ ପରେ ଅପେକ୍ଷା କରିବା ପାଇଁ ସ୍ଥାନ, ଟିକାକରଣ କକ୍ଷ ଓ ପର୍ଯ୍ୟବେକ୍ଷଣ କକ୍ଷ ପାଇଁ ପର୍ଯ୍ୟାପ୍ତ ସ୍ଥାନ ଥିବା ସ୍ଥାନରେ ହିଁ ଟିକାକରଣ କରାଯିବ,’’ ନିଜ ଚିଠିରେ ଲେଖିଛନ୍ତି ମହାପାତ୍ର ।

ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର


ସେ ଆହୁରି ଲେଖିଛନ୍ତି, ‘‘ନିୟମାବଳୀ ଅନୁଯାୟୀ ଟିକା ନେବା ପରେ ହିତାଧିକାରୀମାନଙ୍କୁ ଅତି କମରେ ୩୦ ମିନିଟ୍‌ ପାଇଁ ପର୍ଯ୍ୟବେକ୍ଷଣରେ ରଖାଯିବ । ଏହା ଏ.ଇ.ଏଫ୍‌.ଇ. ପାଇଁ ଜରୁରୀ ।’’ ଏ.ଇ.ଏଫ୍‌.ଆଇ. ଅର୍ଥ ଆଡଭର୍ସ ଇଭେଣ୍ଟସ୍‌ ଫଲୋଇଂ ଇମ୍ମ୍ୟୁନାଇଜେସନ୍‌ (AEFI = Adverse Events Following Imunization) ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | କରୋନା ୱାର୍ଡ଼ରେ ଫିଲ୍ମ ଗୀତ ଶୁଣୁଥିବା ଭାଇରାଲ୍‌ VIDEO ସେହି ଯୁବତୀଙ୍କ ମୃତ୍ୟୁ ହେଲା; ସୋନୁ ସୁଦ୍ ଦୁଃଖିତ

କରୋନା ଟିକା ନେବା ପରେ କେତେକ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗୁଡ଼ୁଥିବା ଓ କେତେକଙ୍କ ମୃତ୍ୟୁ ହେଉଥିବା ଖବର ଦେଶର ଅନେକ ସ୍ଥାନରୁ ଗତ କିଛି ସପ୍ତାହ ଧରି ଆସିଚାଲିଛି । ସେଇଥି ପାଇଁ କରୋନା ଟିକା ନେବା ପରେ ପ୍ରତି ବ୍ୟକ୍ତିକୁ ଟିକାକରଣ କେନ୍ଦ୍ରରେ ଅଧ ଘଣ୍ଟା ପାଇଁ ବସି ରହିବାକୁ କୁହାଯାଇଛି । ସେହି ସମୟ ମଧ୍ୟରେ ତାଙ୍କର ପର୍ଯ୍ୟବେକ୍ଷଣ କରାଯିବ ଓ ଟିକା ନେବା ପରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେଲେ ତାଙ୍କୁ୍ ଆବଶ୍ୟକ ଚିକିତ୍ସା କରାଯାଇ ପାରିବ ।

ଏହା ବି ପଢ଼ନ୍ତୁ | ସ୍ତ୍ରୀ ପିଲାକୁ ବଞ୍ଚାଇବାକୁ ଚିତାବାଘ ସହ ଲଢ଼ି ତାକୁ ମାରିଦେଲେ; VIDEOରେ ଦିଶିଲା ସାହସ

ଘରକୁ ଘର ବୁଲି ଟିକାକରଣ କଲେ ଏହି ସୁବିଧା ଲୋକଙ୍କୁ ମିଳି ପାରିବ ନାହିଁ । ଯଦି ଟିକା ନେବା ପରେ କାହାରି ସ୍ୱାସ୍ଥ୍ଯ ଖରାପ ହୁଏ ତେବେ ତୁରନ୍ତ ତାଙ୍କ ଚିକିତ୍ସା କରିବା ବି ସମ୍ଭବ ହେବ ନାହିଁ । ଠିକ୍‌ ସେମିତି ଡ୍ରାଇଭ୍‌-ଇନ୍‌ ଟିକାକରଣ ପରେ ଗାଡ଼ି ଚଲାଇ ଟିକାକରଣ ସ୍ଥାନରୁ ଚାଲିଯିବା ପରେ ବାଟରେ ହିତାଧିକାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲେ ତାହା ସାଙ୍ଘାତିକ ସମସ୍ୟା ସୃଷ୍ଟି କରିବ ବୋଲି ଅନୁଭବ କରି ସରକାର ଏହି ଟିକାକରଣ ପଦ୍ଧତିକୁ ଅନୁମୋଦନ କରି ନ ଥିବା କୁହାଯାଉଛି ।

ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର 


‘‘ଘରକୁ ଘର ବୁଲି ଟିକାକରଣ ଓ ଡ୍ରାଇଭ୍‌-ଇନ୍‌ ଟିକାକରଣକୁ ବନ୍ଦ କରିବା ନାଗରିକମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ଏକ ଆବଶ୍ୟକ ପଦକ୍ଷେପ । ଏହା ଦ୍ୱାରା ଟିକାକରଣ ଟିକିଏ ଲମ୍ବା ଓ ବିଳମ୍ବିତ  ହେବ ସତ, ମାତ୍ର ଏହା ସୁରକ୍ଷିତ ହେବ,’’ କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡଃ ନିରୋଜ ମିଶ୍ର ।

ଏହା ବି ପଢ଼ନ୍ତୁ | ସନ୍ନି ଲିଓନି ୪୦ ବର୍ଷର ହେଲେ; ନର୍ସ ହେବାକୁ ଚାହୁଁଥିଲେ, ହେଲେ ଆଡଲ୍ଟ ଫିଲ୍ମରେ କାମ କରିବାକୁ ପଡ଼ିଥିଲା

ଗତ କିଛି ଦିନ ମଧ୍ୟରେ ବ୍ରହ୍ମପୁର, ରାଉରକେଲା ଓ କଟକ ସମେତ କେତେକ ସହରର ନଗର ନିଗମ ପକ୍ଷରୁ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ଲୋକମାନଙ୍କ ଟିକାକରଣ ସେମାନଙ୍କ ଘରେ ପହଞ୍ଚି କରିବା ଆରମ୍ଭ ହୋଇଥିଲା । ଭୁବନେଶ୍ୱରରେ ଡ୍ରାଇଭ୍‌-ଇନ୍‌ ଟିକାକରଣ ଭବାନୀ ମଲ୍‌ ଓ ଏସପ୍ଲାନେଡ୍‌ ମଲରେ ଆରମ୍ଭ ହୋଇଥିଲା । ଘରକୁ ଘର ବୁଲି ଟିକାକରଣ ସେବା ଭୁବନେଶ୍ୱରରେ ଶୀଘ୍ର ଆରମ୍ଭ ହେବାକୁ ଯାଉଥିଲା । ହେଲେ ଏହା ଦ୍ୱାରା ସ୍ଥିତି ବିଗିଡ଼ିପାରେ ବୋଲି ଅନୁଭବ କରି ସରକାର ଏହାକୁ ବନ୍ଦ କରିଛନ୍ତି ।



ଓଡ଼ିଶାରେ ଦିନକରେ ଆଉ ୧୧,୦୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରେ ସଙ୍ଗରୋଧରୁ ୬,୨୧୪ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୪,୮୮୫ ଆକ୍ରାନ୍ତ ଅଛନ୍ତି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୬,୪୪,୪୦୧କୁ ବୃଦ୍ଧି ହୋଇଛି । ଏ ଯାଏଁ ସୁସ୍ଥ ହେଲେଣି ୫,୩୬,୫୯୫ ଜଣ ରୋଗୀ । ୧,୦୫,୩୭୫ ଜଣ ରୋଗୀ ଏବେ ବି ଚିକିତ୍ସାଧୀନ ଅଛନ୍ତି ।
Published by: Anand ST Das
First published: May 19, 2021, 9:59 PM IST