କରୋନା ମୁକାବିଲା: ଟେଷ୍ଟିଂରେ ଓଡ଼ିଶା ରେକର୍ଡ଼ କଲା; ବଡ଼ ବଡ଼ ରାଜ୍ୟକୁ ପଛରେ ପକାଇଲା

Odisha sets record in COVID tests | ଏବେ ସୁଦ୍ଧା ରାଜ୍ୟରେ ମୋଟ ୧୧ ଲକ୍ଷ ୭୨ ହଜାର ୪୨୬ଟି ନମୁନା ଟେଷ୍ଟ ହୋଇଥିବା ବେଳେ କେବଳ ଅଗଷ୍ଟ ମାସର ୨୧ ଦିନରେ ସେଥିରୁ ସାଢ଼େ ୬ ଲକ୍ଷ ଟେଷ୍ଟ କରାଯାଇଛି । ଏବେ ରାଜ୍ୟର ୧୬ଟି ସ୍ଥାନରେ ଆରଟିପିସିଆର ଟେଷ୍ଟ କରାଯାଉଛି ।

କରୋନା ମୁକାବିଲା: ଟେଷ୍ଟିଂରେ ଓଡ଼ିଶା ରେକର୍ଡ଼ କଲା; ବଡ଼ ବଡ଼ ରାଜ୍ୟକୁ ପଛରେ ପକାଇଲା
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: August 21, 2020, 8:42 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କୋଭିଡ-୧୯ ମୁକାବିଲାରେ ନୂଆ ରେକର୍ଡ କରିଛି ଓଡିଶା । ପ୍ରତି ୧୦ ଲକ୍ଷ ଜନ ସଂଖ୍ୟାରେ ୧,୨୬୫ ଜଣଙ୍କ ଟେଷ୍ଟ କରି ସାରା ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି ରାଜ୍ୟ । ଏହା ଜାତୀୟ ହାର ତୁଳନାରେ ଢେର ଅଧିକ। ଦେଶରେ ପ୍ରତି ୧୦ ଲକ୍ଷରେ ୫୮୦ ଜଣଙ୍କର ଟେଷ୍ଟ ହେଉଥିବା ବେଳେ ଓଡ଼ିଶାରେ ପ୍ରାୟ ୬୮୫ ଜଣଙ୍କର ଅଧିକ ଟେଷ୍ଟ ହେଉଛି। ବଡ଼ ବଡ଼ ରାଜ୍ୟକୁ ଟେଷ୍ଟିଂ ରେ ପଛରେ ପକାଇ ଗୋଆ ପ୍ରଥମ ରାଜ୍ୟ ହୋଇଥିବା ବେଳେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ଟ୍ୱିଟରେ ଏହି ତଥ୍ୟ ସାମ୍ନାକୁ ଆସିଛି । ପ୍ରତି ଏକ ମିଲିଅନରେ ୧୪୦ ଉପରକୁ ଟେଷ୍ଟ କରୁଥିବା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଏହି ଚାର୍ଟରେ ପ୍ରଦର୍ଶିତ ହୋଇଥିବା ବେଳେ ଓଡିଶା ଦ୍ୱିତୀୟ ସ୍ଥାନରେ ରହିଛି ଓ ଗୋଆ ୧,୮୨୬ ଟେଷ୍ଟ କରି ପ୍ରଥମ ସ୍ଥାନରେ ରହିଛି। ସବୁଠୁ ଶେଷରେ ରହିଛି ଛତିଶଗଡ଼ । ମଧ୍ୟ ପ୍ରଦେଶ, ରାଜସ୍ଥାନ, ପଶ୍ଚିମ ବଙ୍ଗ, ବିହାର, କେରଳ, ପଞ୍ଜାବ ଓ ମହାରାଷ୍ଟ୍ର ପରି ରାଜ୍ୟ ଓଡ଼ିଶା ଠୁ ବହୁତ ତଳେ ଥିବା ବେଳେ  ଜାତୀୟ ହାର ଠୁ ବି କମ ରହିଛି ସେମାନଙ୍କ ଟେଷ୍ଟ ସଂଖ୍ୟା ।

ପ୍ରତି ୧୦ ଲକ୍ଷ ରେ ଜାତୀୟ ହାର ୫୮୦ ରହିଥିବା ବେଳେ ମଧ୍ୟ ପ୍ରଦେଶରେ ୨୪୪ ,ରାଜସ୍ଥାନରେ ୩୦୯, ପଶ୍ଚିମ ବଙ୍ଗରେ ୩୬୫, ବିହାରରେ ୪୦୮, କେରଳରେ ୫୩୪, ପଞ୍ଜାବରେ ୫୪୬ ଓ ମହାରାଷ୍ଟ୍ରରେ ୫୭୯ ରହିଛି । ଏପରିକି ଦିଲ୍ଲୀ, କର୍ଣ୍ଣାଟକ, ତାମିଲନାଡୁ, ଗୁଜୁରାଟ ଓ ଆନ୍ଧ୍ର ପ୍ରଦେଶ ପରି ରାଜ୍ୟ ବି ଟେଷ୍ଟିଂରେ ଓଡିଶା ପଛରେ ରହିଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଟ୍ୱିଟ୍


କୋଭିଡ ମୁକାବିଲା ପାଇଁ ଟେଷ୍ଟିଂ ଓ ଟ୍ରେସିଂ ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ଅଧିକରୁ ଅଧିକ ଟେଷ୍ଟ କରି ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଖୋଜି ବାହାର କରିବାକୁ ସରକାର ଯୋଜନା କରିଛନ୍ତି । ଏହି କ୍ରମରେ ଅଗଷ୍ଟ ୧୦ ତାରିଖରୁ ସରକାର  ଲଗାତାର ଭାବେ ଟେଷ୍ଟିଂ ବଢ଼େଇଥିବାରୁ ଗତ ୬ ଦିନ ହେବ ଦୈନିକ ୫୦ ହଜାର ଉପରେ ଟେଷ୍ଟ କରାଯାଉଛି । ଆଜି (ଶୁକ୍ରବାର, ଅଗଷ୍ଟ ୨୧) ଗୋଟେ ଦିନରେ ୫୬,୪୭୯ ଟେଷ୍ଟ କରାଯାଇଥିବା ବେଳେ ଗତ କାଲି ୫୩,୪୭୮; ୧୯ ତାରିଖରେ ୫୩,୦୧୫; ୧୮ ତାରିଖରେ ୫,୫୩୫; ୧୭ ତାରିଖରେ ୫୦,୪୨୧ ଓ ୧୬ ତାରିଖରେ ୫୨,୭୯୫ ଟେଷ୍ଟ କରାଯାଇଛି ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୧୧ ଲକ୍ଷ ୭୨ ହଜାର ୪୨୬ଟି ନମୁନା ଟେଷ୍ଟ ହୋଇଥିବା ବେଳେ କେବଳ ଅଗଷ୍ଟ ମାସର ୨୧ ଦିନରେ ସେଥିରୁ ସାଢ଼େ ୬ ଲକ୍ଷ ଟେଷ୍ଟ କରାଯାଇଛି । ବର୍ତ୍ତମାନ ରାଜ୍ୟର ୧୬ଟି ସ୍ଥାନରେ ଆରଟିପିସିଆର ଟେଷ୍ଟ କରାଯାଉଛି ।

ପୂର୍ବରୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ କରୋନାକୁ ପ୍ରତିହତ କରିବା ପାଇଁ ଟେଷ୍ଟିଂ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ତେଣୁ ଲକ୍ଷଣ ପ୍ରକାଶ ମାତ୍ରକେ ତୁରନ୍ତ ସ୍ବେଚ୍ଛାକୃତ ଭାବରେ ଟେଷ୍ଟିଂ ପାଇଁ ଆଗେଇ ଆସିବାକୁ ମୁଖ୍ୟ ମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ବାନ ଜଣାଇଛନ୍ତି । ଏହା ଦ୍ବାରା ସଂକ୍ରମଣ ନିୟନ୍ତ୍ରଣ ହେବା ସହିତ ଆରୋଗ୍ୟ ହାର ମଧ୍ୟ ଆହୁରି ଭଲ ରହିବ ବୋଲି ସେ କହିଥିଲେ । ଲୋକେ ଯେପରି ସ୍ବେଚ୍ଛାରେ ଟେଷ୍ଟିଂ ପାଇଁ ଆଗେଇ ଆସିବେ ସେଥି ପାଇଁ ବି.ଡି.ଓ. ଓ ପଞ୍ଚାୟତ ପ୍ରତିନିଧିମାନେ ସଚେତନତା ଅଭିଯାନ ଆରମ୍ଭ କରିବା ପାଇଁ ମୁଖ୍ୟ ମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଏହା ବି ପଢ଼ନ୍ତୁ ଆସନ୍ତା ବର୍ଷ ଭାରତରେ ମିଳିବ ଏହି କମାଲ୍ ଇଲେକ୍ଟ୍ରିକ୍ କାର୍, ପୂରା ଚାର୍ଜରେ ୪୦୦ କିମି ଚାଲିବ

ଏହା ବି ପଢ଼ନ୍ତୁ Watch VIDEO: କୋଭିଡ-୧୯ରେ ମୃତ୍ୟୁ ପୂର୍ବରୁ କହିଗଲେ ଆମେରିକୀୟ ମହିଳା: ‘ମାସ୍କ ପିନ୍ଧନ୍ତୁ’

ରୋଗକୁ ଭୟ ନ କରି ଚିକିତ୍ସା ପାଇଁ ଆଗେଇ ଆସିବା ସହିତ ରୋଗୀଙ୍କୁ ଘୃଣା ନ କରିବା ପାଇଁ ମୁଖ୍ୟ ମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଥିଲେ । ଏ ଦିଗରେ ଲୋକ ପ୍ରତିନିଧିମାନେ ଜନସାଧାରଣଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ବ୍ଲକ ସ୍ତରରେ ଟେଷ୍ଟିଂ ସୁବିଧା କରାଇବାକୁ ପୂର୍ବରୁ ମୁଖ୍ୟ ମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।



‘‘ଯେତେ ଶୀଘ୍ର ଅଧିକ ଟେଷ୍ଟିଂ କରାଯାଇପାରିବ ସେତେ ଶୀଘ୍ର ସଂକ୍ରମଣ ହାର ରୋକାଯାଇପାରିବ । ଅଧିକରୁ ଅଧିକ ଟେଷ୍ଟ କରି ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଆଇସୋଲେଟ କରାଯାଇ ପାରିଲେ ସଂକ୍ରମଣ କମିବ,’’ କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା ।
Published by: Anand Shankar Thankur Das
First published: August 21, 2020, 8:42 PM IST
corona virus btn
corona virus btn
Loading