News18 Odia Digital
ଭୁବନେଶ୍ୱର: ଆଜି ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ କରୋନା ଭାଇରସ୍ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ୬୮ ଜଣ ପଜିଟିଭ – ସକାଳେ ୫୮ ଜଣ ଓ ଅପରାହ୍ଣରେ ୧୦ ଜଣ – ମିଳିଥିବାରୁ ରାଜ୍ୟରେ ଏହି ମହାମୀରୀକୁ ନେଇ ଚିନ୍ତା ବଢ଼ିଛି ।
ଆଜିର ୬୮ ଜଣ ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରୁ ଗଞ୍ଜାମର ୨୯ ଜଣ ସୁରତ ଫେରନ୍ତା ଅଛନ୍ତି । ବାଲେଶ୍ବରର ୧୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ କର୍ଣ୍ଣାଟକ ଓ ୧୦ ଜଣ ପଶ୍ଚିମ ବଙ୍ଗ ଫେରନ୍ତା ଅଛନ୍ତି । ଆଜି ପ୍ରଥମ ଥର ପାଇଁ ଅନୁଗୁଳ ଜିଲ୍ଲାକୁ ଛୁଇଁଛି କରୋନା । ଅନୁଗୁଳର ୧୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୧ ଜଣ ସୁରତ ଓ ଜଣେ ମହାରାଷ୍ଟ୍ର ଫେରନ୍ତା ଅଛନ୍ତି । ଏହା ପରେ ଅନୁଗୁଳକୁ ରେଡ୍ ଜୋନରେ ସାମିଲ କରାଯାଇଛି ।
ଭଦ୍ରକର ୬ ଜଣ ପଜିଟିଭ ସମସ୍ତେ ସୁରତ ଫେରନ୍ତା । ଯାଜପୁର ଜିଲ୍ଲାରୁ ୪ ଓ ମୟୂରଭଞ୍ଜ ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏସବୁକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୬୨କୁ ବୃଦ୍ଧି ପାଇଛି । ଏହା ମଧ୍ୟରୁ ୬୮ ଜଣ ସୁସ୍ଥ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି ।

ଟିଟିଲାଗଡ଼ରେ ଟ୍ରେନରୁ ଓହ୍ଲାଉଛନ୍ତି ପ୍ରବାସୀ ଓଡ଼ିଆ ଶ୍ରମିକମାନେ ।
ଏହା ବି ପଢ଼ନ୍ତୁ: ଲକଡାଉନ୍ ଯୋଗୁଁ କ୍ଷୀର ବିକ୍ରି ହୋଇପାରୁନି; ଚିନ୍ତାରେ ରାଜ୍ୟର ଲକ୍ଷ ଲକ୍ଷ ଦୁଗ୍ଧ ଚାଷୀ
ବର୍ତ୍ତମାନ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୧୮ ଜଣ, ଯାଜପୁରରେ ୫୯ ଜଣ, ଖୋର୍ଦ୍ଧାରେ ୫୦, ବାଲେଶ୍ବରରେ ୪୨, ଭଦ୍ରକରେ ୩୧, ସୁନ୍ଦରଗଡ଼ରେ ୧୩, ଅନୁଗୁଳରେ ୧୩, ମୟୂରଭଞ୍ଜରେ ୮ ଓ କେନ୍ଦ୍ରାପଡ଼ାରେ ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହି ପରି ଜଗତସିଂହପୁରରେ ୫, କେନ୍ଦୁଝରରେ ୨, କଳାହାଣ୍ଡିରେ ୨, ଝାରସୁଗୁଡ଼ାରେ ୨, କଟକରେ ୨, ବଲାଙ୍ଗିରରେ ୨, ପୁରୀରେ ଜଣେ ଓ ନୟାଗଡ଼ରେ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଗଞ୍ଜାମ ଜିଲ୍ଲାରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ପଜିଟିଭଙ୍କ ସଂଖ୍ୟା । ଗୋଟିଏ ସପ୍ତାହରେ ଶହେ ପାର୍ କରିଛି । ଏବେ ଜିଲ୍ଲାରେ ୧୧୮ ଜଣ କରୋନା ଆକ୍ରାନ୍ତ ହେଲେଣି । ତେବେ ଭଲ ଖବର ହେଉଛି କ୍ବାରେଣ୍ଟାଇନ ସେଣ୍ଟର ବାହାରେ ପଜିଟିଭ୍ ସଂଖ୍ୟା ଶୂନ । ତେଣୁ ଭୟଭୀତ ନ ହେବାକୁ ଲୋକଙ୍କୁ ପରାମର୍ଶ ଦେଇଛି ପ୍ରଶାସନ ।
ଏହା ବି ପଢ଼ନ୍ତୁ:ଗଞ୍ଜାମରେ ଆଉ ୨୪ କରୋନା ଆକ୍ରାନ୍ତ ଚିହ୍ନଟ; ଗୋଟିଏ ଦିନରେ ରାଜ୍ୟରେ ନୂଆ ୫୨ ସଂକ୍ରମିତ
ଏହା ବି ପଢ଼ନ୍ତୁ:ଭୁବନେଶ୍ୱରର ଜଣେ ପୋଲିସ ଅଫିସରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଯୁବତୀନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।