ମାଟ୍ରିକ ଖାତା ଦେଖା: ଲକଡାଉନ ଉଠିବା ପରେ ତାରିଖ ଘୋଷଣା କରିବ ବୋର୍ଡ଼

ଖାତା ଦେଖା ଆରମ୍ଭ ହେବାର ଦିନକ ପରେ ଲକଡ଼ାଉନ ଯୋଗୁଁ ତାହା ବନ୍ଦ କରାଯାଇଥିଲା । ପରୀକ୍ଷାର୍ଥୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ତାହା ପୁଣି ଥରେ ଆରମ୍ଭ କରିବାକୁ ବ୍ୟବସ୍ଥା କରୁଛି ମାଧ୍ୟମିକ ଶିକ୍ଷା ପରିଷଦ ।

ମାଟ୍ରିକ ଖାତା ଦେଖା: ଲକଡାଉନ ଉଠିବା ପରେ ତାରିଖ ଘୋଷଣା କରିବ ବୋର୍ଡ଼
ପୂର୍ବରୁ ୬୧ଟି କେନ୍ଦ୍ରରେ ୧୬ରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ଖାତା ଦେଖିବା ବ୍ୟବସ୍ଥା କରିଥିଲା ବୋର୍ଡ଼ ।
  • News18 Odia
  • Last Updated: April 27, 2020, 9:40 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଲକଡ଼ାଉନ ଯୋଗୁଁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷାର ଖାତାଦେଖା ବା ମୂଲ୍ୟାୟନ ପ୍ରକ୍ରିୟା ଗୁରୁତର ଭାବେ ପ୍ରଭାବିତ ହୋଇଛି । ଖାତା ଦେଖା କାର୍ଯ୍ୟ ଆରମ୍ଭ ହେବାର ମାତ୍ର ଗୋଟିଏ ଦିନ ପରେ ଲକଡ଼ାଉନ ଜାରି ହେବା ଯୋଗୁଁ ତାହା ବନ୍ଦ କରାଯାଇଥିଲା । ଆଜି ପର୍ଯ୍ୟନ୍ତ ଆରମ୍ଭ ହୋଇ ପାରିନାହିଁ । ତେବେ ପରୀକ୍ଷାର୍ଥୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଖାତାଦେଖା କାର୍ଯ୍ୟକୁ ପୁଣି ଥରେ ଆରମ୍ଭ କରିବା ପାଇଁ ବ୍ୟବସ୍ଥା କରୁଛି ମାଧ୍ୟମିକ ଶିକ୍ଷା ପରିଷଦ ବା ବୋର୍ଡ ।

ପୂର୍ବରୁ ୬୧ଟି କେନ୍ଦ୍ରରେ ୧୬ରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ଖାତା ଦେଖିବା ବ୍ୟବସ୍ଥା କରିଥିଲା ବୋର୍ଡ଼ । କିନ୍ତୁ ଏବେ ପୂର୍ବ ଥର ଖାତା ଦେଖାରେ ରିଜର୍ଭ ଥିବା ବା ୱେଟିଂ ଲିଷ୍ଟରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରିବାକୁ ଯାଉଛି ମାଧ୍ୟତ୍ମିକ ଶିକ୍ଷା ପରିଷଦ । ଅଧିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ଖାତା ଦେଖା କେନ୍ଦ୍ରର ସଂଖ୍ୟା ମଧ୍ୟ ବୃଦ୍ଧି କରିବା ପାଇଁ ବ୍ୟବସ୍ଥା କରାଯାଉଛି ।

ଆଜି ଠାରୁ ନବମ ଏବଂ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଠ୍ୟପୁସ୍ତକଗୁଡିକୁ ବୋର୍ଡ ମୁଖ୍ୟାଳୟରୁ ଜୋନଗୁଡିକୁ ପଠାଯିବା କାର୍ଯ୍ୟ ଆରମ୍ଭ ହୋଇଛି । ଜୋନଗୁଡିକରେ ପହଞ୍ଚିବା ପରେ ଏହାକୁ ଅଧିକୃତ ଡିଲରମାନଙ୍କୁ ଦିଆଯିବ ଓ ପରବର୍ତ୍ତୀ ସମୟରେ ଛାତ୍ରଛାତ୍ରୀମାନଙ୍କୁ ବିକ୍ରୀ କରାଯିବ ।

ବୋର୍ଡ଼ ସଭାପତି ରାମାଶିଷ ହାଜରା


‘‘ଲକଡାଉନ ଉଠିବା ପରେ ଏକ ବିଜ୍ଞପ୍ତି ଜାରି କରି ଉଭୟ ଖାତା ଦେଖା ଓ ବହି ବିକ୍ରିୟ ନେଇ ତାରିଖ ଘୋଷଣା କରାଯିବ । ତେବେ ଖାତା ଦେଖା କାର୍ଯ୍ୟ ବିଳମ୍ବରେ ଶେଷ ହେଲେ ମଧ୍ୟ ମୂଲ୍ୟାୟନ ସଠିକ ଭାବେ କାରାଯିବ,’’ କହିଛନ୍ତି ବୋର୍ଡ଼ ସଭାପତି ରାମାଶିଷ ହାଜରା ।

କିନ୍ତୁ ଲକଡାଉନ ଉଠିବା ଉପରେ ହିଁ ଏହି କାର୍ଯ୍ୟ ଆରମ୍ଭ ହେବ ବୋଲି ବୋର୍ଡ଼ ପକ୍ଷରୁ କୁହାଯିବା ପରେ ସୃଷ୍ଟି ହୋଇଛି ସଂଶୟ । କେବେ ଲକଡ଼ାଉନ ଉଠିବ? କେବେ ଖାତା ମୂଲ୍ୟାୟନ ପୁଣି ଆରମ୍ଭ ହେବ? କେବେ ପରୀକ୍ଷା ଫଳ ପ୍ରକାଶ ପାଇବ? ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ କେବେ ସେମାନଙ୍କର ବହି ପାଇବେ? ଏସବୁ ଏବେ ବି ଅସ୍ପଷ୍ଟ ରହିଛି ।

ଗତ ମାର୍ଚ୍ଚ ମାସ ୧୯ ତାରିଖରୁ ଆରମ୍ଭ ହୋଇଥିଲା ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର ଖାତା ମୁଲ୍ୟାୟନ କାର୍ଯ୍ୟ । ୨୦ ଦିନ ମଧ୍ୟରେ ଖାତା ମୂଲ୍ୟାୟନ ଶେଷ ହୋଇଥାନ୍ତା । ମେ' ମାସ ପ୍ରଥମ ସପ୍ତାହ ସୁଦ୍ଧା ଫଳ ପ୍ରକାଶ କରିବା ପାଇଁ ଲକ୍ଷ ରଖିଥିଲେ ବୋର୍ଡ କତ୍ତୃପକ୍ଷ । କିନ୍ତୁ ଲକଡାଉନ ଯୋଗୁଁ ମାତ୍ର ଗୋଟିଏ ଦିନ ଖାତା ଦେଖା ହେବା ପରେ ତାହା ବନ୍ଦ ହୋଇଯାଇଥିଲା । ଖାତା ଦେଖା ଶେଷ ନ ହେବା ଯୋଗୁଁ ପରୀକ୍ଷାର୍ଥୀମାନେ ଚିନ୍ତିତ ଅଛନ୍ତି ।

‘‘ୱେଟିଂ ଲିଷ୍ଟରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଖାତା ମୂଲ୍ୟାୟନ କାର୍ଯ୍ୟରେ ନିୟୋଜିତ କରିବା କଥା କୁହାଯାଉଛି । ତାହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ପରୀକ୍ଷା ଫଳକୁ ବ୍ୟାକୁଳତାର ସହ ପିଲାମାନେ ଅପେକ୍ଷା କରିଛନ୍ତି । ତେବେ ପାରିପାର୍ଶ୍ବିକ ସ୍ଥିତିକୁ ଦେଖିବା ସମୟରେ ପରୀକ୍ଷାର୍ଥୀ ପ୍ରତି ସମବେଦନା ରକ୍ଷା କରାଗଲେ ଭଲ ହୁଅନ୍ତା,’’ କହିଛନ୍ତି କଟକର ଏକ ଘରୋଇ କୋଚିଂ ସେଣ୍ଟରର ଶିକ୍ଷକ ନରହରି ସେନ ।
First published: April 27, 2020, 9:40 PM IST
corona virus btn
corona virus btn
Loading