News18 Odia Digital
ଭୁବନେଶ୍ୱର: ରାଜ୍ୟର ସ୍କୁଲ୍ ଛାତ୍ରଛାତ୍ରୀମାନଙ୍କ ପାଇଁ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏହି ମାସ ୨୬ ତାରିଖ ସୋମବାରରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ଖୋଲିବ ସ୍କୁଲ୍ । ଅଗଷ୍ଟ ୧୬ ତାରିଖରୁ ନବମ ଶ୍ରେଣୀ ପିଲାମାନଙ୍କ ପାଇଁ ଓ ସେପ୍ଟେମ୍ବର୍ ୧୫ ତାରିଖରୁ ଏକାଦଶ ଶ୍ରେଣୀ ପିଲାମାନଙ୍କ ପାଇଁ ସ୍କୁଲ୍ ଖୋଲିବା ଯୋଜନା କରିଛନ୍ତି ସରକାର ।
ଏହି ମାସ ୨୬ ତାରିଖରୁ ସ୍କୁଲ୍ ଖୋଲିଲେ କୋଭିଡ୍ କଟକଣା ଭିତରେ ସକାଳ ୧୦ଟାରୁ ପାଠପଢ଼ା ଆରମ୍ଭ ହେବ ବୋଲି ସ୍କୁଲ୍ ଓ ଗଣ ଶିକ୍ଷା ସଚିବ ସତ୍ୟବ୍ରତ ସାହୁ ଏକ ପ୍ରେସ୍ ବାର୍ତ୍ତାରେ ସୂଚନା ଦେଇଛନ୍ତି । ପ୍ରଥମ ଥର ପାଇଁ ବୋର୍ଡ଼ ଇତିହାସରେ ଏକ ନୂଆ ପଦକ୍ଷେପ ନେଇ CCE ଅର୍ଥାତ କଣ୍ଟିନୁଅସ୍ କମ୍ପ୍ରେହେନସିଭ ଇଭାଲୁଏସନ ଜରିଆରେ ସି.ବି.ଏସ୍.ଇ. ଢାଞ୍ଚାରେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ କ୍ଲାସ୍ ପରୀକ୍ଷା ହେବ ବୋଲି କହିଛନ୍ତି ସାହୁ।
ଏହା ବି ପଢ଼ନ୍ତୁ | ଦଶହରା ପୂର୍ବରୁ କେନ୍ଦ୍ର ସରକାରଙ୍କ କର୍ମଚାରୀମାନଙ୍କୁ ମିଳିବ ଉପହାର; ପ୍ରତି ମାସ ଦରମା ₹୭,୭୫୦ ବଢ଼ିପାରେ
‘‘ଆସନ୍ତା ୨୬ ତାରିଖ ସୋମବାରଠାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ସ୍କୁଲ୍ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହା ସବୁ ସରକାରୀ ଓ ବେସରକାରୀ ସ୍କୁଲ୍ ପାଇଁ ପ୍ରଯୁଜ୍ୟ ହେବ । ଯେଉଁ ସ୍କୁଲରେ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାର ସେଣ୍ଟର୍ ହେବାକୁ ଯାଉଛି ସେହି ସ୍କୁଲଗୁଡ଼ିକ ପରୀକ୍ଷା ସରିବା ପରେ ଖୋଲାଯିବ । ଦଶମ ଓ ଦ୍ୱାଦଶ ଶ୍ରେଣୀ ବ୍ୟତୀତ ଅନ୍ୟ ସବୁ ଶ୍ରେଣୀର ଶିକ୍ଷାଦାନ ପୂର୍ବ ପରି ଅନଲାଇନରେ ଚାଲୁ ରହିବ,’’ କହିଛନ୍ତି ସାହୁ ।
ଏହା ବି ପଢ଼ନ୍ତୁ | ଦେଶର ସର୍ବ ପ୍ରଥମ କରୋନା ସଂକ୍ରମିତ ବ୍ୟକ୍ତି ପୁଣି ଥରେ କରୋନାରେ ସଂକ୍ରମିତ ହେଲେ
ଭବିଷ୍ୟତରେ ପିଲାମାନଙ୍କ ବୋର୍ଡ଼ ପରୀକ୍ଷା ଆୟୋଜନ କରିବାରେ କୌଣସି ଅସୁବିଧା ଉପୁଜିଲେ ସି.ସି.ଇ.ର ରେଜଲ୍ଟ ଆଧାରରେ ପିଲାମାନଙ୍କ ମୂଲ୍ୟାୟନ କରାଯିବ ବୋଲି କହିଛନ୍ତି ସାହୁ । ସେ କହିଛନ୍ତି ଯେ ମ୍ୟାଟ୍ରିକ୍ ପରୀକ୍ଷାର ରେଜଲ୍ଟରେ ଅସନ୍ତୁଷ୍ଟ ହୋଇ ପୁଣି ଥରେ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିବା ପରୀକ୍ଷାର୍ଥୀଙ୍କ ସଂଖ୍ୟା ହେଉଛି ମାତ୍ର ୨,୨୪୪ । ସମୁଦାୟ କୃତକାର୍ଯ୍ୟ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଏମାନଙ୍କ ସଂଖ୍ୟା ହେଉଛି ମାତ୍ର ୦.୪ ପ୍ରତିଶତ । ଅର୍ଥାତ ୯୯ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀ ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥାରେ ସନ୍ତୁଷ୍ଟ ଅଛନ୍ତି ।
ଏହା ବି ପଢ଼ନ୍ତୁ | ଉତ୍ତର ପ୍ରଦେଶରେ ନୂଆ ଜନସଂଖ୍ୟା ନୀତି: ୨ରୁ ଅଧିକ ପିଲା ଥିଲେ ମିଳିବନି କୌଣସି ସରକାରୀ ସୁବିଧା
ଅଫ୍-ଲାଇନ୍ ମ୍ୟାଟ୍ରିକ୍ ପରୀକ୍ଷା ଦେବା ପାଇଁ ସବୁ ବର୍ଗରୁ ୧୫,୧୧୫ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି । ଗଞ୍ଜାମରୁ ସର୍ବାଧିକ ୧,୩୧୫ ଜଣ ଫର୍ମ ପୂରଣ କରିଛନ୍ତି । ଜିଲ୍ଲା ଓ ବ୍ଲକ ମୁଖ୍ୟାଳୟରେ ପରୀକ୍ଷା କେନ୍ଦ୍ର କରାଯିବ । କୋଭିଡ ଗାଇଡଲାଇନ ପାଳନ କରି ହେବ ମାଟ୍ରିକ ପରୀକ୍ଷା । ବୋର୍ଡ଼ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ଅଗଷ୍ଟ ୨୨ ତାରିଖ ମଧ୍ୟରେ ମ୍ୟାଟ୍ରିକର ଅଫ୍-ଲାଇନ୍ ପରୀକ୍ଷା ଫଳ ବାହାରିବ ବୋଲି କହିଛନ୍ତି ସାହୁ ।
ବିନା ମାସ୍କରେ ପରୀକ୍ଷା ଦେଇପାରିବେନି ଛାତ୍ରଛାତ୍ରୀମାନେ । ଅଗଷ୍ଟ ୧୦ରୁ ୧୫ ମଧ୍ୟରେ ପରୀକ୍ଷା ଖାତାର ମୂଲ୍ୟାୟନ ହେବ । ନବମ ଓ ଦଶମ ପିଲାାନେ ସବୁ ପରୀକ୍ଷାକୁ ଗୁରୁତ୍ବର ସହ ନେବା ଉଚିତ ବୋଲି କହିଛନ୍ତି ସାହୁ ।
Published by:Anand ST Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।