ସ୍କୁଲକୁ କରୋନା ଭୟ: ୭ ଦିନରେ ୭୭ ଆକ୍ରାନ୍ତ; ମନ୍ତ୍ରୀ କହିଲେ ‘ଡରିବାର କୌଣସି ଆବଶ୍ୟକତା ନାହିଁ’

ଗଜପତି ଓ ଝାରସୁଗୁଡ଼ା ଜିଲ୍ଲାରେ ସର୍ବାଧିକ ଶିକ୍ଷକ ଓ ଛାତ୍ରଛାତ୍ରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ରାଜ୍ୟର ବିଭିନ୍ନ ସ୍କୁଲରେ ପିଲାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଏହାକୁ ପ୍ରତି ସପ୍ତାହରେ ଆୟୋଜିତ କରିବାକୁ ପ୍ରୟାସ ଚାଲିଛି ।

ସ୍କୁଲକୁ କରୋନା ଭୟ: ୭ ଦିନରେ ୭୭ ଆକ୍ରାନ୍ତ; ମନ୍ତ୍ରୀ କହିଲେ ‘ଡରିବାର କୌଣସି ଆବଶ୍ୟକତା ନାହିଁ’
ଏକ ବିଦ୍ୟାଳୟ ପରିଦର୍ଶନ ସମୟରେ ସ୍କୁଲ୍ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ
  • News18 Odia
  • Last Updated: January 15, 2021, 11:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଜାନୁଆରୀ ୮ ତାରିଖରୁ ରାଜ୍ୟର ହାଇ ସ୍କୁଲଗୁଡ଼ିକରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଆରମ୍ଭ ହୋଇଥିଲା ପାଠପଢ଼ା । ଦୀର୍ଘ ନଅ ମାସ ପରେ ସ୍କୁଲ ଖୋଲିଥିବାରୁ ପିଲାମାନେ ଉତ୍ସାହିତ ଥିଲେ । ହେଲେ ମାତ୍ର ସାତ ଦିନ ମଧ୍ୟରେ ବିଭିନ୍ନ ଜିଲାର ୭୭ ଜଣ ଶିକ୍ଷକ ଓ ଛାତ୍ରଛାତ୍ରୀ କରୋନା ଭାଇରସରେ ଆକ୍ରାନ୍ତ ହେବା ସଭିଙ୍କୁ ଚିନ୍ତାରେ ପକାଇଛି । ସ୍କୁଲ୍‌ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ଭୟ କରିବାର ଆବଶ୍ୟକତା ନାହିଁ ।

ଗଜପତି ଓ ଝାରସୁଗୁଡ଼ା ଜିଲ୍ଲାରେ ସର୍ବାଧିକ ଶିକ୍ଷକ ଓ ଛାତ୍ରଛାତ୍ରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଲାଇକେରା ବ୍ଲକର ବିଭିନ୍ନ ସ୍କୁଲରେ ସର୍ବାଧିକ ୩୨ ଜଣ ଛାତ୍ରଛାତ୍ରୀ ଆକ୍ରାନ୍ତ ହେବା ସହ ଗଜପତିରେ ୨୧ ଜଣ ଶିକ୍ଷକ ଆକ୍ରାନ୍ତ ହୋଇଛନ୍ତି । ତେବେ ଆକ୍ରାନ୍ତମାନେ ଆଇସୋଲେସନରେ ରହିବା ସହ ସୁସ୍ଥ ଅଛନ୍ତି । ସେହି ସ୍କୁଲଗୁଡ଼ିକରେ ଏବେ ବାହାରୁ ଶିକ୍ଷକ ଆସି ପାଠ ପଢ଼ାଉଛନ୍ତି ।

ଏହା ବି ପଢ଼ନ୍ତୁ ବାବା ଭେଙ୍ଗାଙ୍କ ଭବିଷ୍ୟତ ବାଣୀ: ୨୦୨୧ରେ ବିଶ୍ ପ୍ରଳୟର ସାମନା କରିବ; ଟ୍ରମ୍ପ୍ କାଲ ହୋଇଯିବେ

‘‘ମୁଁ ଗଲା ସାତ ଦିନ ଭିତରେ ବିଭିନ୍ନ ଜିଲ୍ଲା ଗସ୍ତ କରି ଅନେକ ସ୍କୁଲ ବୁଲି ଦେଖିଛି । ଗତ ତିନି ଦିନରେ ଚାରିଟି ଜିଲ୍ଲାର ଅନେକ ସ୍କୁଲ ପରିଦର୍ଶନ କଲି । ବେଶ ସୁନ୍ଦର ଭାବେ ପିଲାମାନେ ପାଠ ପଢ଼ୁଛନ୍ତି । ପିଲାଙ୍କ ଉପସ୍ଥାନ ବି ବଢ଼ିଛି । ବାକି ଯେଉଁ ସ୍ଥାନରେ କୋଭିଡ ସଂକ୍ରମଣ ହୋଇଛି ସେମାନଙ୍କୁ ପ୍ରାଥମିକ ସ୍ତରରୁ ସଙ୍ଗରୋଧ କରି ରଖାଯାଇଛି । ତେଣୁ ଡରିବାର ଆବଶ୍ୟକତା ନାହିଁ,’’ କହିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ଏହା ବି ପଢ଼ନ୍ତୁ | ଇଏ ଏମିତି ଦେଶ! ଏଠାକାର ରାଜା ପ୍ରତି ବର୍ଷ ଏକ କୁଆଁରୀ ଝିଅକୁ ବାହା ହୁଅନ୍ତି; ତାଙ୍କର ୧୫ ପତ୍ନୀ

ଖୋର୍ଦ୍ଧା ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମଣର କୌଣସି ଖବର ଆସି ନ ଥିବାବେଳେ ସ୍କୁଲଗୁଡ଼ିକରେ ଖୁବ୍‌ ସତର୍କତା ଅବଲମ୍ବନ କରାଯାଉଛି । ଦିନକୁ ଦିନ ପିଲାଙ୍କ ଉପସ୍ଥାନ ସ୍କୁଲରେ ବଢ଼ୁଛି । ବାହାରୁ ହଷ୍ଟେଲକୁ ଆସୁଥିବା ପିଲାଙ୍କୁ ପ୍ରଥମେ ହେଲ୍ଥ ଚେକ୍‌-ଅପ କରାଇବା ପରେ ହଷ୍ଟେଲରେ ରହିବାର ଅନୁମତି ଦିଆଯାଉଛି ।

ଏହା ବି ପଢ଼ନ୍ତୁ | ବିବାହର ସପ୍ତମ ଦିନରେ ସ୍ାମୀର ଗଳା କାଟି ହତ୍ୟା କଲା ପତ୍ନୀ, ଶବ ସହ ରାତି ସାରା ଶୋଇରହିଲା

ରାଜ୍ୟର ବିଭିନ୍ନ ସ୍କୁଲରେ ପିଲାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଏହାକୁ ପ୍ରତି ସପ୍ତାହରେ ଆୟୋଜିତ କରିବାକୁ ପ୍ରୟାସ ଚାଲିଛି ବୋଲି କହିଛନ୍ତି ଅଧିକାରୀମାନେ । ହେଲେ ଏକ ଭୟର ବାତାବରଣ ଭିତରେ ଚାଲିଛି ପାଠପଢ଼ା ।



କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ମଧ୍ୟ ପାଠପଢ଼ା କୋଭିଡ କଟକଣା ସହ ଆରମ୍ଭ ହୋଇଛି । କିନ୍ତୁ ଛାତ୍ରଛାତ୍ରୀଙ୍କ ଭିତରେ ବେପରୁଆ ମନୋଭାବ ଦେଖିବାକୁ ମିଳିଛି ।
Published by: Anand Shankar Thankur Das
First published: January 15, 2021, 11:58 PM IST