Corona in Odisha: ରାଜ୍ୟରେ ୧୨୩ ନୂଆ ମାମଲା ଚିହ୍ନଟ; ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ଅଛନ୍ତି

୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨୩ ପଜିଟିଭ୍ ମଧ୍ୟରେ ୭୨ଟି କ୍ୟାଣ୍ଟିନ୍ ମାମଲା ଓ ୫୧ଟି ସ୍ଥାନୀୟ ସମ୍ପର୍କ ମାମଲା ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ୧୨୩ ନୂଆ କରୋନା ମାମଲା ଚିହ୍ନଟ

ରାଜ୍ୟରେ ୧୨୩ ନୂଆ କରୋନା ମାମଲା ଚିହ୍ନଟ

  • Share this:
News18 Odia Digital

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୦-୧୮ ବର୍ଷ ବୟସର ୧୭ଟି ସମେତ ମୋଟ ୧୨୩ଟି କୋଭିଡ -୧୯ ପଜଟିଭି ମାମଲା ଚିହ୍ନଟ ହୋଇଛି । ସୂଚନା ଓ ଜନସମ୍ପର୍କ ବିଭାଗ (I&PR) ବିଭାଗକୁ ସୂଚନା ଦେଇ ଯେ କରୋନା ସଂକ୍ରମିତ ମାମଲା ବର୍ତ୍ତମାନ ୧୦,୫୪,୦୦୪ରେ ପହଞ୍ଚିଛି ।

୧୨୩ ପଜିଟିଭ୍ ମଧ୍ୟରେ ୭୨ଟି କ୍ୟାଣ୍ଟିନ୍ ମାମଲା ଓ ୫୧ଟି ସ୍ଥାନୀୟ ସମ୍ପର୍କ ମାମଲା

ତେବେ ରାଜ୍ୟରେ ୧୪୪ ରୋଗୀ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ମୋଟ ସଂଖ୍ୟା ୧୦,୪୩,୯୨୬ରେ ପହଞ୍ଚିଛି। ସମୁଦାୟ ୧,୫୭୨ ସକ୍ରିୟ ମାମଲା ଅଛି । ତେବେ ବାଲେଶ୍ବର ୩ଟି ମାମଲା ଥିବା ବେଳେ ଭଦ୍ରକରେ ଜଣେ, କଟକରେ ୧୦, ଦେଓଗଡରେ ୨, ଗଜପତିରେ ୪, ଗଞ୍ଜାମରେ ୧, ଜଗତସିଂହପୁରରେ ୨, ଯାଜପୁରରେ ୫, ଖୋଦ୍ଧାରେ ୫୩, ମୟୂରଭଞ୍ଜରେ ୮, ନୟାଗଡରେ ୧, ପୁରୀରେ ୨, ସମ୍ବଲପୁରରେ ୧୯, ଷ୍ଟେଟ ପୁଲରେ ୧୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
Published by:Lipina Das
First published:
)}