ଆଉ ନାହାଁନ୍ତି ପ୍ରବଚକ ପଣ୍ଡିତ ଚାରଣ ରାମ ଦାସ; କରୋନା ସଂକ୍ରମଣରେ ତାଙ୍କର ପରଲୋକ ହେଲା

Pandit Charan Ramdass Dies of COVID in Puri | ଶ୍ରୀଜଗନ୍ନାଥଙ୍କ ଉପରେ ପଣ୍ଡିତ ଚାରଣ ରାମଦାସ ଦେଇଥିବା ଅନେକ ପ୍ରବଚନ ସାରା ଓଡ଼ିଶାରେ ଲୋକପ୍ରିୟ ହୋଇ ରହିଛି । ତାଙ୍କ ଦେହାନ୍ତ ଖବର ସାରା ରାଜ୍ୟରେ ଶୋକର ଛାୟା ଖେଳାଇ ଦେଇଛି ।

ଆଉ ନାହାଁନ୍ତି ପ୍ରବଚକ ପଣ୍ଡିତ ଚାରଣ ରାମ ଦାସ; କରୋନା ସଂକ୍ରମଣରେ ତାଙ୍କର ପରଲୋକ ହେଲା
ପଣ୍ଡିତ ଚାରଣ ରାମଦାସ (ଫାଇଲ୍ ଫଟୋ)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟର ଲୋକପ୍ରିୟ ଧାର୍ମିକ ପ୍ରବଚକ ପଣ୍ଡିତ ଚାରଣ ରାମ ଦାସଙ୍କର ପରଲୋକ ହୋଇଛି । ଜଗନ୍ନାଥ ସଂସ୍କୃତି ସମେତ ହିନ୍ଦୁ ଧର୍ମ ଓ ପୁରାଣ ଶାସ୍ତ୍ର ଉପରେ ନିଜ ସାବଲୀଳ ଉପସ୍ଥାପନା ପାଇଁ ଜଣାଶୁଣା ଏହି ପ୍ରବଚକଙ୍କର କରୋନା ଭାଇରସ୍‌ (Coronavirus) ସଂକ୍ରମଣରେ ପରଲୋକ ଘଟିଛି ।

କିଛି ଦିନ ତଳେ କରୋନା ସଂକ୍ରମିତ (Corona Virus) ହୋଇ ଚାରଣ ରାମଦାସ (Pandit Charan Ramdass) ପୁରୀ ଆଇ.ଡି.ଏଚ୍‌. କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କ ଫୁସଫୁସ୍‌ ପ୍ରଭାବିତ ହୋଇଥିଲା ଓ ସେ ଶ୍ୱାସକ୍ରିୟା ଜନିତ ଅସୁବିଧା ଅନୁଭବ କରୁଥିଲେ । ସୋମବାର ରାତି ପାଖାପାଖ୍ ୧୦ଟା ବେଳେ ହସପିଟାଲରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା ।

ଏହା ବି ପଢ଼ନ୍ତୁ | Gold Price: ରେକର୍ଡ଼ ଉଚ୍ଚତାରୁ ଏବେ ବି ୭,୬୦୦ ଟଙ୍କା ଶସ୍ତା ଅଛି ସୁନା; ଏହି ମାସ ମହଙ୍ଗା ହୋଇଛି

ପଣ୍ଡିତ ଚାରଣ ରାମ ଦାସ (Charan Ramdass) ଜଗନ୍ନାଥ ସଂସ୍କୃତି ସମେତ ଧର୍ମ ଓ ପୁରାଣ ଶାସ୍ତ୍ର ଉପରେ ପ୍ରବଚନ ଦେଇ ରାଜ୍ୟରେ ଲୋକପ୍ରିୟତା ହାସଲ କରିଥିଲେ । ଓଡ଼ିଶାର ବିଭିନ୍ନ ଟେଲିଭିଜନ୍‌ ଚ୍ୟାନେଲରେ ତାଙ୍କର କଥା ଲୋକେ ଆଗ୍ରହରେ ଶୁଣୁଥିଲେ । ତାଙ୍କ ଦେହାନ୍ତ ଖବର ସାରା ରାଜ୍ୟରେ ଶୋକର ଛାୟା ଖେଳାଇ ଦେଇଛି । ଚରଣ ରାମଦାସଙ୍କ ଦେହାନ୍ତରେ ବିଜେଡି ନେତା ତଥା ରାଜ୍ୟ ଯୋଜନା ବୋର୍ଡ଼ର ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା ଓ ବିଜେପି ନେତା ସମୀର ମହାନ୍ତି ପ୍ରମୁଖ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଛତିଶଗଡ଼ରେ ଜିଲ୍ଲାପାଳ ଜଣେ ଯୁବକକୁ ରାସ୍ତାରେ ପିଟିଲେ, ମୋବାଇଲ୍ ଭାଙ୍ଗିଲେ, କ୍ଷମା ମାଗିଲେ

‘‘ପଣ୍ଡିତ ଚାରଣ ରାମଦାସଙ୍କ ଅକାଳ ବିୟୋଗ ଖବର ପାଇ ମୁଁ ମର୍ମାହତ । ଭଗବତପ୍ରେମୀ ଚାରଣ ରାମଦାସ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଜଣେ ଏକନିଷ୍ଠ ସେବକ ଥିଲେ । ପ୍ରବଚନ ମାଧ୍ୟମରେ ସେ ମହାପ୍ରଭୁଙ୍କ ଲୀଳାଖେଳା ବର୍ଣ୍ଣନା କରି ଓଡି଼ଶାର ଘରେ ଘରେ ସୁପରିଚିତ ହୋଇପାରିଥିଲେ । ମହାପ୍ରଭୁ ଶ୍ରୀଜଗନ୍ନାଥ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଏଭଳି ଦାରୁଣ ଦୁଃଖ ସହିବାର ଶକ୍ତି ଦିଅନ୍ତୁ । ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରୁଛି,’’ ଏକ ଟ୍ୱିଟ୍‌ କରି କହିଛନ୍ତି ସଞ୍ଜୟ ଦାସ ବର୍ମା ।



ଏହା ବି ପଢ଼ନ୍ତୁ | Railways: ବାତ୍ୟା ଯୋଗୁଁ ଅନେକ ଟ୍ରେନ୍ ବାତିଲ୍ ହେଲା; ଦେଖନ୍ତୁ କେଉଁ ଦିନ କେଉଁ ଟ୍ରେନ୍ ଚାଲିବନି

ଶ୍ରୀଜଗନ୍ନାଥଙ୍କ ଉପରେ ପଣ୍ଡିତ ଚାରଣ ରାମଦାସ ଦେଇଥିବା ଅନେକ ପ୍ରବଚନ ସାରା ଓଡ଼ିଶାରେ ଲୋକପ୍ରିୟ ହୋଇ ରହିଛି । ପୁରୀ ରଥ ଯାତ୍ରାର ସିଧା ପ୍ରସାରଣ ସମୟରେ ତାଙ୍କ ଧାରାବିବରଣୀ ପାଇଁ ସେ ଖ୍ୟାତ ଥିଲେ । ସେ ଗୀତା ମହିମା, ଶିବ ମହିମା, ମା’ ତାରିଣୀ କଥାମୃତ, ଶ୍ରୀମଦ୍ଭଗବତ ଗୀତା, ଏ ତ କଳିକାଳ, ରାମାୟଣ, ଗୁହ୍ୟ କାଳୀ ମନ୍ଦିର କାହାଣୀ ଓ ତ୍ରିନାଥ ମେଳା ଆଦି ପ୍ରବଚନ ପାଇଁ ମଧ୍ୟ ପ୍ରସିଦ୍ଧ ହୋଇଥିଲେ ।



ଗତ ମାସ ଚାରଣ ରାମଦାସ ହଠାତ ବିବାଦ ଭିତରକୁ ଟାଣିହୋଇ ଯାଇଥିଲେ । ତାଙ୍କର ଏକ ଭିଡିଓରେ ପ୍ରଭୁ ବିଷ୍ଣୁଙ୍କ ସମ୍ପର୍କରେ କଥିତ ରୂପେ ଅଶାଳୀନ ଶବ୍ଦ ବ୍ୟବହାର ହୋଇଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ବୈଦିକ ବ୍ରାହ୍ମଣ ପରିଷଦ (ବିବିପି) ଏପ୍ରିଲ୍‌ ୨୬ ତାରିଖରେ ପୁରୀ ଜଗନ୍ନାଥ ମନ୍ଦିରର ସିଂହଦ୍ୱାରରେ ବିରୋଧ ପ୍ରଦର୍ଶନ କରିବ ବୋଲି ଚେତାବନୀ ଦେଇଥିଲା ।
Published by: Anand ST Das
First published: May 24, 2021, 11:59 PM IST