Plus 2 Results: ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ଆସିଲା; ବିଜ୍ଞାନରେ ୯୫%, ବାଣିଜ୍ୟରେ ୯୪% ପାସ୍ ହାର

CHSE Odisha +2 Results 2021 | କୋଭିଡ୍‌ କଟକଣା ଓ ଲକଡାଉନ୍‌ ଯୋଗୁଁ ଓଡ଼ିଶାରେ ଯୁକ୍ତ ଦୁଇ ପରୀକ୍ଷା ହୋଇପାରି ନ ଥିଲା । ଯୁକ୍ତ ୨ ବିଜ୍ଞାନରେ ୯୪,୫୩୨ ଜଣ ପଞ୍ଜୀକୃତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପାସ୍‌ କରିଛନ୍ତି ୮୯,୯୫୧ ଜଣ – ୫୦,୧୯୮ ଜଣ ଛାତ୍ର ଓ ୩୯,୭୫୩ ଜଣ ଛାତ୍ରୀ ।

ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରୁଛନ୍ତି; (ବାମ) କେତେକ ଛାତ୍ରୀ (ଫାଇଲ୍‌ ଫଟୋ)

ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରୁଛନ୍ତି; (ବାମ) କେତେକ ଛାତ୍ରୀ (ଫାଇଲ୍‌ ଫଟୋ)

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ହୋଇ ନ ଥିଲା, ହେଲେ ବୈକଳ୍ପିକ ମୂଲ୍ୟାଙ୍କନ ପଦ୍ଧତିରେ ପରୀକ୍ଷା ଫଳ ପ୍ରକାଶ ପାଇଛି । ପାସ୍‌ ହାର ଗତ ବର୍ଷଠାରୁ ଅଧିକ ରହିଛି । ଏ ବର୍ଷ ବିଜ୍ଞାନରେ ସାମଗ୍ରିକ ପାସ୍‌ ହାର ୯୫.୧୫ ପ୍ରତିଶତ ରହିଥିବା ବେଳେ ବାଣିଜ୍ୟରେ ଏହା ୯୪.୯୬ ରହିଛି ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର କାର୍ଯ୍ୟାଳୟରେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ତା’ ପରେ ପରୀକ୍ଷା ଫଳ ୱେବସାଇଟରେ ପ୍ରକାଶିତ ହୋଇଛି । SAMS ୱେବସାଇଟରେ ମଧ୍ୟ ପରୀକ୍ଷା ଫଳ ଉପଲବ୍ଧ ହେଉଛି ।

ଏହା ବି ପଢ଼ନ୍ତୁ | କୃଷ୍ଣ ଭକ୍ତିରେ ପାଗଳିନୀ ଏହି ବରିଷ୍ଠ IPS ଅଫିସର୍ ଚାକିରିରୁ ଅବସର ନେବାକୁ ଆବେଦନ କଲେ

ଯୁକ୍ତ ୨ ବିଜ୍ଞାନରେ ଏ ବର୍ଷ ୯୪,୫୩୨ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ପାସ୍‌ କରିଛନ୍ତି ୮୯,୯୫୧ ଜଣ । ବିଜ୍ଞାନରେ ୫୦,୧୯୮ ଜଣ ଛାତ୍ର ଓ ୩୯,୭୫୩ ଜଣ ଛାତ୍ରୀ ପାସ୍‌ କରିଛନ୍ତି । ପ୍ରଥମ ଶ୍ରେଣୀରେ ୫୫,୪୬୮ ଜଣ ଛାତ୍ରଛାତ୍ରୀ ପାସ୍‌ କରିଥିବା ବେଳେ ଦ୍ବିତୀୟ ଶ୍ରେଣୀରେ ୧୬,୯୪୩ ଜଣ ଛାତ୍ରଛାତ୍ରୀ ପାସ୍‌ ହୋଇଛନ୍ତି । ତୃତୀୟ ଶ୍ରେଣୀରେ ୧୪,୬୩୧ ଛାତ୍ରଛାତ୍ରୀ ପାସ୍‌ ହୋଇଛନ୍ତି ।

ଏହା ବି ପଢ଼ନ୍ତୁ | ବାବୁଲ୍‌ ସୁପ୍ରିୟୋ ରାଜନୀତିରୁ ସନ୍ନ୍ୟାସ ଘୋଷଣା କଲେ; ୨୪ ଦିନ ତଳେ କେନ୍ଦ୍ର ମନ୍ତ୍ରୀ ପଦ ଯାଇଥିଲା

ଯୁକ୍ତ ଦୁଇ ବାଣିଜ୍ୟରେ ପଞ୍ଜୀକରଣ କରିଥିଲେ ୨୪,୫୨୬ ଜଣ ଛାତ୍ରଛାତ୍ରୀ । ସେମାନଙ୍କ ମଧ୍ୟରୁ ପାସ୍ କରିଛନ୍ତି ୨୩,୨୯୨ ଜଣ । ବାଣିଜ୍ୟରେ ୧୪,୭୫୭ ଜଣ ଛାତ୍ର ଓ ୮,୫୩୫ ଛାତ୍ରୀ ପାସ୍‌ କରିଛନ୍ତି । ପ୍ରଥମ ଶ୍ରେଣୀରେ ୮,୩୫୫ ଜଣ, ଦ୍ବିତୀୟ ଶ୍ରେଣୀରେ ୫,୬୯୨ ଜଣ ଓ ତୃତୀୟ ଶ୍ରେଣୀରେ ୯,୦୬୬ ଜଣ ପାସ୍ କରିଛନ୍ତି ।

ଏହା ବି ପଢ଼ନ୍ତୁ | ଝାଡ଼ଖଣ୍ଡ ପରେ UP? ଜଜ୍‌ଙ୍କ କାର୍‌କୁ ପଛରୁ ପିଟିଲା ଆଉ ଏକ କାର୍; ହତ୍ୟା ଉଦ୍ୟମ ମାମଲା ରୁଜୁ ହେଲା

ଛାତ୍ରଛାତ୍ରୀ ଓ ଅବିଭାବକମାନେ CHSE ଓଡିଶା +2 ଫଳାଫଳ (CHSE Odisha +2 Results 2021) ଦେଖିବା ପାଇଁ ଅଫିସିଆଲ୍ ୱେବସାଇଟ୍ orissaresults.nic.in ପରିଦର୍ଶନ କରିପାରିବେ । ସେଠାରେ ସେମାନେ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ ଲିଙ୍କ୍‌ ଉପରେ କ୍ଲିକ୍ କରି ରୋଲ୍ ନମ୍ବର ଓ ପଞ୍ଜୀକରଣ ନମ୍ବର ପ୍ରବେଶ କରାଇବା ପରେ ଫଳ ଦେଖିପାରିବେ ।



ଏ ବର୍ଷ କୋଭିଡ୍‌ କଟକଣା ଓ ଲକଡାଉନ୍‌ ଯୋଗୁଁ ଓଡ଼ିଶାରେ ଯୁକ୍ତ ଦୁଇ ଓ ମ୍ୟାଟ୍ରିକ୍‌ ପରୀକ୍ଷା ହୋଇପାରି ନ ଥିଲା । ଏକ ବୈକଳ୍ପିକ ମୂଲ୍ୟାଙ୍କନ ପଦ୍ଧତିରେ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ପୂର୍ବ କ୍ଲାସ୍‌ ପରୀକ୍ଷାର ପ୍ରଦର୍ଶନକୁ ଆଧାର କରି ମାର୍କ ଦିଆଯାଇଥିଲା ।
Published by:Anand S.T. Das
First published: