Odisha Plus 2 Science Result: ପ୍ରକାଶ ପାଇଲା ଫଳ; ପାସ୍ ହାର ୭୦.୨୧%; ଛାତ୍ରମାନେ ଆଗୁଆ

ଏ ଥର ରାଜ୍ୟରେ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାରେ ୭୦.୨୧ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ନୟାଗଡ଼ରେ ପାସ୍ ହାର ସର୍ବାଧିକ ୮୬.୫ ପ୍ରତିଶତ ରହିଥିବା ବେଳେ ଝାରସୁଗୁଡ଼ାରେ ସର୍ବନିମ୍ନ ରହିଛି ।

Odisha Plus 2 Science Result: ପ୍ରକାଶ ପାଇଲା ଫଳ; ପାସ୍ ହାର ୭୦.୨୧%; ଛାତ୍ରମାନେ ଆଗୁଆ
ସ୍କୁଲ୍ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ (ବାମ)
  • News18 Odia
  • Last Updated: August 12, 2020, 12:06 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଆଜି ପ୍ରକାଶ ପାଇଛି ରାଜ୍ୟର ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ (Odisha Plus 2 Science results)। ସ୍କୁଲ୍‌ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ (Samir Ranjan Dash) ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି ଏହି ଫରୀକ୍ଷା ଫଳ ।

ଏ ଥର ରାଜ୍ୟରେ ୭୦.୨୧ ପ୍ରତିଶତ ଯୁକ୍ତ ୨ ବିଜ୍ଞାନ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ନୟାଗଡ଼ରେ ପାସ୍‌ ହାର ସର୍ବାଧିକ ୮୬.୫ ପ୍ରତିଶତ ରହିଥିବା ବେଳେ ଝାରସୁଗୁଡ଼ାରେ ସର୍ବନିମ୍ନ ୪୦.୭୧ ପ୍ରତିଶତ ରହିଛି ।

ଏ ବର୍ଷ ମୋଟ ୯୭,୩୭୭ ଜଣ ଛାତ୍ରଛାତ୍ରୀ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୬୮,୩୭୪ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି ।

୩୯ ପ୍ରତିଶତ ଛାତ୍ରଙ୍କ ତୁଳନାରେ ୩୧ ପ୍ରତିଶତ ଛାତ୍ରୀ ପାସ୍‌ କରିଛନ୍ତି । ୩୮,୩୦୧ ଛାତ୍ର ପାସ୍‌ କରିଥିବା ବେଳେ ୩୦,୦୩୭ ଛାତ୍ରୀ ପାସ୍‌ କରିଛନ୍ତି ।

୨୫,୩୩୯ ଜଣ ପିଲା (୨୬ ପ୍ରତିଶତ) ପ୍ରଥମ ଶ୍ରେଣୀରେ ପାସ୍‌ କରିଛନ୍ତି । ୨୦୧୯ରେ ପ୍ରଥମ ଶ୍ରେଣୀରେ ୨୦, ୮୦୦ ଜଣ ପିଲା ପାସ୍‌ କରିଥିଲେ । ଗତ ବର୍ଷ ମାତ୍ର ୬୦ଜଣ ୯୦% ମାର୍କ ରଖିଥିଲେ, ହେଲେ ଏ ଥର ଏହି ସଂଖ୍ୟା ଦ୍ବିଗୁଣିତ ହୋଇଛି ।

ଏ ଥର ୧୩୭ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି । ୨୦ଟି କଲେଜରେ ଶତ ପ୍ରତିଶତ ରେଜଲ୍ଟ ହେଇଛି ଓ ୧୫ଟି କଲେଜରେ ପାସ୍‌ ହାର ଶୂନ ପ୍ରତିଶତ ହେଇଛି ।

ଏହି ମାସ ଶେଷ ସୁଦ୍ଧା ବାଣିଜ୍ୟ ରେଜଲ୍ଟ ବାହାରିବା ପରେ ପୁନଃମୂଲ୍ୟାୟନ ନେଇ ସୂଚନା ଦିଆଯିବ ବୋଲି ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।

ପରୀକ୍ଷାର୍ଥୀମାନେ ଏହି ରେଜଲ୍ଟ CHSEର ୱେବସାଇଟ www.orissaresults.nic.in ରେ ନିଜ ରୋଲ ନମ୍ବର ଓ ରେଜିଷ୍ଟ୍ରେସନ ନମ୍ବର ଦେଇ ଦେଖିପାରିବେ । ରେଜଲ୍ଟ ଜାଣିବା ପାଇଁ କାଉନସିଲ (CHSE)ର ଟୋଲ ଫ୍ରି ନମ୍ବର ୨୪ ଘଣ୍ଟା ଖୋଲା ରହିବ । 0674-2300914 ରେ କଲ୍‌ କରି ନିଜ ରୋଲ ନମ୍ବର ଦେଇ ରେଜଲ୍ଟ ଜାଣି ପାରିବେ ପରୀକ୍ଷାର୍ଥୀ ।

ଏହା ବି ପଢ଼ନ୍ତୁ | ରୁଷିଆ ଆଣିଲା ବିଶ୍ୱର ପ୍ରଥମ କରୋନା ଟିକା; ରାଷ୍ଟ୍ରପତି ପୁଟିନଙ୍କ ଝିଅଙ୍କୁ ପ୍ରଥମେ ଦିଆଗଲା

ଏହା ବି ପଢ଼ନ୍ତୁ | ପଶ୍ଚିମ ବଙ୍ଗରେ କରୋନା ରୋଗୀଙ୍କୁ ଲୁଟୁଛନ୍ତି ଘରୋଇ ହସପିଟାଲ; ଚିକିତ୍ସା ବିଲ୍ ୧୦.୩୯ ଲକ୍ଷ ଟଙ୍କା!



ଏଥି ସହ ସମସ୍ତ ମହାବିଦ୍ୟାଳୟକୁ ମଧ୍ୟ ପଠାଯିବ ରେଜଲ୍ଟ । ଚଳିତ ବର୍ଷ କେବଳ ବିଜ୍ଞାନ ବିଭାଗରେ ୯୭,୩୭୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଚଳିତ ବର୍ଷ ଜାନୁଆରୀ ୨୮ରୁ ପ୍ରାକ୍ଟିକାଲ ଓ ମାର୍ଚ୍ଚ ୩ରୁ ଯୁକ୍ତ ଦୁଇ ବିଜ୍ଞାନରେ ଥିଓରୀ ପରୀକ୍ଷା ଆରମ୍ଭ ହୋଇଥିଲା। ଏହା ୨୮ ତାରିଖରେ ଶେଷ ହୋଇଥାନ୍ତା, କିନ୍ତୁ କୋରୋନା ମହାମାରୀ ଯୋଗୁଁ ମାର୍ଚ୍ଚ ୨୧ରୁ ବାକି ଥିବା ସମସ୍ତ ପରୀକ୍ଷା ବାତିଲ ହୋଇଥିଲା । ତେଣୁ ସିବିଏସଇ ଢାଞ୍ଚା ଅନୁଯାୟୀ ପି.କ୍ୟୁ. ମେଥଡ଼ ଆଧାରରେ ମାର୍କିଂ ହୋଇ ଫଳ ପ୍ରକାଶ କରାଯାଇଛି । ଏହାକୁ ନେଇ ଚିନ୍ତାରେ ଥିଲେ ଛାତ୍ରଛାତ୍ରୀମାନେ । ହେଲେ ଶିକ୍ଷାବିତଙ୍କ ମତ ଯେ ମୁଖ୍ୟ ବିଷୟଗୁଡିକର ପରୀକ୍ଷା ଶେଷ ହୋଇଥିବାରୁ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ଭଲ ହେବ।
Published by: Anand Shankar Thankur Das
First published: August 12, 2020, 12:06 PM IST
corona virus btn
corona virus btn
Loading