News18 Odia Digital
ଭୁବନେଶ୍ୱର: ରାଜ୍ୟରେ ଜୁନ ୧୭ ତାରିଖ ପରେ ଲକଡାଉନ୍ ଉଠାଇବା ପ୍ରକ୍ରିୟା ଆରମ୍ଭ ହେବ । ହେଲେ ଏକା ଥରକେ ଏହାକୁ ଉଠାଇ ନ ଦେଇ ଧୀରେ ଧୀରେ ଅନଲକ୍ ପ୍ରକ୍ରିୟା କରିବେ ସରକାର । ଏପରିକି କୌଣସି ଜିଲ୍ଲାରେ ଟେଷ୍ଟ୍ ପଜିଟିଭିଟି ରେଟ୍ (ଟି.ପି.ଆର୍.) ପାଞ୍ଚ ପ୍ରତିଶତ ତଳେ ଥିଲେ ବି କଟକଣା ଲାଗୁ ରହିବ ବୋଲି ସରକାର ବିଚାର କରୁଛନ୍ତି ।
ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ ଧୀରେ ଧୀରେ ଅନଲକ୍ କରିବା ସମସ୍ତଙ୍କ ପାଇଁ ଭଲ ହେବ । ଅନ୍ୟ ରାଜ୍ୟମାନେ ବି ଏହି ପନ୍ଥା ଆପଣାଇଛନ୍ତି ଓ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ବି ଧୀରେ ଧୀରେ ଅନଲକ୍ କରିବାକୁ ସ୍ବାଗତ କରୁଛନ୍ତି ବୋଲି ସେ କହିଛନ୍ତି । ଏବେ ବି ରାଜ୍ୟର ପାଞ୍ଚଟି ଜିଲ୍ଲାକୁ ନେଇ ଚିନ୍ତା ରହିଛି – ଖୋର୍ଦ୍ଧା, କଟକ, ଯାଜପୁର, ଅନୁଗୁଳ ଓ ପୁରୀ । ଏଠାରେ କମିବାର ନାଁ ଧରୁନି ସଂକ୍ରମଣ । କାମ ଦେଉନି ଲକଡାଉନ, ସଟଡ଼ାଉନ ଓ ନାଇଟ କର୍ଫ୍ୟୁ ଭଳି ଯୋଜନା ।
ଏହା ବି ପଢ଼ନ୍ତୁ | କରୋନାରେ ପିତାମାତାଙ୍କୁ ହରେଇଥିବା ପିଲାଙ୍କ ପାଇଁ କେନ୍ଦ୍ର ସରକାର ବଢ଼ାଇଲେ ସାହାଯ୍ୟର ବଡ଼ ହାତ
ଯାଜପୁର ଜିଲ୍ଲାରେ ସର୍ବାଧିକ ୨୨ ପ୍ରତିଶତ ଦୈନିକ ସଂକ୍ରମଣ ହାର ରହିଥିବା ବେଳେ କଟକରେ ୧୪ ପ୍ରତିଶତ ଓ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ଏହା ୧୨ ପ୍ରତିଶତ ଉପରେ ରହୁଛି । ଏହି ସବୁ ଜିଲ୍ଲାରେ ସଂକ୍ରମଣ ଉପରେ କାବୁ ଆଣିବାକୁ ଗ୍ରାଉଣ୍ଡ ବ୍ୟାଟଲ୍ ପନ୍ଥା ଅବଲମ୍ବନ କରିବାକୁ ଯାଉଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।
ଏହା ବି ପଢ଼ନ୍ତୁ | ମମତା ବାନାର୍ଜୀ କହିଲେ ତାଙ୍କୁ SPG ପ୍ରଧାନ ମନ୍ତ୍ରୀଙ୍କ ମିଟିଂକୁ ଛାଡ଼ି ନ ଥିଲା; ‘‘ମୋତେ ବଦନାମ କରିବାକୁ ଚେଷ୍ଟା ହେଉଛି’’
‘‘ଏହି ପାଞ୍ଚଟି ଜିଲ୍ଲା ପାଇଁ ଏକ ବିଶେଷ ରଣନୀତିର ଖସଡ଼ା ପ୍ରସ୍ତୁତ କରାଯାଇଛି । ବିଶେଷ କରି ଟେଷ୍ଟିଂ ଓ ସର୍ଭେଇଲାନ୍ସ ବଢ଼ାଇବା ସହ କଟକଣାକୁ ଆହୁରି କଠୋର କରିବା ପାଇଁ ପ୍ରସ୍ତୁତ ହେଉଛି ଯୋଜନା । ଏ ନେଇ ଖୁବ୍ ଶୀଘ୍ର ଏକ ଉଚ୍ଚସ୍ତରୀୟ ବୈଠକ ମାଧମରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ,’’ କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ଏହା ବି ପଢ଼ନ୍ତୁ | କରୋନା ଭାଇରସ୍କୁ ଚୀନ୍ ୱୁହାନ୍ ଲ୍ୟାବରେ ବନେଇଥିଲା! ବ୍ରିଟେନ୍ ଓ ନରୱେର ବୈଜ୍ଞାନିକମାନେ ଜାଣିଲେ
ସେ କହିଛନ୍ତି ଯେ ରାଜ୍ୟରେ ପର୍ଯ୍ୟାୟ କ୍ରମେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବ । ‘‘କିଛି କଟକଣା କୋହଳ ହେବ, ମାତ୍ର ଅନ୍ୟ କିଛି କଟକଣା ପୂର୍ବ ପରି ବଳବତ୍ତର ରହିବ । ଅନଲକ୍ ପାଇଁ ସବୁ ଦିଗରୁ ସରକାର ବିଚାର ବିମର୍ଶ କରି ନିଷ୍ପତ୍ତି ନେଉଛନ୍ତି । ମାତ୍ର ଲୋକେ ଯଦି ଏହାର ସଠିକ୍ ବ୍ୟବହାର ନ କରିବେ ତେବେ ପୁଣି ଥରେ ଏହାର ନେଗେଟିଭ୍ ଇଫେକ୍ଟ ପଡ଼ିପାରେ,’’ କହିଛନ୍ତି ମହାପାତ୍ର ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଏହି ଅଭିନେତ୍ରୀ ସର୍ଜରୀ ପରେ ପୁରୁଷ ହେଲେ, ସାର୍ଟ ଖୋଲି ନିଜ ୬-ପ୍ୟାକ୍ ଆବସ୍ ଦେଖାଇଲେ
ସାରା ରାଜ୍ୟକୁ ତିନୋଟି ଜୋନରେ ବିଭକ୍ତ କରି ସ୍ଥିତି ଉପରେ ନଜର ରଖିଛନ୍ତି ସରକାର । ୧୭ ତାରିଖ ପରେ କଣ ହେବ ସେ ନେଇ ଖୁବ୍ ଶୀଘ୍ର ଏକ ବୈଠକ ଡକାଯାଇ ନିଷ୍ପତ୍ତି ନିଆଯିବ । ୧୦ ପ୍ରତିଶତ ଉପରେ ଦୈନିକ ସଂକ୍ରମଣ ହାର ଥିବା ଜିଲ୍ଲାଗୁଡି଼କରେ କଟକଣା ବଳବତ୍ତର ରହିବ । ଯେଉଁଠି ସଂକ୍ରମଣ ହାର ପାଞ୍ଚ ପ୍ରତିଶତ ତଳେ ରହୁଛି ସେହି ଜିଲ୍ଲାରେ କିଛି କଟକଣା କୋହଳ କରାଯିବାକୁ ଯୋଜନା ହେଉଥିବା ଜଣାପଡ଼ିଛି
ଏହା ବି ପଢ଼ନ୍ତୁ | ରିଲାଏନ୍ସ ଆରମ୍ଭ କଲା ଘରୋଇ କ୍ଷେତ୍ରର ସୁବଠୁ ବଡ଼ ମାଗଣା ଟିକାକରଣ ଅଭିଯାନ; ୮୮୦ ସହରରେ ହେବ
ରାଜ୍ୟରେ ଦୈନିକ ସଂକ୍ରମଣ ଲଗାତାର କମିବାରେ ଲାଗିଛି । ଦ୍ୱିତୀୟ ଲହରରେ ପ୍ରଥମ ଥର ପାଇଁ ଶନିବାର ୫,୦୦୦ ତଳକୁ ଖସିଛି ସଂକ୍ରମଣ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ଅନଲକ୍ ପ୍ରକ୍ରିୟା ଆରମ୍ଭ କରିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର ।
ରାଜ୍ୟରେ ମୃତ୍ୟୁ ସଂଖ୍ୟାରେ ରେକର୍ଡ଼ ବୃଦ୍ଧି ଚିନ୍ତା ବଢାଇଛି । ଶନିବାର ରାଜ୍ୟରେ ସର୍ବାଧିକ ୪୭ ଜଣଙ୍କ ମୃତ୍ୟୁ ହୋଇଛି । ବଢୁଥିବା ମୃତ୍ୟୁ ସଂଖ୍ୟାକୁ ନେଇ ସ୍ୱାସ୍ଥ୍ୟ ବିଭାଗର ଯୁକ୍ତି ଯେ ପୂର୍ବ କେସ ଲୋଡ୍ ଓ ବର୍ତ୍ତମାନର କିଛି କ୍ରିଟିକାଲ୍ କେସ୍ ହିଁ ମୃତ୍ୟୁ ସଂଖ୍ୟା ବଢି଼ବା ପଛର ମୂଳ କାରଣ । ତେଣୁ ଆଗାମୀ ୧୫ ଦିନ ମଧ୍ୟରେ ଜଣାପଡ଼ିବ ରାଜ୍ୟରେ ମୃତ୍ୟୁ ସଂଖ୍ୟା ଏମିତି ବଢ଼ିବ ନା କମିବ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।