କରୋନା ମୁକାବିଲା: ଏହି ମାସ ଶେଷ ସୁଦ୍ଧା ରାଜ୍ୟରେ ଦୈନିକ କରାଯିବ ୩,୦୦୦ ଟେଷ୍ଟ

ରାଜ୍ୟରେ ଆସନ୍ତା କାଲିଠାରୁ କୋଭିଡ୍‌ ଅନଲାଇନ ପଞ୍ଜୀକରଣ ପୋର୍ଟାଲ କାର୍ଯ୍ୟକ୍ଷମ ହେବ । ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ବାବଦରେ ତଥ୍ୟ ରଖିବାକୁ ପଞ୍ଚାୟତ ସ୍ତରରେ ସରପଞ୍ଚଙ୍କ ଅଧ୍ୟକ୍ଷତାରେ ପାଞ୍ଚ ଜଣିଆ କମିଟି ଗଢ଼ାଯିବ ।

କରୋନା ମୁକାବିଲା: ଏହି ମାସ ଶେଷ ସୁଦ୍ଧା ରାଜ୍ୟରେ ଦୈନିକ କରାଯିବ ୩,୦୦୦ ଟେଷ୍ଟ
ଅନ୍ତଃ-ମନ୍ତ୍ରୀସ୍ତରୀୟ କମିଟି ବୈଠକର ଏକ ଦୃଶ୍ୟ
  • News18 Odia
  • Last Updated: April 23, 2020, 6:31 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କୋରୋନା ଭାଇରସ୍‌ ସଂକ୍ରମଣର ମୁକାବିଲାକୁ ନେଇ ଅନ୍ତଃ-ମନ୍ତ୍ରୀସ୍ତରୀୟ କମିଟି ବୈଠକରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏପ୍ରିଲ ମାସ ଶେଷ ସୁଦ୍ଧା ରାଜ୍ୟରେ ଦୈନିକ କରାଯିବ ୩ ହଜାର ଟେଷ୍ଟ । ରାଜ୍ୟର ଆଉ ଟାରିଟି ମେଡିକାଲ କଲେଜ ବଲାଙ୍ଗିର, ବାଲେଶ୍ୱର, ବାରିପଦା, କୋରାପୁଟ ସମେତ ଓୟୁଏଟିରେ ପ୍ରସ୍ତୁତ କରାଯିବ ଟେଷ୍ଟିଂ ଲ୍ୟାବ୍‌, ଯେଉଁଠି ଦୈନିକ ୪୫୦ ଟେଷ୍ଟ କରାଯିବ ।

ବୈଠକ ପରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ସୀମା ସିଲ୍‌ ଅଧିକ କଡ଼ାକଡ଼ି କରାଯାଇଛି, କିନ୍ତୁ ପଶ୍ଚିମ ବଙ୍ଗ ସହ ରାଜ୍ୟର ସୀମା ଅଧିକ ଲମ୍ବା ଥିବାରୁ ଏହାକୁ ସମ୍ପୂର୍ଣ୍ଣ ସିଲ୍‌ କରିବା ସମ୍ଭବ ନୁହେଁ । ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ବାବଦରେ ତଥ୍ୟ ରଖିବାକୁ ପଞ୍ଚାୟତ ସ୍ତରରେ ସରପଞ୍ଚଙ୍କ ଅଧ୍ୟକ୍ଷତାରେ ୫ ଜଣିଆ କମିଟି ଗଢ଼ାଯିବ ବୋଲି ସେ କହିଛନ୍ତି ।

’’ଏହି କମିଟିରେ ପଞ୍ଚାୟତ ସମ୍ପାଦକଙ୍କ ସହ ଶିକ୍ଷକ ଓ ଜିଆରଏସ ରହିବେ । କ୍ବାରେଣ୍ଚାଇନ କେନ୍ଦ୍ରର ଦାୟିତ୍ୱ ଏହି କମିଟି ଉପରେ ନ୍ୟସ୍ତ କରାଯାଇଛି,’’ କହିଛନ୍ତି ଜେନା ।

ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା


ରାଜ୍ୟରେ ଆସନ୍ତା କାଲିଠାରୁ କୋଭିଡ୍‌ ଅନଲାଇନ ପଞ୍ଜୀକରଣ ପୋର୍ଟାଲ କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭିସିରେ ରହି ଅନ୍ତଃ-ମନ୍ତ୍ରିସ୍ତରୀୟ କମିଟି ବୈଠକରେ ଯୋଗ ଦେଇଥିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ।

ସେ କହିଛନ୍ତି ଯେ ବଲାଙ୍ଗିର ଓ ବାରିପଦାରେ କୋଭିଡ-୧୯ ରକ୍ତ ନମୁନା ପରୀକ୍ଷା କେନ୍ଦ୍ର ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରାଯିବ । ରାଜସ୍ଥାନର କୋଟାରେ ଲକଡାଉନ ଯୋଗୁଁ ଶହ ଶହ ମେଧାବୀ ଓଡ଼ିଆ ଛାତ୍ର ଫସି ରହିଛନ୍ତି । ସେମାନଙ୍କୁ ଓଡ଼ିଶା ଫେରେଇ ଆଣିବା ଦିଗରେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ଚାଲିଥିବା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ।
First published: April 23, 2020, 6:31 PM IST
corona virus btn
corona virus btn
Loading