ସାଂସଦ ଅମରଙ୍କ ପ୍ରବାସୀଙ୍କୁ ଚାକିରୀ ଦେବା ପ୍ରତିଶୃତି ପରେ ସରକାରଙ୍କୁ ଘେରିଲେ ବିରୋଧୀ

ପ୍ରବାସୀ ଓଡ଼ିଆମାନଙ୍କୁ BJDର ରାଜ୍ୟ ସଭା MP ଅମର ପଟ୍ଟନାୟକ ଚାକିରି ପାଇଁ ଆବେଦନ କରିବାକୁ କହିବା ପରେ କଂଗ୍ରେସ ଓ ବିଜେପି ରାଜ୍ୟ ସରକାରଙ୍କ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଓ ଶ୍ରମିକ ମିତ୍ର ଯୋଜନା ଉପରେ ପ୍ରଶ୍ନ ଉଠାଇଛନ୍ତି ।

ସାଂସଦ ଅମରଙ୍କ ପ୍ରବାସୀଙ୍କୁ ଚାକିରୀ ଦେବା ପ୍ରତିଶୃତି ପରେ ସରକାରଙ୍କୁ ଘେରିଲେ ବିରୋଧୀ
ବିଜେଡି ସାଂସଦ ଅମର ପଟ୍ଟନାୟକ; (ଡାହାଣ) ତାଙ୍କ ଚାକିରି ଦେବା ଅଭିଯାନର ପ୍ରସ୍ତାବ
  • News18 Odia
  • Last Updated: August 6, 2020, 8:39 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ପ୍ରଥମେ ପ୍ରବାସୀ ଓଡ଼ିଆମାନଙ୍କର ରାଜ୍ୟକୁ ଫେରିବାକୁ ନେଇ ରାଜନୀତି ହେଲା, ଆଉ ଏବେ ସେମାନଙ୍କ କର୍ମସଂସ୍ଥାନକୁ ନେଇ ରାଜନୀତି ଆରମ୍ଭ ହୋଇଛି । ପ୍ରବାସୀ ଶ୍ରମିକ ପ୍ରସଙ୍ଗକୁ ନେଇ ରାଜନୀତି ଥମିବାର ନାଁ ଧରୁନି। ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଧଳ ଓ ଶାସକ ଦଳ ମଧ୍ୟରେ ବାକଯୁଦ୍ଧ ଜୋର୍‌ ଧରିଛି ।

ପ୍ରବାସୀଙ୍କୁ କାର୍ଯ୍ୟ ଦେବା ପାଇଁ ମ୍ୟାପିଙ୍ଗ ବ୍ୟବସ୍ଥା କୁଆଡ଼େ ଗଲା ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଅନ୍ୟ ପକ୍ଷରେ ମୁଖ୍ୟ ମନ୍ତ୍ରୀ ଘୋଷଣା କରିଥିବା ଶ୍ରମିକଙ୍କ ପାଇଁ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଓ ଶ୍ରମିକ ମିତ୍ର କୁଆଡେ ଗଲେ ବୋଲି ବିଜେପି ପ୍ରଶ୍ନ କରିଛି । ଶାସକ ଦଳ କିନ୍ତୁ ବିରୋଧୀଙ୍କୁ ଉତ୍ତର ଦେବାକୁ ଚେଷ୍ଟା କରୁଛି ।

ପ୍ରବାସୀ ଓଡ଼ିଆମାନେ କରୋନା ସଂକ୍ରମଣରୁ ବଞ୍ଚିବା ପାଇଁ ରାଜ୍ୟକୁ ଫେରିଲେ । ସରକାର ବି ସେମାନଙ୍କୁ ରାଜ୍ୟକୁ ସ୍ୱାଗତ କଲେ ଓ ସଙ୍ଗରୋଧ କେନ୍ଦ୍ରରେ ରଖି ସେବା ଯୋଗାଇଦେଲେ, କିନ୍ତୁ ଏବେ ସେମାନଙ୍କୁ କର୍ମସଂସ୍ଥାନ ଯୋଗେଇବାକୁ ନେଇ ତେଜିଛି ରାଜନୀତି । ଏଭଳି ସ୍ଥିତିରେ ଚାକିରୀ ଦେବାକୁ ନେଇ ବିଜେଡି ରାଜ୍ୟ ସଭା ସଦସ୍ୟ ଅମର ପଟ୍ଟନାୟକଙ୍କ ଏକ ଟ୍ୱିଟ୍‌ ନିଆଁରେ ଘିଅ ଢାଳିବା ଭଳି ହୋଇଛି।

ପ୍ରବାସୀ ଓଡ଼ିଆଙ୍କୁ ଚାକିରି ଯୋଗାଇବାରେ ସାହାଯ୍ୟ ବିଷୟରେ ଅମର ପଟ୍ଟନାୟକଙ୍କ ଟ୍ୱିଟ୍


‘‘ସରକାର ପ୍ରବାସୀ ଶ୍ରମିକମାନଙ୍କ ମ୍ୟାପିଙ୍ଗ କରି ଚାକିରୀ ଦେବାକୁ କହିଥିଲେ । ଏବେ ଶ୍ରମିକମାନେ ରାଜ୍ୟରେ କର୍ମସଂସ୍ଥାନ ନ ପାଇ ଭୋକ ବିକଳରେ ପୁଣି ଅନ୍ୟ ରାଜ୍ୟକୁ ଫେରୁଛନ୍ତି । ସାଂସଦ କଣ ଚାହୁଁଛନ୍ତି ଓଡ଼ିଆ ଲୋକେ ରାଜ୍ୟ ଛାଡି ବାହାରକୁ ପଳାନ୍ତୁ?’’ ପ୍ରଶ୍ନ କରିଛନ୍ତି କଂଗ୍ରେସର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ। ସାଂସଦ ଅମର ପଟ୍ଟନାୟକଙ୍କ ଏଭଳି ଉକ୍ତିର ଅର୍ଥ କ’ଣ ଓ ରାଜ୍ୟ ସରକାରଙ୍କ ମ୍ୟାପିଙ୍ଗ କୋଉ ଯାଏ ଗଲା ତା’ର ଉତ୍ତର ମାଗିଛନ୍ତି ସେ । ସାଂସଦଙ୍କ ଚାକିରୀ ଦେବା କଥା ଦଳର କଥା କି ନୁହେଁ ତାହା ବିଜେଡି ସ୍ପଷ୍ଟ କରୁ ବୋଲି ବି ସେ ଦାବି କରିଛନ୍ତି ।

ବିଜେପି ନେତା ଗୋଲକ ମହାପାତ୍ର


ବିଜେପି ମଧ୍ୟ ଏ ପ୍ରସଙ୍ଗରେ ମୁଖ୍ୟ ମନ୍ତ୍ରୀଙ୍କ ଠାରୁ ଉତ୍ତର ଚାହିଁଛି । ‘‘ଚଳିତ ବର୍ଷ ଜାନୁଆରୀ ପନ୍ଦର ତାରିଖରେ ଶ୍ରମିକମାନଙ୍କ ଉନ୍ନତି ପାଇଁ ୫୦୦  କୋଟି ଟଙ୍କାର କର୍ପସ ଫଣ୍ଡ ଘୋଷଣା କରିଥିଲେ ମୁଖ୍ୟ ମନ୍ତ୍ରୀ । ପ୍ରତି ଗ୍ରାମ ପଞ୍ଚାୟତରେ ଶ୍ରମିକ ମିତ୍ର ନିଯୁକ୍ତ ହେବେ ବୋଲି କହିଥିଲେ । ଏଗାରଟି ଜିଲାରେ ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନା ଲାଗୁ କରିବାକୁ କହିଥିଲେ । କିନ୍ତୁ ୫୦୦ କୋଟି ଟଙ୍କାର ସେ କର୍ପସ ଫଣ୍ଡ ଗଲା କୁଆଡ଼େ? ଶ୍ରମିକ ମିତ୍ର ଗଲେ କୁଆଡ଼େ?’’ ପଚାରିଛନ୍ତି ବିଜେପି ନେତା ଗୋଲକ ମହାପାତ୍ର ।

ଏହା ବି ପଢ଼ନ୍ତୁ | ଖୋର୍ଦ୍ଧା SP କରୋନା ଆକ୍ରାନ୍ତ ହେଲେ; ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା

ଏହା ବି ପଢ଼ନ୍ତୁ | ପ୍ରତିରକ୍ଷା ମନ୍ତ୍ରଣାଳୟ ସ୍ୱୀକାର କଲା ଯେ ଭାରତୀୟ ଅଞ୍ଚଳରେ ଚୀନ୍ ସେନା ଅନୁପ୍ରବେଶ କରିଛି

ଶାସକ ଦଳ ବିଜେଡି ଏ ପ୍ରସଙ୍ଗରେ ବିରୋଧୀଙ୍କୁ କଡ଼ା ଜବାବ ଦେଇଛି । ’’ବିରୋଧୀଙ୍କର ଇଏ ଏକ ଚିରାଚରିତ ଅଭିଯୋଗ। ଓଡ଼ିଶାର କୋଭିଡ ନିୟନ୍ତ୍ରଣ ସମଗ୍ର ଦେଶରେ ପ୍ରଶଂସନୀୟ ସ୍ଥିତିରେ । ମୃତ୍ୟୁ ହାର କମାଇବା ସହ ସୁସ୍ଥ ହାର ବଢ଼ାଇବାରେ ସହଯୋଗ ନ କରି ବିରୋଧୀଙ୍କର ଏ ପ୍ରକାର ଅବାସ୍ତବ ଅଭିଯୋଗ କରିବା ଦୁର୍ଭାଗ୍ଯଜନକ । ଉଭୟ ଜୀବନ ଓ ଜିବିକା ପାଇଁ ସରକାର ଉଦ୍ୟମ କରୁଛନ୍ତି । ସ୍କିଲ୍ ମ୍ଯାପିଂ ମଧ୍ୟ ଚାଲିଛି । ଏହି କାର୍ଯ୍ୟ ପାଇଁ ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସାଂସଦଙ୍କ ଚାକିରି ଦେବା କଥାର ଉତ୍ତର ସାଂସଦ ହିଁ ରଖିପାରିବେ,’’ କହିଛନ୍ତି ବିଜେଡି ବିଧାୟକ ଶଶୀଭୂଷଣ ବେହେରା ।



ରାଜ୍ୟକୁ ଫେରିଥିବା ପ୍ରବାସୀ ଶ୍ରମିକମାନେ ପୁଣି ଥରେ ଅନ୍ୟ ରାଜ୍ୟକୁ ଫେରିବା ଆରମ୍ଭ କରିଥିବା ବେଳେ ବିରୋଧୀ ଦଳଙ୍କ ଏ ଭଳି ଅଭିଯୋଗ ସରକାରଙ୍କୁ ଅଡୁଆରେ ପକାଇଛି ।
Published by: Anand Shankar Thankur Das
First published: August 6, 2020, 8:39 PM IST
corona virus btn
corona virus btn
Loading