ପ୍ରବାସୀ ପ୍ରୋତ୍ସାହନ ରାଶିରୁ ଟ୍ରେନ ଟିକଟ ଅର୍ଥ କାଟିବା ନେଇ ସରକାରଙ୍କୁ ଘେରିଲେ ବିରୋଧୀ

କ୍ୱାରେଣ୍ଟାଇନ ପରେ ପ୍ରବାସୀଙ୍କୁ ମିଳିବାକୁ ଥିବା ୨,୦୦୦ ଟଙ୍କାର ପ୍ରୋତ୍ସାହନ ରାଶିରୁ ଟ୍ରେନ୍ ଟିକଟ ବାବଦରେ ଅର୍ଥ ରାଜ୍ୟ ସରକାର କାଟିନେବାକୁ ଏକ ଚଞ୍ଚକତାପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି କଂଗ୍ରେସ ଓ ବିଜେପି ।

ଗଞ୍ଜାମକୁ ଅନ୍ୟ ରାଜ୍ୟରୁ ଟ୍ରେନରେ ଫେରିଛନ୍ତି ହଜାର ହଜାର ପ୍ରବାସୀ ଓଡ଼ିଆ ।

ଗଞ୍ଜାମକୁ ଅନ୍ୟ ରାଜ୍ୟରୁ ଟ୍ରେନରେ ଫେରିଛନ୍ତି ହଜାର ହଜାର ପ୍ରବାସୀ ଓଡ଼ିଆ ।

  • Share this:
News18 Odia Digital

ଭୁବନେଶ୍ୱର: କ୍ବାରେଣ୍ଟାଇନ ପ୍ରୋତ୍ସାହନ ରାଶି କାଟିବା ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳମାନେ ।  ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସରକାରଙ୍କୁ ଟାର୍ଗେଟ  କରି କହିଛନ୍ତି ଯେ ମାଛ ତେଲରେ ମାଛ ଭାଜୁଛନ୍ତି ରାଜ୍ୟ ସରକାର । ଯେଉଁ ୨,୦୦୦ ଟଙ୍କା ପ୍ରବାସୀ ଶ୍ରମକଙ୍କୁ କ୍ୱାରେଣ୍ଟାଇନ୍‌ ପରେ ଦେବା କଥା କହିଥିଲେ ତାକୁ ଏବେ ସେମାନଙ୍କ ଟ୍ରେନ ଟିକେଟ ବାବଦ ଖର୍ଚ୍ଚରୁ କାଟିବାର ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି । ନିରଞ୍ଜନଙ୍କ ପରେ ପରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପିର ପୃଥ୍ୱୀରାଜ ହରିଚନ୍ଦନ ।

‘‘ଏଇଟା ଦୁର୍ଭାଗ୍ୟଜନକ କଥା । କେନ୍ଦ୍ର ସରକାର ଘୋଷଣା କରିଥିଲେ ପ୍ରବାସୀ ଶ୍ରମିକଙ୍କ ଟ୍ରେନ ଭଡାର ୮୫ ପ୍ରତିଶତ କେନ୍ଦ୍ର ଓ ଶ୍ରମିକ ଫେରୁଥିବା ରାଜ୍ୟର ସରକାର ୧୫ ପ୍ରତିଶତ ଭରଣା କରିବେ। ରାଜ୍ୟ ସରକାର ସହଭାଗିତା ନ ଦେଖାଇ ପ୍ରବାସୀଙ୍କୁ ଦେବାକୁ ଥିବା ଟଙ୍କାରୁ କାଟିବା ଏକ ଚଞ୍ଚକତାପୂର୍ଣ ଅଭିଯାନ । କୌଣସି ବି ସରକାର ଏମିତି ଶ୍ରମିକଙ୍କ ଭାଗ୍ୟ ସହ ଖେଳୁ ନାହଁନ୍ତି।,’’ କହିଛନ୍ତି ହରିଚନ୍ଦନ ।

ସେ ଆହୁରି କହିଛନ୍ତି: ‘‘କିଏ କହିଥିଲା ୨,୦୦୦ ଟଙ୍କା ପ୍ରୋତ୍ସାହନ ରାଶି ଘୋଷଣା କରିବା ପାଇଁ? ଅନ୍ୟ ରାଜ୍ୟ ତ କରି ନାହାନ୍ତି! ଓଡ଼ିଶା ସରକାର ଚଞ୍ଚକତା କରି କାହିଁକି ଟଙ୍କା କାଟିବେ? ଏହା ବିରୋଧରେ ଆମେ ସ୍ୱର ଉଠେଇବୁ । ୮୫-୧୫ ପ୍ରତିଶତ କଥା ରାଜ୍ୟର ମନ୍ତ୍ରୀ ଜାଣି ନ ପାରିବା ଭାଗ୍ୟ କି ଦୁର୍ଭାଗ୍ୟ ମୁଖ୍ୟ ମନ୍ତ୍ରୀ ହିଁ କହି ପାରିବେ ।’’

ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ।


ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛନ୍ତି ପରିବହନ ମନ୍ତ୍ରୀ  । ସେ କହିଛନ୍ତି: ‘‘ଏଥିରେ ଆପତ୍ତି କରିବାରେ କିଛି ନାହିଁ । ସରକାର ଜମାରୁ ମାଛ ତେଲରେ ମାଛ ଭାଜୁ ନାହାନ୍ତି । ୨,୦୦୦ ଟଙ୍କା ପ୍ରୋତ୍ସାହନ ରାଶି ରେଳ ଭଡ଼ା ବାବଦରେ ଖର୍ଚ୍ଚ ହୋଇଥିଲେ ଅସୁବିଧା କଣ? ୮୫ ପ୍ରତିଶତ କେନ୍ଦ୍ର ଓ ୧୫ ପ୍ରତିଶତ ରାଜ୍ୟ ଦେବା ବୋଲି କେଉଁଠି ନ ଥିଲା । ସବୁ ଶ୍ରମିକ ନିଜ ଖର୍ଚ୍ଚରେ ଆସୁଛନ୍ତି ।’’

ସମାଜସେବୀ ମାନସ ପଟ୍ଟନାୟକ କହିଛନ୍ତି ଯେ ଗୋଟିଏ ପଟେ ସରକାର ପୁଞ୍ଜିପତିମାନଙ୍କୁ କୋଟି କୋଟି ଟଙ୍କା ଛାଡ଼ କରୁଥିବା ସମୟରେ ଶ୍ରମିକଙ୍କୁ ଶୋଷଣ କରୁଛନ୍ତି । ‘‘ସରକାରଙ୍କ ପୂର୍ବ ନିଷ୍ପତ୍ତି ଅନୁସାରେ ଉଭୟ କେନ୍ଦ୍ର ଓ ରାଜ୍ୟ ଯଥା କ୍ରମେ ୮୫-୧୫ ପ୍ରତିଶତ ଅର୍ଥ ଦେବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଥିଲା ।  ଗୋଟିଏ ପଟେ ପ୍ରଧାନ ମନ୍ତ୍ରୀ ୨୦ ଲକ୍ଷ କୋଟି ଟଙ୍କାର ଆର୍ଟିକ ପ୍ୟାକେଜ ଘୋଷଣା କରିଥିବା ବେଳେ ପ୍ରବାସୀ ଶ୍ରମିକଙ୍କୁ ନିଜ ରାଜ୍ୟରେ ପହଞ୍ଚାଇବା ସମ୍ପର୍କରେ ନିରବ ରହିଲେ । ଅନ୍ୟ ପକ୍ଷରେ ରାଜ୍ୟ ସରକାର ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ଶ୍ରମିକଙ୍କୁ ଦୁଇ ହଜାର ଟଙ୍କା ଦେବାକୁ ଘୋଷଣା କରିଥିଲେ । ବର୍ତ୍ତମାନ ରାଜ୍ୟ ସରକାର ଉକ୍ତ ଘୋଷିତ ଅର୍ଥରୁ ୧୫ ପ୍ରତିଶତ ଟଙ୍କା କାଟିବା କେତେ ଦୂର ପ୍ରାସଙ୍ଗିକ?’’ ପ୍ରଶ୍ନ କରିଛନ୍ତି ମାନସ ।

ଶ୍ରମିକ ସ୍ପେଶାଲ୍‌ ଟ୍ରେନରେ ଫେରୁଥିବା ପ୍ରବାସୀ ଶ୍ରମିକମାନଙ୍କ ଟ୍ରେନ ଭଡ଼ା ଓଡ଼ିଶା ସରକାର ଦେବେ । ସେମାନେ ଫେରୁଥିବା ରାଜ୍ୟର ସରକାର ଯଦି ଟିକଟ ଖର୍ଚ୍ଚ ନ ଦେବେ ତେବେ ଓଡ଼ିଶା ସରକାର ଖର୍ଚ୍ଚ ବହନ କରିବେ । ତେବେ ସଙ୍ଗରୋଧ ପରେ ପ୍ରବାସୀଙ୍କୁ ମିଳିବାକୁ ଥିବା ୨,୦୦୦ ଟଙ୍କାର ପ୍ରୋତ୍ସାହନ ରାଶିରୁ ଏହି ଟିକଟ ଅର୍ଥ କାଟିନେବେ ସରକାର।



ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
Published by:Anand Shankar Thankur Das
First published: