ରଥ ଯାତ୍ରା ହେବ ନା ନାହିଁ? ରାଜ୍ୟ ସରକାରଙ୍କ ସ୍ପଷ୍ଟୋକ୍ତି ଦାବି କଲେ ବିରୋଧୀ ଦଳମାନେ

ଯେମିତି ‘ବନ୍ଦେ ଉତ୍କଳ ଜନନୀ’ ଗାନ କରି କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କରିବା ପାଇଁ ପୁରୀ ବଡ଼ ଦାଣ୍ଡରେ ହଜାର ହଜାର ଲୋକଙ୍କୁ ନେଇ ଆୟୋଜନ କରାଯାଇଥିଲା, ରଥ ଯାତ୍ରା ସୋମିତି ଆୟୋଜନ କରିହେବ ବୋଲି କହିଛନ୍ତି ବିଜେପି ଓ କଂଗ୍ରେସ ।

ରଥ ଯାତ୍ରା ହେବ ନା ନାହିଁ? ରାଜ୍ୟ ସରକାରଙ୍କ ସ୍ପଷ୍ଟୋକ୍ତି ଦାବି କଲେ ବିରୋଧୀ ଦଳମାନେ
ପୁରୀରେ ରଥ ଯାତ୍ରାକୁ କୋଟି କୋଟି ଭକ୍ତ ଅନେଇ ବସିଛନ୍ତି । (ଫାଇଲ୍ ଫଟୋ)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଚଳିତ ବର୍ଷ ରଥ ଯାତ୍ରା ହେବ ନା  ନାହିଁ ଏହାକୁ ନେଇ ଏବେ ବି ଦ୍ଵନ୍ଦ୍ୱ ଲାଗିରହିଛି । ବର୍ତ୍ତମାନ ସବୁ କିଛି ନିର୍ଭର କରୁଛି ରାଜ୍ୟ ସରକାରଙ୍କ ଉପରେ । କେନ୍ଦ୍ର ଓ ରାଜ୍ୟ ସରକାର ଜାରି କରିଥିବା ଗାଇଡ଼ଲାଇନ ପାଳନ କରାଯିବା ସହ ସେତେବେଳର ସ୍ଥିତି ଦେଖି ସରକାର ନିଷ୍ପତ୍ତି ନେବେ ବୋଲି ହାଇ କୋର୍ଟ କହିବା ପରେ ଏବେ ସରକାରଙ୍କୁ କାଠଗଡାକୁ ଟାଣିଛନ୍ତି ବିରୋଧୀ ଦଳମାନେ ।

ବିଜେପି ଓ କଂଗ୍ରେସ ଏ ନେଇ ସରକାରଙ୍କ ସ୍ପଷ୍ଟୋକ୍ତି ଦାବି କରିଛନ୍ତି । ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି: ‘‘ରଥ ଯାତ୍ରାକୁ ଆଉ ଅଳ୍ପ ଦିନ ଥିବା ବେଳେ ଏହା ଏ ବର୍ଷ ହେବ କି ନାହିଁ ଏ ନେଇ ସନ୍ଦେହ ସୃଷ୍ଟି କରିଛନ୍ତି ସରକାର । କେନ୍ଦ୍ର ରଥ ନିର୍ମାଣ ହୋଇପାରିବକି ନାହିଁ ମତାମତ ଲୋଡିଥିଲା । କେନ୍ଦ୍ର ଅନୁମତି ଦେବାର ୨୪ ଘଣ୍ଟା ଭିତରେ ରଥ ନିର୍ମାଣ ଆରମ୍ବ ହୋଇଥିଲା । ଏବେ ରଥ ଯାତ୍ରା ନିଷ୍ପତ୍ତି ହାଇ କୋର୍ଟ ରାଜ୍ୟ ସରକାରଙ୍କ ଉପରେ ଛାଡ଼ିବା ପରେ ଆଉ କିଛି ବାଇଣ୍ଡିଙ୍ଗ ନାହିଁ । ରାଜ୍ୟବାସୀଙ୍କ ଭାବାବେଗ ଦୃଷ୍ଟିରୁ ସରକାର ଏ ନେଇ ସ୍ପଷ୍ଟ କରିବା ଆବଶ୍ୟକ ଅଛି । କିନ୍ତୁ ସରକାର ବର୍ତମାନ ସୁଦ୍ଧା ରଥ ଯାତ୍ରାକୁ ନେଇ କୌଣସି ସମୀକ୍ଷା କରି ନ ଥିବାରୁ ଏ ନେଇ ସନ୍ଦେହ ସୃଷ୍ଟି ହୋଇଛି ।’’

ପରମ୍ପରା ଅନୁଯାୟୀ ସ୍ନାନ ଯାତ୍ରା ପୂର୍ବରୁ ରଥ ଯାତ୍ରା ପ୍ରସ୍ତୁତିର ଅଗ୍ରଗତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀ ସମୀକ୍ଷା କରିଥାନ୍ତି ଓ ବିଭିନ୍ନ ବିଭାଗ ସହିତ ଆଲୋଚନା କରିଥାନ୍ତି ବୋଲି ସେ କହିଛନ୍ତି । ‘‘ଏପର୍ଯ୍ୟନ୍ତ ସରକାର ସମୀକ୍ଷା କରି ନ ଥିବାରୁ ସନ୍ଦେହ ସୃଷ୍ଟି ହୋଇଛି । ସାମାଜିକ ଦୂରତା ଅବଲମ୍ବନ କରି ରଥ ଯାତ୍ରା ହୋଇପାରିବ । ଲୋକଙ୍କ ଭାବାବେଗ ଦୃଷ୍ଟିରୁ ରଥ ଯାତ୍ରା ହେବ କି ନାହିଁ ଓ ସରକାରଙ୍କ ଯୋଜନା କଣ ସେ ନେଇ ସ୍ପଷ୍ଟ କରିବା ଆବଶ୍ୟକ,’’ କହିଛନ୍ତି ପୃଥ୍ୱୀରାଜ ।

ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ


ବିଜେପି ସହ କଂଗ୍ରେସ ବି ସ୍ୱର ମିଳାଇଛି । କଂଗ୍ରେସ ବରିଷ୍ଠ ନେତା ସୁର ରାଉତରାୟ କହିଛନ୍ତି: ‘‘ହାଇ କୋର୍ଟଙ୍କ ରାୟକୁ ଆମେ ସ୍ୱାଗତ କରୁଛୁ । ପରମ୍ପରା ଅନୁସାରେ ରଥ ଯାତ୍ରା କରାଯାଉ । ଲୋକଙ୍କ ବିଶ୍ୱାସର ଠାକୁର ଜଗନ୍ନାଥ । ତେଣୁ ରଥ ଯାତ୍ରା ବନ୍ଦ କରା ନ ଯାଉ । ରଥ ଯାତ୍ରା ନେଇ ସରକାର ଶୀଘ୍ର ସ୍ପଷ୍ଟ କରନ୍ତୁ ।’’

ବିରୋଧୀଙ୍କ ଆରୋପକୁ ନେଇ ଜବାବ ରଖିଛି ବିଜେଡି । ବରିଷ୍ଠ ବିଜେଡି ନେତା ଅମର ଶତପଥି କହିଛନ୍ତି ଯେ ବିରୋଧୀ ଦଳର ନେତାମାନେ ଅନେକ ସମୟରେ ଦାୟିତ୍ୱବାନ  ମନ୍ତବ୍ୟ ଦେଉନାହାନ୍ତି । ‘‘ହାଇ କୋର୍ଟ ଯଥାର୍ଥରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡ଼ିଛନ୍ତି । ସରକାର ସ୍ଥିତି ଦେଖି ନିଷ୍ପତ୍ତି ନେବେ । ଗଜପତି ମହାରାଜ ଓ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନିଆଯାଇ କେନ୍ଦ୍ରର ଗାଇଡ଼ଲାଇନ ଅନୁସାରେ ନିଷ୍ପତ୍ତି ନିଆଯିବ । ସରକାର ଠିକଣା ସମୟରେ ନିଷ୍ପତ୍ତି ନେବେ । ବର୍ତ୍ତମାନ ଏହା ଉପରେ ଅଧିକ ଆଲୋଚନା ହେବା ଠିକ ନୁହେଁ,’’ ସେ କହିଛନ୍ତି ।

ବରିଷ୍ଠ ବିଜେଡି ନେତା ଅମର ଶତପଥି


ରାଜ୍ୟରେ ଧାର୍ମିକ ଅନୁଷ୍ଠାନ ଖୋଲିବା ପ୍ରସଙ୍ଗରେ ବି ସରକାରଙ୍କୁ ଘେରିଛି ବିଜେପି । ଦଳ ପକ୍ଷରୁ କୁହାଯାଇଛି ଯେ କେନ୍ଦ୍ର ସରକାର ଦେଶର ସମସ୍ତ ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ ଅମୁମତି ଦେଇଥିବା ସତ୍ତ୍ୱେ ରାଜ୍ୟ ସରକାର ଚଳିତ ମାସ ଶେଷ ପର୍ଯ୍ୟନ୍ତ ଧର୍ମିକ ଅନୁଷ୍ଠାନ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି, ଯାହା ଅନୁଚିତ । ରାଜ୍ୟରେ ପ୍ରତ୍ନତ୍ୱାତିକ ସଂସ୍ଥା (ଏଏସଆଇ) ଦ୍ୱାରା ପରିଚାଳିତ ମନ୍ଦିରଗୁଡ଼ିକ ମଧ୍ୟ ରାଜ୍ୟ ସରକାର ବନ୍ଦ କରିଛନ୍ତି । ଅନ୍ୟ ରାଜ୍ୟମାନଙ୍କରେ ମନ୍ଦିର ଖୋଲିଥିବା ବେଳେ ରାଜ୍ୟ ସରକାର ଚାହିଁଥିଲେ ସାମାଜିକ ଦୂରତାକୁ ବଜାୟ ରଖି  ବିଭିନ୍ନ ଧର୍ମାନୁଷ୍ଠାନ ଖୋଲି ପାରିଥାନ୍ତେ । ହେଲେ ସେପରି କଲେ ନାହିଁ ବୋଲି କହିଛି ବିଜେପି ।

‘‘ଯେମିତି ‘ବନ୍ଦେ ଉତ୍କଳ ଜନନୀ’ ଗାନ କରି କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କରିବା ପାଇଁ ପୁରୀ ବଡ଼ ଦାଣ୍ଡରେ ହଜାର ହଜାର ଲୋକଙ୍କୁ ନେଇ ଆୟୋଜନ କରାଯାଇଥିଲା, ଲୋକସେବା ଭବନ, ବିଭିନ୍ନ ସ୍ଥାନରେ ସରକାରୀ କର୍ମଚାରୀ ଓ ପୋଲିସ ବାହିନୀ ବହୁ ସଂଖ୍ୟାରେ ଏକାଠୀ ହୋଇ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ, ଠିକ୍‌ ସେମିତି ସାମାଜିକ ଦୂରତାକୁ ମାନି ମହାପ୍ରଭୁଙ୍କ ରଥ ଯାତ୍ରା ମଧ୍ୟ ଆୟୋଜନ କରାଯାଇ ପାରିବ,’’ କହିଛନ୍ତି ହରିଚନ୍ଦନ ।

ଏହା ବି ପଢ଼ନ୍ତୁ: 

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 11, 2020, 6:20 PM IST
corona virus btn
corona virus btn
Loading