କରୋନା ପର୍ଚେଜ କମିଟି ମୁଖ୍ୟ ହେମନ୍ତ ଶର୍ମାଙ୍କୁ ଅବ୍ୟାହତି ପରେ ତଦନ୍ତ ପାଇଁ ଦାବି ବଢ଼ୁଛି

ମହାମାରୀ କରୋନା ଭାଇରସର ମୁକାବିଲା ନାଁରେ ରାଜ୍ୟରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳମାନେ । ହେଲେ ବିଜେଡି ନେତାମାନେ କହିଛନ୍ତି ଯେ ନବୀନ ସରକାର କୌଣସି ଦୁର୍ନୀତିକୁ ପ୍ରଶ୍ରୟ ଦେଇନାହାନ୍ତି ।

କରୋନା ପର୍ଚେଜ କମିଟି ମୁଖ୍ୟ ହେମନ୍ତ ଶର୍ମାଙ୍କୁ ଅବ୍ୟାହତି ପରେ ତଦନ୍ତ ପାଇଁ ଦାବି ବଢ଼ୁଛି
କରୋନା କ୍ରୟ କମିଟିର ମୁଖ୍ୟ ଥିବା ବେଳେ ହେମନ୍ତ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ କହୁଛନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କରୋନା କ୍ରୟ କମିଟିର ମୁଖ୍ୟ ପଦରୁ ସଚିବ ହେମନ୍ତ ଶର୍ମାଙ୍କୁ ସରକାର ଅବ୍ୟାହତି ଦେବା ପରେ ତାହା ଉପରେ ରାଜନୈତିକ କମ୍ପନ ଆରମ୍ଭ ହୋଇଛି । ରାଜ୍ୟ କୋଭିଡ୍ ମୁଖପାତ୍ର ସୁବ୍ରତ ବାଗଚୀ ଓ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଏହି ଅଦଳବଦଳକୁ ଏକ ରୁଟିନ୍‌ ମାମଲା କହିଥିବା ବେଳେ ଏହା ପଛରେ ମାସ୍କ, ସାନିଟାଇଜର ଓ ପିପିଇ କିଟ୍‌ କିଣା ନେଇ ବଡ଼ ଧରଣର କିକବ୍ୟାକ ହୋଇଥିବା ଅଭିଯୋଗ କରି ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ବିରୋଧୀ ଦଳମାନେ ।

ବିରୋଧୀ ଦଳମାନଙ୍କ ଅଭିଯୋଗର ଉତ୍ତର ଦେଇ ଶାସକ ଦଳ କହିଛି ଯେ ଦୁର୍ନୀତିକୁ ନବୀନ ପଟ୍ଟନାୟକଙ୍କ ସରକାର କେବେ ବି ପ୍ରସୟ ଦେଇନାହାନ୍ତି । କରୋନା ମୁକାବିଲା ପାଇଁ ସରକାର ମାସ୍କ ,ସାନିଟାଇଜର, ପିପିଇ କିଟ ଓ ଭେଣ୍ଟିଲେଟର ଭଳି ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ତିଆରି ହୋଇଥିବା ପ୍ରକ୍ୟୁର୍ମେଣ୍ଟ କମିଟିକୁ ସରକାର ଗତ କାଲି ଭାଙ୍ଗିଦେଇଥିଲେ ଓ ଏହାର ମୁଖ୍ୟ ହେମନ୍ତ ଶର୍ମାଙ୍କୁ ଅବ୍ୟାହତି ଦେଇଥିଲେ । ଏହା ପରେ ପ୍ରଶ୍ନ ଉଠିଥିଲା କରୋନା ମୁକାବିଲା ଜାରି ରହିଥିବା ବେଳେ କାହିଁକି ଭାଙ୍ଗିଲା କମିଟି ଓ କାହିଁକି IAS ଅଧିକାରୀ ହେମନ୍ତ ଶର୍ମାଙ୍କୁ ଅବ୍ୟାହତି ଦିଆଗଲା ।

ମାସ୍କ, ସାନିଟାଇଜର ଓ ପିପିଇ କିଟ୍‌ କିଣିବାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହେବା ପରେ ସରକାର ଏ ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବୋଲି ସାଧାରଣରେ ଏକ ଧାରଣା ସୃଷ୍ଟି ହୋଇଛି । ଓଡ଼ିଶା ଔଷଧ ନିଗମର ଦୁଇଟି ଚିଠି ହିଁ ଏ ଭଳି କିଛି ଇଙ୍ଗିତ କରୁଛି। ୧୫ ଏପ୍ରିଲରେ ରାଜ୍ୟ ଔଷଧ ନିଗମ ୫ ଲକ୍ଷ ମାସ୍କ ପ୍ରତି ମାସ୍କ ୯ ଟଙ୍କା ଦରରେ ଯୋଗାଇବାକୁ ୪୯ ଲକ୍ଷ ୫୦ ହଜାର ଟଙ୍କାରେ ହରିୟାଣାର ଏକ କମ୍ପାନୀକୁ ଅର୍ଡର ଦେଇଥିଲା । ଦୁଇ ଦିନ ପରେ ତିନି ଲକ୍ଷ ମାସ୍କ ପାଇଁ ପ୍ରତି ମାସ୍କ ପିଛା ୧୬ ଟଙ୍କା ଦରରେ ଯୋଗାଇବା ପାଇଁ ୪ କୋଟି ୮୦ ଲକ୍ଷ ଟଙ୍କା ତାମିଲ ନାଡୁର ଏକ କମ୍ପାନୀକୁ ଅର୍ଡର ଦିଆଗଲା । ଏହାକୁ ତତ୍କାଳୀନ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ବିରୋଧ କରିବାରୁ ତାଙ୍କୁ ବଦଳାଯାଇଥିବା କୁହାଯାଉଛି ।

‘‘ମୂଳରୁ ନ ଉପାଡ଼ିଲେ ଦୁର୍ନୀତି ଛାଡ଼ିବ ନାହିଁ,’’ କହିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ।


ହେମନ୍ତ ଶର୍ମା ଆଗରୁ କହିଥିଲେ ଯେ ମୁଖ୍ୟ ମନ୍ତ୍ରୀ ବ୍ଲାଙ୍କ ଚେକ ଦେଇଛନ୍ତି କରୋନା ମୁକାବିଲା ପାଇଁ ଜିନିଷ କିଣିବା ପାଇଁ । ସେ କହିଥିଲେ ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗ ଦିନ ରାତି ଲାଗିକି କାମ କରୁଛି । ହେଲେ ଏବେ ବିରୋଧୀ ଦଳମାନେ କହିଛନ୍ତି ଯେ କ୍ୟାମେରା ଆଗରେ ସଚିବ ହେମନ୍ତ ଶର୍ମା ନିଜକୁ ଦକ୍ଷ ଅଧିକାରୀ ଭାବେ ପ୍ରମାଣିତ କରିଥିବା ସତ୍ତ୍ୱେ ବାସ୍ତବତା ଭିନ୍ନ । ମାସ୍କ ଓ ପିପିଇ କିଟ୍ କିଣାରେ ‘‘ଦୁର୍ନୀତି’’କୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ।

‘‘ମୂଳରୁ ନ ଉପାଡ଼ିଲେ ଦୁର୍ନୀତି ଛାଡ଼ିବ ନାହିଁ... ନବୀନଙ୍କ ଗତ କୋଡ଼ିଏ ବର୍ଷ ଶାସନ କାଳରେ ଦାୟିତ୍ଵରେ ଥାଇ ଦୁର୍ନୀତି କରିଛନ୍ତି ଅନେକ ଲୋକ । ଧରା ନ ପଡିଲେ ଛୁଟ । ଧରା ପଡ଼ିଲେ ନବୀନ୍ ବିଦା କରନ୍ତି । ଏହି ମହାମାରୀ ସମୟରେ ଫାଇଦା ନେବା ଠାରୁ ଅଧର୍ମୀ କାମ ଆଉ ଦୁନିଆରେ ନାହିଁ । ମହାପ୍ରଭୁ ଜଗନ୍ନାଥ କ୍ଷମା କରିବେ ନାହିଁ,’’ କହିଛନ୍ତି ଲେଖାଶ୍ରୀ ।

ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ଖୁଣ୍ଟିଆ କହିଛନ୍ତି: ‘‘ଆଇଏଏସ ହେମନ୍ତ ଶର୍ମାଙ୍କୁ ଅବ୍ଯାହତି ଓ ଦୁର୍ନୀତି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବା ଦରକାର । ଆବଶ୍ୟକ ସ୍ଥଳେ ସିବିଆଇ ତଦନ୍ତ ହେବା ଆବଶ୍ୟକ ।’’

ହେମନ୍ତ ଶର୍ମାଙ୍କ ଅବ୍ୟାହତି ସମ୍ପର୍କରେ ବରିଷ୍ଠ ବିଜେଡି ନେତା ଶଶିଭୂଷଣ ବେହେରା ଜବାବ ରଖି କହିଛନ୍ତି: ‘‘କୌଣସି ଦୁର୍ନୀତିକୁ ନବୀନ୍ ସରକାର ପ୍ରଶ୍ରୟ ଦେଇନାହାନ୍ତି । ଯଦି ହେମନ୍ତ ଶର୍ମାଙ୍କ କ୍ଷେତ୍ରରେ ଦୁର୍ନୀତିର ଗନ୍ଧ ଥିବ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।’’ ବରିଷ୍ଟ ସାମ୍ବାଦିକ ରବି ଦାସ ଲୋକାୟୁକ୍ତ ଦ୍ଵାରା ଏହି ମାମଲାର ତଦନ୍ତ ହେବା ଦରକାର ବୋଲି କହିଛନ୍ତି ।

ଏହା ବି ପଢ଼ନ୍ତୁ: 

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: June 6, 2020, 10:27 PM IST
corona virus btn
corona virus btn
Loading