News18 Odia Digital
ଭୁବନେଶ୍ୱର: ଦେଶର ୨୧ଟି ରାଜ୍ୟରେ କରୋନା ଭାଇରସର ନୂଆ ଭ୍ୟାରିଆଣ୍ଟ୍ ଓମିକ୍ରନ୍ ପ୍ରଭାବ ବିସ୍ତାର କରିଚାଲିଥିବା ବେଳେ ରାଜ୍ୟରେ ବି କାୟା ମେଲାଇଚାଲିଛି । ଓଡ଼ିଶାରେ ଜଣେ ଦୁବାଇ ଫେରନ୍ତା ଓମିକ୍ରିନ୍ ଆକ୍ରାନ୍ତ ଭାବେ ଚିହ୍ନଟ ହେବା ପରେ ରାଜ୍ୟରେ ମୋ’ଟ ଓମିକ୍ରିନ୍ ସଂକ୍ରମିତଙ୍କ ସଂଖ୍ୟା ନଅରେ (୯) ପହଞ୍ଚିଛି।
ଏହି ନୂଆ ଓମିକ୍ରନ୍ ଆକ୍ରାନ୍ତ ୩୧-ବର୍ଷୀୟ ବ୍ୟକ୍ତି କେଉଁଝର ଜିଲ୍ଲାର ବାସିନ୍ଦା । ସେ ଦୁବାଇରୁ ଫେରିବା ପରେ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ଉପର ମୁହାଁ ହେଉଥିବା ବେଳେ ସ୍ବାସ୍ଥ୍ୟ ନିର୍ଦେଶକ କହିଛନ୍ତି ଯେ ଲୋକେ ନିୟମ ମାନି ଚଳିଲେ ହିଁ ସଂକ୍ରମଣ ନିୟନ୍ତ୍ରଣରେ ରହିବ ।
ଏହା ବି ପଢ଼ନ୍ତୁ | English ଶିଖନ୍ତୁ [୧]: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ନ ଥାନ୍ତା,… If gangster Hyder…ନୂଆ ଓମିକ୍ରନ୍ ଆକ୍ରାନ୍ତ ବ୍ୟକ୍ତି ଦୁବାଇରୁ ବିମାନ ଯୋଗେ କଲିକତାରେ ଆସି ପହଞ୍ଚିଥିଲେ । ତା’ ପରେ ସେ କଲିକତାରୁ ଟ୍ରେନ୍ ଯୋଗେ ନିଜ ଘର କେଉଁଝରକୁ ଆସିଥିଲେ । ଦୁବାଇରେ ତାଙ୍କ ରିପୋର୍ଟ୍ ନେଗେଟିଭ୍ ଦେଖାଇଥିଲା । କଲିକତାରେ ବି ତାହା ନେଗେଟିଭ୍ ଆସିଥିଲା । ଡିସେମ୍ବର୍ ୧୬ ତାରିଖରେ ସେ ଘରେ ଆସି ପହଞ୍ଚିବା ପରେ ତାଙ୍କୁ ଜ୍ବର ହୋଇଥିଲା । ତା’ ପରେ ତାଙ୍କ ନମୁନା ଜିନମ୍ ସିକ୍ୟୁଏନ୍ସିଂ ପାଇଁ ପଠାଯାଇଥିଲା । ସେଥିରୁ ଯାଇ ଚିହ୍ନଟ ହୋଇଥିଲା ଯେ ସେ ଓମିକ୍ରନରେ ଆକ୍ରାନ୍ତ ହୋଇଛନ୍ତି । ସେ ଏବେ ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଓ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ଏହା ବି ପଢ଼ନ୍ତୁ | New Labour Code: ଆସନ୍ତା ବର୍ଷରୁ ଦେଶର ସବୁ କର୍ମଚାରୀମାନେ ସପ୍ତାହରେ ୪ ଦିନ କାମ କରିବେ‘‘ରାଜ୍ୟ ପରିବାର କଲ୍ୟାଣ ବିଭାଗ ଟିକାକରଣ ପାଇଁ ପୂରା ପ୍ରସ୍ତୁତ ରହିଛି । ଆମେ ୧୫ରୁ ୧୮ ବର୍ଷ ବୟସର ଲୋକଙ୍କ ଟିକାକରଣ ପାଇଁ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦେଇଛୁ । ଡେଡିକେଟେଡ୍ କୋଭିଡ୍ ଟିକାକରଣ କେନ୍ଦ୍ର ଖୋଲିବା ପାଇଁ କହିଛୁ । କାର୍ଯ୍ୟ କରୁଥିବା ଟିକାକରଣ କେନ୍ଦ୍ରଗୁଡ଼ିକ ଏହି ବୟସର ଲୋକଙ୍କ ପାଇଁ ସ୍ବତନ୍ତ୍ର ସମୟ ନିର୍ଦ୍ଧାରଣ କରିବେ । ସ୍କୁଲ୍ ଆଇକାର୍ଡ଼ ଦେଖାଇ ବି ପଞ୍ଜିକରଣ ହୋଇପାରିବ,’’ କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ଏହା ବି ପଢ଼ନ୍ତୁ | ଦୁଇଟି ମାଙ୍କଡ଼ ପ୍ରତିଶୋଧ ନେଲେ; ପାଖାପାଖି ୨୦୦ଟି କୁକୁରଛୁଆଙ୍କୁ ନିର୍ମମ ଭାବେ ହତ୍ୟା କଲେପ୍ରତ୍ୟେକ ଜିଲ୍ଲାକୁ ଦୁଇ ପ୍ରକାର ବ୍ୟବସ୍ଥା କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ କହିଛି । ଗୋଟିକରେ କେବଳ ୧୫ରୁ ୧୮ ବର୍ଷର ଲୋକଙ୍କ ଟିକାକରଣ ପାଇଁ ବ୍ୟବସ୍ଥା ରହିବ । ପୁର୍ବରୁ ଯେଉଁ ଟିକାକରଣ କେନ୍ଦ୍ର କାର୍ଯ୍ୟ କରୁଛି ସେଥିରେ ସକାଳ ୮ଟାରୁ ଦିନ ୧ଟା ଯାଏଁ ୧୫ରୁ ୧୮ ବର୍ଷର ଲୋକଙ୍କୁ ଟିକା ଦିଆଯିବ ଓ କେବଳ କୋଭାକ୍ସିନ୍ ଦିଆଯିବ ।
ଏହା ବି ପଢ଼ନ୍ତୁ | ଏବେ Aadhaar ନମ୍ବର୍ ଯୋଡ଼ାଯିବ Voter Id ସହିତ; Election Laws Amendment Bill ପାସ୍ ହେଲା‘‘ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୪ ଲକ୍ଷ ଲୋକ ପ୍ରଥମ ଡୋଜ୍ ଟିକା ନେଇନାହାନ୍ତି । ଦ୍ବିତୀୟ ଡୋଜ୍ ଅବଧି ପୂରିଯାଇଥିଲେ ମଧ୍ୟ ୨୯ ଲକ୍ଷ ଲୋକ ଟିକା ନେଇନାହାନ୍ତି । ସ୍କୁଲରେ ସ୍ବତନ୍ତ୍ର ଟିକାକରଣ କେନ୍ଦ୍ର କରିବା ନେଇ ଏବେ କୌଣସି ନିର୍ଦ୍ଦେଶ ନାହିଁ । ଜିଲ୍ଲା ପ୍ରଶାସନ ଚାହିଁଲେ ସ୍କୁଲ୍ କଲେଜରେ ଏହା କରିବା ନେଇ ନିଷ୍ପତ୍ତି ନେଇପାରିବେ,’’ କହିଛନ୍ତି ମହାପାତ୍ର ।
ଏହା ବି ପଢ଼ନ୍ତୁ | Women marriage legal age: ଝିଅମାନେ ଆଉ ୧୮ ବର୍ଷ ବୟସରେ ବିବାହ କରିପାରିବେନି; ବଦଳିବ ଆଇନରାଜ୍ୟରେ ଦୈନିକ ୫୧ ହଜାର ଟେଷ୍ଟିଂ ହେଉଥିବା ବେଳେ ଆଗକୁ ୭୦ ହଜାର ଟେଷ୍ଟିଂ କରିବାକୁ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତ ହେଉଛି । ରାଜ୍ୟରେ କରୋନା ସଂକ୍ରମଣ ଏବେ ବି ପ୍ରତି ଦିନ ଦେଖାଯାଉଛି । ଡିସେମ୍ବର ୨୭ରେ ୧୨୩ ଜଣ, ଡିସେମ୍ବର ୨୮ରେ ୧୫୬ ଜଣ ଓ ଡିସେମ୍ବର ୨୯ରେ ୨୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଭିଡିଓ | Bipin Rawatଙ୍କ ହେଲିକପ୍ଟର୍ ‘‘ଆକାଶରେ ହଠାତ ଗାୟବ୍ ହୋଇଯାଇଥିଲା…’’; ଦେଖନ୍ତୁ ଶେଷ ମୁହୂର୍ତ୍ତର VIDEO‘‘କରୋନା ପଜିଟିଭ୍ କେସ୍ ଜାତୀୟ ସ୍ତରରେ ୪୪ ପ୍ରତିଶତକୁ ଛୁଇଁଛି । ଯାହା କାଲି ୬,୩୫୮ ଥିଲା ତାହା ଆଜି ୯,୧୯୫ ହୋଇଛି । ଏହା କେବଳ ଓମିକ୍ରିନ୍ ଯୋଗୁଁ ନୁହେଁ, ଡେଲଟା ଯୋଗୁଁ ବି ହୋଇଥାଇପାରେ । ଏ ସବୁକୁ ଦୄଷ୍ଟିରେ ରଖି ଆମେ ସଜାଗ ରହିବା ଦରକାର । ଏଥି ପାଇଁ ସ୍ବାସ୍ଥ୍ୟ ବିଭାଗର ଘନଘନ ବୈଠକ ବସୁଛି । ପ୍ରତିଷେଧକ ବ୍ୟବସ୍ଥା ଉପରେ ରିତୀମତ ଆଲୋଚନା ଚାଲିଛି । ଅଯଥା ଗହଳିକୁ ନ ଯିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି । ନିୟମ ମାନି ଚଳିଲେ ହିଁ ଆମେ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିପାରିବା,’’ କହିଛନ୍ତି ଡି.ଏମ୍.ଇ.ଟି. ରମାରମଣ ମହାନ୍ତି କହିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଲାଲ୍ ଶାଢ଼ୀ ପିନ୍ଧି ଉତ୍ତାପ ବଢ଼ାଇଦେଲେ ଏହି ଅଭିନେତ୍ରୀ; ତାଙ୍କ ସବୁ ପୋଜ୍ରେ ଫ୍ୟାନ୍ମାନେ ଦିୱାନା ହେଲେସେ କହିଛନ୍ତି ଯେ ଆକଳନ କରାଯାଉଛି ଫେବୃଆରୀରେ ସଂକ୍ରମଣରେ ପିକ୍ ଆସିବ । ଏବେ ରାଜ୍ୟରେ ଦୈନିକ ଟେଷ୍ଟିଂ ୫୫ ହଜାରରୁ ୬୦ ହଜାର ମଧ୍ୟରେ ହେଉଛି । ଏହାକୁ ଦୈନିକ ୭୦ ହଜାର ପର୍ଯ୍ୟନ୍ତ ବୄଦ୍ଧି କରିବା ପାଇଁ ସରକାର ଲକ୍ଷ ରଖିଛନ୍ତି ବୋଲି ସେ କହିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।