ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ପାର୍ କଲା; ଆଜି ଗୋଟେ ଦିନରେ ନୂଆ ୧୦୦ ଆକ୍ରାନ୍ତ ଟିହ୍ନଟ

ଏହି ନୂଆ ରୋଗୀମାନଙ୍କୁ ମିଶାଇ ରାଜ୍ୟରେ ଏବେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୫୩୮ରେ ପହଞ୍ଚିଛି । ଗଞ୍ଜାମ ଜିଲ୍ଲାରେ ୨୦୦ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ହୋଇଛି ୨୧୦ । ବାଲେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ହୋଇଛି ୯୦ ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ପାର୍ କଲା; ଆଜି ଗୋଟେ ଦିନରେ ନୂଆ ୧୦୦ ଆକ୍ରାନ୍ତ ଟିହ୍ନଟ
ଗଞ୍ଜାମ ଜିଲ୍ଲାରେ ଏକ ସ୍କୁଲ୍ କାନ୍ଥରେ ଲାଗିଥିବା କରୋନା ଭାଇରସର ଛବି
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଆଜି ରାଜ୍ୟରେ ୧୦୧ ଜଣ ନୂଆ କରୋନା ଭାଇରସ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏ ଯାଏଁ ଏହା ଗୋଟିଏ ଦିନରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେବା ଘଟଣା । ଏହି ୧୦୧ ଜଣଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ଅଛନ୍ତି ସର୍ବାଧିକ ୫୧ ଜଣ ନୂଆ ରୋଗୀ । ବାଲେଶ୍ବରରୁ ୩୩ ଜଣ, କେନ୍ଦୁଝରରୁ ୨ ଜଣ ଏବଂ ଯାଜପୁରର ଓ ସୁନ୍ଦରଗଡ଼ରୁ ୭ ଜଣ ଲେଖାଏଁ ନୂଆ କରୋନା ଆକ୍ରାନ୍ତ ବାହାରିଛନ୍ତି ।

ଏହି ନୂଆ ରୋଗୀମାନଙ୍କୁ ମିଶାଇ ରାଜ୍ୟରେ ଏବେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୫୩୮ରେ ପହଞ୍ଚିଛି । ଗଞ୍ଜାମ ଜିଲ୍ଲାରେ ୨୦୦ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ହୋଇଛି ୨୧୦ । ବାଲେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ହୋଇଛି ୯୦ । ଯାଜପୁରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୧ ଓ ସୁନ୍ଦରଗଡ଼ରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ହୋଇଛି ୨୩ ।

ଆଜି ଚିହ୍ନଟ ହୋଇଥିବା ୧୦୧ ଆକ୍ରାନ୍ତଙ୍କ ବିଷୟରେ ତଥ୍ୟ ଦେଇଛନ୍ତି ସରକାର । ସେମାନଙ୍କ ମଧ୍ୟରୁ ୯୦ ଜଣ କ୍ବାରେଣ୍ଟାଇନରେ ଥିବା ବେଳେ ୮ ଜଣ କଣ୍ଟେନମେଣ୍ଟ ଅଞ୍ଚଳର ଓ ଅନ୍ୟ ୩ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ ।

ଭଦ୍ରକରେ ଟ୍ରେନରୁ ଓହ୍ଲେଇ ଚାଲିଛନ୍ତି ପ୍ରବାସୀ ଓଡ଼ିଆମାନେ ।


ଗଞ୍ଜାମ, କେନ୍ଦୁଝର ଓ ଯାଜପୁରର ସମସ୍ତ ଆକ୍ରାନ୍ତ କ୍ବାରେଣ୍ଟାଇନରେ ଥିବା ଜଣାପଡିଛି । ସେହି ପରି ସୁନ୍ଦରଗଡ଼ର ସମସ୍ତ ୭ ଜଣ ପଜିଟିଭ କଣ୍ଟେନମେଣ୍ଟ ଅଞ୍ଚଳରୁ ହିଁ ଚିହ୍ନଟ ହୋଇଛନ୍ତି । ବାଲେଶ୍ବରର ୩୩ ଜଣ ପଜିଟିଭ ବ୍ୟକ୍ତିଙ୍କ ମଧ୍ୟରୁ ୩ ଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ୨୯ ଜଣ କ୍ବାରେଣ୍ଟାଇନ ଓ ଜଣେ କଣ୍ଟେନମେଣ୍ଟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।

ଓଡ଼ିଶାରେ ଲଗାତର ଭାବେ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୧୬ ମାର୍ଚ୍ଚରେ ରାଜ୍ୟରେ ପ୍ରଥମ ପଜିଟିଭ ଚିହ୍ନଟ ହୋଇଥିଲେ । ୧୦ ଏପ୍ରିଲରେ ରାଜ୍ୟରେ ପଜିଟିଭ ସଂଖ୍ୟା ୫୦ରେ ପହଞ୍ଚିଥିଲା । ପରେ ଲଗାତର ଭାବେ ବୃଦ୍ଧି ପାଇଥିଲା ଆକ୍ରାନ୍ତ ସଂଖ୍ୟା ।

ବୌଦ୍ଧ ଜିଲ୍ଲାରେ ସ୍ୱାସ୍ଥ୍ୟ କର୍ମୀମାନେ ଲୋକଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝୁଛନ୍ତି ।


୨୫ ଏପ୍ରିଲରେ ରାଜ୍ୟରେ ପଜିଟିଭ ସଂଖ୍ୟା ଛୁଇଁଥିଲା ୧୦୦ । ମେ ୬ରେ ଏହି ସଂଖ୍ୟା ୨୦୦ରେ ପହଞ୍ଚିଥିଲା । ସେହି ପରି ମେ ୧୦ରେ ରାଜ୍ୟରେ ପଜିଟିଭ ସଂଖ୍ୟା ୩୦୦ ଛୁଇଁଥିବା ବେଳେ ମେ ୧୧ରେ ଏହି ସଂଖ୍ୟା ୪୦୦ରେ ପହଞ୍ଚିଥିଲା । ସବୁ ଠୁ ଗୁରୁତ୍ବପୂର୍ଣ୍ଣ କଥା ଯେ ମେ ୧୩, ଅର୍ଥାତ ଆଜି, ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ପାର କରିଛି ।

ଏହା ବି ପଢ଼ନ୍ତୁ: ବଡ ନିଷ୍ପତ୍ତି: କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସର କ୍ୟାଣ୍ଟିନ ଓ ଷ୍ଟୋରରେ ସ୍ୱଦେଶୀ ବସ୍ତୁ ବିକ୍ରି ହେବ

ଏହା ବି ପଢ଼ନ୍ତୁ: ‘ଆତ୍ମନିର୍ଭର ଭାରତ’ ପାଇଁ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ PM ମୋଦି

ଏହା ବି ପଢ଼ନ୍ତୁ: ଚତୁର୍ଥ ପର୍ଯାୟର ଲକଡାଉନ୍ ଆଗ ଠାରୁ ଭିନ୍ନ ହେବ; ନୂଆ ନିୟମ ଲାଗୁ ହେବ: PM ମୋଦି
First published: May 13, 2020, 2:56 PM IST
corona virus btn
corona virus btn
Loading