ଜିରୋ ନାଇଟ ସେଲିବ୍ରେସନକୁ ନେଇ ରାଜ୍ୟରେ କଟକଣା; ଟ୍ୱିନ୍‌ ସିଟିରେ ଜାରି ହେଲା ୧୪୪ ଧାରା

ରାଜ୍ୟରେ ଗୁରୁବାର ରାତି ୧୦ଟାରୁ ଶୁକ୍ରବାର ଭୋର ୫ଟା ଯାଏଁ ବଳବତ୍ତର ରହିବ ନାଇଟ୍‌ କର୍ଫ୍ୟୁ । ଟ୍ବିଟ୍‌ କରି ଏହି ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିସନର । ନାଇଟ୍‌ କର୍ଫ୍ୟୁ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ୍ ଦିଆଯାଇଛି ।

ଜିରୋ ନାଇଟ ସେଲିବ୍ରେସନକୁ ନେଇ ରାଜ୍ୟରେ କଟକଣା; ଟ୍ୱିନ୍‌ ସିଟିରେ ଜାରି ହେଲା ୧୪୪ ଧାରା
ଜିରୋ ନାଇଟ ସେଲିବ୍ରେସନକୁ ନେଇ ରାଜ୍ୟରେ କଟକଣା
  • News18 Odia
  • Last Updated: December 31, 2020, 3:44 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଲାNews18 Odia Digital
ଭୁବନେଶ୍ୱର: ମାତ୍ର କିଛି ଘଣ୍ଟା ପରେ ବିଦାୟ ନେବ 2020 ବର୍ଷ । କିନ୍ତୁ ଫିକା ପଡ଼ିବାକୁ ଯାଉଛି ନୂଆ ବର୍ଷର ସ୍ୱାଗତ ସମାରୋହ । ପୂର୍ବରୁ କଟକଣା ଲଗାଯାଇଥିଲେ ମଧ୍ୟ ଆଜି ରାଜ୍ୟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ରାତି ୧୦ଟାରୁ କାଲି ସକାଳ ୫ଟାଯାଏ ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି । ଏହା ସହିତ ଟ୍ବିନ ସିଟିରେ ୧୪୪ଧାରା ଜାରି ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୁଲିସ କମିଶନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ।

ଟ୍ବିନ୍‌ ସିଟିରେ ଆଜି ରାତି ୯ଟାରୁ ଆସନ୍ତା କଲି ୧୪୪ ଧାରା ଜାରି ହେବ। ସୁରକ୍ଷା ଦୃଷ୍ଟିରୁ ଟ୍ୱିନ୍‌ ସିଟିରେ ୪୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ଜିରୋ ନାଇଟ୍‌ ସେଲିବ୍ରେସନ ନକରିବାକୁ ଓ ପୋଲିସକୁ ସହଯୋଗ ପୋଲିସ କମିଶନର ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଆଜି ରାତି ୯ଟା ସୁଦ୍ଧା ସମସ୍ତ ଦୋକାନ ବଜାର ବନ୍ଦ ପାଇଁ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ଘରୋଇ ଆପାର୍ଟମେଣ୍ଟରେ ଭୋଜି ଓ ସମାବେସ ଉପରେ ବି କଟକଣା ଲଗାଇଛନ୍ତି । ଏହି ସମୟରେ ସମସ୍ତ ଜରୁରୀକାଳୀନ ସୁବିଧା ଓ ଗମନାଗମନ ଉପଲବ୍ଧ ରହିବ । କେବଳ ପାସ୍‌ ଥିବା ଲୋକ ହିଁ ଯାଇପାରିବେ । ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଜରିମାନା ଆଦାୟ କରାଯିବ। ହୋଟେଲ, ଦୋକାନ ଓ ବାରଗୁଡ଼ିକ ରାତି ୯ପୂର୍ବରୁ ବନ୍ଦ କରିବାକୁ କୁହାଯାଇଛି ।

ରାଜ୍ୟରେ ଆସନ୍ତାକାଲି ଭୋର ୫ଟା ଯାଏ ବଳବତ୍ତର ରହିବ ନାଇଟ୍‌ କର୍ଫ୍ୟୁ । ଏହା ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିସନର । ନାଇଟ୍‌ କର୍ଫ୍ୟୁ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ୍ ଦିଆଯାଇଛି । । ଏହା ସହିତ ନାଇଟ୍‌ କର୍ଫ୍ୟୁକୁ ସମର୍ଥନ କରିବାକୁ ଲୋକଙ୍କୁ SRC ପ୍ରଦୀପ ଜେନା ଅନୁରୋଧ କରିଛନ୍ତି ।





"ଚେଷ୍ଟା କରିବା ଯଦି କାହାକୁ ଶୁଭେଚ୍ଛା ଜଣାଇବା ତେବେ ଏହାକୁ ଭରଚୁଆଲ ଜଣାଇବା । ଟେଲିଫୋନ ଓ ଭିଡ଼ିଓ ବାର୍ତ୍ତାଳାପରେ ଆମେ ଜଣାଇ ନୂତନ ବର୍ଷର ଆଗମନକୁ ଆମ ସ୍ୱାଗତ କରିପାରିବା । ମୁଁ ଆପଣ ମାନଙ୍କୁ ଅନୁରୋଧ କରିବି ଯେ ପର୍ଯ୍ୟନ୍ତ ବିଶ୍ୱରୁ କୋଭିଡ ମହାମାରୀ ନଯାଇଛି ସେ ପର୍ଯ୍ୟନ୍ତ କୋଭିଡର ସମସ୍ତ ପ୍ରୋଟକଲ ପରି ପାଳନ କରିବା । ନିଜକୁ ବଞ୍ଚାଇବା ସହ ନିଜ ଗାଁ, ନିଜ ସହର ଓ ନିଜ ରାଜ୍ୟରେ କୋଭିଡ ସଂକ୍ରମଣ ପ୍ରତିହତ କରିବାରେ ସାହାଯ୍ୟ କରିବା" କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର୍ ପ୍ରଦୀପ ଜେନା ।
Published by: Jagdish Barik
First published: December 31, 2020, 3:44 PM IST
corona virus btn
corona virus btn
Loading