ଆହୁରି କୋହଳ ହେଲା ଲକଡାଉନ୍; ଆଜିଠୁ ସାରା ରାଜ୍ୟରେ ଚାଲିବ ବସ୍; ଖୋଲିବ ଜିମ୍, ସ୍ପା ଓ ସେଲୁନ୍

Odisha New Corona lockdown guidelines | ଆଜିଠୁ (ଶୁକ୍ରବାର, ଜୁଲାଇ ୧୬ ତାରିଖ) ଏହି ନୂଆ ନିର୍ଦ୍ଦେଶାବଳୀ ଲାଗୁ ହେବ । ସଂକ୍ରମଣ ହାର ଅଧିକ ରହୁଥିବା କ୍ୟାଟେଗୋରୀ ‘ବି’ ଜିଲ୍ଲାଗୁଡ଼ିକରେ ସନ୍ଧ୍ୟା ୫ଟାରୁ ସକାଳ ୬ଟା ଯାଏଁ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ ।

ଆହୁରି କୋହଳ ହେଲା ଲକଡାଉନ୍; ଆଜିଠୁ ସାରା ରାଜ୍ୟରେ ଚାଲିବ ବସ୍; ଖୋଲିବ ଜିମ୍, ସ୍ପା ଓ ସେଲୁନ୍
ମୁଖ୍ୟ ସଚିବ ସୁରେଶ ମହାପାତ୍ର ନୂଆ ନିୟମ ଘୋଷଣା କରୁଛନ୍ତି; (ଡାହାଣ) ଗୋଟିଏ ବସ୍ ଯାତ୍ରା ପାଇଁ ପ୍ରସ୍ତୁତ ହେଉଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଭାଇରସ୍‌ ସଂକ୍ରମଣ ଯୋଗୁଁ ରାଜ୍ୟରେ ଜାରି ଥିବା ଲକଡାଉନରେ କଟକଣାଗୁଡ଼ିକୁ ଆହୁରି କୋହଳ କରିଛନ୍ତି ରାଜ୍ୟ ସରକାର । ଗୁରୁବାର ଦିନ ଆସିଥିବା ନୂଆ ଗାଇଡଲାଇନ୍ ଆନୁସାରେ ଅଗଷ୍ଟ ପହିଲା ଯାଏଁ ସାରା ରାଜ୍ୟରେ ଆଂଶିକ ଲକଡାଉନ୍‌ ଜାରି ରହିବ ।

ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ଘୋଷଣା କରିଥିବା ସରକାରଙ୍କ ତାଜା ନିଷ୍ପତ୍ତି ଅନୁସାରେ କ୍ୟାଟେଗୋରୀ ‘ଏ’ ଜିଲ୍ଲାଗୁଡ଼ିକରେ ରାତି ୮ଟା ଯାଏଁ ଦୋକାନ ବଜାର ଖୋଲା ରହିବ; ସଂକ୍ରମଣ ହାର ଅଧିକ ରହୁଥିବା କ୍ୟାଟେଗୋରୀ ‘ବି’ ଜିଲ୍ଲାଗୁଡ଼ିକରେ ସନ୍ଧ୍ୟା ୫ଟାରୁ ସକାଳ ୬ଟା ଯାଏଁ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ । କ୍ୟାଟେଗୋରୀ ‘ବି’ରେ ଥିବା ୧୦ଟି ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ୍‌ ବି ଜାରି ରହିବ । କ୍ୟାଟେଗୋରି ‘ଏ’ରେ ଥିବା ୨୦ଟି ଜିଲ୍ଲାରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ରହିବ ନାହିଁ ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

ଶୁକ୍ରବାର (ଜୁଲାଇ ୧୬ ତାରିଖ)ଠୁ ସାରା ରାଜ୍ୟରେ ବସ୍‌ ଚଳାଚଳକୁ ଅନୁମତି ଦିଆଯାଇଛି, ହେଲେ ଆନ୍ତଃରାଜ୍ୟ ବସ୍‌ ଚଳାଚଳ ବନ୍ଦ ରହିବ ବୋଲି କହିଛନ୍ତି ମହାପାତ୍ର । ସାରା ରାଜ୍ୟରେ ବସ୍, ଟ୍ୟାକ୍ସି ଓ ଅଟୋ-ରିକ୍ସା ସେବା ପୁଣି ଆରମ୍ଭ ହୋଇପାରିବ ବୋଲି ସେ କହିଛନ୍ତି । ହେଲେ ରଥ ଯାତ୍ରାକୁ ଦୃଷ୍ଟିରେ ରଖି ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ପୁରୀକୁ କୌଣସି ବସ୍ ସେବାକୁ ଅନୁମତି ଦିଆଯିବ ନାହିଁ । ଅନ୍ୟ ସବୁ ଜିଲ୍ଲାରେ ବସଗୁଡ଼ିକ ଯେତିକି ସିଟ୍‌ ଅଛି ସେତିକି ଯାତ୍ରୀଙ୍କୁ ନେଇ ଚାଲିପାରିବେ । କୌଣସି ଯାତ୍ରୀଙ୍କୁ ଠିଆହୋଇ ଯିବାକୁ ଅନୁମତି ମିଳିବ ନାହିଁ । ଏହି ନୂଆ ନିର୍ଦ୍ଦେଶାବଳୀ ଶୁକ୍ରବାର ସକାଳ ୬ଟାରୁ କାର୍ଯ୍ୟକାରୀ ହେବ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ବିବାହର ମାତ୍ର ତିନି ମାସ ପରେ ମାହେଲେ ବଲିଉଡ୍ ଅଭିନେତ୍ରୀ ଦିଆ ମିର୍ଜା; ପୁତ୍ର ଜନ୍ମ ଦେଲେ

ବିୟୁଟି ପାର୍ଲର୍‌, ସ୍ପା ଓ ଜିମ୍‌ ଖୋଲିପାରିବ । କଟକଣା ଭିତରେ ଇନଡୋର୍‌ ଓ ଆଉଟଡୋର୍‌ ସିନେମା ଓ ସିରିଏଲ୍‌ ସୁଟିଂ ହୋଇପାରିବ ବୋଲି ସେ କହିଛନ୍ତି । ହେଲେ ବିବାହ, ଶୁଦ୍ଧି କ୍ରିୟା ଓ ଯାତ୍ରା ପାର୍ଟି ଉପରେ ପୂର୍ବ ପରି କଟକଣା ଲାଗୁ ରହିବ । ସିନେମା ହଲ୍‌, ପାର୍କ ଓ ମଲ୍ ଆଦି ସାର୍ବଜନୀନ ସ୍ଥାନ ପୂର୍ବ ପରି ବନ୍ଦ ରହିବ । ହୋଟେଲ୍‌ ଓ ରେଷ୍ଟୁରାଣ୍ଟରେ କେବଳ ପାର୍ସଲରେ ଖାଦ୍ୟ ନେଇଯିବା ପାଇଁ ଅନୁମତି ମିଳିବ । ସ୍କୁଲ୍‌, କଲେଜ୍‌, କୋଚିଂ ସେଣ୍ଟର୍‌ ଓ ବାର୍‌ ଆଦି ପୂର୍ବ ପରି ବନ୍ଦ ରହିବ ।

ଏହା ବି ପଢ଼ନ୍ତୁ | ଦଶହରା ପୂର୍ବରୁ କେନ୍ଦ୍ର ସରକାରଙ୍କ କର୍ମଚାରୀମାନଙ୍କୁ ମିଳିବ ଉପହାର; ପ୍ରତି ମାସ ଦରମା,୭୫୦ ବଢ଼ିପାରେ



‘‘ରାଜ୍ୟ ସରକାରଙ୍କ ଏହି ନୂଆ ନିର୍ଦ୍ଦେଶାବଳୀ ସ୍ୱାଗତଯୋଗ୍ୟ । ହେଲେ ସବୁଠାରୁ ବଡ଼ କଥା ହେଉଛି ଯେ କଟକଣାଗୁଡ଼ିକର ଅନୁପାଳନ କଡ଼ା କରିବା ଉଚିତ । ତାହା ନ ହେଲେ ଏ ପର୍ଯ୍ୟନ୍ତ ଲକଡାଉନ୍‌ ଲାଗୁ କରି ଆମେ କରୋନା ମୁକାବିଲାରେ ଯେତିକି ଆଗେଇଛୁ ସେହି ସବୁ ଲାଭ ପୁଣି ନଷ୍ଟ ହୋଇଯିବ,’’ କହିଛନ୍ତି ବରିଷ୍ଠ ସାମ୍ବାଦିକ ଶୀତଳ ତରଙ୍ଗ ବେଉରିଆ ।

ଏହା ବି ପଢ଼ନ୍ତୁ | ଦେଶର ସର୍ବ ପ୍ରଥମ କରୋନା ସଂକ୍ରମିତ ବ୍ୟକ୍ତି ପୁଣି ଥରେ କରୋନାରେ ସଂକ୍ରମିତ ହେଲେ

ଜୁଲାଇ ମାସ ପହିଲାରେ ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମଣ ହାର ୫ ପ୍ରତିଶତ ଥିବା ବେଳେ ଜୁଲାଇ ୧୫ ତାରିଖରେ ଏହା ତଳକୁ ଖସି ପ୍ରାୟ ୩ ପ୍ରତିଶତ ହୋଇଛି ବୋଲି କହିଛନ୍ତି ସୁରେଶ ମହାପାତ୍ର । ଜୁଲାଇ ୧ରେ ରାଜ୍ଯରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୩,୦୦୦ ରହୁଥିବା ବେଳେ ଏବେ (ଜୁଲାଇ ୧୫ରେ) ଏହା ପ୍ରାୟ ୨,୦୦୦କୁ ଖସିଆସିଛି ।



ହେଲେ ଏବେ ବି କ୍ୟାଟେଗୋରୀ ‘ବି’ ଜିଲ୍ଲାଗୁଡ଼ିକରେ ସଂକ୍ରମଣ ହାର ଅଧିକ ରହୁଛି ବୋଲି ସେ କହିଛନ୍ତି । ଏହି ଜିଲ୍ଲାଗୁଡ଼ିକରୁ ସାରା ରାଜ୍ୟର ଦୈନିକ ସଂକ୍ରମଣ ସଂଖ୍ୟାର ୭୦ରୁ ୮୦ ପ୍ରତିଶତ ରହୁଥିବାରୁ ସେଗୁଡ଼ିକୁ ନେଇ ଚିନ୍ତା ରହିଛି ।
Published by: Anand ST Das
First published: July 15, 2021, 4:03 PM IST