ମନ୍ତ୍ରୀ ସୁଶାନ୍ତ ସିଂ କରୋନା ପଜିଟିଭ୍; ହସପିଟାଲରେ ଭର୍ତ୍ତି ହେଲେ; ଆଗରୁ ୫ MLA ପଜିଟିଭ୍ ହୋଇଛନ୍ତି

ଭୁବନେଶ୍ୱରର ଏକ ହସପିଟାଲରେ ଭର୍ତ୍ତି ହୋଇଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂ । କରୋନା ପଜିଟିଭ୍ ହେବା ବିଷୟରେ ସେ ନିଜେ ଜଣାଇଛନ୍ତି ଓ ତାଙ୍କ ସହ ଅତୀତରେ ଯୋଗାଯୋଗରେ ଥିବା ସମସ୍ତଙ୍କୁ ନିଜର କରୋନା ପରୀକ୍ଷା କରାଇନେବାକୁ ପରାମର୍ଶ ଦେଇଛନ୍ତି ।

ମନ୍ତ୍ରୀ ସୁଶାନ୍ତ ସିଂ କରୋନା ପଜିଟିଭ୍; ହସପିଟାଲରେ ଭର୍ତ୍ତି ହେଲେ; ଆଗରୁ ୫ MLA ପଜିଟିଭ୍ ହୋଇଛନ୍ତି
ଗ୍ରାମ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ
  • News18 Odia
  • Last Updated: August 17, 2020, 8:21 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଓଡ଼ିଶାର ଗ୍ରାମ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ (Odisha minister Sushant Singh) କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ସେ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଓଡ଼ିଶାର ପ୍ରଥମ ମନ୍ତ୍ରୀ । (Odisha minister Sushant Singh tests Corona positive) ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ଭୁବନେଶ୍ୱରର ଏକ ହସପିଟାଲରେ ଭର୍ତ୍ତି ହୋଇଛନ୍ତି ।

ସୋମବାର ଦିନ ଏହି ବିଜେଡି ନେତା ଏକ ଟ୍ୱିଟ୍‌ କରି ନିଜେ କରୋନା ପଜିଟିଭ୍‌ ହୋଇଥିବା ବିଷୟରେ ଜଣେଇଛନ୍ତି । ସେ ଲେଖିଛନ୍ତି, ‘‘ମୁଁ କୋଭିଡ-୧୯ ପରୀକ୍ଷାରେ ପଜିଟିଭ୍ ହୋଇଛି, କିନ୍ତୁ ବର୍ତ୍ତମାନ ମୋ’ ସ୍ଥିତି ସ୍ଥିର ଅଛି । ଯେଉଁମାନେ ମୋ’ ସହ ନିକଟରେ ଯୋଗାଯୋଗରେ ଥିଲେ ସେମାନେ ନିଜର କୋଭିଡ ପରୀକ୍ଷା କରାଇନେବା ଉଚିତ ଓ ଅନ୍ୟମାନଙ୍କ ଠାରୁ ଅଲଗା ହୋଇ ରହିବାକୁ ମୁଁ ପରାମର୍ଶ ଦେଉଛି ।’’

ମନ୍ତ୍ରୀ ସୁଶାନ୍ତ ସିଂ (Minister Sushant Singh) ବାଲେଶ୍ୱରରେ ଆୟୋଜିତ ସରକାରୀ ସ୍ୱାଧୀନତା ଦିବସ (Independence Day) ଉତ୍ସବରେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସନ୍ଦେହ କରାଯାଉଛି ଯେ ଏହି ସମାରୋହରେ ଭାଗ ନେଇଥିବା ସମୟରେ ହୁଏତ ସେ ସରୋନା ଭାଇରସ୍‌ ସଂସ୍ପର୍ଶରେ ଆସିଥିବେ । ବାଲେଶ୍ୱରର ଏହି ସମାରୋହରେ କରୋନା ସମ୍ବନ୍ଧିତ ସବୁ ସତର୍କତା ନିୟମ ଅବଲମ୍ବନ କରାଯାଇଥିବା ଦେଖାଦେଇଥିଲା ।

ସୁଶାନ୍ତ ସିଂଙ୍କ ଟ୍ୱିଟ୍


ସୁଶାନ୍ତ ସିଂହଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ସୁଶାନ୍ତଙ୍କ ସହ କଥା ହୋଇ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଛନ୍ତି ।

ଏହା ପୂର୍ବରୁ ରାଜ୍ୟର ପାଞ୍ଚ ଜଣ ବିଧାୟକ କରୋନା ପଜିଟିଭ୍ ହୋଇଛନ୍ତି । ସେମାନେ ହେଉଛନ୍ତି ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ରେମୁଣା ବିଧାୟକ ସୁଦର୍ଶନ ସେଖର ପରିଡ଼ା, ଖଣ୍ଡପଡ଼ା ବିଧାୟକ ତଥା ଖବରକାଗଜ ସଂପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ।

କେନ୍ଦ୍ର ରାଜନୀତିରେ ସକ୍ରିୟ ଥିବା ଓଡ଼ିଶାର ନେତାମାନଙ୍କ ମଧ୍ୟରୁ ନିକଟରେ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ, ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଓ ବରଗଡ଼ ବିଜେପି ସାଂସଦ ସୁରେଶ ପୂଜାରୀ ମଧ୍ୟ କରୋନା ପଜିଟିଭ ହୋଇଛନ୍ତି ।

ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ୱିଟ୍


ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଇଛି କରୋନା ଭାଇରସ । ଏହି ୧୦ ମୃତକଙ୍କୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୫୩କୁ ବୃଦ୍ଧି ପାଇଛି । ଆଜି ଖୋର୍ଦ୍ଧାରେ ସର୍ବାଧିକ ୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି ।

ଏହା ବି ପଢ଼ନ୍ତୁ | MS Dhoni Retirement: ଧୋନୀଙ୍କ ଅବସର ଦିନ ପଛରେ ‘୩୯୩୯’ ସଂଖ୍ୟାର ବିଶେଷ ମହତ୍ୱ ରହିଛି

ଏହା ବି ପଢ଼ନ୍ତୁ | ଲାଲ କିଲ୍ଲାରେ ମୋଦୀଙ୍କ ସୁରକ୍ଷାରେ ଲାଗିଥିଲା ଆଣ୍ଟି-ଡ୍ରୋନ୍ ସିଷ୍ଟମ୍; ୨.୫ କି.ମି. ଯାଏଁ ଗୁଳି ମାରିପାରିବ

ବରଗଡ଼, କଟକ, ଗଞ୍ଜାମ, ପୁରୀ, ରାୟଗଡ଼ା ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଧୀରେ ଧୀରେ ଗଞ୍ଜାମରେ ଉଭୟ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା କମୁଥିବା ବେଳେ ଚିନ୍ତା ବଢ଼ାଇଛି ଖୋର୍ଦ୍ଧା । ଖୋର୍ଦ୍ଧାରେ ଆଜି ଉଭୟ ମୃତ୍ୟୁ ଓ ଆକ୍ରାନ୍ତ ସଂଖ୍ୟା ଅଧିକ ରହିଛି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨,୨୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Published by: Anand Shankar Thankur Das
First published: August 17, 2020, 8:20 PM IST
corona virus btn
corona virus btn
Loading