News18 Odia Digital
ଭୁବନେଶ୍ୱର: ରାଜ୍ୟରେ ଥିବା ସବୁ ଔଷଧ ବ୍ୟବସାୟୀ ଓ ଔଷଧ ଦୋକାନଗୁଡ଼ିକରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଆଗ ଧାଡ଼ିର କୋଭିଡ୍ ଯୋଦ୍ଧାର ମାନ୍ୟତା ଦେବାକୁ ଦାବି କରିଛି ଖୋର୍ଦ୍ଧା ଜିଲ୍ଲା କେମିଷ୍ଟ୍ ଓ ଡ୍ରଗିଷ୍ଟ୍ ଆସୋସିଏସନ୍ । ଅଗ୍ରାଧିକାର ଭିତ୍ତିରେ ସବୁ ଔଷଧ ବ୍ୟବସାୟୀ ଓ କର୍ମଚାରୀଙ୍କୁ କୋଭିଡ୍ ଟିକା ଦେବା ଲାଗି ବିଶେଷ ବ୍ୟବସ୍ଥା କରିବାକୁ ମଧ୍ୟ ଦାବି କରିଛି ଆସୋସିଏସନ୍ । ତାହା ନହେଲେ ସପ୍ତାହକ ପରେ ରାଜ୍ୟର ସବୁ ଔଷଧ ଦୋକାନଗୁଡ଼ିକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖାଯିବ ବୋଲି ଚେତାବନୀ ଦେଇଛି ଆସୋସିଏସନ୍ ।
ଏହା ବି ପଢ଼ନ୍ତୁ | English ଶିଖନ୍ତୁ [୧]: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ନ ଥାନ୍ତା,… If gangster Hyder…
ଔଷଧ ବ୍ୟବସାୟୀମାନଙ୍କ ସଙ୍ଗଠନର ଏହି ନିଷ୍ପତ୍ତିକୁ ଔଷଧ ବ୍ୟବସାୟୀ ଓ କର୍ମଚାରୀମାନେ ସ୍ୱାଗତ କରିଥିବା ବେଳେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ସେମାନଙ୍କ ଦାବିକୁ ଯଥାର୍ଥ ବୋଲି କହିଛନ୍ତି । ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ଥିବା ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ପରେ ରାଜ୍ୟରେ ଔଷଧ ବ୍ୟବସାୟ କରୁଥିବା ବ୍ୟବସାୟୀ ଓ କର୍ମଚାରୀମାନେ କୋଭିଡ ସଂକ୍ରମିତ ହେବା ସମ୍ଭାବନା ଅଧିକ ରହିଛି । କାରଣ ଔଷଧ ଦୋକାନରେ ଅଧିକାଂଶ ରୋଗୀ କିମ୍ବା ସେମାନଙ୍କ ସମ୍ପର୍କୀୟମାନେ ହିଁ ଭିଡ଼ ଜମାଇଥାନ୍ତି ।
ଏହା ବି ପଢ଼ନ୍ତୁ | କରୋନା ସଂକ୍ରମଣରେ ମଣିପୁରର BJP ସଭାପତିଙ୍କ ମୃତ୍ୟୁ ହେଲା; ଶୋକ ପ୍ରକାଶ କଲେ PM
‘‘ବିଡମ୍ବନାର କଥା ଯେ ସ୍ୱାସ୍ଥ୍ୟ କର୍ମୀଙ୍କଠାରୁ ଆରମ୍ଭ କରି ଗଣମାଧ୍ୟମ ପ୍ରତିନିଧି ଓ ବିଭିନ୍ନ ଅତ୍ୟାବଶ୍ୟକ ସେବାରେ ଥିବା କର୍ମଚାରୀ ଆଗ ଧାଡ଼ିର କୋଭିଡ ଯୋଦ୍ଧାର ମାନ୍ୟତା ପାଇ ସାରିଥିବା ବେଳେ ଔଷଧ ବ୍ୟବସାୟରେ ଥିବା ବ୍ୟବସାୟୀ ଓ କର୍ମଚାରୀମାନେ ଏ ପର୍ଯ୍ୟନ୍ତ ଏହି ମାନ୍ୟତାରୁ ବଞ୍ଚିତ ହୋଇ ରହିଛୁ । ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମେ ୨୪ ଘଣ୍ଟା ଦୋକାନ ଖୋଲା ରଖୁଥିବାରୁ ଅନେକ ଔଷଧ ବ୍ୟବସାୟୀ ଓ କର୍ମଚାରୀ କୋଭିଡ ଆକ୍ରାନ୍ତ ହେଲେଣି । ତେଣୁ ଔଷଧ ବ୍ୟବସାୟୀ ଓ କର୍ମଚାରୀଙ୍କୁ ତୁରନ୍ତ ରାଜ୍ୟ ସରକାର ଆଗ ଧାଡ଼ିର କୋଭିଡ଼ ଯୋଦ୍ଧା ମାନ୍ୟତା ଦେବା ଉଚିତ,’’ ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଖୋର୍ଦ୍ଧା ଜିଲ୍ଲା କେମିଷ୍ଟ୍ ଓ ଡ୍ରଗିଷ୍ଟ୍ ଆସୋସିଏସନର ସଭାପତି ପ୍ରଗତି ରଞ୍ଜନ ମହାନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ‘‘କିଛି ବାହାରୁନି ଏଥିରୁ…’’ ଖାଲି ଅମ୍ଳଜାନ ମାସ୍କ ଧରି ମୃତ୍ୟୁ ପୂର୍ବରୁ VIDEOରେ କହିଥିଲେ ରାହୁଲ ଭୋରା

ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଜିଲ୍ଲା କେମିଷ୍ଟ୍ ଓ ଡ୍ରଗିଷ୍ଟ୍ ଆସୋସିଏସନର ପଦାଧିକାରୀମାନେ
ସେ କହିଛନ୍ତି ଯେ ଔଷଧ ଦୋକାନ ସବୁକୁ ବନ୍ଦ ରଖିବା ଘୋଷଣା ଉତ୍କଳ କେମିଷ୍ଟ୍ ଓ ଡ୍ରଗିଷ୍ଟ୍ ଆସୋସିଏସନର ନିଷ୍ପତ୍ତି କ୍ରମେ କରାଯାଇଛି । ଏଥି ପାଇଁ ରାଜ୍ୟ ସରକାରଙ୍କୁ ସାତ ଦିନର ମହଲତ ଦେଇଛି ଆସୋସିଏସନ । ନ ହେଲେ ତା’ ପରେ ସାରା ରାଜ୍ୟରେ ଔଷଧ ବ୍ୟବସାୟୀମାନେ ଦୋକାନ ବନ୍ଦ କରିବାକୁ ବାଧ୍ୟ ହେବେ ବୋଲି କୁହାଯାଇଛି । ‘‘ରାଜ୍ୟ ସରକାରଙ୍କ ପାଖରେ ଆମ ଅସୁବିଧା ପହଞ୍ଚାଇବା ପାଇଁ ଏହି ନିଷ୍ପତ୍ତି ଓ ଘୋଷଣା ଏକ ପ୍ରୟାସ,’’ କହିଛନ୍ତି ଖୋର୍ଦ୍ଧା ଜିଲ୍ଲା କେମିଷ୍ଟ୍ ଓ ଡ୍ରଗିଷ୍ଟ୍ ଆସୋସିଏସନର ଲୋକ ସମ୍ପର୍କ ଅଧିକାରୀ ମଧୁରାମ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ପୁଅକୁ ନେଇ ଅଭିନେତ୍ରୀ ଶ୍ୱେତା ତିୱାରୀ ଓ ପୂର୍ବ ପତିଙ୍କ ମଧ୍ୟରେ ଝଗଡ଼ା CCTV ଫୁଟେଜ୍ ଓ VIDEOରେ ଜାରି
ସାରା ରାଜ୍ୟରେ ୨୦,୦୦୦ରୁ ଅଧିକ ଔଷଧ ବ୍ୟବସାୟୀ ଥିବା ବେଳେ କେବଳ ଖୋର୍ଦ୍ଧା ଜିଲାରେ ଏହି ସଂଖ୍ୟା ୧,୭୦୦ରୁ ଅଧିକ ବୋଲି କହିଛି ଖୋର୍ଦ୍ଧା ଜିଲ୍ଲା କେମିଷ୍ଟ୍ ଓ ଡ୍ରଗିଷ୍ଟ୍ ଆସୋସିଏସନ୍ । ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଔଷଧ ବ୍ୟବସାୟ ଉପରେ ରାଜ୍ୟର ପ୍ରାୟ ଦୁଇ ଲକ୍ଷ ଲୋକ ପରିବାର ପ୍ରତିପୋଷଣ ପାଇଁ ନିର୍ଭର କରିଥାନ୍ତି । କୋଭିଡ଼ ସଂକ୍ରମଣ ବଢୁଥିବା କାରଣରୁ ବିଭିନ୍ନ ଔଷଧ ଦୋକାନର ବ୍ୟବସାୟୀ ଓ ସେମାନଙ୍କ କର୍ମଚାରୀମାନେ ସଂକ୍ରମିତ ହେବାରେ ଲାଗିଥିବାରୁ ଆସୋସିଏସନର ଚିନ୍ତା ବଢ଼ିଛି ।
ଏହା ବି ପଢ଼ନ୍ତୁ | ଆସିଲା କରୋନା ପଛରେ ଥିବା ସାଙ୍ଘାତିକ ସତ୍ୟ: ଚୀନ୍ ଏହାକୁ ଜୈବିକ ଅସ୍ତ୍ର ଭାବେ ପରୀକ୍ଷା କରୁଥିଲା!
‘‘ଆସୋସିଏସନର ଏହି ନିଷ୍ପତ୍ତି ଏକ ଭଲ ଉଦ୍ୟମ । ସତ କଥା ହେଲା ଆମମାନଙ୍କୁ କରୋନା ସଂକ୍ରମଣ ହେବାର ସମ୍ଭାବନା ଅଧିକ । ତେଣୁ ଏହି ଦାବି ଅଧିକ ଯଥାର୍ଥ,’’ କହିଛନ୍ତି ଭୁବନେଶ୍ୱର ରସୁଲଗଡ଼ ଛକରେ ଥିବା ‘ଦି ମେଡିସିନ୍’ ଦୋକାନର କର୍ମଚାରୀ ଦେବୀ ପ୍ରସାଦ ଦାସ । ସ୍ୱାସ୍ଥ୍ୟ ସେବାରେ ନିୟୋଜିର ଅଜୟ ତ୍ରିପାଠୀ କହିଛନ୍ତି ଯେ ଆସୋସିଏସନର ଯୁକ୍ତି ଯଥାର୍ଥ ଓ ଏଥି ପ୍ରତି ସରକାର ତୁରନ୍ତ ଦୃଷ୍ଟି ଦେବା ଦରକାର ।
କେମିଷ୍ଟ ଓ ଡ଼୍ରଗିଷ୍ଟ ଆସୋସିଏସନର ଏହି ନିଷ୍ପତ୍ତି ଉପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ କିଛି ମତ ରଖି ନ ଥିବା ବେଳେ ବୃଦ୍ଧିଜୀବୀମାନେ ଏହାକୁ ଏକ ଯଥାର୍ଥ ଦାବି ବୋଲି କହିଛନ୍ତି । ଲକଡ଼ାଉନ ଓ ସଟଡ଼ାଉନରେ ସବୁ ଦୋକାନ ବନ୍ଦ ରହିଥିବା ବେଳେ ଔଷଧ ବ୍ୟବସାୟୀମାନେ ୨୪ ଘଣ୍ଟିଆ ସେବା ପ୍ରଦାନ କରୁଥିବାରୁ ସେମାନଙ୍କୁ ଆଗ ଧାଡ଼ିର କରୋନା ଯୋଦ୍ଧା ଭାବେ ଘୋଷଣା କରାଯିବା ଉଚିତ ବୋଲି କହିଛନ୍ତି ସେମାନେ ।