୧୮ରୁ ପ୍ରବଳ ବର୍ଷା ସାଙ୍ଗକୁ ବହିବ ପବନ; ବାତ୍ୟାର ପ୍ରଭାବ ଦେଖିବାକୁ ମିଳିପାରେ ଓଡ଼ିଶାରେ

ଏହି ସାମୁଦ୍ରିକ ଝଡ଼ ଆସନ୍ତା ୧୮ କିମ୍ବା ୧୯ ତାରିଖ ବେଳକୁ ଅତି ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବ। ଏହା କେନ୍ଦ୍ରୀୟ ବଙ୍ଗୋପସାଗର ହୋଇ ଉତ୍ତର ଉତ୍ତର-ପୂର୍ବରେ ହିଁ ଗତି କରିବ ।

୧୮ରୁ ପ୍ରବଳ ବର୍ଷା ସାଙ୍ଗକୁ ବହିବ ପବନ; ବାତ୍ୟାର ପ୍ରଭାବ ଦେଖିବାକୁ ମିଳିପାରେ ଓଡ଼ିଶାରେ
ସାମୁଦ୍ରିକ ଝଡ଼ର ବର୍ତ୍ତମାନ (୧୪ ତାରିଖ ମଧ୍ୟାନ୍ନ) ସ୍ଥାନ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ବର୍ତ୍ତମାନ ଘନୀଭୂତ ହୋଇ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ତା’ର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ୱେଲ ମାର୍କଡ଼ ଲୋ ପ୍ରେସର ରୂପ ନେଇଛି ।

ଏହି ବଳୟ ସହ ସଂଶ୍ଲିଷ୍ଟ ଘୁର୍ଣ୍ଣି ବଳୟ ବାୟୁ ମଣ୍ଡଳର ଟ୍ରପୋସ୍ପିୟରର ମଧ୍ୟ ଭାଗ ପର୍ଯ୍ୟନ୍ତ ଲମ୍ବିଛି । ଏହି ୱେଲ ମାର୍କଡ଼ ଲୋ ପ୍ରେସର ଘନୀଭୂତ ହୋଇ ଆସନ୍ତା କାଲି ଅର୍ଥାତ ୧୫ ତାରିଖ ଦିନ ଦକ୍ଷିଣ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଗୋଟିଏ ଅବପାତର ରୂପ ନେବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହି ଅବପାତ ଆହୁରି ଘନୀଭୂତ ହୋଇ ୧୬ ତାରିଖ ସନ୍ଧ୍ୟା ବେଳକୁ ସେହି ଅଞ୍ଚଳରେ ସାମୁଦ୍ରିକ ଝଡ଼ର ରୂପ ନେବାର ସମ୍ଭାବନା ରହିଛି ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞମାନେ ।

ଏହି ସାମୁଦ୍ରିକ ଝଡ଼ ପ୍ରଥମେ ୧୭ ତାରିଖ ଯାଏ ଉତ୍ତର-ପଶ୍ଚିମ ଦିଗରେ ଓ ପରେ ଏହା ନିଜର ଦିଗ ପରିବର୍ତନ କରି ଉତ୍ତର-ଉତ୍ତର-ପୂର୍ବ ଦିଗରେ ଉତ୍ତର ବଙ୍ଗୋପସାଗର ଆଡକୁ ୧୮-୧୯ ତାରିଖ ଯାଏ ଗତି କରିବାର ସମ୍ଭାବନା ରହିଛି । ଫଳରେ ୧୮ ତାରିଖରେ ଉପକୂଳ ଓଡିଶାରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ଓ ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ହେବ ।

ମତ୍ସ୍ୟଜୀବୀମାନଙ୍କୁ ଆଜି ସୁଦ୍ଧା ଗଭୀର ସମୁଦ୍ରରୁ ଫେରି ଆସିବାକୁ କୁହାଯାଇଛି ।


ଏହି ସମୟରେ ୪୦ରୁ ୫୦ କିମି ପ୍ରତି ଘଣ୍ଟା ବେଗରେ ପବନ ବହିବା ସହ ସମୟେ ସମୟେ ୬୦ କିମି ପ୍ରତି ଘଣ୍ଟା ବେଗରେ ପବନ ବହିବ । ସେହି ଭଳି ଉପକୂଳ ଓଡିଶାରେ ୧୯ ତାରିଖରେ ପ୍ରବଳ ବର୍ଷା ସହ ୬୦ ରୁ ୭୦ କିମି ପ୍ରତି ଘଣ୍ଟା ଓ ସମୟେ ସମୟେ ୮୦ କିମି ପ୍ରତି ଘଣ୍ଟା ବେଗରେ ପବନ ବହିବ  ବୋଲି ପାଣିପାଗ ବିଭାଗ କହିଛି ।

ହେଲେ ପାଣିପାଗ ବିଶେଷଜ୍ଞଙ୍କ କହିବା କଥା ଯେ ଏହି ସାମୁଦ୍ରିକ ଝଡ଼ ଆସନ୍ତା ୧୮ କିମ୍ବା ୧୯ ତାରିଖ ବେଳକୁ ଅତି ଭୀଷଣ ସାମୁଦ୍ରିକ ଝଡରେ ପରିଣତ ହେବ। ଏହା କେନ୍ଦ୍ରୀୟ ବଙ୍ଗୋପସାଗର ହୋଇ ଉତ୍ତର ଉତ୍ତର-ପୂର୍ବରେ ହିଁ ଗତି କରିବ ।

‘‘ଏହା ଉତ୍ତର-ପୂର୍ବ ଦେଇ ଗତି କଲେ ଓଡିଶା ଉପକୂଳ ଦେଇ ଗତି କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଫଳରେ ୧୮ରୁ ୨୦ ତାରିଖ ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ । ଏହା କ୍ରମଶଃ ବାଂଲାଦେଶ ମୁହାଁ ହେବ,’’ କହିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ।

ମତ୍ସ୍ୟଜୀବୀମାନଙ୍କୁ ଆଜି ସୁଦ୍ଧା ଗଭୀର ସମୁଦ୍ରରୁ ଫେରି ଆସିବାକୁ କୁହାଯାଇଥିବା ବେଳେ କାଲି ଠାରୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।

ଏହା ବି ପଢ଼ନ୍ତୁ: ପ୍ରବାସୀ ଶ୍ରମିକଙ୍କୁ ୨ ମାସ ମାଗଣା ଖାଦ୍ୟ ମିଳିବ; ମଧ୍ୟମ ଆୟ ବର୍ଗ ପାଇଁ ଭଡ଼ା ଘର ଯୋଜନା

ଏହା ବି ପଢ଼ନ୍ତୁ: ଏମିତି ବି ହୋଇପାରେ: କରୋନା ବିଶ୍ୱକୁ କେବେ ବି ଛାଡ଼ି ଯାଇ ନ ପାରେ, କହିଲେ WHO ଅଧିକାରୀ

ଏହା ବି ପଢ଼ନ୍ତୁ: ୧୪୯ ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆଜି ରାତିରେ ଦୁବାଇରୁ ଭୁବନେଶ୍ୱର ଆସୁଛି ବିମାନ

ଏହା ବି ପଢ଼ନ୍ତୁ: ଆଜି ଗୋଟେ ଦିନରେ ରାଜ୍ୟରେ ୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ଏ ଯାଏଁ ମୋଟ ୬୨୪

ଏହା ବି ପଢ଼ନ୍ତୁ: ଚାକିରୀଜୀବୀ ଲୋକଙ୍କ PF ଓ Tax ବିଷୟରେ ଅର୍ଥ ମନ୍ତ୍ରୀ ଏହି ୫ଟି ବଡ଼ ଘୋଷଣା କରିଛନ୍ତି
First published: May 14, 2020, 7:30 PM IST
corona virus btn
corona virus btn
Loading