ରାଜ୍ୟରେ ଅନ୍‌ଲକ୍ ପ୍ରକ୍ରିୟା ଜଲ୍‌ଦି ଆରମ୍ଭ ହୋଇପାରେ; ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଚାଲିଛି

Odisha Lockdown to Be Lifted in Phases Soon, Preparations for Third Wave Corona | ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ସବୁ କୋଭିଡ ହସ୍ପିଟାଲରେ ଖୋଲିବ ଶିଶୁ ଚିକିତ୍ସା ଶାଖା । ଚିକିତ୍ସାଧୀନ ଶିଶୁମାନଙ୍କ ସହିତ ସେମାନଙ୍କ ପରିବାରରୁ ଜଣେ ସହାୟକଙ୍କୁ ହସପିଟାଲରେ ରହିବାକୁ ଅନୁମତି ଦିଆଯିବ ।

ରାଜ୍ୟରେ ଅନ୍‌ଲକ୍ ପ୍ରକ୍ରିୟା ଜଲ୍‌ଦି ଆରମ୍ଭ ହୋଇପାରେ; ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଚାଲିଛି
ଲକ୍‌ଡାଉନ୍‌ ସମୟରେ ଭୁବନେଶ୍ୱରର ଏକ ରାସ୍ତାରେ ପୋଲିସ୍‌ ଚେକିଂର ଏକ ଦୃଶ୍ୟ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟର ଯେଉଁ ଜିଲ୍ଲାଗୁଡ଼ିକରେ ସଂକ୍ରମଣ କମୁଛି ସେହି ଜିଲ୍ଲାଗୁଡ଼ିକରେ ଲକଡାଉନ କଟକଣାକୁ କୋହଳ କରାଯିବ ବୋଲି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବାର ଦିନକ ପରେ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ହଠାତ୍‌ ଅନଲକ୍‌ ନ କରି ଧୀରେ ଧୀରେ ଲକଡାଉନ୍‌ କୋହଳ କରାଯିବା ଉଚିତ ।

କରୋନା ସଂକ୍ରମଣର ସମ୍ଭାବ୍ୟ ତୄତୀୟ ଲହର ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ଓ ହସପିଟାଲଗୁଡ଼ିକରେ ସାଧାରଣ ବେଡ୍‌ ଠାରୁ ଆରମ୍ଭ କରି ଆଇ.ସି.ୟୁ. ବ୍ୟବସ୍ଥା କରିବା ସହ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ତାଲିମ ଦିଆଯାଉଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସ୍ଵାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ତୃତୀୟ ଲହର ସେପ୍ଟେମ୍ବର ଓ ଅକ୍ଟୋବର ମାସ ବେଳକୁ ଆସିପାରେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ହସପିଟାଲରେ ଅକ୍ସିଜେନ୍ ବନ୍ଦ କରି ଦେଖିଲେ କେତେ ରୋଗୀ ମରିବେ; ମିନିଟରେ ମଲେ ୨୨ – VIDEO

‘‘ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି । ସେଥିପାଇଁ ଆମେ ପ୍ରସ୍ତୁତି ଆରମ୍ଭ କରିଛୁ । ଛୋଟ ଶିଶୁମାନଙ୍କର ଚିକିତ୍ସା ଅନ୍ୟ ରୋଗୀଙ୍କ ଅପେକ୍ଷା ଭିନ୍ନ ହୋଇଥିବାରୁ ତାଙ୍କ ପ୍ରତି ଅଧିକ ଗୁରୁତ୍ୱ ଦିଆଯିବ । ସେଥି ପାଇଁ ଏବେଠୁ ଆମେ ଡାକ୍ତରମାନଙ୍କୁ ଟ୍ରେନିଂ ଦେବା ସହ ଜେନେରାଲ୍‌ ଓ ଆଇ.ସି.ୟୁ. ବେଡ୍‌ ପ୍ରସ୍ତୁତ କରି ରଖୁଛୁ । ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡଃ ଗୁଲେରିଆ କହିଛନ୍ତି ଏହି ସମୟରେ ଶିଶୁମାନେ ବିଶେଷ ପ୍ରଭାବିତ ହେବେ ନାହଁ ବୋଲି ଜଣା ପଡିଛି । ରାଜ୍ୟର ଯେଉଁ ଜିଲ୍ଲାରେ ଟେଷ୍ଟ୍‌ ପିଜିଟିଭ ରେଟ୍‌ ପାଞ୍ଚ ପ୍ରତିଶତରୁ ତଳେ ରହିଛି ସେଠି ଅନଲକ୍‌ ପକ୍ରିୟାକୁ ଯାଇ କିଛି କଟକଣା କୋହଳ କରିବା ଉପରେ ବିଚାର ବିମର୍ଶ ଚାଲିଛି,’’ କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଏହା ବି ପଢ଼ନ୍ତୁ | Vaccine: ଘରୋଇ ହସପିଟାଲ୍ଗୁଡ଼ିକ ପାଇଁ କରୋନା ଟିକାର ଦାମ୍ ସ୍ଥିର କଲେ କେନ୍ଦ୍ର ସରକାର

ତୃତୀୟ ଲହର ପାଇଁ ପ୍ରସ୍ତୁତ ରୁହିବାକୁ ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସବୁ ସରକାରୀ ମେଡ଼ିକାଲ କଲେଜକୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। ସବୁ କୋଭିଡ ହସ୍ପିଟାଲରେ ଖୋଲିବ ଶିଶୁ ଚିକିତ୍ସା ଶାଖା । ଚିକିତ୍ସାଧୀନ ଶିଶୁମାନଙ୍କ ସହିତ ସେମାନଙ୍କ ପରିବାରରୁ ଜଣେ ସହାୟକଙ୍କୁ ହସପିଟାଲରେ ରହିବାକୁ ଅନୁମତି ଦିଆଯିବ । ପ୍ରତି ଜିଲ୍ଲା ଓ ଉପଖଣ୍ଡ ଡାକ୍ତରଖାନାରେ ୧୦ଟି ଶଯ୍ୟା ଶିଶୁଙ୍କ ପାଇଁ ରଖାଯିବ । ସବୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦୁଇରୁ ଚାରିଟି ପୃଥକ ଶଯ୍ୟା ରଖାଯିବ । ରାଜ୍ୟର ସାତଟି ମେଡିକାଲ କଲେଜରେ ଶଯ୍ୟା ପ୍ରସ୍ତୁତ ରଖିବାକୁ ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ ନିର୍ଦେଶ ଦେଇଛନ୍ତି । ପ୍ରତି କୋଭିଡ କେୟାର କେନ୍ଦ୍ରରେ ୧୫% ଶଯ୍ୟା ଶିଶୁମାନଙ୍କ ପାଇଁ ସଂରକ୍ଷିତ ରହିବ।

ଏହା ବି ପଢ଼ନ୍ତୁ | SBI ଆଲର୍ଟ! ଏବେ ATMରୁ ଟଙ୍କା ଉଠାଇବା ମହଙ୍ଗା ହେବ, ଚେକ୍ ବୁକ୍ ନିୟମ ବି ବଦଳିବ

‘‘ଏବେ ରାଜ୍ୟର ୧୦ଟି ଜିଲ୍ଲାରେ ଟେଷ୍ଟ ପଜିଟିଭିଟି ହାର ୫ ପ୍ରତିଶତ ତଳକୁ ରହିଛି । କିଛି ଦିନ ହେବ ରାଜ୍ୟରେ ସଂକ୍ରମଣ ନିୟନ୍ତ୍ରଣରେ ରହିବା ସହିତ ହ୍ରାସ ପାଉଛି । ଲାଗୁଛି ଆଉ ସାତ-ଆଠ ଦିନରେ ସଂକ୍ରମଣ ୫% ତଳକୁ ଖସିବ । କିନ୍ତୁ ହଠାତ୍‌ ଅନଲକ୍‌ ନ କରି ଧୀରେ ଧୀରେ ପର୍ଯ୍ୟାୟ କ୍ରମେ ଲକଡାଉନ କୋହଳ କରନ୍ତୁ ସରକାର । ସାପ୍ତାହିକ ଲକଡାଉନ ଓ ନାଇଟ୍‌ କର୍ଫ୍ୟୁକୁ ଆଉ ଦୁଇ ମାସ ଯାଏ ବଳବତ୍ତର ରଖାଯାଉ,’’ କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ସୂର୍ଯ୍ୟ ଚୌଧୁରୀ ।



ତୄତୀୟ ଲହର ପାଇଁ ପାଇଁ ପରାମର୍ଶ ଦେବାକୁ ରାଜ୍ୟ ସରକାର ଏକ କମିଟି ଗଠନ କରିଛନ୍ତି । ସେହି କମିଟିର ପରାମର୍ଶ ଅନୁସାରେ ସରକାର କାମ କରିବେ । ଏସବୁ ଭିତରେ ତୄତୀୟ ଲହରରୁ ରକ୍ଷା ପାଇବା ପାଇଁ ଟିକା ହିଁ ଏକ ମାତ୍ର ବିକଳ୍ପ ରହିଛି ।
Published by: Anand ST Das
First published: June 9, 2021, 10:12 PM IST