ଆସନ୍ତା ୩୧ ତାରିଖ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ; ବୋର୍ଡ଼ର ସବୁ ପ୍ରସ୍ତୁତି ଶେଷ

କରୋନା ସଂକ୍ରମଣ ଭୟ ମଧ୍ୟରେ ଖାତା ଦେଖା ହୋଇଥିବାରୁ ସଠିକ ମୂଲ୍ୟାୟନ ନେଇ ଆଶଙ୍କାରେ ଅଛନ୍ତି ପରୀକ୍ଷାର୍ଥୀ ଓ ଅଭିଭାବକମାନେ । ତିନି ମାସ ବିଳମ୍ବରେ ପ୍ରକାଶ ପାଇବାକୁ ଯାଉଥିବା ଫଳ ଉପରେ ଏବେ ସମସ୍ତଙ୍କ ନଜର ।

ଆସନ୍ତା ୩୧ ତାରିଖ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ; ବୋର୍ଡ଼ର ସବୁ ପ୍ରସ୍ତୁତି ଶେଷ
କଟକରେ ଥିବା ମାଧ୍ୟମିକ ଶିକ୍ଷା ପରିଷଦର ମୁଖ୍ୟାଳୟ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଚଳିତ ମାସ ୩୧ ତାରିଖ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ଫଳ ପ୍ରକାଶ ପାଇଁ ଆବଶ୍ୟକ ହେଉଥିବା ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରିସାରିଛି ମାଧ୍ୟମିକ ଶିକ୍ଷା ପରିଷଦ । ପରୀକ୍ଷା ଫଳ ପୁସ୍ତିକା ପ୍ରକାଶ ପାଇବା ବନ୍ଦ ହୋଇଯାଇଥିବାରୁ ବୋର୍ଡ଼ର ଦୁଇଟି ଯାକ ୱେବସାଇଟରେ ଫଳ ପ୍ରକାଶ କରାଯିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି ।

‘‘ପରୀକ୍ଷା ଫଳ ପ୍ରକାଶ ପାଇଁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ଅଛି । ଏଥି ପାଇଁ ୱେବସାଇଟରେ ଟେଷ୍ଟିଂ ଆରମ୍ଭ ହୋଇଛି । ଆସନ୍ତା ୩୧ ତାରିଖ ସୁଦ୍ଧା ଆମେ ବୋର୍ଡ଼ର ଦୁଇଟି ୱେବସାଇଟ୍‌ରେ ପରୀକ୍ଷା ଫଳ ପ୍ରକାଶ କରିବୁ । ଫଳ ପ୍ରକାଶର ଦୁଇ ଦିନ ପୂର୍ବରୁ ଆମେ ଏହାର ତାରିଖ ଘୋଷଣା କରିବୁ,’’ କହଛନ୍ତି ବୋର୍ଡ଼ ସଭାପତି ରାମାଶିଷ ହାଜରା ।

ଦୀର୍ଘ ଦିନର ବ୍ୟବଧାନରେ ପରୀକ୍ଷା ଫଳ ପ୍ରକାଶ ପାଇବାକୁ ଯାଉଥିବାରୁ ଏହାକୁ ନେଇ ପରୀକ୍ଷାର୍ଥୀମାନେ ଖୁସି ପ୍ରକାଶ କରୁଥିଲେ ମଧ୍ୟ ସେମାନଙ୍କ ମନରେ ସଶଂୟ ମଧ୍ୟ ସୃଷ୍ଟି ହୋଇଛି । ‘‘ମୋ’ର  ପରୀକ୍ଷା ଭଲ ହୋଇଛି । ୯୦ ପ୍ରତିଶତ ନମ୍ବର ପାଇବି ଆଉ ରେଭେନ୍ସାରେ ନାମ ଲେଖାଇବି ବୋଲି ଆଶା ରଖିଛି । ପରୀକ୍ଷା ପରେ ଯୁକ୍ତ ୨ ବିଜ୍ଞାନ ଲାଗି କୋଚିଂ ନେବା ବି ଆରମ୍ଭ କରି ଦେଇଛି । ହେଲେ ଏଥର କେମିତି ଖାତା ଦେଖା ହୋଉଛି ତାହା ଜଣା ପଡୁନାହିଁ । ସେଥି ପାଇଁ କେତେ ନମ୍ବର ମିଳିବ ତାହା ବି ଜାଣି ପାରୁନାହିଁ,’’ କହିଛନ୍ତି ତୁଳସୀପୁର ଶିଶୁ ମନ୍ଦିରର ମାଟ୍ରିକ ପରୀକ୍ଷାର୍ଥୀ ବୈଜୟନ୍ତୀ ପଟ୍ଟନାୟକ ।

ମାଟ୍ରିକ ପରୀକ୍ଷାର୍ଥୀ ବୈଜୟନ୍ତୀ ପଟ୍ଟନାୟକ


ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିବା ଅଧିକାଂଶ ପରୀକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକମାନଙ୍କ ସମାନ ସଂଶୟ ଦେଇ ଗତି କରୁଛନ୍ତି । କରୋନା ସଂକ୍ରମଣ ଭୟ ମଧ୍ୟରେ ଚଳିତ ବର୍ଷର ମାଟ୍ରିକ ପରୀକ୍ଷାର ମୂଲ୍ୟାୟନ ହୋଇଥିବା ବେଳେ ଲକଡାଉନ ଯୋଗୁଁ ଏହାକୁ ବେସ୍‌ କିଛି ଦିନ ସ୍ଥଗିତ ମଧ୍ୟ ରଖାଯାଇଥିଲା । ଏବେ ବିଳମ୍ବରେ ହେଲେ ମଧ୍ୟ ପରୀକ୍ଷା ଫଳ ପ୍ରକାଶ ପାଉଥିବାରୁ ସମସ୍ତେ ଆସ୍ୱସ୍ତ ହୋଇଛନ୍ତି ସତ, କିନ୍ତୁ ଶିକ୍ଷା ବର୍ଷର ୩ ମାସ ବିତି ଯାଇଥିବାରୁ ଫଳ ପ୍ରକାଶ ପାଇବା ପରେ କଲେଜରେ ନାମ ନାମ ଲେଖା ଓ କଲେଜ ପିଲାମାନଙ୍କ ପାଠପଢ଼ା କିପରି ହେବ ସେ ନେଇ ଦ୍ବନ୍ଦ୍ୱ ସୃଷ୍ଟି ହୋଇଛି ।

‘‘ଏଥର ମାଟ୍ରିକ ରେଜଲ୍ଟ ଭଲ ହେବ ବୋଲି ଆଶା କରି ହେଉନାହିଁ । କାହିଁକି ନା କରୋନା ସଂକ୍ରମଣ ଭୟ ଭିତରେ ଖାତା ଦେଖା ହେଲା । ଯେଉଁମାନେ ଖାତା ଦେଖିଲେ ସେମାନେ ଖାତା ଦେଖିବା ସହ ନିଜ ସୁରକ୍ଷା ମଧ୍ୟ ଦେଖିଲେ । ଫଳ ସିନା ପ୍ରକାଶ ପାଇଯିବ, କିନ୍ତୁ ତିନି ମାସ ପଛେଇଥିବା ପାଠକୁ କେମିତି ଆଡଜଷ୍ଟ କରାଯିବ? ସ୍କୁଲରେ ଅନଲାଇନ କ୍ଲାସ କରାଯାଉଛି । ହେଲେ ସବୁ ପିଲାଙ୍କ ପାଖରେ ଆଣ୍ଟ୍ରଏଡ୍‌ ମୋବାଇଲ ନାହିଁ । ଯେଉଁମାନଙ୍କ ପାଖରେ ଅଛି ନେଟ୍ ସ୍ଲୋ ଥିବାରୁ ସେହି ବ୍ୟବସ୍ଥା ବି ଫଳପ୍ରଦ ହେଉନାହିଁ । ତେଣୁ ମୋଟା ମୋଟି କହିବାକୁ ଗଲେ କରୋନା ପରିସ୍ଥିତି ଯୋଗୁଁ ବିଶେଷ କରି ମାଧ୍ୟମିକ ଶିକ୍ଷା ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଛି,” କହିଛନ୍ତି ଶିକ୍ଷାବିତ୍ ସନ୍ତେଷ କୁମାର ଦାସ ।

ଏହା ବି ପଢ଼ନ୍ତୁ: ସୁଶାନ୍ତ ସିଂ ରାଜପୁତଙ୍କ ଫିଲ୍ମ ‘ଦିଲ୍ ବେଚାରା’ ରିଲିଜ୍ ହେବାର ଦିନକ ଆଗରୁ ଆଉ ଜଣେ ଫ୍ୟାନ୍ ଆତ୍ମହତ୍ୟା କଲେ

ଏହା ବି ପଢ଼ନ୍ତୁ: ମଧ୍ୟ ପ୍ରଦେଶ CM ଶିବରାଜ ସିଂ ଚୌହାନ କରୋନା ସଂକ୍ରମିତ ହେଲେ, ନିଜକୁ କ୍ୱାରେଣ୍ଟାଇନ କଲେ

ଚଳିତ ବର୍ଷ ଫେବୃଆରି ୨୦ ତାରିଖ ଦିନ ଆରମ୍ଭ ହୋଇଥିଲା ମାଟ୍ରିକ ପରୀକ୍ଷା । ଠିକ ଗୋଟିଏ ମାସ ପରେ ଅର୍ଥାତ ମାର୍ଚ୍ଚ ୨୦ ତାରିଖରେ ଖାତା ଦେଖା କାର୍ଯ୍ୟ ଆରମ୍ଭ ହେଲା । ସେତେବେଳେ ବୋର୍ଡ ପକ୍ଷରୁ କୁହା ଯାଇଥିଲା ଯେ ଅନ୍ତତଃ ତିନି ସପ୍ତାହ ମଧ୍ୟରେ ଖାତା ମୂଲ୍ୟାୟନ ଶେଷ ହେବ ଓ ମେ’ ମାସ ପ୍ରଥମ ସପ୍ତାହରେ ଫଳ ପ୍ରକାଶ କରାଯିବ । ମାତ୍ର ମାର୍ଚ୍ଚରେ କେରୋନା ସଂକ୍ରମଣ ବ୍ୟାପିବା ଯୋଗୁଁ ବିଭିନ୍ନ ପର୍ଯ୍ୟାୟରେ ଲକଡାଉନ ଓ ସଟଡାଉନ ଲାଗୁ ହେବାରୁ ଏବେ ତିନି ମାସର ବିଳମ୍ବ ପରେ ଫଳ ପ୍ରକାଶ ପାଇବାକୁ ଯାଉଛି । ​



ଦୟାକରି ଦୁଇ ମିନିଟ ସମୟ ଦେଇ ଉପରେ ଥିବା ଏହି ସର୍ଭେରେ ଭାଗ ନିଅନ୍ତୁ
Published by: Anand Shankar Thankur Das
First published: July 25, 2020, 7:48 PM IST
corona virus btn
corona virus btn
Loading