News18 Odia Digital
ଭୁବନେଶ୍ୱର: ପ୍ରକାଶ ପାଇଲା ରାଜ୍ୟରେ ଏ ବର୍ଷର ମ୍ୟାଟ୍ରିକ୍ ପରୀକ୍ଷାର ଫଳ । ବିନା ପରୀକ୍ଷାରେ ଆସିଛି ରେଜଲ୍ଟ । ଏ ଥର ୯୭.୮୯ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ମୋ’ଟ ୫ ଲକ୍ଷ ୭୪ ହଜାର ୧୨୫ ପିଲା ପରୀକ୍ଷା ଦେଇଥିବା ବେଳେ ୫ ଲକ୍ଷ ୬୨ ହଜାର ୧୦ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି ।
ଜଗତସିଂହପୁର ଜିଲ୍ଲାରେ ପାସ୍ ହାର ସର୍ବାଧିକ ୯୯.୦୯ ପ୍ରତିଶତ ଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ପାସ୍ ହାର ସର୍ବନିମ୍ନ ୯୪.୮୭ ପ୍ରତିଶତ ରହିଛି ।
ଏହା ବି ପଢ଼ନ୍ତୁ | English ଶିଖନ୍ତୁ [୧]: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ନ ଥାନ୍ତା,… If gangster Hyder…
୫,୯୪୫ଟି ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ଶୂନ୍ୟ ରେଜଲ୍ଟ କୌଣସି ସ୍କୁଲରେ ହୋଇନାହିଁ । ୪,୪୧୨ ଜଣ ପିଲା ପରୀକ୍ଷା ଦେଇ ନ ଥିବା କହିଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଏ ଥର ୨,୬୫୬ ଜଣ ଛାତ୍ରଛାତ୍ରୀ A1 ଗ୍ରେଡ୍ରେ ପାସ୍ କରିଥିବା ବେଳେ ୨୨,୧୩୧ ଜଣ ଛାତ୍ରଛାତ୍ରୀ A2 ଗ୍ରେଡ୍, B1 ଗ୍ରେଡ୍ରେ ୫୨,୧୯୯ ଜଣ ଛାତ୍ରଛାତ୍ରୀ ଓ B2 ଗ୍ରେଡ୍ରେ ୯୪,୪୭୫ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।
ଏହା ବି ପଢ଼ନ୍ତୁ | ରିଲାଏନ୍ସ Jio ଆଣିଲା ନୂଆ ସ୍ମାର୍ଟଫୋନ୍ ‘ଜିଓଫୋନ୍ ନେକ୍ସଟ୍’; ଜଲ୍ଦି ବଜାରକୁ ଆସିବ ଏହି JioPhone Next
ରେଗୁଲାରରେ ପାସ୍ ହାର ୯୭.୮୯% ରହିଥିବା ବେଳେ ଏକ୍ସ-ରେଗୁଲାରରେ ପାସ୍ ହାର ରହିଛି ୮୮.୩୩ ପ୍ରତିଶତ । ଏକ୍ସ-ରେଗୁଲାରରେ ୫୩,୨୭୯ ଜଣ ପିଲା ପରୀକ୍ଷା ଦେଇଥିଲେ । ସେଥିରୁ ୪୭,୦୬୦ ଜଣ ପାସ୍ କରିଛନ୍ତି ।
ଏହା ବି ପଢ଼ନ୍ତୁ | ବର୍ଷା ଋତୁ ପୂର୍ବରୁ ସବୁ ପିଲା ଇନ୍ଫ୍ଲୁଏଞ୍ଜା ଟିକା ନେବା ଉଚିତ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି
ସନ୍ଧ୍ୟା ୬ଟା ବେଳେ ମାଧ୍ୟମିକ ଶିକ୍ଷା ବୋର୍ଡ଼ର ଦୁଇଟି ଯାକ ୱେବସାଇଟ୍ରେ ରେଜଲ୍ଟ ପ୍ରକାଶନ କରାଯାଇଛି। ସେହି ୱେବସାଇଟ ଦୁଇଟି ହେଉଛି www.bseodisha.ac.in ଓ www.bseodisha.nic.in । ଏହା ଛଡ଼ା ଛାତ୍ରଛାତ୍ରୀମାନେ ଏସ୍.ଏମ୍.ଏସ୍. ମାଧ୍ୟମରେ ବି ପରୀକ୍ଷା ଫଳ ଜାଣି ପାରିବେ । ଏଥି ପାଇଁ ମୋବାଇଲ ଫୋନର ମେସେଜ୍ ବକ୍ସକୁ ଯାଇ OR01 ଲେଖି ତା’ ପରେ ସ୍ପେସ୍ ଦେଇ ନିଜ ରୋଲ୍ ନମ୍ବର ଲେଖି 5676750 ନମ୍ବରକୁ ଏକ ଏସ୍.ଏମ୍.ଏସ୍. ପଠାଇବାକୁ ପଡ଼ିବ । ଏହା ପରେ ପରୀକ୍ଷା ଫଳ ତାଙ୍କ ମୋବାଇଲକୁ ଆସିଯିବ ।
ଏହା ବି ପଢ଼ନ୍ତୁ | ଡ୍ରାଇଭିଂ ଲାଇସେନ୍ସ ଏକ୍ସପାୟାର୍ ହୋଇଯାଇଥିଲେ ବି ପୋଲିସ ଆପଣଙ୍କ ଚାଲାଣ କାଟିପାରିବ ନାହିଁ
କରୋନା ଭାଇରସ୍ ଯୋଗୁଁ ଜାରି ହୋଇଥିବା ଲକଡାଉନ୍ କାରଣରୁ ଚଳିତ ବର୍ଷ ପ୍ରଥମ ଥର ଲାଗି ବିନା ପରୀକ୍ଷାରେ ପରୀକ୍ଷା ଫଳ ପାଇଛନ୍ତି ପରୀକ୍ଷାର୍ଥୀମାନେ । ନବମ ଓ ଦଶମ ଶ୍ରେଣୀ ପରୀକ୍ଷାରେ ସେମାନେ ରଖିଥିବା ମାର୍କକୁ ମ୍ୟାଟ୍ରିକ୍ ପରୀକ୍ଷାର ମୂଲ୍ୟାୟନର ଆଧାର କରାଯାଇଛି । ସେହି ଅନୁସାରେ ପିଲାମାନଙ୍କୁ ମିଳିଛି ମାର୍କ ।
ଚଳିତ ବର୍ଷ ଯେହେତୁ ପରୀକ୍ଷା କରାଯାଇ ନ ଥିଲା, ତେଣୁ ପିଲାମାନଙ୍କୁ ଆଡମିଟ୍ କାର୍ଡ଼ ଜାରି କରାଯାଇ ନ ଥିଲା । ତେଣୁ ଫଳ ପ୍ରକାଶନ ପାଇଁ ବୋର୍ଡ ପକ୍ଷରୁ ପିଲାଙ୍କ ରୋଲ୍ ନମ୍ବର୍ ଜେନେରେଟ୍ (ସୃଷ୍ଟି) କରାଯାଇଥିଲା । ଶିକ୍ଷକମାନେ ରୋଲ୍ ନମ୍ବର୍ ଆଧାରରେ ନିଜ ନିଜ ସ୍କୁଲର ପିଲାଙ୍କ ମୂଲ୍ୟାୟନ କରି ବୋର୍ଡ଼ର ୱେବସାଇଟରେ ମାର୍କ ଅପଲୋଡ୍ କରିଥିଲେ । ସେହି ମାର୍କର ତର୍ଜମା କରି ବୋର୍ଡ଼ ପକ୍ଷରୁ ପରୀକ୍ଷା ଫଳ ପ୍ରକାଶନ କରାଯାଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।