ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»Odisha Matric Results: ଆଉ କିଛି ସମୟ ପରେ ବାହାରିବ ମ୍ୟାଟ୍ରିକ୍‌ ଫଳ; କେମିତି ଦେଖିବେ ଜାଣନ୍ତୁ

Odisha Matric Results: ଆଉ କିଛି ସମୟ ପରେ ବାହାରିବ ମ୍ୟାଟ୍ରିକ୍‌ ଫଳ; କେମିତି ଦେଖିବେ ଜାଣନ୍ତୁ

Odisha matric exam results are being published today | ରାଜ୍ୟର ପ୍ରାୟ ସାଢ଼େ ୬ ଲକ୍ଷ ମ୍ୟାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଫଳ ବିନା ପରୀକ୍ଷାରେ ପ୍ରକାଶିତ ହେବାକୁ ଯାଉଛି । ମାଧ୍ୟମିକ ଶିକ୍ଷା ବୋର୍ଡ଼ର ଦୁଇଟି ଯାକ ୱେବସାଇଟରେ ପରୀକ୍ଷା ଫଳ ପ୍ରକାଶନ କରାଯିବ ।

Odisha Matric Results: ଆଉ କିଛି ସମୟ ପରେ ବାହାରିବ ମ୍ୟାଟ୍ରିକ୍‌ ଫଳ; କେମିତି ଦେଖିବେ ଜାଣନ୍ତୁ
ବିନା ପରୀକ୍ଷାରେ ହୋଇଥିବା ମୂଲ୍ୟାୟନ ବ୍ୟବସ୍ଥାକୁ ନେଇ ଅନେକ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ଅଛନ୍ତି । (ଫାଇଲ୍‌ ଫଟୋ)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଏ ବର୍ଷ ହୋଇ ନ ଥିବା ମ୍ୟାଟ୍ରିକ୍‌ ପରୀକ୍ଷାର ଫଳ ଆଜି ପ୍ରକାଶ ପାଇବାକୁ ଯାଉଛି । ଅର୍ଥାତ୍‌ ବିନା ପରୀକ୍ଷାରେ ଆସିବ ରେଜଲ୍ଟ । ଶୁକ୍ରବାର (ଜୁନ୍‌ ୨୫) ଅପରାହ୍ଣ ଗୋଟାଏ ବେଳେ ବିଧିବଦ୍ଧ ଭାବେ ମାଧ୍ୟମିକ ଶିକ୍ଷା ବୋର୍ଡ଼ର ପରୀକ୍ଷା କମିଟି ଆଗରେ ଉପସ୍ଥାପିତ ହେବ ରେଜଲ୍ଟ । ତା’ପରେ ଅପରାହ୍ଣ ୪ଟାରେ ବୋର୍ଡ଼ କାର୍ଯ୍ୟାଳୟରେ ପ୍ରକାଶିତ ହେବ ପରୀକ୍ଷା ଫଳ । ସନ୍ଧ୍ୟା ୬ଟାରେ ୱେବସାଇଟ୍ ଓ ଏସ୍‌.ଏମ୍‌.ଏସ୍‌.ରେ ଉପଲବ୍ଧ ହେବ ରେଜଲ୍ଟ ।

ପ୍ରାୟ ସାଢ଼େ ୬ ଲକ୍ଷ ପିଲାଙ୍କର ପରୀକ୍ଷା ଫଳ ପ୍ରକାଶିତ ହେବାକୁ ଯାଉଛି । ପରୀକ୍ଷା ଫଳ ପ୍ରକାଶନ ନେଇ ବୋର୍ଡ଼ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ସନ୍ଧ୍ୟା ୬ଟା ବେଳେ ବୋର୍ଡ଼ର ଦୁଇଟି ଯାକ ୱେବସାଇଟରେ ରେଜଲ୍ଟ ପ୍ରକାଶନ କରାଯିବ । ସେହି ୱେବସାଇଟ୍‌ ଦୁଇଟି ହେଉଛି www.bseodisha.ac.in ଓ www.bseodisha.nic.in । ଏହା ଛଡ଼ା ଛାତ୍ରଛାତ୍ରୀମାନେ ଏସ୍‌.ଏମ୍‌.ଏସ୍‌. ମାଧ୍ୟମରେ ବି ପରୀକ୍ଷା ଫଳ ଜାଣି ପାରିବେ । ଏଥି ପାଇଁ ମୋବାଇଲ ଫୋନର ମେସେଜ୍‌ ବକ୍ସକୁ ଯାଇ OR01 ଲେଖି ତା’ ପରେ ସ୍ପେସ୍‌ ଦେଇ ନିଜ ରୋଲ୍‌ ନମ୍ବର ଲେଖି  5676750 ନମ୍ବରକୁ ଏକ ଏସ୍‌.ଏମ୍‌.ଏସ୍‌. ପଠାଇବାକୁ ପଡ଼ିବ । ଏହା ପରେ ପରୀକ୍ଷା ଫଳ ତାଙ୍କ ମୋବାଇଲକୁ ଆସିଯିବ ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

କରୋନା ଭାଇରସ୍‌ ଜନିତ ଜାରି ହୋଇଥିବା ଲକଡାଉନ୍‌ ଯୋଗୁଁ ଚଳିତ ବର୍ଷ  ପ୍ରଥମ ଥର ଲାଗି ବିନା ପରୀକ୍ଷାରେ ପରୀକ୍ଷା ଫଳ ପାଇବେ ପରୀକ୍ଷାର୍ଥୀମାନେ । ନବମ ଓ ଦଶମ ଶ୍ରେଣୀ ପରୀକ୍ଷାରେ ସେମାନେ ରଖିଥିବା ମାର୍କକୁ ମ୍ୟାଟ୍ରିକ୍‌ ପରୀକ୍ଷାର ମୂଲ୍ୟାୟନର ଆଧାର କରାଯାଇଛି । ସେହି ଅନୁସାରେ ପିଲାମାନଙ୍କୁ ମିଳିବ ମାର୍କ ।

ଏହା ବି ପଢ଼ନ୍ତୁ | ରିଲାଏନ୍ସ Jio ଆଣିଲା ନୂଆ ସ୍ମାର୍ଟଫୋନ୍ଜିଓଫୋନ୍ ନେକ୍ସଟ୍’; ଜଲ୍ଦି ବଜାରକୁ ଆସିବ ଏହି JioPhone Next

ଚଳିତ ବର୍ଷ ଯେହେତୁ ପରୀକ୍ଷା କରାଯାଇ ନ ଥିଲା, ତେଣୁ ପିଲାମାନଙ୍କୁ ଆଡମିଟ୍ କାର୍ଡ଼ ଜାରି କରାଯାଇ ନ ଥିଲା । ତେଣୁ  ଫଳ ପ୍ରକାଶନ ପାଇଁ  ବୋର୍ଡ ପକ୍ଷରୁ ପିଲାଙ୍କ ରୋଲ୍ ନମ୍ବର୍‌ ଜେନେରେଟ୍ (ସୃଷ୍ଟି) କରାଯାଇଥିଲା । ଶିକ୍ଷକମାନେ ରୋଲ୍‌ ନମ୍ବର୍‌ ଆଧାରରେ ନିଜ ନିଜ ସ୍କୁଲର ପିଲାଙ୍କ ମୂଲ୍ୟାୟନ କରି ବୋର୍ଡ଼ର ୱେବସାଇଟରେ ମାର୍କ ଅପଲୋଡ୍ କରିଥିଲେ । ସେହି ମାର୍କର ତର୍ଜମା କରି ବୋର୍ଡ ପକ୍ଷରୁ ପରୀକ୍ଷା ଫଳ ପ୍ରକାଶନ କରାଯାଇଛି ।

ଏହା ବି ପଢ଼ନ୍ତୁ | Reliance AGM 2021: ଦେଶରେ ସର୍ବ ପ୍ରଥମେ 5G ଲଞ୍ଚ୍ କରିବ ରିଲାଏନ୍ସ Jio, କହିଲେ ମୁକେଶ ଅମ୍ବାନୀ

‘‘ପିଲାମାନଙ୍କ ପରୀକ୍ଷା ଫଳ ତ ନିଶ୍ଚୟ ଭଲ ହେବ ବୋଲି ଆଶା ଅଛି । ହେଲେ କେତେ ଭଲ ହେବ ତାହା କହି ହେବନି । ଯେଉଁ ପିଲାମାନେ କ୍ଲାସରୁମରେ ମନଲଗେଇ ପଢ଼ିଥିଲେ ଓ ଶ୍ରେଣୀ ପରୀକ୍ଷାରେ ଭଲ କରିଥିଲେ ସେମାନେ ନିଶ୍ଚୟ ଖୁବ୍‌ ଭଲ ଫଳ ଆସା କରିପାରିବେ,’’ କହିଛନ୍ତି ତୁଳସୀପୁର ସରସ୍ବତୀ ଶିଶୁ ମନ୍ଦିରର ପ୍ରଧାନ ଶିକ୍ଷକ ନାରାୟଣ ଷଡ଼ଙ୍ଗୀ ।

ଏହା ବି ପଢ଼ନ୍ତୁ | ଡ୍ରାଇଭିଂ ଲାଇସେନ୍ସ ଏକ୍ସପାୟାର୍ ହୋଇଯାଇଥିଲେ ବି ପୋଲିସ ଆପଣଙ୍କ ଚାଲାଣ କାଟିପାରିବ ନାହିଁ

ଏହି ମୂଲ୍ୟାୟନ ବ୍ୟବସ୍ଥାକୁ ନେଇ ଅନେକ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ଅଛନ୍ତି । ସେମାନଙ୍କ କହିବା କଥା ଯେ ଯେଉଁମାନେ ନବମ ଓ ଦଶମ ଶ୍ରେଣୀର ସ୍କୁଲ୍‌ ପରୀକ୍ଷାରେ ସେତେ ଭଲ କରି ନ ଥିଲେ, ମାତ୍ର ବୋର୍ଡ଼ ପରୀକ୍ଷା ପାଇଁ ଖୁବ୍‌ ପରିଶ୍ରମ କରି ପଢ଼ିଥିଲେ, ସେମାନଙ୍କ ସହ ଏହି ମୂଲ୍ୟାୟନ ଅନ୍ୟାୟ କରିପାରେ ।



ଯଦି ଏହି ପରୀକ୍ଷା ଫଳରେ କୌଣସି ପିଲା ଅସନ୍ତୁଷ୍ଟ ହୁଅନ୍ତି, ସେମାନେ ପରବର୍ତ୍ତୀ ସମୟରେ କରୋନା ସ୍ଥିତି ସୁଧୁରିଲେ ପରୀକ୍ଷା ଦେଇ ପାରିବେ ବୋଲି ପୂର୍ବରୁ ସ୍ପଷ୍ଟ କରି ସାରିଛି ବୋର୍ଡ଼ । ପରୀକ୍ଷା ଫଳ ପ୍ରକାଶ ପାଉଥିବାରୁ ଛାତ୍ରଛାତ୍ରୀମାନେ ଉତ୍ସାହିତ ଅଛନ୍ତି ।
Published by: Anand ST Das
First published: June 24, 2021, 11:51 PM IST