ଅନଲକ୍ ୩: ରାଜ୍ୟରେ ଅଗଷ୍ଟ ୩୧ ଯାଏଁ ରାତି କର୍ଫ୍ୟୁ ଜାରି ରହିବ; ମାସ୍କ ଫାଇନ୍ ବଢ଼ିଲା

ସାରା ରାଜ୍ୟରେ ରାତି ୯ଟାରୁ ସକାଳ ୫ଟା ଯାଏଁ ଯାତାୟାତ ଉପରେ କଟକଣା ରହିବ । ଗଞ୍ଜାମ, ଗଜପତି, ଖୋର୍ଦ୍ଧା ଓ କଟକ ଜିଲ୍ଲା ସହ ରାଉରକେଲାରେ ସାପ୍ତାହିକ ସଟଡାଉନ୍ ଜାରି ରହିବ । ମାସ୍କ ପାଇଁ ଜୋରିମାନା ରାଶି ବଢ଼ାଯାଇଛି ।

ଅନଲକ୍ ୩ ବିଷୟରେ ବୈଠକରେ ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀ

ଅନଲକ୍ ୩ ବିଷୟରେ ବୈଠକରେ ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀ

  • Share this:
News18 Odia Digital

ଭୁବନେଶ୍ୱର: ଅଗଷ୍ଟ ୧ ଠାରୁ ଆରମ୍ଭ ହେଉଥିବା ଅନଲକ୍‌ ୩ରେ ସାରା ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିବ । ରାତି ୯ଟାରୁ ସକାଳ ୫ଟା ଯାଏ ଏହି କର୍ଫ୍ୟୁ ଅଗଷ୍ଟ ୩୧ ଯାଏଁ ବଳବତ୍ତର ରହିବ ବୋଲି ଆଜି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି । କେବେଳ ଜରୁରୀ ସେବା ଯୋଗାଉଥିବା କର୍ମଚାରୀଙ୍କୁ ମିଳିବ ଯାତାୟାତ ଅନୁମତି ।

ରାଜ୍ୟର ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀ କହିଛନ୍ତି ଯେ ବିମାନ ବନ୍ଦର ଓ ରେଳ ଷ୍ଟେସନରୁ ଯାତ୍ରୀବାହୀ ଗାଡ଼ି ଚଳାଚଳ କରିପାରିବ । ଜାତୀୟ ରାଜପଥ କଡ଼ରେ ଥିବା ଢାବା ଖୋଲା ରହିବ, କିନ୍ତୁ ସେଠାରେ ବସି ଖାଇବା ମନା । ଚାରିଟି ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ଜାରି ରହିବ । ଏହି ଚାରି ଜିଲ୍ଲା ହେଉଛନ୍ତି ଗଞ୍ଜାମ, ଗଜପତି, ଖୋର୍ଦ୍ଧା ଓ କଟକ । ରାଉରକେଲା ସହରରେ ମଧ୍ୟ ସପ୍ତାହନ୍ତ ସଟ୍‌ଡାଉନ ବଳବତ୍ତର ରହିବ ।

ଅମାନିଆଙ୍କ ପାଇଁ କଠୋର ହୋଇଛନ୍ତି ସରକାର । ରାଜ୍ୟରେ ମାସ୍କ ଖିଲାପକାରୀଙ୍କ ପାଇଁ ଜରିମାନା ରାଶି ବଢାଇଛନ୍ତି । ମାସ୍କ ନ ପିନ୍ଧିଲେ ପ୍ରଥମ ଦୁଇ ଥର ଆଦାୟ ହେବ ହଜାରେ ଟଙ୍କା । ଏହା ପରେ ନିୟମ ଉଲ୍ଲଙ୍ଘନ କଲେ ୫,୦୦୦ ଟଙ୍କା ତଣ୍ଡ ଗଣିବାକୁ ପଡ଼ିବ ।

ରାଜ୍ୟରେ ଅନଲକ୍ ୩ ବିଷୟରେ ବସିଥିବା ଏକ ଉଚ୍ଚସ୍ତରୀୟ ବୈଠକ


ଦୋକାନରେ ସାମାଜିକ ଦୂରତା ପାଳନ ନ ହେଲେ ସିଲ୍‌ ହେବ ଦୋକାନ । ପ୍ରଥମ ଥର ଖିଲାପ କଲେ ଏକ ସପ୍ତାହେ ସିଲ୍‌ ହୋଇ ରହିବ ଓ ୧୦ ହଜାର ଟଙ୍କା ତଣ୍ଡ ଗଣିବେ ଦୋକାନୀ । ଏହା ପରେ ଖିଲାପ କଲେ ତଣ୍ଡ ସହ ମାସେ ସିଲ୍‌ ହେବ ଦୋକାନ । ବିବାହ ଓ ଅନ୍ୟ ଉତ୍ସବରେ ଗହଳି କଲେ ୧୦ ହଜାର ଟଙ୍କା ତଣ୍ଡ ଗଣିବାକୁ ହେବ । ଜରିମାନା ସହ ସଂପୃକ୍ତ ସ୍ଥାନକୁ ସିଲ୍‌ କରାଯିବ ।

ଏହା ବି ପଢ଼ନ୍ତୁ: ଆଜି ଦେଶ ପାଇଁ ଐତିହାସିକ ଦିନ: ଦେଶର ପ୍ରଥମ ମୋବାଇଲ ଫୋନ୍ କଲ୍‌କୁ ପୂରିଲା ୨୫ ବର୍ଷ

ଏହା ବି ପଢ଼ନ୍ତୁ: ୩ ଲକ୍ଷ ପ୍ରବାସୀଙ୍କୁ ଚାକିରି ଯୋଗାଇବେ ସୋନୁ ସୁଦ୍; ଜନ୍ମ ଦିନରେ ଏଥି ପାଇଁ ଏକ ଆପ୍ ଘୋଷଣା କଲେ



କଣ୍ଟେନମେଣ୍ଟ ଜୋନରେ ସମ୍ପୂର୍ଣ୍ଣ ଲକଡାଉନ ବଳବତ୍ତର ରହିବ  । ଅଗଷ୍ଟ ୩୧ ଯାଏଁ ସାରା ରାଜ୍ୟରେ ସବୁ ଧାର୍ମିକ ସ୍ଥଳ ଜନସାଧାରଣଙ୍କ ପାଇଁ ବାରଣ କରାଯାଇଛି । ସୁଇମିଂ ପୁଲ୍‌ ଓ ସିନେମା ହଲ୍‌ ମଧ୍ୟ ବନ୍ଦ ରହିବ । ତେବେ ଅଗଷ୍ଟ ୫ରୁ ରାଜ୍ୟରେ ଜିମ୍‌ ଓ ଯୋଗ କେନ୍ଦ୍ରଗୁଡ଼ିକ ଖୋଲିବ ।
Published by:Anand Shankar Thankur Das
First published: