ସୁପ୍ରିମ କୋର୍ଟରେ ପହଞ୍ଚିଲା ରଥ ଯାତ୍ରା ପ୍ରଶ୍ନ; ହେବା ସପକ୍ଷରେ ୨ଟି ଓ ବିପକ୍ଷରେ ୨ଟି ମାମଲା ଦାୟର

ଗଣ ଭକ୍ତି ଓ ଗଣ ସ୍ୱାସ୍ଥ୍ୟ ସହ ଜଡ଼ିତ ଏହି ଜଟିଳ ମାମଲାର ଫଇସଲା ଏବେ ସର୍ବୋଚ୍ଚ କୋର୍ଟ କରିବେ । ହାତୀ ଦ୍ବାରା ରଥ ଟଣାଗଲେ ବନ୍ୟ ଜନ୍ତୁ ଆଇନର ବିରୋଧ ହେବ, ଆଉ ମେସିନ୍ ଲଗେଇ ଟଣାଗଲେ ତାହା ଜଗନ୍ନାଥ ସଂସ୍କୃତି ବିରୋଧରେ ଯିବ ।

ସୁପ୍ରିମ କୋର୍ଟରେ ପହଞ୍ଚିଲା ରଥ ଯାତ୍ରା ପ୍ରଶ୍ନ; ହେବା ସପକ୍ଷରେ ୨ଟି ଓ ବିପକ୍ଷରେ ୨ଟି ମାମଲା ଦାୟର
ରଥ ଯାତ୍ରାର ଏକ ଫାଇଲ୍ ଫଟୋ ଓ (ଡାହାଣ) ସୁପ୍ରିମ୍‌ କୋର୍ଟ୍
  • News18 Odia
  • Last Updated: June 15, 2020, 10:42 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ବିଶ୍ବପ୍ରସିଦ୍ଧ ରଥ ଯାତ୍ରାକୁ ଆଉ ମାତ୍ର କେଇଟା ଦିନ ବାକି ଥିବା ବେଳେ ଚଳିତ ବର୍ଷ କରୋନା ସଂକ୍ରମଣ ସଙ୍କଟ ଯୋଗୁଁ ଗଣ ଭକ୍ତିର ଏହି ମହାନ ପର୍ବ ଆୟୋଜିତ ହେବ କି ନାହିଁ ତାହା ଏବେ ବି ଅସ୍ପଷ୍ଟ ରହିଛି । ଏହାରି ଭିତରେ ଏହି ମାମଲା ଏବେ ଓଡ଼ିଶା ହାଇ କୋର୍ଟରୁ ଯାଇ ସୁପ୍ରିମ କୋର୍ଟରେ ପହଞ୍ଚିଛି ।

ରଥ ଯାତ୍ରାକୁ ଏ ବର୍ଷ ବନ୍ଦ ରଖିବା ନେଇ ପୂର୍ବରୁ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ସୁପ୍ରିମ କୋର୍ଟରେ ଏକ ମାମଲା ଦାୟର ହୋଇଥିଲା । ସେଥିରେ କରୋନା ଭାଇରସ୍‌ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ରଥ ଯାତ୍ରାକୁ ବନ୍ଦ ରଖିବା ନେଇ ନିର୍ଦ୍ଦେଶ ଦେବା କିମ୍ବା ମାମଲା ବିଚାରାଧିନ ଥିବା ପର୍ଯ୍ୟନ୍ତ ରଥ ଯାତ୍ରା ଆୟୋଜନକୁ ବନ୍ଦ କରିବା ନେଇ ଏକ ଅନ୍ତରୀଣ ନିର୍ଦ୍ଦେଶ ଦେବା ପାଇଁ ସର୍ବୋଚ୍ଚ କୋର୍ଟରେ ପ୍ରାର୍ଥନା କରାଯାଇଥିଲା ।

ଆଜି ଭାରତୀୟ ବିକାଶ ପରିଷଦ ନାମକ ଆଉ ଏକ ସଙ୍ଗଠନ ପକ୍ଷରୁ ରଥ ଯାତ୍ରାକୁ ବନ୍ଦ କରିବା ନେଇ ସୁପ୍ରିମ କୋର୍ଟରେ ଆଉ ଏକ ସ୍ପେସାଲ ଲିଭ୍ ପିଟିସନ ବା ଏସ.ଏଲ.ପି. ମଧ୍ୟ ଦାୟର ହୋଇଛି । ରଥ ଯାତ୍ରା ହେଲେ କରୋନା ସଂକ୍ରମଣ ବୃଦ୍ଧି ପାଇବ ବୋଲି ଆଶଙ୍କା କରି ଏହାକୁ ବନ୍ଦ କରିବା ପାଇଁ ଉଭୟ ମାମଲାରେ ପ୍ରାର୍ଥନା କରାଯାଇଛି ।

ପୁରୀରେ ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି ।


‘‘ହାତୀ ଦ୍ବାରା ରଥ ଟଣାଗଲେ ଏହା ବନ୍ୟ ଜନ୍ତୁ ଆଇନର ବିରୁଦ୍ଧରେ ଯିବ ଏବଂ ମେସିନ ଦ୍ବାରା ଟଣାଗଲେ ଏହା ଜଗନ୍ନାଥ ସଂସ୍କୃତି ବିରୋଧରେ ଯିବ । ଏହା ସହ ପୋଲିସ ବା ସେବାୟତଙ୍କ ଦ୍ବାରା ଯଦି ରଥ ଯାତ୍ରା କରାଯାଏ, ତାହା ଦ୍ବାରା ବି ସାମାଜିକ ଦୂରତା ନିୟମର ଉଲ୍ଲଙ୍ଘନ ହେବ । ଏହା ଫଳରେ କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି । ତେଣୁ ରଥ ଯାତ୍ରାକୁ ବନ୍ଦ କରିବା ପାଇଁ ଆମେ ସୁପ୍ରିମ କୋର୍ଟଙ୍କ ଦ୍ବାରସ୍ଥ ହୋଇଛୁ,’’ କହିଛନ୍ତି ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ।

ରଥ ଯାତ୍ରା କରିବା ସପକ୍ଷରେ ସୁପ୍ରିମ କୋର୍ଟରେ ଆଉ ଦୁଇଟି ମାମଲା ବି ଆଜି ଦାୟର କରାଯାଇଛି । ସେଥି ମଧ୍ୟରୁ ହାଇ କୋର୍ଟର ବରିଷ୍ଠ ଆଇନଜୀବୀ ଜୟନ୍ତ କୁମାର ବଳ ଗୋଟିଏ କ୍ୟାଭେଟ୍ ପିଟିସନ୍ ଦାୟର କରିଥିବା ବେଳେ ଜଗନ୍ନାଥ ସଂସ୍କୃତି ଜନଜାଗରଣ ମଞ୍ଚ ପକ୍ଷରୁ ଏକ ରିଟ୍ ପିଟିସନ ଦାୟର କରାଯାଇଛି । ଉଭୟ ପିଟସନରେ ରଥ ଯାତ୍ରା ବନ୍ଦ କରିବା ନେଇ ଦାୟର ହୋଇଥିବା ରିଟ୍ ପିଟିସନ୍‌ ବା ମୂଳ ମାମଲାର ଶୁଣାଣି ସମୟରେ ସେମାନଙ୍କ କଥାକୁ ମଧ୍ୟ ଶୁଣିବା ପାଇଁ ସୁପ୍ରିମ କୋର୍ଟଙ୍କୁ ପ୍ରାର୍ଥନା କରାଯାଇଛି ।

‘‘ପୂର୍ବରୁ ଓଡ଼ିଶା ହାଇ କୋର୍ଟରେ ଏହି ଭଳି ମାମଲା ଦାୟର ହୋଇଥିଲା ଏବଂ ହାଇ କୋର୍ଟ ତା’ର ସମାଧାନ ମଧ୍ୟ କରିସାରିଛନ୍ତି । କିନ୍ତୁ ସୁପ୍ରିମ କୋର୍ଟରେ ରିଟ୍‌ ଫାଇଲ କରିଥିବା ପିଟିସନର୍‌ ସେହି ମାମଲାରେ ପାର୍ଟି ନ ଥିଲେ । ଆମେ ଯେହେତୁ ଓଡ଼ିଶା ହାଇ କୋର୍ଟରେ ଚାଲିଥିବା ସେହି ମାମଲାରେ ଇନଟରଭେନର୍‌ ଥିଲୁ, ତେଣୁ ସୁପ୍ରିମ କୋର୍ଟକୁ ଏହି ମାମଲା ଆସିବା ପରେ ସେଥିରେ ଆମ କଥା ମଧ୍ୟ ଶୁଣାଯାଉ କହି ଆମେ ଏହି କ୍ୟାଭେଟ୍ ପିଟିସନ୍ ଫାଇଲ କରିଛୁ । ମୁଁ ଆଶା କରୁଛି ଏହି ସପ୍ତାହରେ ମାମଲା ବିଚାର ପାଇଁ ଲିଷ୍ଟ୍‌ ହୋଇପାରେ,’’ କହିଛନ୍ତି ସୁପ୍ରିମ କୋର୍ଟ ଓକିଲ ହିତେନ୍ଦ୍ର ନାଥ ରଥ ।

ଏ ବର୍ଷ ରଥ ଯାତ୍ରା ସ୍ଥଗିତ ରଖିବା ପାଇଁ ହାଇକୋର୍ଟରେ ଏକାଧିକ ମାମଲା ରୁଜ ହୋଇଥିଲା । ସେଗୁଡିକର ଏକତ୍ର ଶୁଣାଣି କରି ପୁରୀର ତତ୍କାଳୀନ କୋଭିଡ଼ ପରିସ୍ଥିତିକୁ ଦେଖି ରାଜ୍ୟ ସରକାର ରଥ ଯାତ୍ରା କରିବା ନିଷ୍ପତ୍ତି ଗ୍ରହଣ କରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ ହାଇ କୋର୍ଟ । ଏହା ସହ ହାତୀ କିମ୍ବା ମେସିନ୍ ବ୍ୟବହାର କରି ରଥ ଟଣାଯାଇ ପାରିବ ବୋଲି ମଧ୍ୟ ହାଇ କୋର୍ଟ କହିଥିଲେ ।

ଏହା ବି ପଢ଼ନ୍ତୁ: 

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍‌

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 15, 2020, 10:42 PM IST
corona virus btn
corona virus btn
Loading