ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ଓଡ଼ିଶାର ଶିଳ୍ପ ସଂସ୍ଥାଗୁଡ଼ିକର ଶ୍ରମିକମାନେ ଲକଡାଉନ୍ ଯୋଗୁଁ ଜୀବିକା ହରାଇବା ଭୟରେ ଅଛନ୍ତି

ଓଡ଼ିଶାର ଶିଳ୍ପ ସଂସ୍ଥାଗୁଡ଼ିକର ଶ୍ରମିକମାନେ ଲକଡାଉନ୍ ଯୋଗୁଁ ଜୀବିକା ହରାଇବା ଭୟରେ ଅଛନ୍ତି

ଦେଢ଼ ବର୍ଷରୁ ଅଧିକ ସମୟ ଧରି ଓଡ଼ିଶାରେ ଥିବା ଛୋଟ ବଡ଼ ପ୍ରାୟ ୧୫ ଲକ୍ଷ ଶିଳ୍ପଦ୍ୟୋଗୀ ଚିନ୍ତାରେ ଅଛନ୍ତି । ଏଭଳି ସ୍ଥିତି ଲାଗି ରହିଲେ ରାଜ୍ୟରେ ଛୋଟ ବଡ଼ ଶିଳ୍ପାନୁଷ୍ଠାନରେ କାମ କରୁଥିବା ୧୦ ଲକ୍ଷରୁ ଅଧିକ ଲୋକ କର୍ମସଂସ୍ଥାନ ହରାଇପାରନ୍ତି ।

ଓଡ଼ିଶାର ଶିଳ୍ପ ସଂସ୍ଥାଗୁଡ଼ିକର ଶ୍ରମିକମାନେ ଲକଡାଉନ୍ ଯୋଗୁଁ ଜୀବିକା ହରାଇବା ଭୟରେ ଅଛନ୍ତି
ଭୁବନେଶ୍ୱରରେ ଥିବା ଏକ କ୍ଷୁଦ୍ର ଶିଳ୍ପ ସଂସ୍ଥାରେ କମ୍ ଶ୍ରମିକରେ କାମ ଚାଲିଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଦୈନିକ କୋଭିଡ୍‌ ସଂକ୍ରମଣ ଏବେ ୧୨,୦୦୦ ଟପିଥିବା ବେଳେ ଓ ସାରା ରାଜ୍ୟରେ ଲକଡାଉନ୍‌ ଲାଗୁ ହୋଇଥିବା ବେଳେ ତାହା ଶ୍ରମିକ ଶ୍ରେଣୀର ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଲକଡ଼ାଉନ ସମୟରେ ଶିଳ୍ପ ସଂସ୍ଥା ଖୋଲା ରହିବା ପାଇଁ ସରକାରୀ ନିର୍ଦ୍ଦେଶନାମା ରହିଥିବା ସତ୍ତ୍ୱେ ବାସ୍ତବତା ଭିନ୍ନ ଥିବା ଦେଖିବାକୁ ମିଳୁଛି । ରାଜ୍ୟରେ ଗମନାଗମନ ଠପ୍ ହୋଇଥିବାରୁ ଶିଳ୍ପ ସଂସ୍ଥାରେ କର୍ମଚାରୀମାନଙ୍କ ପହଞ୍ଚିବା ଓ ଶିଳ୍ପ ସଂସ୍ଥା ଚାଲୁ ରହିବା ଉପରେ ବଡ଼ ପ୍ରଶ୍ନବାଚୀ ଠିଆ ହୋଇଛି ।

ଯେଉଁମାନେ ବି ରୋଜଗାର ଆଶାରେ ଶିଳ୍ପ ସଂସ୍ଥାନଙ୍କରେ ଅଟକିଥିଲେ ସେମାନେ ଏବେ କାମ ନ ପାଇ ଘରକୁ ଫେରିବାକୁ ବସିଛନ୍ତି। କୋଭିଡ଼ର ପ୍ରଥମ ସଂକ୍ରମଣ ସମୟରେ ରାଜ୍ୟରେ ଥିବା ଛୋଟ ବଡ଼ ଶିଳ୍ପାନୁଷ୍ଠାନଗୁଡ଼ିକ ଗଭୀର ଭାବେ ପ୍ରଭାବିତ ହୋଇଥିଲା । ବାରମ୍ବାର ଲକଡାଉନ୍‌ ଓ ସଟଡ଼ାଉନ କାରଣରୁ ପ୍ରାୟ ଆଠ ମାସ ଧରି ବିପର୍ଯ୍ୟସ୍ତ ହୋଇ ପଡ଼ିଥିଲା ବିଭିନ୍ନ ଶିଳ୍ପାନୁଷ୍ଠାନର ଆର୍ଥିକ ସ୍ଥିତି । ଷ୍ଟାର୍ଟ୍‌-ଅପଠାରୁ ଆରମ୍ଭ କରି ବଡ଼ ବଡ଼ ଶିଳ୍ପାନୁଷ୍ଠାନଗୁଡ଼ିକ ଆର୍ଥିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ । ଚଳିତ ବର୍ଷର ଆରମ୍ଭରୁ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ଆଡ଼କୁ ଗତି କରୁଥିବା ବେଳେ କୋଭିଡର ଦ୍ୱିତୀୟ ଲହରର ପ୍ରଭାବ ଏବେ ପୂରା ଶିଳ୍ପ ଦୁନିଆକୁ ବିପର୍ଯ୍ୟୟ ଆଡ଼କୁ ଟାଣି ନେଉଛି ।

ଏହା ବି ପଢ଼ନ୍ତୁ | Reliance Oxygen ଯୋଗାଣକୁ ସୁପ୍ରିମ୍ କୋର୍ଟରେ ସ୍ୱାଗତ କରାଗଲା; ମୁକେଶ ଅମ୍ବାନୀ ତଦାରଖ କରୁଛନ୍ତି

ବାଲେଶ୍ୱରର ରମେଶ ଚନ୍ଦ୍ର ପାତ୍ର ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଏକ ଘରୋଇ କମ୍ପାନୀରେ ମେକାନିକ୍ ଭାବେ କାମ କରନ୍ତି । ଗତ ବର୍ଷ କୋଭିଡ୍‌ କାରଣରୁ ଆଠ ମାସ ଧରି ତାଙ୍କୁ ଘରେ ରହିବାକୁ ପଡ଼ିଥିଲା । ଜାନୁଆରୀ ମାସରେ ବାଲେଶ୍ୱରରୁ ସେ ପଳାଇ ଆସିଥିଲେ ଭୁବନେଶ୍ୱର । ଆଶା ଥିଲା ଗତ ଆଠ ମାସ ବିନା ରୋଜଗାରରେ କଷ୍ଟରେ କାଟିବା ପରେ ଏବେ ସେ କଷ୍ଟ ଧୀରେ ଧୀରେ ଲାଘବ ହେବ । କିନ୍ତୁ ମାତ୍ର ଦୁଇ ମାସ ଭିତରେ ଓଲଟିଗଲା ସ୍ଥିତି । ଏବେ ସେ ଘରକୁ ଫେରି ପାରୁନାହାନ୍ତି କିମ୍ବା ବିନା ରୋଜଗାରରେ ଭୁବନେଶ୍ୱରରେ ରହିବାକୁ ବି ସକ୍ଷମ ନୁହଁନ୍ତି ।

ଏହା ବି ପଢ଼ନ୍ତୁ | ସୋସିଆଲ୍ ମିଡ଼ିଆରେ Oxygen ବେଡ୍ ବିଷୟରେ ଲେଖିଲେ କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ, କହିଲେ ସୁପ୍ରିମ୍କୋର୍ଟ୍

ଲକଡାଉନ୍‌ ସମୟରେ ଭୁବନେଶ୍ୱରର ରାସ୍ତା ସବୁ ଖାଲି ରହିଛି ।


ରସୁଲଗଡ଼ ଶିଳ୍ପାଞ୍ଚଳରେ ଥିବା ବଟଲିଂ ପ୍ଲାଣ୍ଟର କର୍ମଚାରୀ ରାକେଶ ହୋତାଙ୍କର ବି ସମାନ ସ୍ଥିତି । ନୟାଗଡ଼ ଅଞ୍ଚଳର ହୋତା ଏହି କମ୍ପାନୀରେ ୧୯ ବର୍ଷ ହେଲା କାମ କରି ଆସୁଛନ୍ତି । କିନ୍ତୁ ଏବେ ତାଙ୍କ ପାଇଁ ପାଞ୍ଚ ପ୍ରାଣୀର ଘର ଚଳାଇବା କଷ୍ଟକର ହୋଇପଡ଼ିଛି ବୋଲି ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | Bengal Results: ‘ଦିଦି ଦିଦି…’ ଦୋହରାଇ ଟ୍ୱିଟରରେ ଲୋକେ BJPକୁ ଖୁବ୍ ପରିହାସ କରୁଛନ୍ତି

‘‘ଗତ ବର୍ଷ କୋଭିଡ଼ ଆରମ୍ଭ ହେବା ସମୟରେ ମୋ’ର ଆଶା ଥିଲା ଏ ସ୍ଥିତି ବେଶୀ ଦିନ ରହିବ ନାହିଁ । ଖୁବ୍‌ ଶୀଘ୍ର ବଦଳିଯିବ । କିନ୍ତୁ ବଦଳିବ କ’ଣ, ମାସକୁ ମାସ ଆହୁରି ଭୟଙ୍କର ହେବାରେ ଲାଗିଛି ସ୍ଥିତି । ଏବେ ପରିବାର ଚଳାଇବା ମୋ’ ପାଇଁ କଷ୍ଟକର ହେଲାଣି,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | କର୍ଫ୍ୟୁ ବେଳେ ଗର୍ଲଫ୍ରେଣ୍ଡକୁ ଭେଟିବାକୁ ମୁମ୍ବାଇ ପୋଲିସକୁ ଅନୁରୋଧ କଲା ଯୁବକ; ମିଳିଲା ଏହି ଜବାବ

ଦେଢ଼ ବର୍ଷରୁ ଅଧିକ ସମୟ ଧରି ଓଡ଼ିଶାରେ ଥିବା ଛୋଟ ବଡ଼ ପ୍ରାୟ ୧୫ ଲକ୍ଷ ଶିଳ୍ପଦ୍ୟୋଗୀ ଚିନ୍ତାରେ ଅଛନ୍ତି । ଆଶଙ୍କା କରାଯାଉଛି ଏଭଳି ସ୍ଥିତି ଲାଗି ରହିଲେ ରାଜ୍ୟରେ ଛୋଟ ବଡ଼ ଶିଳ୍ପାନୁଷ୍ଠାନରେ କାମ କରୁଥିବା ୧୦ ଲକ୍ଷରୁ ଅଧିକ ଲୋକ କର୍ମସଂସ୍ଥାନ ହରାଇବେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ସ୍ୱାମୀ ଘରୁ ଯିବା ମାତ୍ରେ Loverକୁ ଘରକୁ ଡାକିଆଣୁଥିଲେ ସ୍ତ୍ରୀ; Hidden କ୍ୟାମେରାରେ ଧରାପଡ଼ିଲା

‘‘ଗତ ୧୦୦ ବର୍ଷ ଭିତରେ ବି ଏଭଳି ସ୍ଥିତି ଆସି ନ ଥିଲା । କୌଣସି ଭୂତାଣୁ ଉପରେ କାବୁ ପାଇବା ପାଇଁ ଲକଡ଼ାଉନ ଓ ସଟଡାଉନ୍‌ ଭଳି ନିଷ୍ପତ୍ତି ଗ୍ରହଣଯୋଗ୍ୟ, କିନ୍ତୁ ତା’ ସହିତ ଲୋକଙ୍କ ଜୀବୀକାକୁ ମଧ୍ୟ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । କୋଭିଡର ପ୍ରଥମ ସଂକ୍ରମଣ ଲହରୀରେ ଦେଶ ତଥା ରାଜ୍ୟର ଛୋଟ ବଡ଼ ଶିଳ୍ପାନୁଷ୍ଠାନଗୁଡ଼ିକ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସେଥିରୁ ଆମେ ସମସ୍ତେ ଶିକ୍ଷାଲାଭ କରିବା ଉଚିତ୍ ଥିଲା । କେହି କେବେ ବି ଦ୍ୱିତୀୟ ଲହର ଏତେ ଭୟଙ୍କର ହେବ ବୋଲି ଭାବି ନ ଥିଲେ । ସେ ଦୃଷ୍ଟିରୁ ଶିଳ୍ପାନୁଷ୍ଠାନଗୁଡ଼ିକ ଏବେ ଜୀବନ ଓ ଜୀବିକାର ଦୋ’ଛକିରେ ଅଟକି ରହିଛୁ,’’ କହିଛନ୍ତି ଶିଳ୍ପ ବିଶେଷଜ୍ଞ ଭବାନୀ ଶଙ୍କର ପାଣି ।



ଉତ୍କଳ ଚାମ୍ବର ଅଫ କମର୍ସର (ୟୁ.ସି.ସି.ଆଇ.) ସଭାପତି ବ୍ରହ୍ମା ମିଶ୍ର କହିଛନ୍ତି, ‘‘ଏକଥା ସତ ଯେ ବର୍ତ୍ତମାନ ସମୟରେ ବିଗୁଡ଼ୁଥିବା ଆର୍ଥିକ ସ୍ଥିତିକୁ ସୁଧାରିବାର ଆବଶ୍ୟକତା ରହିଛି । ଏଥି ପାଇଁ ଅନୁକୁଳ ପରିବେଶ ତିଆରି କରିବାର ଆବଶ୍ୟକତା ରହିଛି । ନହେଲେ ଶିଳ୍ପୋଦ୍ୟୋଗୀମାନେ ହତାଶ ହେବେ ଓ ଶିଳ୍ପ ଦୁନିଆ ବିପର୍ଯ୍ୟୟ ଭିତର ଦେଇ ଗତି କରିବ।  ରାଜ୍ୟରେ ୪୫ ଲକ୍ଷ ଶ୍ରମଜୀବୀ ଜୀବିକା ହରାଇବେ ।’’
Published by: Anand ST Das
First published: May 7, 2021, 11:46 PM IST