ରାଜ୍ୟରେ ବଢ଼ିଲା କ୍ବାରେଣ୍ଟାଇନ ଅବଧି; ପ୍ରବାସୀ ଓଡ଼ିଆ ଏଣିକି ୨୮ ଦିନ କ୍ବାରେଣ୍ଟାଇନରେ ରହିବେ

କ୍ବାରେଣ୍ଟାଇନରେ ସମୟରେ ପ୍ରବାସୀ ଚାହିଁଲେ ୧୦ ଦିନ କାମ ବି କରିପାରିବେ । ବଗିଚା କାମ, ଗଛ ଲଗାଇବା ଓ ରଙ୍ଗ ଲଗାଇବା ଭଳି କାମ କରିପାରିବେ ସେମାନେ । ରାଜ୍ୟ ସରକାର ସେମାନଙ୍କୁ ଦୈନିକ ୧୫୦ ଟଙ୍କା ପାରିଶ୍ରମିକ ଦେବେ ।

ରାଜ୍ୟରେ ବଢ଼ିଲା କ୍ବାରେଣ୍ଟାଇନ ଅବଧି; ପ୍ରବାସୀ ଓଡ଼ିଆ ଏଣିକି ୨୮ ଦିନ କ୍ବାରେଣ୍ଟାଇନରେ ରହିବେ
ଟ୍ରେନରେ ଆସି ଗଞ୍ଜାମ ପହଞ୍ଚୁଛନ୍ତି ପ୍ରବାସୀ ଓଡ଼ିଆମାନେ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ଲଗାତର ବଢ଼ୁଥିବାରୁ ଓ ଆକ୍ରାନ୍ତଙ୍କ ମଧ୍ୟରୁ ଅନେକ ପ୍ରବାସୀ ଓଡ଼ିଆ ହୋଇଥିବାରୁ ରାଜ୍ୟ ସରକାର ପ୍ରବାସୀ ଓଡ଼ିଆମାନଙ୍କ କ୍ବାରେଣ୍ଟାଇନ ଅବଧି ବୃଦ୍ଧି କରିଛନ୍ତି । ଏଣିକି ୧୪ ଦିନ ବଦଳରେ ୨୮ ଦିନ କ୍ବାରେଣ୍ଟାଇନରେ ରହିବେ ପ୍ରବାସୀ ।

ଏହି ୨୮ ଦିନ ଭିତରୁ କ୍ବାରେଣ୍ଟାଇନ ସେଣ୍ଟରରେ ୨୧ ଦିନ ଓ ବାକି ୭ ଦିନ ନିଜ ଘରେ ଆଇସୋଲେସନରେ ରହିବାକୁ ପଡ଼ିବ । ଏ ନେଇ ଆଜି ସୂଚନା ଦେଇଛନ୍ତି IEC ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ । ଯେହେତୁ ୧୪ ଦିନ କ୍ୱାରେଣ୍ଟାଇନ ସମୟ ମଧ୍ୟରେ କରୋନା ସଂକ୍ରମଣର ଲକ୍ଷଣ ଜଣାପଡୁ ନାହିଁ, ତେଣୁ ଯଦି ପ୍ରବାସୀ ୨୮ ଦିନ କ୍ବାରେଣ୍ଟାଇନରେ ରୁହନ୍ତି ସେମାନଙ୍କ ଲକ୍ଷଣ ଜଣାପଡ଼ିଯିବ ବୋଲି ବାଗ୍‌ଚୀ କହିଛନ୍ତି ।

କ୍ବାରେଣ୍ଟାଇନରେ ରହିବା ସମୟରେ ପ୍ରବାସୀ ଚାହିଁଲେ କାମ ବି କରିପାରିବେ । ବଗିଚା କାମ, ଗଛ ଲଗାଇବା ଓ ରଙ୍ଗ ଲଗାଇବା ଭଳି କାମ କରିପାରିବେ ସେମାନେ । ୨୧ ଦିନ ମଧ୍ୟରୁ ୧୦ ଦିନ କାମ କରିପାରିବେ । ପ୍ରୋତ୍ସାହନ ସ୍ବରୁପ ସେମାନଙ୍କୁ ଦୈନିକ ୧୫୦ ଟଙ୍କା ପାରିଶ୍ରମିକ ପ୍ରଦାନ କରିବେ ରାଜ୍ୟ ସରକାର ।

ଆଜି ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ ୫୨ ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଆଜି ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୧କୁ ବୃଦ୍ଧି ପାଇଛି ।

ସୁବ୍ରତୋ ବାଗଚୀ କ୍ୱାରେଣ୍ଟାଇନ୍ ଅବଧି ବଢ଼ିବା ବିଷୟରେ ସୂଚନା ଦେଉଛନ୍ତି ।


ଗଞ୍ଜାମ ଜିଲ୍ଲାରେ ଆଜି ଆହୁରି ୨୪ ଜଣ କରୋନା ଭାଇରସ୍‌ ସଂକ୍ରମିତ ଚିହ୍ନଟ ହେବା ପରେ ଜିଲ୍ଲାରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ୭୧ ହୋଇଛି । ଯାଜପୁର ଜିଲ୍ଲାରେ ୫୫ ଜଣ ଓ ଖୋର୍ଦ୍ଧାରେ ୫୧ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ଏ ପର୍ଯ୍ୟନ୍ତ ବାଲେଶ୍ବର ଜିଲ୍ଲାରେ ୨୭ ଜଣ ଓ ଭଦ୍ରକ ଜିଲ୍ଲାରେ ୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହା ବି ପଢ଼ନ୍ତୁ: ଢେଙ୍କାନାଳରେ ଚିନି କଳ ପରିସରରେ ୩ ଜଣ ବିହାରୀ ଟ୍ରକ୍ ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ

କରୋନା ଗ୍ରାଫରେ ଲମ୍ବା ଡିଆଁ ମାରିଛି ଗଞ୍ଜାମ ଜିଲ୍ଲା । ଆଜି ଗୋଟିଏ ଦିନରେ ଏହି ଗୋଟିଏ ଜିଲ୍ଲାରୁ ବାହାରିଛନ୍ତି ୪୩ ଜଣ କରୋନା ପଜିଟିଭ୍ । ଫଳରେ ଜିଲ୍ଲାରେ ଏବେ ୭୧ ଜଣ କରୋନା ରୋଗୀ ହୋଇଛନ୍ତି । ଅଧିକାଂଶ ଆକ୍ରାନ୍ତଙ୍କର ସୂରତ ଲିଙ୍କ ରହିଛି । ପୂର୍ବରୁ ଅରେଞ୍ଜ ଜୋନରେ ଥିବା ଗଞ୍ଜାମ ଜିଲ୍ଲାକୁ ଦୁଇ ଦିନ ତଳେ ରେଡ୍ ଜୋନରେ ସାମିଲ କରାଯାଇଥିଲା । ତେବେ ସମସ୍ତ ପଜିଟିଭ୍ ପ୍ରବାସୀ ଓଡିଆ ହୋଇଥିବାରୁ ଭୟଭୀତ ହେବାର ନାହିଁ ବୋଲି କହିଛି ଜିଲ୍ଲା ପ୍ରଶାସନ ।

ସୁରତ ଫେରନ୍ତାଙ୍କ ଯୋଗୁଁ ଗଞ୍ଜାମ ଜିଲ୍ଲାରେ ବଢ଼ିବାରେ ଲାଗିଛି ରୋଗୀଙ୍କ ସଂଖ୍ୟା । ପଜିଟିଭଙ୍କ ତାଲିକାରେ କେରଳ ଲିଙ୍କ ବି ରହିଛି । ଏବେ ସବୁ ରୋଗୀଙ୍କୁ ଶୀତଳାପଲ୍ଲୀରେ ଥିବା କୋଭିଡ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଚିକିତ୍ସାରେ ନିୟୋଜିତ ଅଛନ୍ତି ସ୍ବତନ୍ତ୍ର ଡ଼ାକ୍ତରୀ ଟିମ୍‌ ।

ଏହା ବି ପଢ଼ନ୍ତୁ: ଭାରତରେ ୩୦ଟି କରୋନା ଭ୍ୟାକ୍ସିନ୍ ପରୀକ୍ଷଣ ପାଇଁ ପ୍ରସ୍ତୁତ ହେଉଛି, କହିଲେ PM ମୋଦି
First published: May 8, 2020, 10:15 PM IST
corona virus btn
corona virus btn
Loading