ଉଚ୍ଚ ଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି: ଯୁକ୍ତ ୩ ଦ୍ବିତୀୟ ଓ ଚତୁର୍ଥ ସେମିଷ୍ଟର ବାତିଲ୍ ହେଲା

ଯୁକ୍ତ ୩ ଓ ସ୍ନାତକ ପାଠ୍ୟକ୍ରମର ୨୫ ପ୍ରତିଶତ ଗାଇଡେଡ଼ ସେଲ୍ଫ ଷ୍ଟଡିଜ୍ ଦ୍ୱାରା ଛାତ୍ରଛାତ୍ରୀମାନେ ନିଜେ ପଢ଼ିବେ ବୋଲି ନିଷ୍ପତ୍ତି ହୋଇଛି । କେବଳ ଟିଉଟୋରିଆଲ କ୍ଲାସ୍ ଦ୍ୱାରା ତାଙ୍କୁ ଗାଇଡ଼ କରିବେ ଅଧ୍ୟାପକ ଅଧ୍ୟାପିକାମାନେ ।

ଉଚ୍ଚ ଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି: ଯୁକ୍ତ ୩ ଦ୍ବିତୀୟ ଓ ଚତୁର୍ଥ ସେମିଷ୍ଟର ବାତିଲ୍ ହେଲା
ଲୋକସେବା ଭବନରେ ଆୟୋଜିତ କୁଳପତିମାନଙ୍କ ସମ୍ମିଳନୀରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ସଂକ୍ରମଣ ଯୋଗୁଁ ଏବେ ଜାରି ଥିବା ଲକଡାଉନକୁ ଦୃଷ୍ଟିରେ ରଖି ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଆଜି ଏକ ବଡ଼ ନିଷ୍ପତ୍ତି ନେଇଛି । ଚଳିତ ବର୍ଷ ଯୁକ୍ତ ୩ ଦ୍ଵିତୀୟ ଓ ଚତୁର୍ଥ ବର୍ଷର ସେମିଷ୍ଟର ପରୀକ୍ଷା ନ କରିବାକୁ ବିଭାଗ ନିଷ୍ପତ୍ତି ନେଇଛି । ସେହି ପରି ପିଜି ଦ୍ଵିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ସେମିଷ୍ଟାର ପରୀକ୍ଷା ମଧ୍ୟ ବାତିଲ କରାଯାଇଛି ।

ବିକଳ୍ପ ବ୍ୟବସ୍ଥା ଆପଣେଇ ଛାତ୍ରଛାତ୍ରୀଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯିବାକୁ ନିଷ୍ପତ୍ତି ହୋଇଛି । ଯୁକ୍ତ ୩ ଓ ସ୍ନାତକ ପାଠ୍ୟକ୍ରମର ୨୫ ପ୍ରତିଶତ ଗାଇଡେଡ଼ ସେଲ୍ଫ ଷ୍ଟଡିଜ୍‌ ଦ୍ୱାରା ଛାତ୍ରଛାତ୍ରୀମାନେ ନିଜେ ପଢ଼ିବେ ବୋଲି ନିଷ୍ପତ୍ତି ହୋଇଛି । କେବଳ ଟିଉଟୋରିଆଲ କ୍ଲାସ୍‌ ଦ୍ୱାରା ତାଙ୍କୁ ଗାଇଡ଼ କରିବେ ଅଧ୍ୟାପକ ଅଧ୍ୟାପିକାମାନେ ।

ଆଜି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆୟୋଜିତ କୁଳପତିମାନଙ୍କ ସମ୍ମିଳନୀରେ ଏହି ନିଷ୍ପତ୍ତି ନିଆଯାଇଛି । ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ବସିଥିବା ଏହି ବୈଠକରେ ହୋଇଥିବା ନିଷ୍ପତ୍ତି ଉପରେ ଲାଗିଛି ସରକାରୀ ମୋହର ।

ଆଜିର ବୈଠକରେ ସବୁ ବିଶ୍ୱବିଦ୍ୟାଳୟର କୁଳପତିମାନେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଯୋଡ଼ି ହୋଇଥିଲେ ।


‘‘ବର୍ତ୍ତମାନର ସମୟକୁ ଦେଖି ଉଚିତ ପଦକ୍ଷେପ ନିଆଯାଇଛି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ସୁବିଧାକୁ ଆଖିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି,’’ କହିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ।

ଏହା ପୂର୍ବରୁ ଜୁନ ୧୭ ପରେ କୌଣସି ସମୟରେ ଯୁକ୍ତ ୩ ଓ ପିଜି ଫାଇନାଲ୍ ସେମିଷ୍ଟର କରାଯିବାକୁ ନିଷ୍ପତ୍ତି ହୋଇଥିଲା । ଜୁଲାଇ ମାସରୁ ପୁରୁଣା ଓ ଅଗଷ୍ଟ ମାସରୁ ନୂଆ ଛାତ୍ରଛାତ୍ରୀଙ୍କ କ୍ଲାସ ଆରମ୍ଭ ହେବ ବୋଲି ୟୁଜିସି ନିର୍ଦ୍ଦେଶ ଦେଇଛି।

ଆଜି ଆୟୋଜିତ ବୈଠକରେ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିମାନେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଯୋଡ଼ି ହୋଇଥିବା ବେଳେ ଉଚ୍ଚ ଶିକ୍ଷା ପରିଷଦର ଅଧ୍ୟକ୍ଷ ଡ଼ ଅଶୋକ ଦାଶ, ସଚିବ ଶାଶ୍ୱତ ମିଶ୍ର, ଉତ୍କଳ ବିଶ୍ଵବିଦ୍ୟାଳୟ କୁଳପତି ସୌମେନ୍ଦ୍ର ମୋହନ ପରିଡ଼ା ଓ ରମାଦେବୀ ବିଶ୍ୱବିଦ୍ୟାଳୟର କୁଳପତି ପଦ୍ମଜା ମିଶ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ ।

ବର୍ତ୍ତମାନର ସ୍ଥିତିକୁ ଦେଖି ଯେଉଁ ଶ୍ରେଣୀର ପରୀକ୍ଷା ନ ହେଲେ ଚଳିବ ତାକୁ ନ କରିବା ଠିକ ବୋଲି ଅଭିଭାବକ, ଛାତ୍ରଛାତ୍ରୀ ଓ ଶିକ୍ଷାବିତମାନେ ମତ ରଖିଛନ୍ତି । ବିକଳ୍ପ ବ୍ୟବସ୍ଥାରେ ମୂଲ୍ୟାୟନ କରି ଉତ୍ତୀର୍ଣ୍ଣ କରିବା ହିଁ ଯଥାର୍ଥ ବୋଲି କହିଛନ୍ତି ସେମାନେ । ଅଭିଭାବକମାନେ କହିଛନ୍ତି ଯେ ଅନଲାଇନ ମାଧ୍ୟମରେ କ୍ଲାସ ହେଉଥିବା ବେଳେ ୨୫ ପ୍ରତିଶତ ଯଦି ଗାଇଡାନ୍ସ ଦ୍ୱାରା ପଢ଼ାଯାଇ ପାରିବ ତେବେ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ପାଇଁ ତାହା ଭଲ ହେବ । ହେଲେ ଅଧ୍ୟାପକ ଅଧ୍ୟାପିକା ମାନେ ମଧ୍ୟ ଏ ଦିଗରେ ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ ସାହାଯ୍ୟ କରିବା ଦରକାର ବୋଲି ସେମାନେ କହିଛନ୍ତି ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଦେଖନ୍ତୁ ଫଟୋ: ନିକ୍ ଜୋନାସ୍ ହନିମୁନରେ ଗିଟାର ବଜାଇଲେ, ଶୁଣି ପ୍ରିୟଙ୍କା ହେଲେ ରୋମାଣ୍ଟିକ୍

ଏହା ବି ପଢ଼ନ୍ତୁ: ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଏହା ବି ପଢ଼ନ୍ତୁ: ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 26, 2020, 7:07 PM IST
corona virus btn
corona virus btn
Loading