ମାଟ୍ରିକ ଖାତା ଦେଖା ଆରମ୍ଭ ନ ହେଉଣୁ ବିଭ୍ରାଟର ସଙ୍କେତ: ଶିକ୍ଷକ ସଙ୍ଘ ଅସନ୍ତୋଷ ପ୍ରକାଶ କଲା

ସିବିଏସଇ ଭଳି ରାଜ୍ୟର ଶିକ୍ଷକମାନଙ୍କୁ ଘରେ ରହି ଖାତା ଦେଖିବାକୁ ଅନୁମତି ଦିଆଯାଉ ବୋଲି ଦାବୀ କରିଛି ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘ (ଓଷ୍ଟା) । ନହେଲେ ଆନ୍ଦୋଳନର ଧମକ ଦେଇଛି ।

ମାଟ୍ରିକ ଖାତା ଦେଖା ଆରମ୍ଭ ନ ହେଉଣୁ ବିଭ୍ରାଟର ସଙ୍କେତ: ଶିକ୍ଷକ ସଙ୍ଘ ଅସନ୍ତୋଷ ପ୍ରକାଶ କଲା
ମୂଲ୍ୟାୟନ କେନ୍ଦ୍ରର ସଂଖ୍ୟା ବଢ଼େଇବାକୁ ଦାବୀ କରିଛନ୍ତି ଶିକ୍ଷକମାନେ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ମାଟ୍ରିକ ଖାତା ଦେଖା ବିଷୟରେ ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦର ଆୟୋଜନକୁ ଶିକ୍ଷକମାନେ ବିରୋଧ କରିଛନ୍ତି । ଅଧିକ ମୂଲ୍ୟାଙ୍କନକାରୀ ନିଯୁକ୍ତ କରାଗଲା ହେଲେ ମୂଲ୍ୟାୟନ କେନ୍ଦ୍ରର ସଂଖ୍ୟା ବଢ଼ି ନ ଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସିବିଏସଇ ଭଳି ଓଡ଼ିଶାର ଶିକ୍ଷକମାନଙ୍କୁ ଘରେ ରହି ଖାତା ଦେଖିବାକୁ ଅନୁମତି ଦିଆଯାଉ ବୋଲି ଦାବୀ କରିଛି ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ।

ବର୍ତ୍ତମାନ ସ୍ଥିତିରେ କରୋନା ମୁକାବିଲା କାର୍ଯ୍ୟ ତୁଲାଇ ୨୦ ଦିନ ଭିତରେ ମାଟ୍ରିକ ଖାତା ଦେଖା ସାରିବା କଷ୍ଟକର ହୋଇପଡିବ ବୋଲି ଓଷ୍ଟା କହିଛି । ରାଜ୍ୟ ସରକାର ଦୃଷ୍ଟି ନ ଦେଲେ ବାଧ୍ୟ ହୋଇ କିଛି ପଦକ୍ଷେପ ନେବ ବୋଲି ସଙ୍ଘ ଚେତାବନୀ ଦେଇଛି ।

ସତ୍ୟବାଦୀ ବ୍ଲକର ଶିକ୍ଷକ ତଥା ନୋଡାଲ ସେଣ୍ଟର ସୁପରିଟେଣ୍ଡେନ୍ତ ଶଙ୍କର ସୁବୁଦ୍ଧି । ଲକଡାଉନ ଦିନ ଠାରୁ ନିଜ ବ୍ଲକରେ ବୁଲି ବୁଲି ଛାତ୍ରଛାତ୍ରୀଙ୍କୁ ବହି ବାଣ୍ଟିବା ଠାରୁ ଆରମ୍ଭ କରି ମେଡ଼ିସିନ ବଣ୍ଟନ ଓ ରାସନ କାର୍ଡ ସହ ରାସନ ଯୋଗାଇଆସୁଛନ୍ତି । ସେ ଏବେ କ୍ବାରେଣ୍ଟାଇନ ସେଣ୍ଟରରେ କାର୍ଯ୍ୟରତ । ସେଥିରୁ ରିଲିଫ ହୋଇ ନ ଥିବା ବେଳେ ଏବେ ମାଟ୍ରିକ ଖାତା ଦେଖା ଡିଉଟି ଅର୍ଡର ଆସିଛି । ରାଜ୍ୟରେ ଅଧିକାଂଶ ଶିକ୍ଷକଙ୍କ ସ୍ଥିତି ସୁବୁଦ୍ଧିଙ୍କ ସହ ସମାନ ।

ରାଜ୍ୟ ସରକାର ଦୃଷ୍ଟି ନ ଦେଲେ ବାଧ୍ୟ ହୋଇ କିଛି ପଦକ୍ଷେପ ନେବ ବୋଲି ସଙ୍ଘ ଚେତାବନୀ ଦେଇଛି । (ଫାଇଲ୍ ଫଟୋ)


‘‘କାମ ତ କରିବାକୁ ହେବ, ହେଲେ ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ଖାତା ଦେଖିବା କଷ୍ଟସାଧ୍ୟ ନିଶ୍ଚୟ,’’ କହିଛନ୍ତି ସୁବୁଦ୍ଧି ।

ମାଟ୍ରିକ ଖାତା ଦେଖାର ତାରିଖ ଘୋଷଣା ହେବାର ଗୋଟିଏ ଦିନ ପରେ ବିଭ୍ରାଟର ସଙ୍କେତ ଦେଖିବାକୁ ମିଳିଥିବାରୁ ଏହାକୁ ନେଇ ସଂଶୟ ବଢ଼ିଛି । ଗଣ ଶିକ୍ଷା ବିଭାଗ ଖାତା ଦେଖା ପାଇଁ ଅଧିକ ଶିକ୍ଷକ ନିଯୁକ୍ତି କରିଥିବା ବେଳେ ଶିକ୍ଷକମାନେ ଏହାକୁ ବିରୋଧ କରିଛନ୍ତି । ପୂର୍ବରୁ ୧୭,୦୦୦ ଶିକ୍ଷକଙ୍କ ପାଇଁ ୬୦ଟି ମୂଲ୍ୟାୟନ କେନ୍ଦ୍ର ରହିଥିବା ବେଳେ ପ୍ରତି ହଲରେ ୨୫ରୁ ୩୦ ଜଣ ବସି ଖାତା ଦେଖୁଥିଲେ । ଏବେ ଶିକ୍ଷକଙ୍କ ସଂଖ୍ୟା ବଢ଼ିଥିବା ଯୋଗୁଁ ଗୋଟିଏ ଗୋଟିଏ ହଲରେ ଅଧିକ ଶିକ୍ଷକ ବସିବେ । ଏପରି ସ୍ଥିତିରେ ସାମାଜିକ ଦୁରତା ରକ୍ଷା କରି ହେବ ନାହିଁ ବୋଲି କହିଛି ଓଷ୍ଟା ।

ଏହା ବି ପଢ଼ନ୍ତୁରାଜ୍ୟରେ ମେ ୨୦ ତାରିଖରୁ ଆରମ୍ଭ ହେବ ମ୍ୟାଟ୍ରିକ୍ ଖାତା ଦେଖା; ୨୦ ଦିନରେ ସରିବ

ପ୍ରତି ଦୁଇଟି ବ୍ଲକରେ ଗୋଟିଏ ଲେଖାଏଁ ମୁଲ୍ୟାଙ୍କନ କେନ୍ଦ୍ର କଲେ ସୁବିଧାରେ ଯାତାୟାତ କରିହେବ । ବର୍ତ୍ତମାନ ୨୩,୦୦୦ ଶିକ୍ଷକଙ୍କ ମଧ୍ୟରୁ ଅର୍ଦ୍ଧାଧିକ ଶିକ୍ଷକ କରୋନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ବ୍ଲକ ବ୍ଲକ ବୁଲି ରାସନ କାର୍ଡ, ରାସନ, ବହି ଓ ଔଷଧ ଆଦି ବାଣ୍ଟିବା ପରେ ଏବେ କ୍ବାରେଣ୍ଟାଇନ ସେଣ୍ଟରରେ ଡିଉଟି କରୁଛନ୍ତି ସେମାନେ ।

‘‘ଏଭଳି ସ୍ଥିତିରେ ଆମ ଘରକୁ ଖାତା ଯୋଗାଇ ଦେଲେ ସୁବିଧା ହୁଅନ୍ତା,’’ କହିଛନ୍ତି ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ସଭାପତି ପ୍ରକାଶ ଚନ୍ଦ୍ର ମହାନ୍ତି । କରୋନା ସଂକ୍ରମଣ ସମସ୍ତଙ୍କ ପାଇଁ ସମାନ। ଏଭଳି ସ୍ଥିତିରେ ସାମାଜିକ ଦୂରତା ସହ କିଭଳି କାର୍ଯ୍ୟ କରିହେବ ସେଥି ପ୍ରତି ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

ସିବିଏସଇ ଭଳି ରାଜ୍ୟ ସରକାର ବି ଦାୟିତ୍ୱ ବହନ କରି ଶିକ୍ଷକଙ୍କ ଘରକୁ ଖାତା ମୂଲ୍ୟାୟନ ପାଇଁ ପଠାଇବା ଉଚିତ ବୋଲି କହିଛନ୍ତି ଶିକ୍ଷାବିତମାନେ । ବିଶେଷ କରି ରେଡ଼ ଜୋନ ଓ କଣ୍ଟେନମେଣ୍ଟ ଜୋନରେ ଥିବା ଶିକ୍ଷକଙ୍କୁ ସୁବିଧା ଯୋଗାଇ ଦେବାର ଆବଶ୍ୟକତା ଅଛି ବୋଲି ସେମାନେ କହିଛନ୍ତି । ଖାତା ମୂଲ୍ୟାୟନ ଓ ସଠିକ ସମୟରେ ଫଳ ପ୍ରକାଶ କରିବା ପାଇଁ କରୋନା କଟକଣାକୁ ଭୁଲିବା ଉଚିତ ନୁହେଁ ବୋଲି କହିଛନ୍ତି ସେମାନେ ।

ଆସନ୍ତା ମେ ୨୦ ତାରିଖରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ। ସେଥି ପାଇଁ ୨୩,୦୦୦ ଶିକ୍ଷକ ନିଯୁକ୍ତ ହୋଇଥିବା ବେଳେ ୬୯ଟି କେନ୍ଦ୍ରରେ ତାନୋଟି ପର୍ଯ୍ୟାୟରେ ଖାତା ଦେଖା ହେବ । ତେବେ ଶିକ୍ଷକମାନଙ୍କ ବିରୋଧ ମଧ୍ୟରେ କଣ ନିର୍ଯ୍ୟାସ ବାହାରୁଚି ତାହା ଦେଖିବା ବାକି ଅଛି ।

ଏହା ବି ପଢ଼ନ୍ତୁରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧୪ ହେଲା; ଆଜି ୪ ଟ୍ରେନରେ ଆସିଲେ ୪୭୦୦ ପ୍ରବାସୀ

ଏହା ବି ପଢ଼ନ୍ତୁଚତୁର୍ଥ ପର୍ଯାୟର ଲକଡାଉନ୍ ଆଗ ଠାରୁ ଭିନ୍ନ ହେବ; ନୂଆ ନିୟମ ଲାଗୁ ହେବ: PM ମୋଦି
First published: May 12, 2020, 10:11 PM IST
corona virus btn
corona virus btn
Loading