କରୋନା ପାଇଁ ରଥ ଯାତ୍ରା ବନ୍ଦ ହେବା ଉଚିତ? ହାଇ କୋର୍ଟରେ ଏହି ମାମଲାର ଶୁଣାଣି ୨୫ ତାରିଖରେ

କରୋନା ଭାଇରସ୍ ସଂକ୍ରମଣ ବଢ଼ୁଥିବା ଯୋଗୁଁ ରାଜ୍ୟ ସରକାର ଏ ବର୍ଷ ରଥ ଯାତ୍ରା ବନ୍ଦ ରଖନ୍ତୁ ବୋଲି ଦାବି କରି ହାଇ କୋର୍ଟରେ ଏକ ଜନ ସ୍ୱାର୍ଥ ମାମଲା ଦାୟର ହୋଇଛି ।

ରଥ ଯାତ୍ରାର ଏକ ଦୃଶ୍ୟ (ଫାଇଲ୍ ଫଟୋ)

ରଥ ଯାତ୍ରାର ଏକ ଦୃଶ୍ୟ (ଫାଇଲ୍ ଫଟୋ)

  • Share this:
News18 Odia Digital

ପୁରୀ: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଜୁନ ୨୩ରେ ପଡ଼ୁଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ବନ୍ଦ କରିବାକୁ ଦାବି କରି ହାଇ କୋର୍ଟରେ ଭାରତ ବିକାଶ ପରିଷଦ ପକ୍ଷରୁ ଦାୟର ହୋଇଛି ଏକ ଜନସ୍ୱାର୍ଥ ମାମଲା  । ଲକଡାଉନ ମେ ୩୧ରେ ସରୁଥିବା ବେଳେ ନୂଆ ଲକଡାଉନର ନିୟମାବଳୀ କଣ ରହୁଛି ତାହାକୁ ଦେଖି ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏବେ କେବଳ ଜୁନ ୫ରେ ହେବାକୁ ଥିବା  ସ୍ନାନ ପୂର୍ଣ୍ଣିମା ନୀତି କିଭଳି କରାଯିବ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରୀ ରହିଛି ।

ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ପକ୍ଷରୁ ଆଗତ ମାମଲାରେ ଦର୍ଶାଯାଇଛି ଯେ ରଥଯାତ୍ରା ଯଦି ଆୟୋଜିତ ହୁଏ ତାହେଲେ ୧୦ ଲକ୍ଷ ଲୋକଙ୍କ ସମାଗମ ହେବା ସହ ରାଜ୍ୟ ତଥା ଦେଶ ବାହାରୁ ଅନେକ ଭକ୍ତ ଆସିବେ । ଏଭଳି ସ୍ଥିତିରେ ରଥଯାତ୍ରା ହେଲେ କରୋନା ମହାମାରୀ ବ୍ୟାପିବା ସହ ସାଙ୍ଘାତିକ ଅବସ୍ଥା ଉପୁଜିବ  । ତେଣୁ ଏ ନେଇ କୋର୍ଟ ରଥଯାତ୍ରାକୁ ଏ ବର୍ଷ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେବାକୁ ଏହି ଜନସ୍ୱାର୍ଥ ମାମଲାରେ ଦାବି କରାଯାଇଛି ।

ଏହି ମାମଲାରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ, ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗର ସଚିବ, ଆଇନ ବିଭାଗର ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ, ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ତଥା ଗଜପତି ମହାରାଜ, ମନ୍ଦିର ପରିଚାଳନା କମିଟି, ଦୋବୋତ୍ତର ବିଭାଗ କମିଶନର, ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ, ପୁରୀ ଜିଲ୍ଲାପାଳ ଓ ଏସ୍‌.ପି.ଙ୍କୁ ପକ୍ଷଭୁକ୍ତ କରାଯାଇଛି ।

ପୁରୀରେ ଶ୍ରୀମନ୍ଦିର


‘‘ଇତିହାସ ଅନୁସାରେ ବିଗତ ୪୨୫ ବର୍ଷ ଭିତରେ ବିଭିନ୍ନ କାରଣରୁ ୩୨ ଥର ରଥଯାତ୍ରା ବନ୍ଦ ହୋଇଥିବାର ଦୃଷ୍ଟାନ୍ତ ରହିଛି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଚଳିତ ବର୍ଷ ରଥଯାତ୍ରା ଯଦି ବନ୍ଦ ହୋଇଯାଏ ତେବେ ପରମ୍ପରାରେ କୌଣସି ବାଧା ସୃଷ୍ଟି ହେବ ନାହିଁ । ଶ୍ରୀମନ୍ଦିର ଭିତରେ ଯେଭଳି ଚନ୍ଦନଯାତ୍ରା ନୀତି ଅନୁଷ୍ଠିତ ହେଲା ସେହିଭଳି ଶ୍ରୀମନ୍ଦିର ଭିତରେ ଅଣସର ନୀତି ମହାପ୍ରଭୁଙ୍କର ଗୁରୁତ୍ୱପୁର୍ଣ ହେଇଥିବାରୁ ସେଠି ତାହା କରି ନବଯୌବନ ଦର୍ଶନ କରି ରଥଯାତ୍ରା ନୀତି କିଭଳି ଭିତରେ ହେବ ସେ ନେଇ ଜଗଦଗୁରୁଙ୍କ ସହ ପରାମର୍ଶ କରାଯାଉ । କୋବିଡ-୧୯କୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କୁ ଚଳିତ ବର୍ଷ ରଥଯାତ୍ରା ବନ୍ଦ ରଖିବା ପାଇଁ ଅଦାଲତ ନିର୍ଦ୍ଦେଶ ଦିଅନ୍ତୁ ବୋଲି କୋର୍ଟଙ୍କୁ ଅନୁରୋଧ କରାଯାଇଛି,’’ କହିଛନ୍ତି ପାଣିଗ୍ରାହୀ ।

ଶ୍ରୀମନ୍ଦିରରେ ଆଗ ଜୁନ ୫ରେ ହେବାକୁ ଥିବା ସ୍ନାନ ପୂର୍ଣ୍ଣିମା ନୀତି କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତ ନିଯୋଗ ସହ ଆଲୋଚନା କରାଯାଇଛି  । ପୁଣି ସେବାୟତମାନେ କିଭଳି କୋବିଡ-୧୯ ନିୟମାବଳୀ ପାଳନ କରି ନୀତି କରିବେ ସେ ନେଇ ପରାମର୍ଶ ଦିଆଯାଇଛି  । ହାଇ କୋର୍ଟଙ୍କ ନିକଟରେ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣୀ ମେ ୨୫ରେ ରହିଛି । ତା’ ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି ବସି ଏ ନେଇ ସିବିଶେଷ ନିଷ୍ପତ୍ତି କରି ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଅବଗତ କରାଇବ ବୋଲି କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ତଥା ପ୍ରତିହାରୀ ନିଯୋଗ ସଦସ୍ୟ ମାଧବ ମହାପାତ୍ର ।

‘‘ଲକଡାଉନକୁ ନେଇ ଭକ୍ତମାନେ ଅନେକ ଦିନ ହେଲା ମହାପ୍ରଭୁଙ୍କୁ ଦର୍ଶନ କରିପାରିନାହାନ୍ତି । କରୋନାକୁ ନେଇ ଲକଡାଉନ ନିୟମରେ ଯଦି ବସ୍‌, ଟ୍ରେନ୍‌ ଓ ବିମାନ ଚାଲି ପାରୁଛି, ତେବେ ଭକ୍ତ ଓ ଭଗବାନଙ୍କ ଭିତରେ କାହିଁକି ଅନ୍ତରାୟ ସୃଷ୍ଟି କରାଯାଉଛି? ଘୋଷଯାତ୍ରାକୁ କଟକଣାରେ ଚାହିଁଲେ କରାଯାଇପାରିବ । ସେବାୟତମାନେ ରଥ ଟାଣିବେ ଓ ମହାପ୍ରଭୁଙ୍କର ପହଣ୍ଡି ଠାରୁ ଆରମ୍ଭ କରି ସବୁର ସୁରକ୍ଷା ବ୍ୟବସ୍ଥା କରିବେ । ମାନ୍ୟବର କୋର୍ଟ ରଥଯାତ୍ରା ପାଇଁ ଅନୁମତି ଦେବା ଉଚିତ,’’ କହିଛନ୍ତି ଶ୍ରୀଜଗନ୍ନାଥ ସେନାର ଆବାହକ ତଥା ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକ ।

କରୋନା ଲକଡାଉନକୁ ନେଇ ମହାପ୍ରଭୁଙ୍କର ଅକ୍ଷୟ ତୃତୀୟା, ଚନ୍ଦନଯାତ୍ରା, ଭଉଁରୀ ଯାତ୍ରା ଓ ଏବେ ସ୍ନାନ ଯାତ୍ରା ପାଇଁ ପ୍ରସ୍ତୁତି ହୋଇଛି । ପୁଣି ଆଗକୁ ରଥଯାତ୍ରା ପାଇଁ ସେବାୟତଙ୍କୁ ସଙ୍ଗରୋଧ କରି ରଖି ନୀତି କରିବା ପାଇଁ ଚାଲିଛି ଆଲୋଚନା । ମେ ୨୫ ସୋମବାର ଦିନ କଣ ରହୁଛି ହାଇ କୋର୍ଟଙ୍କର ରାୟ ତାହାକୁ ନେଇ ରହିଛି ଅନେକ ଆଶା ଓ ଆଶଙ୍କା ।

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: