ଶ୍ରୀମନ୍ଦିରର ମହାପ୍ରସାଦ ଓ ଶୁଖିଲା ଭୋଗ ଅନଲାଇନରେ ମିଳୁ; ହାଇ କୋର୍ଟକୁ ଆସିଲା ଜନସ୍ୱାର୍ଥ ମାମଲା

ସ୍ୱେଚ୍ଛାସେବୀମାନେ ଭକ୍ତଙ୍କ ଦୁଃଖ ଦୂର କରିବାକୁ ମହାପ୍ରସାଦ ଓ ଶୁଖିଲା ଭୋଗ ଅନଲାଇନରେ ମିଳିବା ସହ ହୋମ ଡେଲିଭରି ହେବା ଅନୁରୋଧ କରି କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । କିନ୍ତୁ ଏହା ହେଲେ ମହାପ୍ରସାଦର ମର୍ଯ୍ୟାଦା ହାନି ହେବ ବୋଲି ବି ମତ ପ୍ରକାଶ ପାଉଛି ।

ଶ୍ରୀମନ୍ଦିରର ମହାପ୍ରସାଦ ଓ ଶୁଖିଲା ଭୋଗ ଅନଲାଇନରେ ମିଳୁ; ହାଇ କୋର୍ଟକୁ ଆସିଲା ଜନସ୍ୱାର୍ଥ ମାମଲା
ଲକଡାଉନ ଯୋଗୁଁ ଭକ୍ତମାନେ ଦୁଇ ମାସ ହେବ ଶ୍ରୀମନ୍ଦିର ଯାଇପାରୁନାହାନ୍ତି ଓ ମହାପ୍ରସାଦ ପାଇବାରୁ ବଞ୍ଚିତ ହେଉଛନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: କରୋନା ଲକଡାଉନରେ ହୋଟେଲ ଓ ରେସ୍ତୋରାଁ ସବୁ ଖୋଲି କେବଳ ପାର୍ସଲ ବିକ୍ରି ହେଉଥିବା ବେଳେ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ରହିଥିବାରୁ ଭକ୍ତମାନେ ମହାପ୍ରସାଦ ଓ ଶୁଖିଲା ଭୋଗ ପାଉନାହାନ୍ତି । ତେଣୁ ଅନଲାଇନରେ ମହାପ୍ରସାଦ ମିଳିବା ଉଚିତ ଓ ଏହାର ହୋମ ଡେଲିଭରିକୁ ଅନୁମତି ମିଳିବା ଉଚିତ ବୋଲି ଅନୁରୋଧ କରି ହାଇ କୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି ତିନି ଜଣ ସ୍ୱେଛାସେବୀ ।

‘‘ଲକଡାଉନ ଯୋଗୁଁ ଦେଶରେ ମନ୍ଦିର ଓ ଧର୍ମ ଅନୁଷ୍ଠାନଗୁଡ଼ିକ ବନ୍ଦ ରହିଛି । ଶ୍ରୀମନ୍ଦିରରେ କେବଳ ସେବାୟତ ଓ ପୁଜକଙ୍କ ଦ୍ୱାରା ନୀତିକାନ୍ତି କରାଯାଉଛି । ସାଧାରଣ ନାଗରିକଙ୍କ ପାଇଁ କିଛି ରାଜ୍ୟରେ ସରକାର କୋହଳ ମଧ୍ୟ କରିଛନ୍ତି ନିୟମ । ଯେଭଳି ମେ ୧୮ରେ ସ୍ପେଶାଲ ରିଲିଫ କମିଶନରଙ୍କ ନିର୍ଦ୍ଦେଶନାମା ଅନୁସାରେ ରେଷ୍ଟରାଣ୍ଟ ଓ ହୋଟେଲ ଆଦିରୁ ଖାଦ୍ୟ ପାର୍ସଲ ହୋମ ଡେଲିଭରି କରାଯାଇପାରୁଛି, ମହାପ୍ରସାଦକୁ ସେମିତି ହୋମ୍‌ ଡେଲିଭରି କରିବା ଦାବି କରି ଆମେ ହାଇ କୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛୁ,’’ କହିଛନ୍ତି ପୁରୀର ସ୍ୱେଛାସେବୀ ବିଭୁଦତ୍ତ ପଟ୍ଟନାୟକ । ସେ ଭବାନୀ ଶଙ୍କର ଆଚାର୍ଯ୍ୟ ଓ ବିଶ୍ୱଜିତ ପଣ୍ଡାଙ୍କ ସହ ମିଶି ଏହି ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି ।

ଶ୍ରୀମନ୍ଦିରରେ ଅନ୍ନ କଣିକାଟିଏ ପାଇଲେ ବି ତା’ର ମହିମା ବହୁତ ।


ଭବାନୀ ଶଙ୍କର ଆଚାର୍ଯ୍ୟ କହିଛନ୍ତି: ‘‘କରୋନା ଲକଡାଉନ ଯୋଗୁଁ ଭକ୍ତମାନେ ଦୀର୍ଘ ଦୁଇ ମାସ ହେବ ଶ୍ରୀମନ୍ଦିର ଯାଇପାରୁନାହାନ୍ତି ଓ ମହାପ୍ରସାଦ ପାଇବାରୁ ବି ବଞ୍ଚିତ ହେଉଛନ୍ତି । ମହାପ୍ରଭୁଙ୍କ ଶୁଖିଲା ଭୋଗ ବି ପାଉନାହାନ୍ତି ସେମାନେ । ହୋଟେଲ ଓ ରେସ୍ତୋରାଁରୁ ଖାଦ୍ୟ ପାର୍ସଲ ବିକ୍ରି ହେଉଥିବା ପରି ମହାପ୍ରସାଦ ବି ଭକ୍ତଙ୍କ ପାଇଁ ଉପଲବ୍ଧ ହେବା ଉଚିତ । ମହାପ୍ରସାଦକୁ ସୁଆର ମହାସୁଆର ସେବାୟତମାନେ ଶୁଦ୍ଧପୂତ ଭାବେ ସାମାଜିକ ଦୁରତ୍ୱ ରକ୍ଷାକରି ପ୍ରସ୍ତୁତ କରିଥାନ୍ତି  । ତା’ର ନିର୍ମାଲ୍ୟ କଣିକାଟିଏ ପାଇଲେ ଆତ୍ମାକୁ ଶାନ୍ତି ମିଳିଥାଏ । ତେଣୁ କୋର୍ଟଙ୍କୁ ଆମେ ଅନୁରୋଧ କରିଛୁ ଯେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମୁଖ୍ୟ ପ୍ରଶାସକ ଏକ ଏଜେନ୍ସି ଠିକ କରନ୍ତୁ ଯିଏ ମହାପ୍ରସାଦ ଓ ଶୁଖିଲା ଭୋଗ ପାଇଁ ଅନଲାଇନ ବୁକିଂ ସହ ହୋମ ଡେଲିଭରି ଦେବ । ଏଥି ପାଇଁ ଆଡଭାନ୍ସ ପେମେଣ୍ଟ ମଧ୍ୟ ନେଇଯିବ । କୋବିଡ-୧୯ ସମୟରେ ଏବଳି ବ୍ୟବସ୍ଥା ହେଲେ ଭକ୍ତଟିଏ ମଧ୍ୟ ମହାପ୍ରଭୁଙ୍କର ସାନ୍ନିଧ୍ୟ ପାଇପାରିବ ।’’

ହେଲେ ମହାପ୍ରସାଦର ଅନଲାଇନ୍‌ ବିକ୍ରିକୁ ବିରୋଧ କରିଛି ସୁଆର ମହାସୁଆର ନିଯୋଗ । ଭକ୍ତମାନେ ମହାପ୍ରସାଦ ପାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି ବୋଲି କହିଛି ନିଯୋଗ ।

ମହାପ୍ରସାଦକୁ ସୁଆର ମହାସୁଆର ସେବାୟତମାନେ ଶୁଦ୍ଧପୂତ ଭାବେ ସାମାଜିକ ଦୁରତ୍ୱ ରକ୍ଷାକରି ପ୍ରସ୍ତୁତ କରିଥାନ୍ତି


‘‘ମହାପ୍ରସାଦ ଅନଲାଇନ ବିକ୍ରି ହେଲେ ତାର ମର୍ଯ୍ୟଦା ହାନି ହେବ । ପୁଣି ଶ୍ରୀମନ୍ଦିରର ମହାପ୍ରସାଦକୁ ଅନଲାଇନ କରିବା ପରମ୍ପରା ବିରୋଧୀ । ସାବିତ୍ରୀ ଅମାବାସ୍ୟା ଦିନ ମହାପ୍ରସାଦ ପାଇବା ପାଇଁ ଯେଭଳି ଭକ୍ତଙ୍କ ଭିଡ଼ ରହିଥିଲା ସେଥିରେ ସାମାଜିକ ଦୂରତ୍ୱ ନ ଥିବା ବେଳେ ସୁଆର ମହାସୁଆରର ଦୁଇ ଜଣ ସେବାୟତ ମନ୍ଦିର ବାହାରେ ପ୍ରସାଦ ବିକ୍ରି କରିଥିବାରୁ ସେମାନଙ୍କୁ ନିଲମ୍ବିତ କରାଯାଇଛି  । ବର୍ତ୍ତମାନ ସମୟରେ ବିବାହ, ଶୁଦ୍ଧିକ୍ରିୟା, ବ୍ରତୋପନୟନ ଓ ମାଙ୍ଗଳିକ କାର୍ଯ୍ୟ ଆଦିରେ ମହାପ୍ରସାଦର ବେଶ ଆବଶ୍ୟକ ରହୁଛି । ତେଣୁ ଭକ୍ତଟିଏ ମହାପ୍ରସାଦ ପାଇବା ପାଇଁ ସୁଆର ମହାସୁଆର ନିଯୋଗ ନେଇଛି ସ୍ୱତନ୍ତ୍ର ପଦକ୍ଷେପ  । ଶ୍ରୀମନ୍ଦିର ଚାରିଦ୍ୱାରରେ ନିଯୋଗର ସଭାପତି ଓ ସମ୍ପାଦକଙ୍କ ମୋବାଇଲ ନମ୍ବର ଏକ ଫ୍ଲେକ୍ସରେ ଲଗାଯିବ । ଯେକେହି ବରାଦି ବା କିଣିବା ପାଇଁ ଚାହିଁବେ ସେମାନେ ସିଧାସଳଖ ଫୋନ ଯୋଗେ ଯୋଗାଯୋଗ କରିପାରିବେ । ଏଥିରେ କେହି ମଧ୍ୟସ୍ଥି ବା କେହି ଠକାମିର ଶିକାର ହେବେନି,’’ କହିଛନ୍ତି ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପଢିଆରୀ ।

ଜଗନ୍ନାଥ ସଂସ୍କୃତି ଗବେଷକ ଡଃ ନରେଶ ଚନ୍ଦ୍ର ଦାଶ କହିଛନ୍ତି ଯେ ମହାପ୍ରସାଦର ମାନ ସ୍ୱତନ୍ତ୍ର । ‘‘ଶ୍ରୀମନ୍ଦିରରେ ଅନ୍ନ କଣିକାଟିଏ ପାଇଲେ ବି ତା’ର ମହିମା ବହୁତ । କାଳିଆ ସାଆନ୍ତଙ୍କୁ ନ ଦେଖି ବିକଳ ହେଉଥିବା ଭକ୍ତଟିଏ ଆଜି ମହାପ୍ରସାଦ ପାଇଁ କୋର୍ଟକୁ ଗଲାଣି । ତେଣୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତମାନେ କିଭଳି ଏହି ଲକଡାଉନ ବେଳେ ମହାପ୍ରସାଦ ଓ ଶୁଖିଲା ଭୋଗ ପାଇବେ ତା’ର ବ୍ୟବସ୍ଥା କରାଯିବା ଦରକାର,’’ କହିଛନ୍ତି ଡଃ ଦାଶ ।

ଚୀନ୍‌ ବିଷୟରେ ଆପଣଙ୍କ ମତ କଣ? ଦୟାକରି ଦୁଇ ମିନିଟ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ ।

ଏହା ବି ପଢ଼ନ୍ତୁ: 

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: June 2, 2020, 8:46 PM IST
corona virus btn
corona virus btn
Loading