କେନ୍ଦ୍ରର ₹୧୫,୦୦୦ କୋଟି କରୋନା ବଜେଟରୁ ଓଡ଼ିଶାକୁ ମିଳିବ ₹୪୬ କୋଟି, ସମୁଦ୍ରକୁ ଶଙ୍ଖେ: ନବ

ଓଡ଼ିଶାକୁ ଅନୁଦାନ ବୃଦ୍ଧି ବ୍ୟତୀତ ୫ ଲକ୍ଷ ପିପିଇ କିଟ, ଯଥେଷ୍ଟ ଆରଟିପିସିଆର କିଟ, ହାଇଡ୍ରୋକ୍ଲୋରୋକ୍ୱିନ ଟାବଲେଟ, ଭିଟାମିନ-ସି ମାସ୍କ ଓ ସାନିଟାଇଜର ଯୋଗାଇ ଦେବାକୁ ବି ଅନୁରୋଧ କରିଛନ୍ତି ନବ ଦାସ ।

କେନ୍ଦ୍ରର ₹୧୫,୦୦୦ କୋଟି କରୋନା ବଜେଟରୁ ଓଡ଼ିଶାକୁ ମିଳିବ ₹୪୬ କୋଟି, ସମୁଦ୍ରକୁ ଶଙ୍ଖେ: ନବ
ଭିଡିଓ କନଫେରେନସିଂରେ ନବ କିଶୋର ଦାସ (ବାମ) ଓ ହର୍ଷବର୍ଦ୍ଧନ
  • News18 Odia
  • Last Updated: April 11, 2020, 3:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ସୁରେନ୍ଦ୍ର ବାରିକ | News18 Odia Digital

ଝାରସୁଗୁଡା: କେନ୍ଦ୍ର ସରକାର କରୋନା ଭାଇରସ୍‌ (କୋଭିଡ-୧୯)ର ମୁକାବିଲା ପାଇଁ ୧୫,୦୦୦ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରିଛନ୍ତି, କିନ୍ତୁ ସେଥିରୁ ଓଡ଼ିଶାକୁ ମିଳିବାକୁ ଥିବା ମାତ୍ର ୪୬ କୋଟି ଟଙ୍କା ସମୁଦ୍ରକୁ ଶଙ୍ଖେ ପ୍ରମାଣିତ ହେବ ବୋଲି କହି ରାଜ୍ୟ ପାଇଁ ସହାୟତା ରାଶି ବୃଦ୍ଧି କରିବାକୁ ଦାବି କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ।

କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସହ ଭିଡିଓ କନଫେରେନସିଂରେ ଶୁକ୍ରବାର ଦେଶର ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କ ସହିତ ଆଲୋଚନା ପରେ ଏହି କଥା କହିଛନ୍ତି ଦାସ । ସେ ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଏନ୍‌.ଆଇ.ସି. ପ୍ରକୋଷ୍ଠରେ ଉପସ୍ଥିତ ରହି ହର୍ଷବର୍ଦ୍ଧନଙ୍କ ବୈଠକରେ ସାମିଲ ହୋଇଥିଲେ । କେନ୍ଦ୍ର ମନ୍ତ୍ରୀଙ୍କ ସାମନାରେ ରାଜ୍ୟ ପାଇଁ ବିଭିନ୍ନ ଦାବି ଉପସ୍ଥାପିତ କରିଥିଲେ ଦାସ । ଓଡ଼ିଶା ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ସତ୍ତ୍ୱେ ରାଜ୍ୟ ସରକାର ବର୍ତ୍ତମାନ କରୋନାକୁ  ରୋକିବା ପାଇଁ ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ବିଷୟରେ ହର୍ଷ ବର୍ଦ୍ଧନଙ୍କୁ ସେ ଅବଗତ କରାଇଥିଲେ ।

‘‘ରାଜ୍ୟ ପାଇଁ ଅନୁଦାନ ବୃଦ୍ଧି କରିବାକୁ ମୁଁ କେନ୍ଦ୍ର ମନ୍ତ୍ରୀଙ୍କୁ ଅନୁରୋଧ କରିଛି । ତା’ ଛଡ଼ା କରୋନା ମୁକାବିଲା ପାଇଁ ଓଡିଶାକୁ ୫ ଲକ୍ଷ ପିପିଇ କିଟ ସହିତ ଯଥେଷ୍ଟ ଆରଟିପିସିଆର କିଟ, ହାଇଡ୍ରୋକ୍ଲୋରୋକ୍ୱିନ ଟାବଲେଟ, ଭିଟାମିନ-ସି ମାସ୍କ ଓ ସାନିଟାଇଜର ଯୋଗାଇ ଦେବାକୁ ବି ଅନୁରୋଧ କରିଛି” କହିଛନ୍ତି ଦାସ ।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ମୋଟ ୧,୭୯୭ ବେଡ୍‌ ଥିବା ନଅଟି କୋଭିଡ ଚିକିତ୍ସାଳୟ ପ୍ରତିଷ୍ଠା କରାଯାଇ ସାରିଥିବା ବେଳେ ବେଡ୍‌ ସଂଖ୍ୟା ୬,୦୦୦କୁ ବୃଦ୍ଧି କରିବାକୁ ରାଜ୍ୟ ସରକାର ଯୋଜନା ରଖିଛନ୍ତି ବୋଲି ସେ କହିଛନ୍ତି । ‘‘କରୋନା ଭାଇରସର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଯାହା ଅନୁଦାନ ପ୍ରଦାନ କରାଯାଇଛି, ତାହା ଅନ୍ୟ ରାଜ୍ୟ ତୁଳନାରେ ବହୁତ କମ୍‌ ଓ ସମୁଦ୍ରକୁ ଶଙ୍ଖେ,’’ କହିଛନ୍ତି ଦାସ ।

ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତି ଅଞ୍ଚଳ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ ପ୍ରସ୍ତୁତ କରି ପ୍ରତିଷେଧକ ବ୍ୟବସ୍ଥା କରିବାକୁ ମଧ୍ୟ କେନ୍ଦ୍ର ମନ୍ତ୍ରୀଙ୍କ ସାମନାରେ ଦାବି କରିଛନ୍ତି ଦାସ ।
First published: April 11, 2020, 3:59 PM IST
corona virus btn
corona virus btn
Loading