ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ଓଡ଼ିଶାରେ ଅକ୍ସିଜେନ୍ ଅଭାବ ନାହିଁ; ଶିଳ୍ପ ସଂସ୍ଥାଗୁଡିକରେ ବହୁ ପରିମାଣର ତରଳ ଅକ୍ସଜେନ୍ ମହଜୁଦ ଅଛି

ଓଡ଼ିଶାରେ ଅକ୍ସିଜେନ୍ ଅଭାବ ନାହିଁ; ଶିଳ୍ପ ସଂସ୍ଥାଗୁଡିକରେ ବହୁ ପରିମାଣର ତରଳ ଅକ୍ସଜେନ୍ ମହଜୁଦ ଅଛି

ରାଜ୍ୟର ଶିଳ୍ପ ସଂସ୍ଥାଗୁଡି଼କ ନିକଟରେ ଏତେ ପରିମାଣର ତରଳ ଅକ୍ସଜେନ୍ ମହଜୁଦ ଅଛି ଯେ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ରାଜ୍ୟର ହସପିଟାଲଗୁଡ଼ିକୁ ଅନବରତଭାବେ ଅକ୍ସିଜେନ୍ ଯୋଗାଣ କରାଯାଇ ପାରିବ ।

ଓଡ଼ିଶାରେ ଅକ୍ସିଜେନ୍ ଅଭାବ ନାହିଁ; ଶିଳ୍ପ ସଂସ୍ଥାଗୁଡିକରେ ବହୁ ପରିମାଣର ତରଳ ଅକ୍ସଜେନ୍ ମହଜୁଦ ଅଛି
ଜଗତପୁରସ୍ଥିତ ଅକ୍ସିଜେନ୍ ଫିଲିଂ ୟୁନିଟରେ ଶ୍ରମିକମାନେ ଅକ୍ସିଜେନ ସିଲିଣ୍ଡରଗୁଡ଼ିକୁ ରଖୁଛନ୍ତି ।
  • News18 Odia
  • Last Updated: April 20, 2021, 9:28 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କୋଭିଡର ଏହି ଦ୍ବିତୀୟ ଲହରୀରେ ଆକ୍ରାନ୍ତ ହେଉଥିବା ରୋଗୀଙ୍କ ଚିକିତ୍ସା ଲାଗି ଆବଶ୍ୟକ ହେଉଥିବା ଅକ୍ସିଜେନ୍‌ର (ଅମ୍ଳଜାନ) ଆବଶ୍ୟକତା ପ୍ରଥମ ଲହରୀ ତୁଳନାରେ ଢେର୍‌ ବୃଦ୍ଧି ପାଇଛି । ବିଭିନ୍ନ ରାଜ୍ୟରେ ଅକ୍ସିଜେନର ଅଭାବ ପରିଲକ୍ଷିତ ହେଉଥିଲେ ବି ଓଡ଼ିଶାରେ ସେଭଳି ପରିସ୍ଥିତି ସୃଷ୍ଟି ହୋଇ ନାହିଁ । ରାଜ୍ୟ ଅକ୍ସିଜେନ ସମସ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ।

ଦେଶର ବିଭିନ୍ନ ରାଜ୍ୟରେ କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ଅକ୍ସିଜେନର ସଙ୍କଟ ଦେଖା ଦେବା ପରେ କେନ୍ଦ୍ର ସରକାର ଶିଳ୍ପ ସଂସ୍ଥାଗୁଡ଼ିକୁ ଅକ୍ସିଜେନ୍‌ ଯୋଗାଣ ବନ୍ଦ କରି କେବଳ ରୋଗୀ ଚିକିତ୍ସା ପାଇଁ ହସପିଟାଲଗୁଡ଼ି଼କରେ ଏହାର ବ୍ୟବହାର ପାଇଁ ନିର୍ଦ୍ଦେଶ ନାମା ଜାରି କରିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି; ଜାଣନ୍ତୁ ସେ କ’ଣ କହିଲେ

ଓଡ଼ିଶାରେ ତିନିଟି ଅକ୍ସିଜେନ୍‌ ପ୍ଲାଣ୍ଟ ଓ ୩୦ରୁ ଅଧିକ ଅକ୍ସିଜେନ ଫିଲିଂ ୟୁନିଟ ଅଛି । କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ସେଭଳି କୌଣସି ନିର୍ଦ୍ଦେଶନାମା ଆସି ନ ଥିବାରୁ ଓଡ଼ିଶାର ଅକ୍ସିଜେନ୍ ପ୍ଲାଣ୍ଟଗୁଡି଼କ ପୂର୍ବ ଭଳି ଉଭୟ ଶିଳ୍ପ ସଂସ୍ଥା ଓ ହସପିଟାଲକୁ ଆବଶ୍ୟକ ମୁତାବକ ଅକ୍ସିଜେନ୍ ସିଲିଣ୍ଡର ଯୋଗାଣ ଜାରି ରଖିଛନ୍ତି ।

ସ୍ପାକ୍ ଏଣ୍ଟରପ୍ରାଇଜେସର ପରିଚାଳନା ନିର୍ଦ୍ଦେଶିକା ପୁଷ୍ପା ସାମଲ


ଏହା ବି ପଢ଼ନ୍ତୁ | ମେ ତାରିଖରୁ ଦେଶରେ ୧୮ ବର୍ଷରୁ ଅଧିକ ବୟସର ସମସ୍ତେ ନେଇପାରିବେ କରୋନା ଭ୍ୟାକ୍ସିନ୍

‘‘ଆମ ୟୁନିଟର ଉତ୍ପାଦନ କ୍ଷମତା ଦୈନିକ ୭୦୦ ସିଲିଣ୍ଡର୍‌, ହେଲେ ଏବେ ଦିନକୁ ୨୦୦ ସିଲିଣ୍ଡର ପ୍ରସ୍ତୁତ ହେଉଛି । ଗତ ବର୍ଷ ଆମ ୟୁନିଟରୁ ପ୍ରସ୍ତୁତ ହେଉଥିବା ଅକ୍ସିଜେନ ସିଲିଣ୍ଡରର ଏକ ବଡ଼ ଭାଗ ହସପିଟାଲଗୁଡ଼ିକୁ ଯାଉଥିଲା । ଏ ପର୍ଯ୍ୟନ୍ତ କୌଣସି ହସପିଟାଲ କତ୍ତୃପକ୍ଷଙ୍କ ପକ୍ଷରୁ ଆମକୁ ଅକ୍ସିଜେନ ଯୋଗାଣ ନେଇ ଯୋଗାଯୋଗ କରାଯାଇନାହିଁ । ସରକାର କିମ୍ବା କୌଣସି ହସପିଟାଲ ପକ୍ଷରୁ ଆମକୁ ଯଦି କୁହାଯାଏ ତାହେଲେ ଶିଳ୍ପ ସଂସ୍ଥାଗୁଡିକୁ ଅକ୍ସିଜେନ ଯେଗାଇବା ବନ୍ଦ କରି ଆମେ ଫୁଲ୍‌ ଫେଜରେ ଲଗାତର ତିନିଟି ସିଫ୍ଟରେ ଅକ୍ସିଜେନ ସିଲିଣ୍ଡର ଫିଲିଂ କରି ହସପିଟାଲଗୁଡି଼କୁ ପଠାଇ ପାରିବୁ,’’ କହିଛନ୍ତି ଜଗତପୁରସ୍ଥିତ ଅକ୍ସିଜେନ୍ ଫିଲିଂ ୟୁନିଟ ସ୍ପାକ୍ ଏଣ୍ଟରପ୍ରାଇଜେସର ପରିଚାଳନା ନିର୍ଦ୍ଦେଶିକା ପୁଷ୍ପା ସାମଲ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଫେସିଆଲ୍ ଟ୍ରିଟ୍ମେଣ୍ଟ୍ ତାମିଲ୍ ଅଭିନେତ୍ରୀଙ୍କ ମୁହଁ ଖରାପ କରିଦେଲା; PHOTO ଶେୟାର୍ କରି କହିଲେ

ଅକ୍ସିଜେନ ପ୍ଲାଣ୍ଟଗୁଡ଼ିକ ବ୍ୟତୀତ ରାଜ୍ୟର ଅକ୍ସିଜେନ୍‌ ଆବଶ୍ୟକତାକୁ ପୂରଣ କରିବା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ଭୁମିକା ନିର୍ବାହ କରୁଛନ୍ତି ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ୍‌ (ଆର୍‌.ଏସ୍‌.ପି୍.)‌, ନାଲକୋ ଓ ଜିନ୍ଦଲ ଭଳି ବଡ଼ ବଡ଼ ଶିଳ୍ପ ସଂସ୍ଥା । ଏହି ଶିଳ୍ପ ସଂସ୍ଥାଗୁଡିକରେ ବାଇ-ପ୍ରଡକ୍ଟ ଭାବେ ବାହାରୁଥିବା ଅକ୍ସିଜେନକୁ ଲିକ୍ୱିଡ (ତରଳ) ଆକାରରେ ଠୁଳ କରାଯାଇଥାଏ । ଶିଳ୍ପ ସଂସ୍ଥାମାନେ ନିଜସ୍ବ ବ୍ୟବହାର ପରେ ବଳକା ରହୁଥିବା ଅକ୍ସିଜେନକୁ ଫିଲିଂ ୟୁନିଟଗୁଡ଼ିକୁ ପଠାଇଥାନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଦକ୍ଷିଣ ସିନେମାର ସୁପର୍ଷ୍ଟାର୍ ବେଦିକା କୁମାର୍ନିଜ ସୌନ୍ଦର୍ଯ୍ୟ ସହ ବୋଲ୍ଡ ଫଟୋସୁଟ୍ ପାଇଁ ଜଣାଶୁଣା

ସେହି ଫିଲିଂ ୟୁନିଟଗୁଡିକରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଅକ୍ସିଜେନ୍ ଯୋଗାଣ କରାଯାଇଥାଏ । ମିଳିଥିବା ସୁଚନା ମୁତାବକ ରାଜ୍ୟର ଶିଳ୍ପ ସଂସ୍ଥାଗୁଡିକ ନିକଟରେ ଏତେ ପରିମାଣର ତରଳ ଅକ୍ସଜେନ୍‌ ମହଜୁଦ ଅଛି ଯେ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ରାଜ୍ୟରେ ହସପିଟାଲଗୁଡ଼ିକୁ ନିରବିଛିନ୍ନଭାବେ ଅକ୍ସିଜେନ୍‌ ଯୋଗାଣ କରାଯାଇ ପାରିବ ।

ଏହା ବି ପଢ଼ନ୍ତୁ | ସାବଧାନ! Corona ଭୂତାଣୁ ମୁଖ୍ୟତଃ ବାୟୁ ମାଧ୍ୟମରେ ହିଁ ବ୍ୟାପୁଛି ବୋଲି ଦୃଢ଼ ପ୍ରମାଣ ମିଳିଲା

‘‘ଆମ ହସ୍ପିଟାଲରେ ଏବେ ଚିକିତ୍ସିତ ହେଉଥିବା ୬୨ ଜଣ କୋଭିଡ ରୋଗୀଙ୍କ ମଧ୍ୟରୁ ଅନେକ ଅକ୍ସିଜେନ୍‌ ସପୋର୍ଟରେ ଅଛନ୍ତି । ସେଥି ପାଇଁ ପ୍ରତି ଘଣ୍ଟାରେ ଆଠଟି ଅକ୍ସିଜେନ ସିଲିଣ୍ଡର ଦରକାର ହେଉଛି । ଗତ ବର୍ଷ ଯେତେବେଳେ ସଂକ୍ରମଣ ଶୀର୍ଷରେ ଥିଲା ସେତେବେଳେ ପ୍ରତି ଘଣ୍ଟାରେ ୧୨ରୁ ୧୪ଟି ସିଲିଣ୍ଡର ଦରକାର ହେଉଥିଲା । ଏବେ କିନ୍ତୁ ଗତ ବର୍ଷ ଭଳି ଅକ୍ସିଜେନର ଆବଶ୍ୟକତା ହୋଇନାହିଁ । ସିଲିଣ୍ଡର ବି ସହଜରେ ମିଳିଯାଉଛି,’’ କହିଛନ୍ତି କଟକସ୍ଥିତ ଅଶ୍ବିନୀ ହସ୍ପିଟାଲର ଲୋକ ସମ୍ପର୍କ ଅଧିକାରୀ ସୁବ୍ରତ ପରିଡ଼ା ।



ଭୁବନେଶ୍ୱର ମଞ୍ଚେଶ୍ୱରରେ ଥିବା ଆନନ୍ଦ ଇଣ୍ଡିଷ୍ଟିଆଲ ଗ୍ୟାସର ପରିଚାଳନା ନିର୍ଦ୍ଦେଶକ ଜଗଦାନନ୍ଦ ମହାପାତ୍ର କହିଛନ୍ତି ଯେ ରାଜ୍ୟରେ ଏବେ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ୍ ଉତ୍ପାଦନ କରାଯାଉଛି । ‘‘ମାତ୍ର ରାଜ୍ୟରେ ଥିବା ଲିକ୍ୟୁଇଡ ଅକ୍ସିଜେନ ବିତରଣକାରୀ ବଡ଼ ବଡ଼ ସଂସ୍ଥା ଓ କମ୍ପାନୀମାନଙ୍କ ଦ୍ୱାରା ଅକ୍ସିଜେନ ବିତରଣରେ ତୃଟିପୂର୍ଣ୍ଣ ନୀତି ଯୋଗୁଁ ସମସ୍ୟା ସୃଷ୍ଟି ହେଉଛି । ଏ ନେଇ ଆମେ ଡ୍ରଗ୍‌ କଣ୍ଟ୍ରୋଲରଙ୍କୁ ଅବଗତ ମଧ୍ୟ କରାଇଛୁ । ଏହି ତୃଟି ସୁଧାରିଲେ ଓଡ଼ିଶାରେ ଉତ୍ପାଦିତ ହେଉଥିବା ଅକ୍ସିଜେନ ରାଜ୍ୟବାସୀଙ୍କ ଆବଶ୍ୟକତାକୁ ପୁରଣ କରାଇବା ପାଇ ଯଥେଷ୍ଟ ହେବ । ଏପରିକି ନିଜର ବଳକା ଅକ୍ସିଜେନକୁ ଅନ୍ୟ ରାଜ୍ୟଗୁଡ଼ିକୁ ବିତରଣ କରିବା ପାଇଁ ଓଡ଼ିଶା ସମର୍ଥ,’’ କହିଛନ୍ତି ମହାପାତ୍ର ।
Published by: Anand ST Das
First published: April 20, 2021, 9:28 PM IST