‘ବାହାରେ ଥିବା ଲୋକଙ୍କୁ ଫେରାଇ ଆଣି ପ୍ରିୟଜନଙ୍କ ସହ ଏକାଠି କରିବା ପାଇଁ ସରକାର ପ୍ରସ୍ତୁତ’

ଲକଡାଉନ କାରଣରୁ ଓଡିଶା ଭିତରେ ଅଟକ ରହିଥିବା ଶ୍ରମଜୀବୀମାନେ କାମ କରିବା ପାଇଁ ରାଜ୍ୟ ମଧ୍ୟରେ ଯାତାୟତ କରିପାରିବେ । ସମ୍ବନ୍ଧିତ ଜିଲ୍ଲାର ଜିଲ୍ଲାପାଳମାନେ ସେମାନଙ୍କ ଯାତାୟତ ନିମନ୍ତେ ପାସର ସୁବିଧା କରିଦେବେ ।

‘ବାହାରେ ଥିବା ଲୋକଙ୍କୁ ଫେରାଇ ଆଣି ପ୍ରିୟଜନଙ୍କ ସହ ଏକାଠି କରିବା ପାଇଁ ସରକାର ପ୍ରସ୍ତୁତ’
ସୂଚନା ଦେଉଛନ୍ତି ପଞ୍ଚାୟତିରାଜ ସଚିବ ଦେଓ ରଞ୍ଜନ ସିଂ ।
  • News18 Odia
  • Last Updated: April 25, 2020, 6:41 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଓଡିଶା ବାହାରେ ରହୁଥିବା ଲୋକଙ୍କୁ ରାଜ୍ୟକୁ ଫେରାଇ ଆଣିବା ଉଚିତ କି ଅନୁଚିତ ପ୍ରଶ୍ନଟି ଅପ୍ରାସଙ୍ଗିକ ଓ ରାଜ୍ୟ ବାହାରେ ରହୁଥିବା ଓଡ଼ିଆ ଲୋକଙ୍କୁ ନିରାପଦରେ ଫେରାଇ ଆଣି ଖାଦ୍ୟ ପାନୀୟ ଦେଇ ସୁରକ୍ଷିତ ଭାବେ ୧୪ ଦିନ କ୍ୱାରାଣ୍ଟାଇନରେ ରଖି ତାଙ୍କ ପ୍ରିୟଜନଙ୍କ ସହ ଏକାଠି କରିବା ପାଇଁ ସରକାର ସବୁ ପଦକ୍ଷେପ ନେଉଛନ୍ତି ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁକାବିଲା ସମିତିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

ପ୍ରତ୍ୟେକଟି ଜୀବନ ଆମ ପାଇଁ ମୂଲ୍ୟବାନ ବୋଲି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ବୋଲି ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବାଗଚୀ । ରାଜ୍ୟ ବାହାରେ ରହୁଥିବା ଓଡ଼ିଆମାନେ ରାଜ୍ୟକୁ ଫେରିବା ପାଇଁ କେମିତି ପଞ୍ଜୀକରଣ କରିବେ ସେ ନେଇ ସୂଚନା ଦେଇଥିଲେ ପଞ୍ଚାୟତିରାଜ ସଚିବ ଦେଓ ରଞ୍ଜନ ସିଂ ।

‘‘ପଞ୍ଜୀକରଣ କରିବା ପାଇଁ ଆଧାର ନମ୍ବର ଓ ମୋବାଇଲ ନମ୍ବର ଦେବା ବାଧ୍ୟତାମୂଳକ । ଏଥି ପାଇଁ ସରକାରଙ୍କ ସ୍ୱତନ୍ତ୍ର ପୋର୍ଟାଲ ରହିଛି । ପୋର୍ଟାଲ ମାଧ୍ୟମରେ ପଞ୍ଜିକରଣ କରିହେବ। ନିଜ ପାଇଁ ନିଜେ ପଞ୍ଜିକରଣ କରୁଥିଲେ ସେଲ୍ଫ ଉପରେ କ୍ଲିକ କରି ପଞ୍ଜିକରଣ କରିବେ। ଯଦି ସପର୍କୀୟ ପାଇଁ କରିବାକୁ ଚାହିଁବେ, ଲୋକଲ କଣ୍ଟାକ୍ଟକୁ କ୍ଲିକ କରିବେ । କେଉଁ ପଞ୍ଚାୟତକୁ ବା କେଉଁ ସହରାଞ୍ଚଳକୁ ଆସିବାକୁ ଚାହିଁଛନ୍ତି ତାକୁ ସବମିଟ କରିବାକୁ ପଡିବ,’’ କହିଛନ୍ତି ସିଂ ।

ସବୁ ସୂଚନା ଦେବା ପରେ ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ। ଏହି ଓଟିପି ସବମିଟ କରିବା ପରେ ମୋବାଇଲକୁ ଏକ ଏସ୍‌.ଏମ୍‌.ଏସ୍‌. ଆସିବ । ସେହିପରି ଯେଉଁ ମାନେ ପୋର୍ଟାଲ ଜରିଆରେ କରିବା ପାଇଁ ଅସମର୍ଥ, ସେମାନେ ପଞ୍ଚାୟତ ଅଫିସ ଓ ସହରାଞ୍ଚଳରେ ୱାର୍ଡ ଅଫିସରେ କରିପାରିବେ । ପ୍ରତି ପଞ୍ଚାୟତ ପାଇଁ ଓ ସହରାଞ୍ଚଳରେ ୱାର୍ଡ ପାଇଁ ନୋଡାଲ ଅଫିସର ନିଯୁକ୍ତ କରାଯାଇଛି । ନୋଡ଼ାଲ ଅଫିସରଙ୍କ ନିକଟରେ ଥିବା ଫର୍ମ କେହି ସମ୍ପର୍କୀୟ ପୂରଣ କରି ଦେଇପାରିବେ ।

ଲକଡାଉନ ଅବଧି ମଧ୍ୟରେ କେତେକ ଦୋକାନ ବଜାର ଖୋଲି ପାରିବ ବୋଲି ରାଜସ୍ବ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଦୋକାନଗୁଡ଼ିକରେ ୫୦ ପ୍ରତିଶତ କର୍ମଚାରୀ କାମ କରିବେ ଓ ସେମାନେ ସମସ୍ତେ ମାସ୍କ ପିନ୍ଧିବେ ଓ ସାମାଜିକ ଦୂରତ୍ୱ ବଜାୟ ରଖିବେ ।

ଲକଡାଉନ କାରଣରୁ ଓଡିଶାରେ ଅଟକ ରହିଥିବା ଅତିଥି ଶ୍ରମଜୀବୀ ମାନେ କାମ କରିବା ପାଇଁ ରାଜ୍ୟ ମଧ୍ୟରେ ଯାତାୟତ କରିପାରିବେ । ସମ୍ବନ୍ଧିତ ଜିଲ୍ଲାର ଜିଲ୍ଲାପାଳମାନେ ସେମାନଙ୍କ ଯାତାୟତ ନିମନ୍ତେ ପାସର ସୁବିଧା କରିଦେବେ । ସେମାନେ ୧୪ ଦିନ କ୍ୟାରେଣ୍ଟାଇନ ଶେଷ କରିଥିବା ଦୃଷ୍ଟିରୁ ପହଞ୍ଚି ଥିବା ସ୍ଥାନରେ ଆଉ କ୍ୟାରେଣ୍ଟାଇନ ହେବ ନାହିଁ । ଏଥି ପାଇଁ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଥିବା କହିଛନ୍ତି  ସୁବ୍ରତ ବାଗଚୀ ।
First published: April 25, 2020, 6:41 PM IST
corona virus btn
corona virus btn
Loading