ସମ୍ଭାବ୍ୟ ତୃତୀୟ ଲହର ପାଇଁ ରାଜ୍ୟ ପ୍ରସ୍ତୁତ ହେଉଛି; ସଂକ୍ରମଣ ବଢିବ, ମୃତ୍ୟୁ ସଂଖ୍ୟା ସେତେ ବଢ଼ିବ ନାହିଁ

ଏବେ ରାଜ୍ୟରେ ନିୟମିତ ଭାବେ କରୋନା ସଂକ୍ରମଣର ପଜିଟିଭଟି ହାର କମୁଛି ଓ ଭଲ ସ୍ଥିତିକୁ ଯାଉଛି ରାଜ୍ୟ । ଏହି ହାର ଜାରି ରହିଲେ ଜୁନ୍ ଦିତୀୟ ସପ୍ତାହକୁ ପରିସ୍ଥିତି ସ୍ୱାଭାବିକ ହେବ ବୋଲି କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଲକଡାଉନ ସରିବା ବେଳକୁ ପଜିଟିଭିଟି ହାର ୫ ପ୍ରତିଶତ ତଳକୁ ଖସି ଆସିପାରେ । (ପ୍ରତୀକାତ୍ମକ ଛବି)

ଲକଡାଉନ ସରିବା ବେଳକୁ ପଜିଟିଭିଟି ହାର ୫ ପ୍ରତିଶତ ତଳକୁ ଖସି ଆସିପାରେ । (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: କରୋନା ଭାଇରସ୍‌ ସଂକ୍ରମଣର ଦିତୀୟ ଲହର ନିୟନ୍ତ୍ରଣକୁ ଆସୁଥିବା ବେଳେ ଏବେଠୁ ତୃତୀୟ ଲହର ଚିନ୍ତା ରାଜ୍ୟକୁ ଘାରିଲାଣି । ତୃତୀୟ ଲହରର ଭୟାବହତାକୁ ନେଇ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଚିତ୍ର ଆସି ନ ଥିବା ବେଳେ ଭିନ୍ନ ଭିନ୍ନ ଆକଳନକୁ ଭିତ୍ତି କରି ପ୍ରସ୍ତୁତ ହେଉଛନ୍ତି ସରକାର । ଛୋଟ ପିଲା ଓ କିଶୋରଙ୍କ ପାଇଁ ଏହା ଅଧିକ ଘାତକ ହେବାର ସମ୍ଭାବନା ଥିବାରୁ ସରକାର ଏହାର ମୁକାବିଲା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ଆରମ୍ଭ କରିଛନ୍ତି ।

ବିଶେଷଜ୍ଞମାନଙ୍କ ମତରେ ତୃତୀୟ ଲହରରେ ସଂକ୍ରମଣ ଅଧିକ ହେଲେ ବି ବଢ଼ିବନି ମୃତ୍ୟ ସଂଖ୍ୟା। ରାଜ୍ୟରେ ବର୍ତ୍ତମାନ ସଂକ୍ରମଣ ହ୍ରାସ ପାଉଥିବା ବେଳେ ଲକଡାଉନ ସରିବା ବେଳକୁ ପଜିଟିଭିଟି ହାର ୫ ପ୍ରତିଶତ ତଳକୁ ଖସିଥିବ ବୋଲି ଆକଳନ କରିଛନ୍ତି ବିଶେଷଜ୍ଞମାନେ । ତୃତୀୟ ଲହର ଆସିବା ପୂର୍ବରୁ ଛୋଟ ପିଲା ଓ କିଶୋରମାନେ ଏହି ପର୍ଯ୍ୟାୟରେ ଅଧିକ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ସରକାର ସ୍ୱତନ୍ତ୍ର ବେଡ଼ ଓ ଆଇସିୟୁ ସହ ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

ଏହା ବି ପଢ଼ନ୍ତୁ | ମ୍ୟାଗି ନୁଡଲ୍ସ, ନେସ୍-କାଫେ କମ୍ପାନୀ Nestle ୬୦% ଖାଦ୍ୟ ସାମଗ୍ରୀ ଅସ୍ୱାସ୍ଥ୍ୟକର, କମ୍ପାନୀ ନିଜେ କହିଲା

ରିସର୍ଚ୍ଚକୁ ଭିତ୍ତିକରି କୁହାଯାଉଛି ଯେ ଶିଶୁମାନେ ସୁରକ୍ଷିତ ନ ଥିବାରୁ ସଂକ୍ରମଣ ଅଧିକ ହୋଇପାରେ, କିନ୍ତୁ ଏହା ଗୁରୁତର ହୋଇ ନ ପାରେ । କିନ୍ତୁ ସବୁଠୁ ଖରାପ ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି । ଗୁରୁବାର ଦିନ ରାଜ୍ୟର ପାଞ୍ଚଟି ସ୍ଥାନରେ ସି.ସି.ସି., ଡି.ସି.ସି. ଓ ଡି.ସି.ଏଚ୍‌. ବଢାଯାଇଛି । ବର୍ତ୍ତମାନ ରାଜ୍ୟରେ ନିୟମିତ ଭାବେ ପଜିତିଭଟି ହାର କମୁଛି । ଏହି ହାର ଜାରି ରହିଲେ ଜୁନ୍‌ ଦିତୀୟ ସପ୍ତାହକୁ ପରିସ୍ଥିତି ସ୍ୱାଭାବିକ ହେବ ବୋଲି କୁହାଯାଇଛି ।

ଏହା ବି ପଢ଼ନ୍ତୁ | ଯଦି ଆପଣ ବି LIC ପଲିସି ନେଇଛନ୍ତି, ତାହେଲେ ଜାଣନ୍ତୁ ଏହି କଥା; ନହେଲେ ହରେଇବେ ସବୁ ଟଙ୍କା

‘‘ତୃତୀୟ ଲହରକୁ ଆଖି ଆଗରେ ରଖି ଆମ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବର୍ତ୍ତମାନ ଜେନେରାଲ ବେଡ଼ର ବ୍ୟବହାର ୩୯ ପ୍ରତିଶତ ଅଛି । ଭେଣ୍ଟିଲେଟର ଓ ଅକ୍ସିଜେନ ସପୋର୍ଟ ଥିବା ବେଡ଼ର ବ୍ୟବହାର ୬୦ ପ୍ରତିଶତ ରହିଛି । କିନ୍ତୁ ପାଞ୍ଚଟି ସ୍ଥାନରେ ସି.ସି.ସି., ଡି.ସି.ସି. ଓ ଡି.ସି.ଏଚ୍‌. ବଢାଯାଇଛି। ବିଶେଷଜ୍ଞଙ୍କ ମତରେ ସମ୍ଭାବ୍ୟ ତୃତୀୟ ଲହରରେ ପିଲାମାନେ ଅଧିକ ସଂଖ୍ୟାରେ ପ୍ରଭାବିତ ହେବାର ଆଶଙ୍କା ଥିବାରୁ କେଉଁଠି ପିଲାଙ୍କ ପାଇଁ ଆଇସିୟୁ ବଢ଼ାଯିବ, ବେଡ୍‌ ବଢ଼ାଯିବ ଓ ତାଲିମ ଦିଆଯିବ ତା’ ଉପରେ ପ୍ରାଧାନ୍ୟ ଦିଆଯାଉଛି । ବର୍ତ୍ତମାନ ରାଜ୍ୟରେ ନିୟମିତ ଭାବେ ପଜିଟିଭଟି ହାର କମୁଛି ଓ ଭଲ ସ୍ଥିତିକୁ ଯାଉଛି ରାଜ୍ୟ । ଏହି ହାର ଜାରି ରହିଲେ ଜୁନ୍‌ ଦିତୀୟ ସପ୍ତାହକୁ ପରିସ୍ଥିତି ସ୍ୱାଭାବିକ ହେବ,’’ କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଏହା ବି ପଢ଼ନ୍ତୁ | ସୁପ୍ରିମ୍ କୋର୍ଟ କହିଲେ: ‘‘କେନ୍ଦ୍ରର ଟିକାକରଣ ନୀତି ମନମୁଖୀ ଅଯୌକ୍ତିକ; ଆମକୁ ପୂରା ବିବରଣୀ ଦିଅ’’

ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର କହିଛନ୍ତି ଯେ ତୃତୀୟ ଲହରରେ ସଂକ୍ରମଣ ବଢିଲେ ବି ମୃତ୍ୟୁ ସଂଖ୍ୟା ସେତେ ବଢ଼ିବ ନାହିଁ । ଏକ ରିପୋର୍ଟ କୁ ଆଧାର କରି ସେ କହିଛନ୍ତି, ‘‘ସମ୍ଭାବ୍ୟ ତୃତୀୟ ଲହରରେ ଦେଶରେ ପ୍ରାୟ ଦୁଇ କୋଟି ଲୋକ ସଂକ୍ରମଣ ହେବାକୁ ଥିବା ବେଳେ ୪୦ ହଜାର ଲୋକ ମୃତ୍ୟୁ ବରଣ କରିପାରନ୍ତି । ରାଜ୍ୟ ସରକାର ଆଗୁଆ ଏକ କମିଟି ଗଠନ କରିବା ସହ ଆଗୁଆ ଅନେକ ପଦକ୍ଷେପ ନେଉଛନ୍ତି । ଏହା ଫଳରେ ଦିତୀୟ ଲହର ଭଳି ତୃତୀୟ ଲହରରେ ସମସ୍ୟା ହେବନି । ପଲିସି ନିଷ୍ପତ୍ତି, ଅଧିକଟିଟୀକାକରଣ ଓ ଆଗକୁ ବିଭିନ୍ନ ଔଷଧ ଉପଲବ୍ଧତା ହିଁ ତୃତୀୟ ଲହରର ମୁକବିଲାରେ ସହାୟକ ହେବ ।’’



ରାଜ୍ୟରେ ପଜିଟିଭିଟି ହାର ଲଗାତର କମୁଥିବାରୁ ଲକଡାଉନ୍‌ ସରିବା ବେଳକୁ ଏହା ୫ ପ୍ରତିଶତ ତଳକୁ ଖସି ଆସିଥିବ ବୋଲି ଆକଳନ କରିଛନ୍ତି ଡାକ୍ତର ମିଶ୍ର । ଜୁନ୍‌ ମାସର ପ୍ରଥମ ଚାରି ଦିନର ତଥ୍ୟ ଦେଖିଲେ ସଂକ୍ରମଣ ତଳମୁହାଁ ସ୍ଥିତିକୁ ଆସୁଥିବା ସ୍ପଷ୍ଟ ହୋଇଛି ।
Published by:Anand S.T. Das
First published: