ଭୁବନେଶ୍ୱରରେ ସପ୍ତାହକ ଭିତରେ ୫,୦୦୦ ନମୁନା ପରୀକ୍ଷା ହେବ; ବାହାରେ ଛେପ ପକେଇଲେ ଫାଇନ୍

ଭୁବନେଶ୍ୱରରେ ଲକ୍ଷ ମୁତାବକ ଗୋଟିଏ ସପ୍ତାହରେ ୫,୦୦୦ ନମୁନା ପରୀକ୍ଷା ହେଲେ ଏହା ଭାରତରେ ଏହି ପ୍ରକାରର ସବୁଠାରୁ ବଡ଼ ପଦକ୍ଷେପ ହେବ ।

ଭୁବନେଶ୍ୱରରେ ସପ୍ତାହକ ଭିତରେ ୫,୦୦୦ ନମୁନା ପରୀକ୍ଷା ହେବ; ବାହାରେ ଛେପ ପକେଇଲେ ଫାଇନ୍
ଭୁବନେଶ୍ୱର ପାଇଁ ଯୋଜନା ବିଷୟରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହୁଛନ୍ତି ।
  • News18 Odia
  • Last Updated: April 17, 2020, 4:07 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜ୍ୟର ସର୍ବାଧିକ କରୋନା ପ୍ରଭାବିତ ଅଞ୍ଚଳ ଭୁବନେଶ୍ବରରେ ଏହି ମହାମାରୀର ସଂକ୍ରମଣ ରୋକିବା ପାଇଁ ସରକାର ଘୋଷଣା କରିଛନ୍ତି ଏକ ସ୍ବତନ୍ତ୍ର ଷ୍ଟ୍ରାଟେଜି । ଏହି ଯୋଜନା ଅନୁସାରେ ଆଗାମୀ ସପ୍ତାହକ ଭିତରେ ଭୁବନେଶ୍ବରରେ ୫,୦୦୦ ଲୋକଙ୍କ ନମୁନା ପରୀକ୍ଷା କରାଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।

ଏଥି ସହିତ ସେ କହିଛନ୍ତି ଯେ କେତେକ ଅଞ୍ଚଳର ଲୋକେ ନମୁନା ପରୀକ୍ଷା ପାଇଁ ସ୍ୱେଚ୍ଛାରେ ଆସିବାକୁ ଚାହୁଁନାହାନ୍ତି । ସେମାନଙ୍କୁ ସ୍ୱେଚ୍ଛାରେ ଓ ନିଜ ତଥା ସମାଜର ହିତରେ ନମୁନା ପରୀକ୍ଷା କ୍ୟାମ୍ପକୁ ଆସି ପରୀକ୍ଷା କରେଇନେବାକୁ ଅନୁରୋଧ କରି ସେ କହିଛନ୍ତି ଯେ ଅନ୍ଯଥା ରାଜ୍ୟ ସରକାର ସେମାନଙ୍କ ପ୍ରତି କଠୋର ପଦକ୍ଷେପ ନେବେ ।

ଭୁବନେଶ୍ୱରରେ ଯଦି ଗୋଟିଏ ସପ୍ତାହରେ ଲକ୍ଷ ମୁତାବକ ୫,୦୦୦ ନମୁନା ପରୀକ୍ଷା ହୋଇପାରେ, ତାହେଲେ ଏହା ଭାରତରେ ଏହି ପ୍ରକାରର ସବୁଠାରୁ ବଡ଼ ପଦକ୍ଷେପ ହେବ ବୋଲି ତ୍ରିପାଠୀ କହିଛନ୍ତି । ଦେଶର କୌଣସି ସହରରେ ଏ ପର୍ଯ୍ୟନ୍ତ ଏତେ ସଂଖ୍ୟାରେ ନମୁନା ପରୀକ୍ଷା ହୋଇନାହିଁ । ଭୁବନେଶ୍ୱରରର ଜନ ସଂଖ୍ୟା ପାଖାପାଖି ୧୦,୦୦୦, ଓ ଏଠାରେ ବର୍ତ୍ତମାନ ସୁଦ୍ଧା ୧,୯୫୮ ପରୀକ୍ଷା କରାଯାଇଛି ବୋଲି କହିଛନ୍ତି ତ୍ରିପାଠୀ । ସାରା ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭,୫୭୫ ଜଣ ଲୋକଙ୍କ ନମୁନା ପରୀକ୍ଷା କରାଯାଇ ସାରିଛି ଓ ସେଥିରୁ ମୋଟ ୬୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସେ କହିଛନ୍ତି।

‘‘ଏହି ନମୁନା ପରୀକ୍ଷା ଅଭିଯାନରେ ଅନ୍ୟ ରାଜ୍ୟ ଓ ବିଦେଶକୁ ଗସ୍ତ ଇତିହାସ ଥିବା ଲୋକଙ୍କୁ ପ୍ରାଥମିକତା ଦିଆଯିବ। ମଧୁମେହ ଓ ରକ୍ତଚାପ ଆଦି ରୋଗରେ ପୀଡ଼ିତ ଥିବା ବୟସ୍କ ବ୍ୟକ୍ତିଙ୍କୁ ବି ପ୍ରାଥମିକତା ଦିଆଯିବ । କରୋନା ଲକ୍ଷଣ ଥିବା ଓ ସଂକ୍ରମିତଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଥିବା ଲୋକଙ୍କର ମଧ୍ୟ ପରୀକ୍ଷା ହେବ । ଏହା ବ୍ୟତୀତ ଇନଫ୍ଲୁଏଞ୍ଜାର ଲକ୍ଷଣ ଥିବା ବ୍ୟକ୍ତି, ସ୍ବାସ୍ଥ୍ୟ କର୍ମୀ ଓ ପୁଲିସ କର୍ମଚାରୀଙ୍କର ବି ନମୁନା ପରୀକ୍ଷା କରାଯିବ,’’ କହିଛନ୍ତି ତ୍ରିପାଠୀ ।

ସେ କହିଛନ୍ତି ଯେ ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୬୦ଟି କରୋନା ପଜିଟିଭ୍ ମାମଲା ସାମ୍ନାକୁ ଆସିଛି । ସେମାନଙ୍କ ମଧ୍ୟରୁ କେବଳ ଭୁବନେଶ୍ୱରରୁ ଅଛନ୍ତି ୪୬ ଜଣ । ରାଜ୍ୟରେ ଏ ପର୍ଯ୍ୟନ୍ତି ମୋଟ ୧୯ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଭୁବନେଶ୍ବର ହେଉଛି ଏକ ହଟ୍‌ ସ୍ପଟ୍ । ଏଠାରେ ସାମାଜିକ ଦୂରତା ନିୟମ କଡ଼ାକଡ଼ି ପାଳନ ହେଉଛି ଓ ତା’ ଉପରେ ପୋଲିସ୍‌ ଓ ପ୍ରଶାସନ କଡ଼ା ନଜର ରଖିଛି ।

ସାର୍ବଜନୀନ ସ୍ଥାନରେ ଛେପ ପକେଇବା ଉପରେ ସମ୍ପୂର୍ଣ୍ଣ ନିଷେଧାଜ୍ଞା ଘୋଷଣା କରି ତ୍ରିପାଠୀ କହିଛନ୍ତି ଯେ ଏହା କରୁଥିବା ବ୍ୟକ୍ତିଙ୍କ ଛାରୁ ଫାଇନ ନିଆଯିବ । ପ୍ରଥମ ଥର ଏମିତି କଲେ ୨୦୦ ଟଙ୍କା ଓ ପ୍ରତି ପର ଥର ପାଇଁ ୫୦୦ ଟଙ୍କା ଲେଖାଏଁ ସାରା ଓଡ଼ିଶାରେ ଫାଇନ୍‌ ନିଆଯିବ । ଫାଇନ୍‌ ସଂଗ୍ରହ ପାଇଁ ବିଭିନ୍ନ ଅଧିକାରୀଙ୍କୁ ଅଧ୍କୃତ କରାଯାଇଛି ବୋଲି ସେ କହିଛନ୍ତି ।
First published: April 17, 2020, 4:07 PM IST
corona virus btn
corona virus btn
Loading